ଭୁବନେଶ୍ୱର ମହିଳା ଥାନାରୁ ଅଭିଯୁକ୍ତ ଫେରାର ଘଟଣାରେ ୨ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ସେଣ୍ଟ୍ରି ଓ ଡିସିଓଙ୍କୁ ନିଲମ୍ବିତ କଲେ ଭୁବନେଶ୍ୱର ଡିସିପି। ସୂଚନା ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଏରଡ଼ା ଗାଁର ରୁଦ୍ର ପ୍ରସାଦ ସୂତାର ନାମକ ଜଣେ ଯୁବକଙ୍କୁ ମହିଳା ଥାନା ପୋଲିସ ଗିରଫ କରିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ପ୍ରତାରଣା କରିବା […]
ରାଜ୍ୟରେ ଜାରି ରହିଛି ବର୍ଷା ପ୍ରଭାବ। ଆଜି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ। ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ।୫ ତାରିଖ (ବୁଧବାର) ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ […]
ଏବେ ସ୍କୁଲରେ ଜାତୀୟ ସଂଗୀତ ‘ଜନ ଗଣ ମନ’ ଆଗରୁ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶା । ଏହି ନିର୍ଦ୍ଦେଶାବଳୀକୁ ରାଜ୍ୟର ସମସ୍ତ ସ୍କୁଲ କର୍ତ୍ତୃପକ୍ଷ ମାନିବା ବାଧ୍ୟତାମୂଳକ । ଏହାକୁ କଡ଼ାକଡି଼ ପାଳନ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରା ଯାଇଛି । ସମସ୍ତ ଜିଲ୍ଲାପାଳ ଓ ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ […]
ଭୁବନେଶ୍ୱରରୁ ଟ୍ରେନ୍ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି । ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଗସ୍ତ ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରାକୁ ନେଇ ପୂର୍ବତଟ ରେଳବାଇ, ରେଳ ସୁରକ୍ଷା ବଳ, GRP, ରାଜ୍ୟ ପୁଲିସ ଏବଂ SPG ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ରୁଟ୍ ରେ ଥିବା ସମସ୍ତ ଷ୍ଟେସନରେ […]
ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଶ୍ଳୀଳ ଓ ଆପତ୍ତିଜନକ ପୋଷ୍ଟ କରି ଯୁବକ ଗିରଫ । ଗିରଫ ଯୁବକ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଇଚ୍ଛାପୁର ଗାଁର ସୁଶାନ୍ତ କୁମାର ଦାସ। ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଆପତ୍ତିଜନକ ପୋଷ୍ଟ କରିଥିଲେ ।ଏନେଇ ବିଜେପି କର୍ମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କଳିଗାଁର କହେଁଇ ଚରଣ ଦାସ ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ତୁରନ୍ତ ଏକ ମାମଲା ରୁଜୁକରି […]
ଚଳିତ ବନ୍ୟା ପରିସ୍ଥିତିରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରାଜ୍ୟ ସରକାର ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ବନ୍ୟା କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ । ଏହା ପ୍ରାରମ୍ଭିକ ପର୍ଯ୍ୟାୟର ସହାୟତା ପ୍ୟାକେଜ୍। ତୁରନ୍ତ ଏହି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ […]
ରାଜ୍ୟରେ ନିକଟରେ ହୋଇଥିବା ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତି କେବଳ ଚାଷୀଙ୍କୁ ନୁହେଁ, ବରଂ ସାଧାରଣ ଖାଉଟିଙ୍କ ଅଣ୍ଟା ମଧ୍ୟ ଭାଙ୍ଗିଦେଇଛି। କଟକ ଓ ଭୁବନେଶ୍ୱରର ପ୍ରମୁଖ ବଜାରଗୁଡ଼ିକରେ ଏବେ ପନିପରିବା ଦର ଆକାଶଛୁଆଁ ହୋଇଛି। ଅନ୍ୟପଟେ ଶ୍ରାବଣ ମାସ ଥିବାରୁ ପରିବା ଗୁଡ଼ିକର ଦାମ ବଢ଼ି ବଢ଼ି ଚାଲିଛି । ଫଳରେ ଗ୍ରାହକ ଏବେ ପରିବା କିଣିବା ଆଗରୁ ଶହେ ଥର ଭାବୁଛନ୍ତି । କଟକର ଛତ୍ରବଜାର ହେଉ କିମ୍ବା ରାଜଧାନୀ ଭୁବନେଶ୍ୱରର ଏକ […]
ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (ଷ୍ଟାଇପେଣ୍ଡ) ଘୋଷଣା କରାଯାଇଛି ।ପିଜି ଛାତ୍ରଛାତ୍ରୀଙ୍କୁ ୨ ବର୍ଷର କୃଷି ଓ ଆନୁଷଙ୍ଗିକ କୋର୍ସ ପାଇଁ ମାସକୁ ₹୧୦,୦୦୦ ମିଳିବ ଏବଂ ପିଏଚ୍.ଡି ଗବେଷକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମାସକୁ ₹୧୫,୦୦୦ ମିଳିବ ।ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଏହି ସହାୟତାର ମୂଳ ଲକ୍ଷ୍ୟ ହେଉଛି […]
ଏଣିକି ବଡି କ୍ୟାମେରା ପିନ୍ଧିବେ ଅବକାରୀ ବିଭାଗ କର୍ମଚାରୀ । ଏନେଇ ସୂଚନା ଦେଲେ ଅବକୀରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଓଡ଼ିଶାରେ ନିଶା କାରବାର ଏବଂ ମାଫିଆଙ୍କୁ ଦମନ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।ଚଢ଼ାଉ ସମୟରେ ସ୍ୱଚ୍ଛତା ଆଣିବା, କାର୍ଯ୍ୟାନୁଷ୍ଠାନକୁ ଅଧିକ ଦାୟିତ୍ୱପୂର୍ଣ୍ଣ କରିବା ଏବଂ ନିଶା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଚଢ଼ାଉର ସମସ୍ତ ଦୃଶ୍ୟ ରେକର୍ଡ […]
ତିନି ଦିନିଆ ଓଡ଼ିଶା ଗସ୍ତରେ ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପାଟି, ବରିଷ୍ଠ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ। ତେବେ 3 ଦିନିଆ ଏହି ଗସ୍ତ କାର୍ଯ୍ୟକ୍ରମରେ ଟ୍ରେନରେ ଯାତ୍ରା କରିବେ ମହାମହିମ । ରାଷ୍ଟ୍ରପତି ହେବା ପରେ ଓଡ଼ିଶାରେ ଏହା ତାଙ୍କର ପ୍ରଥମ ଟ୍ରେନ୍ ଯାତ୍ରା ହେବ । ଏଥିପାଇଁ […]
ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ଛାତ୍ର ଅସନ୍ତୋଷ। ଡେପୁଟି ୱାଡେନଙ୍କ ବିରୋଧରେ ଘଣ୍ଟ ବଜାଇ ପ୍ରତିବାଦ କରିବା ସହ ଆମରଣ ଅନଶନରେ ବସିଛନ୍ତି ହଷ୍ଟେଲ ଅନ୍ତେବାସୀ। ଆଲୋଚନା ସତ୍ତ୍ୱେ ସମାଧାନର ବାଟ ଫିଟିନଥିବାରୁ ଉତ୍ତେଜନା ଜାରି ରହିଛି। ଅଭିଯୋଗ ମୁତାବକ, ଇଷ୍ଟ ହଷ୍ଟେଲର ଡେପୁଟି ୱାର୍ଡେନ ରବି ଉଲ ଆନସାରୀ ଜଣେ ଅନ୍ତେବାସୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିଛନ୍ତି । ଛାତ୍ର ଜଣଙ୍କର ରୁମ୍ରେ ତାଲା ପକାଇବା ସହ ତାଙ୍କୁ ହଷ୍ଟେଲ ବାହାରକୁ ଚାଲିଯିବାକୁ କହିଛନ୍ତି । […]
