ଲଗାଣ ବର୍ଷା ମଧ୍ୟରେ ଓଡ଼ିଶାରେ ପୁଣିଥରେ ବନ୍ୟା ଆଶଙ୍କା । ରାଜ୍ୟରେ ଗତ ୪୮ ଘଣ୍ଟା ଧରି ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆଉ ଏକ ବନ୍ୟା ବିପଦ ଦେଖା ଦେଇଛି । ଦକ୍ଷିଣ- ପଶ୍ଚିମ ବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଗଠିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆସନ୍ତା କିଛି ଦିନ ଧରି ବର୍ଷା ଜାରି ରହିବ । ଏହାସହ ବିଭିନ୍ନ ନଦୀ ଅବବାହିକାରେ ମଧ୍ୟ […]
ଇଣ୍ଡିଆନଅଏଲ “ଇଣ୍ଡେନ ଏକ୍ସଟ୍ରାଲାଇଟ୍ ନାଓ” ନାମକ ଏଲପିଜି ଗ୍ରାହକମାନଙ୍କ ପାଇଁ ଏକ ନୂତନ ସେବା ଆରମ୍ଭ କରିଛି, ଯାହା ବୁକିଂ କରିବାର ମାତ୍ର ତିନି ଘଣ୍ଟା ମଧ୍ୟରେ ଆପଣଙ୍କ ଦ୍ୱାରଦେଶରେ ୧୦ କିଲୋଗ୍ରାମ ହାଲୁକା ଏବଂ କମ୍ପୋଜିଟ୍ ଏଲପିଜି ସିଲିଣ୍ଡର ଯୋଗାଇବାର ପ୍ରତିଶ୍ରୁତି ଦେଇଛି ।କମ୍ପାନୀ ଅନୁଯାୟୀ, ଏହି ନୂତନ ଉତ୍ପାଦଟି ଏକ୍ସପ୍ରେସ୍ ଡେଲିଭରି, ପସନ୍ଦିତ ଡେଲିଭରି ସମୟ, ସର୍ବନିମ୍ନ ଡକ୍ୟୁମେଣ୍ଟେସନ୍ ଏବଂ ବର୍ଦ୍ଧିତ ସୁରକ୍ଷା ଭଳି ବୈଶିଷ୍ଟ୍ୟ ସହିତ ସଜ୍ଜିତ, ଯାହା ଗ୍ରାହକମାନଙ୍କୁ ଅଧିକ ସୁବିଧାଜନକ, […]
ବର୍ଷା ଋତୁରେ କେରଳମ୍ରେ‘ଲେପ୍ଟୋସ୍ପାଇରୋସିସ୍’ ବା ‘ରାଟ୍ ଫିଭର୍’ ଆତଙ୍କ ଦେଖାଯାଇଛି । ସାଧାରଣତଃ ଘରର ବଗିଚା କାମ, କ୍ଷେତ କିମ୍ୱା ବାହାର ଜାଗାରେ ଦୈନନ୍ଦିନ କାମ କରିବା ସମୟରେ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଥାଏ । ସରକାରୀ ତଥ୍ୟ ଅନୁସାରେ, ୨୦୨୬ ଜୁଲାଇ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୧୩୫୨ ଜଣ ଲେପ୍ଟୋସ୍ପାଇରୋସିସ୍ରେ ଆକ୍ରାନ୍ତ ହୋଇଥିବାବେଳେ ୫୮ ଜଣଙ୍କ ମୃତ୍ୟୁ ହୋଇଛି । ଲେପ୍ଟୋସ୍ପାଇରୋସିସ୍ ‘ଲେପ୍ଟୋସ୍ପାଇରା’ ନାମକ ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ । ସାଧାରଣତଃ […]
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର। ଏକ ଘୂର୍ଣ୍ଣିବଳୟର ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ଆଗାମୀ ଦିନଗୁଡ଼ିକରେ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ବିଶେଷକରି ରାଜ୍ୟର ଅନେକ ଅଞ୍ଚଳରେ ବର୍ଷାର ପ୍ରଭାବ ବଢ଼ିପାରେ। IMDର ଆକଳନ ଅନୁଯାୟୀ, ପ୍ରଥମେ ୧୨ ଅଗଷ୍ଟ ପାଖାପାଖି ଉତ୍ତର ବଙ୍ଗୋପସାଗର ଉପରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦ୍ୱିତୀୟ ସପ୍ତାହର […]
ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି NHରୁ ହଟିବେ ଗୋରୁ ଗାଈ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ। ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା। ଏନେଇ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।NHରୁ ଗାଈଗୋରୁଙ୍କୁ ବାହାର କରାଯିବ।ରାସ୍ତାରୁ ପଶୁମାନଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ। ଗୋଶାଳାର ରକ୍ଷଣାବେକ୍ଷଣା କରିବ ପ୍ରାଣୀ ସମ୍ପଦ ବିଭାଗ। ଏହା ଉପରେ ନଜର ରଖିବେ ସ୍ଥାନୀୟ […]
ରାଜ୍ୟର ଜଣେ ଶିକ୍ଷକ ବିଶିଷ୍ଟ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତିକୁ ସରକାର ଗୁରୁତର ସହ ନେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲଗୁଡ଼ିକୁ ଚିହ୍ନଟ କରି ସେଠାରେ ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ସହ ୧୫ ଦିନ ମଧ୍ୟରେ ଏନେଇ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ର […]
ଯାଜପୁରରେ ଅପେରା ଯାଜ୍ଞସେନୀ ପାର୍ଟିର ନାଟକ ସନାତନୀ ମଞ୍ଚସ୍ଥ ବେଳେ କଳାକାରଙ୍କ ଉପରେ ଆକ୍ରମଣ ହୋଇଛି। ଧର୍ମାନ୍ତରୀକରଣକୁ ନେଇ ନାଟକରେ ଏକ ଦୃଶ୍ୟ ପ୍ରଦର୍ଶିତ ହେଉଥିଲା। କିଛି ସମୟ ପାଇଁ ବନ୍ଦ ହେଲା ନାଟକ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ ଥାନା ଚାନ୍ଦମା କାଳୀ ପଡିଆରେ । ଏବର୍ଷର ପ୍ରଥମ କ୍ୟାମ୍ପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ସନାତନୀ’। ନାଟକରେ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଏକ ଦୃଶ୍ୟ ପରିବେଷଣ ହେଉଥିଲା। ଏହି ସମୟରେ କିଛି ଦର୍ଶକ […]
ବେଙ୍ଗାଲୁରୁରୁ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ସମ୍ପର୍କ ଏବଂ ସାମ୍ପ୍ରତିକ ସମାଜର ମାନସିକତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସହରର ବାଗାଲଗୁଣ୍ଟେ ଅଞ୍ଚଳରେ ଜଣେ ୫୨ ବର୍ଷୀୟା ମହିଳାଙ୍କ କଙ୍କାଳ ଏକ ଡୁପ୍ଲେକ୍ସ ଘର ଭିତରୁ ମିଳିଛି । ସୂଚନା ଅନୁସାରେ, ସେ ଘରେ ଏକୁଟିଆ ରହୁଥିଲେ। ସ୍ୱାମୀ ଉମେଶଙ୍କ ମୃତ୍ୟୁ ପ୍ରାୟ ୧୦ ବର୍ଷ ପୂର୍ବେ ହୋଇଥିବା ବେଳେ, ପରେ ତାଙ୍କ ପୁଅ ମଧ୍ୟ କ୍ୟାନ୍ସରରେ ପ୍ରାଣ ହରାଇଥିଲେ। ଏହାପରେ […]
ଲୋକପ୍ରିୟ ଅଭିନେତା ତଥା ବିଜେପିର ବରିଷ୍ଠ ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶାରୀରିକ ଅସୁସ୍ଥତା କାରଣରୁ ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ହସ୍ପିଟାଲରେ ଅଭିନେତାଙ୍କୁ ଭେଟିଥିଲେ ଏବଂ ପରେ ଗଣମାଧ୍ୟମକୁ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଥିଲେ ।ଗୁରୁବାର, ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଥିଲା। ଦୁର୍ଘଟଣା ପରେ ତାଙ୍କ ଶରୀରରେ […]
ଧନୀ ହେବାର ସ୍ୱପ୍ନ ସାକାର ହେବା ପୂର୍ବରୁ ବାର୍ଦ୍ଧକ୍ୟ ଆଡ଼କୁ ଦ୍ରୁତ ଗତିରେ ମୁହାଁଉଛି ଭାରତ।ଭାରତରେ ହାରାହାରି ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବୟସ୍କ ବ୍ୟକ୍ତି ଗ୍ରାମାଞ୍ଚଳରେ ବାସ କରିବେ ବୋଲି ଶୁକ୍ରବାର ପ୍ରକାଶିତ ଏକ ଗବେଷଣାରୁ ଜଣାପଡ଼ିଛି। ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆ (ଟିଆର୍ଆଇ) ଦ୍ୱାରା ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ଅନେକ ବିକଶିତ ଦେଶ ସେମାନଙ୍କର ଜନସଂଖ୍ୟା […]
ଭାରତ ଉପରେ ବଢ଼ିବ କି ଆମେରିକାର ଶୁଳ୍କ ଚାପ? ରୁଷିଆରୁ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ଚାପ ବଢ଼ାଇବାକୁ ଆମେରିକା ନେଇଛି ବଡ଼ ପଦକ୍ଷେପ । ଆମେରିକୀୟ ସିନେଟ୍ରେ ପାରିତ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ରୁଷିଆ-ସାଙ୍କସନ୍ ବିଲ୍। ଆଉ ଏହି ବିଲ୍ ଆଇନରେ ପରିଣତ ହେଲେ, ଭାରତ ସମେତ ରୁଷିଆର ପ୍ରମୁଖ ତୈଳ କ୍ରେତା ଦେଶଗୁଡ଼ିକ ଉପରେ ସର୍ବାଧିକ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗିବାର ରାସ୍ତା ଖୋଲିପାରେ । କେବଳ ତେଲ କ୍ରେତା ଦେଶ ନୁହେଁ, […]
ରାଉରକେଲାରେ ଚାଞ୍ଚଲ୍ୟ। ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ। ରାଉରକେଲା ଲହୁଣୀପଡ଼ା ଥାନା ଘଣିପଶା ଗାଁର ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ଗୁରୁତର ଭାବେ ଜଳିଯାଇଥିବା ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ରାଉରକେଲା ଆର୍ଜିଏଚ୍କୁ ସ୍ଥାନାନ୍ତର କରାଯାଇଛି । ପୀଡ଼ିତ ଯୁବକଙ୍କ ନାଁ କାହ୍ନୁ ଚରଣ ମାହାନ୍ତ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଲହୁଣୀପଡ଼ା ଥାନା ଘଣିପଶା ଗାଁର କାହ୍ନୁ ଚରଣ ମାହାନ୍ତ ଶନିବାର ସକାଳେ ଶୌଚ ହେବା ପାଇଁ ନାଳକୁ ଯାଇଥିବା […]
