ବହୁ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆସିଛି ଏକ ବଡ଼ ଆଇନଗତ ବିକାଶ । ମାମଲାରେ ଅଭିଯୁକ୍ତ ଥିବା ୪ ଜଣଙ୍କୁ ସାମୟିକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଅଭିଯୁକ୍ତମାନେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବାବେଳେ, ସେହି ଆବେଦନର ଶୁଣାଣି କରି ହାଇକୋର୍ଟ ସେମାନଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି । ଦିଲ୍ଲୀପ କୁମାର ସାହୁ ଓ କିଶୋର କୁମାର କରଙ୍କୁ ସୁରକ୍ଷା । ଅନୁପମ ଘୋଷ ଓ ଆଶିଷ କୁମାର ଘୋଷଙ୍କୁ […]
ସହରର ସିଭିଲ୍ ଟାଉନ୍ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି।ରଘୁନାଥପାଲି ପୋଲିସ ଏହି ଅଞ୍ଚଳରୁ ଦେହ ବ୍ୟବସାୟ ରାକେଟ୍କୁ ଠାବ କରିଛି । ପୋଲିସ ଚଢ଼ାଉ କରି ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି ।ଜଣେ ମହିଳା ରାଜ୍ୟ ବାହାରୁ ଯୁବତୀ ମାନଙ୍କୁ ଆଣି ସିଭିଲ ଟାଉନସିପ୍ ଅଞ୍ଚଳରେ ଘର ଭଡ଼ା ନେଇ ଏହି କାରବାର ଚଳାଇଥିଲେ । ଖବର ପାଇ ରବିବାର ରାତି ପ୍ରାୟ ୯ଟା ବେଳେ […]
ଓଡ଼ିଶାର ଦିବ୍ୟାଙ୍ଗ ଏବଂ ସେମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାର ଗାଇଡଲାଇନରେ ବ୍ୟାପକ ସଂଶୋଧନ କରାଯାଇଛି। ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗଙ୍କୁ ମିଳିବ ମାଗଣା ଉପକରଣ ଓ ଶିକ୍ଷାବୃତ୍ତି। ପୂର୍ବରୁ ୨ ଲକ୍ଷ ୪୦ ହଜାର ଆୟ ଥିବା ପରିବାରଙ୍କୁ ମିଳୁଥିଲା ଯୋଜନାର ଫାଇଦା। ଏହି ଆୟବର୍ଗ ଭିତରେ ଥିବା ପରିବାରକୁ ଉପକରଣର ମୋଟ ମୂଲ୍ୟର ମାତ୍ର୨୫ ପ୍ରତିଶତଅର୍ଥ ଦେବାକୁ ପଡ଼ିବ। […]
ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ଗାଡି ଚାଲାଣ ପାସ କରିଦେବାକୁ ନେଉଥିଲେ ଲାଞ୍ଚ । କାର୍ଯ୍ୟାଳୟ ଓ ସୁନ୍ଦରଗଡ଼ ସ୍ଥିତ ବାସ ଭବନରେ ଚଢ଼ାଉ ।ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ (ଟ୍ରକ୍ ମାଲିକ)ଙ୍କର ଦୁଇଟି ହାଇୱା ଟ୍ରକ୍ ରହିଛି। ଗତ ଦୁଇ ମାସ ଧରି ନିଜ ଅଞ୍ଚଳରେ କୌଣସି ବାଧାବିଘ୍ନ ନକରି ଗାଡ଼ି ଚଳାଇଦେବା ପାଇଁ ଅଭିଯୁକ୍ତ […]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଂଚିଛନ୍ତି । ବାୟୁସେନାର ସ୍ବତନ୍ତ୍ର ବିମାନରେ ସେ ଆସି ପହଂଚିଛନ୍ତି , ଏଥିସହ ସେ ଆଜି ସନ୍ଧ୍ୟାରେ କଟକଠାରେ ଅବସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦ୍ଘାଟନ କରିବେ। ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । କଟକ କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ତାରିଖ ସକାଳେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେଶନରୁ ଟ୍ରେନରେ […]
ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି । ଆଜିଠୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି । ରାଜସ୍ବ ଏବଂ କୃଷି ବିଭାଗର ଅଧିକାରୀ ମାନେ ଆକଳନ କରୁଛନ୍ତି । ପ୍ରାଥମିକ ଆକଳନ ୪୨ କୋଟି ୮୦ ଲକ୍ଷ ବୋଲି ଆନୁମାନିକ ଆକଳନ ହୋଇଛି । ଜିଲ୍ଲାପାଳ ମାନଙ୍କୁ ୩୬ କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି […]
କମିଛି ବନ୍ୟା ହେଲେ ବଢ଼ି ଯାଇଛି ଦୁର୍ଦ୍ଦଶା । ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ସେ ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବସନ୍ତ ପ୍ରଧାନ କହିଛନ୍ତି । ତେବେ ବନ୍ୟା ପରେ ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଛି । ସରକାରୀ ସୂଚନା ଅନୁଯାୟୀ, ବନ୍ୟା ସମୟରେ ଏପର୍ଯ୍ୟନ୍ତ ୯୬ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି […]
ଧୀରେ ଧୀରେ କମୁଛି ମହାନଦୀର ପ୍ରବାହ। ସକାଳ ୬ଟା ସୁଦ୍ଧା କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀର ପ୍ରବାହ ୬ଲକ୍ଷ ୨ହଜାର ୭୫୫ କ୍ୟୁସେକ୍ ରହିଛି। ପୂର୍ବ ତୁଳନାରେ ଜଳପ୍ରବାହ କମୁଥିବା ଦେଖାଯାଇଥିଲେ ମଧ୍ୟ ନଦୀ ଜଳସ୍ତର ଏବେବି ବଢୁଛି। ଏପଟେ ହୀରାକୁଦର ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ମହାନଦୀରେ ବର୍ତ୍ତମାନ ଆଉ ବନ୍ୟା ପରିସ୍ଥିତି ନଥିବା କହିଛି ଜଳସମ୍ପଦ ବିଭାଗ। ପୂର୍ବରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ତଳିଆ ଅଞ୍ଚଳ ବନ୍ୟାରେ ପ୍ରଭାବିତ […]
ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ସମ୍ଭାବନା ହ୍ରାସ ପାଉଛି। ଉଭୟ ରାଷ୍ଟ୍ର ପୁଣି ଏକ ଚୁକ୍ତିନାମା ଆଡକୁ ଅଗ୍ରସର ହେଉଛନ୍ତି| ଟ୍ରମ୍ପଙ୍କ କହିବା ଅନୁସାରେ, ଇରାନ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟ କେତେକ ଦେଶ ଆକ୍ରମଣ ନ କରିବା ପାଇଁ ଆମେରିକାକୁ ଅନୁରୋଧ କରିଛନ୍ତି। ଯୁଦ୍ଧ ଶେଷ ପାଇଁ ଏକ ଚୁକ୍ତିର ମୌଳିକ ସର୍ତ୍ତ ଉପରେ ସହମତି ହୋଇଥିବାରୁ ଏହି ଅନୁରୋଧ କରାଯାଇଛି। ପ୍ରସ୍ତାବିତ ଚୁକ୍ତିରେ ହର୍ମୁଜ ପ୍ରଣାଳୀକୁ ତୁରନ୍ତ, ସମ୍ପୂର୍ଣ୍ଣ ଓ ସବୁଦିନ ପାଇଁ ଖୋଲିବା […]
କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ।ମହିଳାଙ୍କୁ ଟାଣିନେଲା କୁମ୍ଭୀର । ନିଖୋଜ ମହିଳା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଦାମୋଦର ପାଟଣାର ଶୁଚିସ୍ମିତା ଦାସ । ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ ।କୂଳରେ ତାଙ୍କ ବ୍ୟବହୃତ ଜିନିଷପତ୍ର ପଡ଼ିଥିବା ଦେଖି କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସ୍ପଷ୍ଟ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ସୁଚିତ୍ରାଙ୍କୁ ଉଦ୍ଧାର କରିବା ପାଇଁ ବୋଟ୍ ଓ ବିଶେଷ ସରଞ୍ଜାମ ସାହାଯ୍ୟରେ ନଦୀ […]
ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଭୁ ଶିବଙ୍କୁ ପ୍ରାର୍ଥନା ଜଣାଇ ଏକ ଭକ୍ତିପୂର୍ଣ୍ଣ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା ଶିଳ୍ପ ମାଧ୍ୟମରେ “ହର ହର ମହାଦେବ”ର ବାର୍ତ୍ତା ଦିଆଯାଇଛି। ଏହି ୮ ଫୁଟ ଉଚ୍ଚର ବାଲୁକା ଶିଳ୍ପରେ ପ୍ରଭୁ ଶିବ (ମହାଦେବ)ଙ୍କୁ ଶାନ୍ତ ଓ ଧ୍ୟାନମଗ୍ନ ରୂପରେ ଦର୍ଶାଯାଇଛି ଯାହା ଶାନ୍ତି, ଦିବ୍ୟ ଶକ୍ତି ଓ ଆଧ୍ୟାତ୍ମିକ […]
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବାବା ଧବଳେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। କାଉଡିଆମାନେ ନିଜର ମାନସିକ ଜଳ ଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରିଛନ୍ତି । ରାତି ୪ଟାରେ ପହଡ ଖୋଲା ଯାଇ ସମସ୍ତ ନୀତିକାନ୍ତି କରାଯିବା ପରେ ଶ୍ରାବଣୀ ଲିଙ୍ଗରେ କାଉଡିଆ ମାନେ ଜଳ ଲାଗି […]
