author

ଶରଣକୂଳର ପୂର୍ବତ୍ତନ ଥାନା ଅଧିକାରୀ ସୁଜିତ୍ ଦାସଙ୍କ ଆତ୍ମସମର୍ପଣ

ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।ମେଡିକାଲ୍ ଟେଷ୍ଟ ପାଇଁ ସୁଜିତଙ୍କୁ ନୟାଗଡ ମେଡିକାଲକୁ ଆଣିଲା CAW । ସୁଜିତ୍ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ହ୍ବାଟସଅପ୍ କଲ୍ ରେ ଅଶ୍ଳିଳ ଇଙ୍ଗିତ କରିବା ସହ ବଳାତ୍କାର କରିଥିବା ନେଇ ମହିଳାଜଣଙ୍କ ନୟାଗଡ ଏସ୍ ପିଙ୍କୁ ଅଭିଯୋଗ କରିବା ପରେ ଶରଣକୂଳ ଥାନାରେ […]

ରାଷ୍ଟ୍ରପତି ଭବନରେ ଶୋଭା ପାଇବ ପୁରୀ ରଥଯାତ୍ରାର ତିନି ରଥର ତିନି ଚକ

ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବ୍ୟବହୃତ ତିନି ରଥର ତିନିଟି ଚକ ରାଷ୍ଟ୍ରପତି ଭବନରେ ଶୋଭା ପାଇବ । ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ସ୍ଥାୟୀ ପ୍ରତୀକ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ‘ନନ୍ଦିଘୋଷ’, ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ ଏବଂ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥର ଚକଗୁଡ଼ିକୁ ରାଷ୍ଟ୍ରପତି ଭବନରେ ସ୍ଥାପନ କରାଯିବା ନେଇ ମହାମହିମ ସମ୍ମତି ପ୍ରକାଶ କରିଛନ୍ତି ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।ପ୍ରତିବର୍ଷ ରଥଯାତ୍ରା ପରେ ବାର୍ଷିକ ରଥଯାତ୍ରାରେ […]

ବଦଳିବ ୟୁପିଆଇ ପେମେଣ୍ଟ ନିୟମ, ଡିଜିଟାଲ ପେମେଣ୍ଟ କଲେ ଦେବାକୁ ପଡ଼ିପାରେ ଚାର୍ଜ!

ଯଦି ଆପଣ UPI ବ୍ୟବହାର କରୁଛନ୍ତି ତେବେ ଏହା ସହିତ ଜଡିତ ନିୟମରେ ସରକାର ଶୀଘ୍ର ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ UPI ପୂର୍ବ ପରି ମାଗଣା ରହିଛି । ଗତ କିଛି ବର୍ଷ ମଧ୍ୟରେ UPIର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏବେ ପ୍ରତି ମାସରେ କୋଟି କୋଟି କାରବାର ହେଉଛି । କେବଳ ଜୁଲାଇ ମାସରେ UPI ମାଧ୍ୟମରେ ୨୩ ବିଲିୟନରୁ ଅଧିକ କାରବାର ପ୍ରକ୍ରିୟାକରଣ କରାଯାଇଥିଲା । […]

ଡେପୁଟେସନ୍ ବାତିଲ୍ ପାଇଁ ଧାରଣାରେ ଛାତ୍ରଛାତ୍ରୀ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଧୀନ ବଡକର୍ଲାକୋଟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଡେପୁଟେସନ୍‌କୁ ନେଇ ବିରୋଧ ଦେଖାଦେଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟିଜିଟି ସାଇନ୍ସ ଅବିରାମ ଭୋଇ ଓ ଟିଜିଟି ଆର୍ଟ କୃଷ୍ଣଚନ୍ଦ୍ର କୁମାରଙ୍କୁ ଅନ୍ୟତ୍ର ଡେପୁଟେସନ୍‌ରେ ପଠାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି (ଏସ୍‌ଏମ୍‌ସି) ଏହାକୁ ବିରୋଧ କରିଛନ୍ତି ।ସୂଚନା ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ଟିଜିଟି ସାଇନ୍ସ ଅବିରାମ ଭୋଇ ଓ ଟିଜିଟି ଆର୍ଟ […]

ମଝି ଆକାଶରେ ୩୦୦ ଫୁଟ୍ ତଳକୁ ଖସିଲା ଏୟାର ଇଣ୍ଡିଆ ବିମାନ, ୧୪ ଜଣ ଆହତ

ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ହଠାତ୍‌ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ଏହାଫଳରେ ବିମାନରେ ଥିବା ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଦଶ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ୟାବିନ କ୍ରୁ ସଦସ୍ୟ ଆହତ ହୋଇଛନ୍ତି ।ଏୟାର ଇଣ୍ଡିଆ ଘଟଣାର ନିଶ୍ଚିତ କରି କହିଛି ଯେ ସମସ୍ତ ଆହତଙ୍କୁ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ଦିଲ୍ଲୀ ବିମାନବନ୍ଦର ପ୍ରଶାସନକୁ ପୂର୍ବରୁ […]

ରାସ୍ତାରେ ଅଟକି ଛାତ୍ରୀମାନଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜିଥିଲା ସ୍ମରଣୀୟ ଦିନ । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଗସ୍ତ କରିଥିଲେ । ନୂଆଦିଲ୍ଲୀରୁ ଆସିଥିବା ‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ଚଢି ରେଶମ ସହରରେ ପହଞ୍ଚିଥିଲେ ମହାମହିମ ।ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି। ଏହାପରେ ରାସ୍ତାରେ ଅଟକି ରାଷ୍ଟ୍ରପତି ଦିଗପହଣ୍ଡି […]

ପୁଲିସ ବାବୁଙ୍କ ପାଇଁ କଡ଼ା ନିର୍ଦ୍ଦେଶ; ଏଣିକି ଥାନାରେ ଇଭି ଚାର୍ଜିଂକୁ ବାରଣ

ଏଣିକି ଥାନାରେ ପୁଲିସ ବାବୁ ଇଭି ଗାଡି ଚାର୍ଜିଂ କରିପାରିବେ ନାହିଁ। ଥାନାରେ ବିଦ୍ୟୁତ ବ୍ୟବହାର ଉପରେ ଲାଗିଲା କଟକଣା। ଓଡ଼ିଶା ପୋଲିସ ପକ୍ଷରୁ ଅଫିସ୍ ପରିସରରେ ବିଦ୍ୟୁତ ବ୍ୟବହାରକୁ ନେଇ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ରାଜ୍ୟର ସମସ୍ତ ପୋଲିସ ଜିଲ୍ଲା, ରେଞ୍ଜ, ପ୍ରତିଷ୍ଠାନ ଏବଂ ବାଟାଲିୟନକୁ ବିଦ୍ୟୁତ୍ ଶକ୍ତିର ଅପବ୍ୟବହାର ରୋକିବା ପାଇଁ ଏହି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି।ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।ଚିଠିରେ କୁହାଯାଇଛି ଯେ, କେତେକ […]

‘ହର୍ ଘର୍ ତ୍ରିରଙ୍ଗା’ ପାଇଁ ସରକାରଙ୍କ ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗାରେ ରଙ୍ଗିନ ହେବ ସାରା ଓଡିଶା। ଘରେ ଘରେ ପାଳନ ହେବ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ଅଗଷ୍ଟ ୯ରୁ ୧୭ ତାରିଖ ଯାଏଁ ଚାଲିବ ଦେଶଭକ୍ତିର ଏହି ଅଭିଯାନ। ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସ୍କୁଲ, ମେଡିକାଲ, ରେଳ ଷ୍ଟେସନ ଯାଏଁ ସବୁଠି ଦେଖିବାକୁ ମିଳିବ ତ୍ରିରଙ୍ଗାର ଝଲକ। ରାଜ୍ୟରେ ଜୋରଦାର ଭାବେ ପାଳନ ହେବ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ଏନେଇ ଓଡିଆ ଭାଷା, ସାହିତ୍ୟ ଓ […]

ବନ୍ୟାରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସ୍ପଷ୍ଟ ନିର୍ଦ୍ଦେଶ

ରାଜ୍ୟରେ ବନ୍ୟା ପରିସ୍ଥିତି ଏବଂ ବନ୍ୟା ପରବର୍ତ୍ତୀ ମରାମତି କାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ ସଚିବଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରିସ୍ୱାସ୍ଥ୍ୟ ସେବାଏବଂବିଶୁଦ୍ଧ ପିଇବା ପାଣିଯୋଗାଣ ଉପରେ ସର୍ବାଧିକ ଗୁରୁତ୍ୱ କୁହାଯାଇଛି। ବନ୍ୟା ପରବର୍ତ୍ତୀ ରୋଗବ୍ୟାଧି ରୋକିବା ପାଇଁ ଗ୍ରାଉଣ୍ଡ ସ୍ତରରେ ଯଥେଷ୍ଟ ସଂଖ୍ୟକ ଡାକ୍ତରୀ ଟିମ୍ ମୁତୟନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଜି ଭୁବନେଶ୍ୱରସ୍ଥିତ ଖାରବେଳ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ […]

ତାମିଲନାଡୁରେ ବଡ଼ ରାଜନୈତିକ ହଲଚଲ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ

ଡବଲ୍ ମିନିଂ ବୟାନ ଦେବା ପଡିଲା ମହଙ୍ଗା ।ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ନେଇ ଏହି ଆକ୍ସନ ନିଆଯାଇଛି । ତାମିଲନାଡୁ ରାଜନୀତିରେ ମଙ୍ଗଳବାର ସକାଳେ ହଠାତ୍‌ ବଡ଼ ରାଜନୈତିକ ହଙ୍ଗାମା ଦେଖିବାକୁ ମିଳିଛି। ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ତାଙ୍କ ବାସଭବନରୁ ଗିରଫ କରିଛି।ବାୟନକୁ ନେଇ ଉଦୟନିଧି କହିଛନ୍ତି, ସେ କାହା […]

ଆଜି ହେଉଛି ଓଡ଼ିଆ ସାମ୍ବାଦିକତା ଦିବସ

ଆଜି ଓଡ଼ିଆ ସାମ୍ବାଦିକତା ଦିବସ । ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି ।ଏହି ଦିନ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’। ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ ସାପ୍ତାହିକ ଖବର କାଗଜ ଭାବେ ଉତ୍କଳ ଦୀପିକା ମୁଦ୍ରିତ ହୋଇଥିଲା। ଆଉ ସେହିଦିନ ପଡ଼ିଥିଲା ଓଡ଼ିଆ ସମ୍ବାଦପତ୍ରର […]

ଭୁବନେଶ୍ୱର ମହିଳା ଥାନାରୁ ଅଭିଯୁକ୍ତ ଫେରାର୍ ଘଟଣା: ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର ମହିଳା ଥାନାରୁ ଅଭିଯୁକ୍ତ ଫେରାର ଘଟଣାରେ ୨ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ସେଣ୍ଟ୍ରି ଓ ଡିସିଓଙ୍କୁ ନିଲମ୍ବିତ କଲେ ଭୁବନେଶ୍ୱର ଡିସିପି। ସୂଚନା ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଏରଡ଼ା ଗାଁର ରୁଦ୍ର ପ୍ରସାଦ ସୂତାର ନାମକ ଜଣେ ଯୁବକଙ୍କୁ ମହିଳା ଥାନା ପୋଲିସ ଗିରଫ କରିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ପ୍ରତାରଣା କରିବା […]