author

ରାଜ୍ୟ ଉପରେ ମୌସୁମୀ ପ୍ରବାହ ଦୁର୍ବଳ! ୫ ଦିନ ପ୍ରବଳ ବର୍ଷିବ

ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ ବର୍ଷା ପରିମାଣ ବଢିବା ସହ ୮ ତାରିଖ ଯାଏ ଲାଗି ରହିବ। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାରେ […]

ଆଜିର ରାଶିଫଳ(୩ ଅଗଷ୍ଟ, ୨୦୨୬)

ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର […]

ସାରସ୍ୱତ ମହକ: ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ସଫଳ ପ୍ରୟାସ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲାର ପ୍ରତିଷ୍ଠିତ ତଥା ଦୃଷ୍ଟି ଆଢୁଆଳରେ ରହିଯାଇଥିବା ସାରସ୍ୱତ ସାଧକମାନଙ୍କୁ ସର୍ବସମ୍ମୁଖକୁ ଆଣିବାର ଏକ ସଫଳ ପ୍ରୟାସ ସ୍ୱରୂପ ନୂତନ ପୁସ୍ତକ ‘ସାରସ୍ୱତ ମହକ’ ସ୍ଥାନୀୟ କେ.ସି. କ୍ଳବ୍ ସଭାଗୃହରେ ଲୋକାର୍ପିତ ହୋଇଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ନୟାଗଡ଼ ବିଧାୟକ ତଥା ବିଶିଷ୍ଟ ସାହିତ୍ୟିକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ଏଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା […]

ନୟାଗଡ଼ ଜିଲ୍ଲାର ସ୍ମରଣୀୟ ପୁସ୍ତକ ସାରସ୍ବତ ମହକ ଲୋକାର୍ପିତ

ନୟାଗଡ଼ ସହରର କେ. ସି କ୍ଲବ୍ ଠାରେ ଜିଲ୍ଲାର ସାରସ୍ବତ ପ୍ରତିଭା ମାନଙ୍କୁ ନେଇ “ନୟାଗଡ଼ ଜିଲ୍ଲାର ସାରସ୍ବତ ମହକ” ପୁସ୍ତକ ଲୋକାର୍ପଣ ହୋଇଯାଇଅଛି । ଉକ୍ତ ଉତ୍ସବରେ ଶ୍ରୀ ଯୁକ୍ତ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ର ମାନ୍ଯବର ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ ଉପସ୍ଥିତ ରହି ଉକ୍ତ ପୁସ୍ତକଟି ପରବର୍ତ୍ତୀ ପିଢି ପାଇଁ ମାର୍ଗଦର୍ଶିକା ପୁସ୍ତକ ଭାବରେ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ […]

ଆଜିର ରାଶିଫଳ(୨ ଅଗଷ୍ଟ, ୨୦୨୬)

ମେଷ ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ […]

ବନ୍ୟାରେ ମୋଟ ୪ ଲକ୍ଷ ୮୮ ହଜାର ୮୬୮ଟି ପଶୁ ପ୍ରଭାବିତ: ପଶୁ ସମ୍ପଦ ମନ୍ତ୍ରୀ

ଗୃହପାଳିତ ପଶୁଙ୍କୁ ନେଇ ବଡ଼ ବୟାନ ଦେଲେ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ୯ଟି ଜିଲ୍ଲାରେ ବନ୍ୟା ହୋଇଛି । ଲକ୍ଷାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଜୁଲାଇ ୩୧ ସୁଦ୍ଧା ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ତଥ୍ୟ ଅନୁସାରେ ରାଜ୍ୟର ୯ଟି ଜିଲ୍ଲା, ୪୫ଟି ବ୍ଲକ୍, ୩୯୮ଟି ଗ୍ରାମ ପଞ୍ଚାୟତ ଏବଂ ୧,୩୪୧ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି ।ବନ୍ୟାରେ ମୋଟ ୪ ଲକ୍ଷ ୮୮ ହଜାର ୮୬୮ଟି […]

ରାଜ୍ୟ କ୍ୟାବିନେଟ ବୈଠକ, ୬ଟି ବିଭାଗର ୧୧ ଟି ପ୍ରସ୍ତାବ ଅନୁମୋଦନ

ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୬ଟି ବିଭାଗ ସମ୍ବନ୍ଧୀୟ ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସେଗୁଡ଼ିକୁ ଅନୁମୋଦନ ଦିଆଯାଇଛି। ରାଜ୍ୟର ବିକାଶ, ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇବା ଲକ୍ଷ୍ୟରେ ଏହି ପ୍ରସ୍ତାବଗୁଡ଼ିକୁ କ୍ୟାବିନେଟର ସବୁଜ ସଙ୍କେତ ମିଳିଛି। ଅର୍ଥ ବିଭାଗର ୧ଟି, ଆଇନ ବିଭାଗର ୧ଟି, […]

ଭୂକମ୍ପ ଝଟକାରେ ପୁଣି ଥରିଲା ଜାପାନ

ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ସ୍ଥାନୀୟ ସମୟ ଅନୁସାରେ ସକାଳ ୧୧ଟା ୪୮ରେ ଆଓମୋରିର ପ୍ରଶାନ୍ତ ମହାସାଗରୀୟ ଉପକୂଳରୁ ପ୍ରାୟ ୮୦ କିଲୋମିଟର ଗଭୀରତାରେ ଭୂମିକମ୍ପ ହୋଇଥିଲା।ଭୂମିକମ୍ପ ପରେ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ । ଯାହା ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ଆଶ୍ୱସ୍ତିର ନିଶ୍ୱାସ ନେଇଛନ୍ତି।ଭୂମିକମ୍ପର କେନ୍ଦ୍ରସ୍ଥଳ […]

ଅବସରପ୍ରାପ୍ତ ଦୃଷ୍ଟିବାଧକ ପ୍ରଫେସର ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ

ରାୟଗଡା ତା ୦୧/୦୮ (ନୀପ୍ର) ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ବା ଇନପାୱରମେଣ୍ଟ୍ ଅଫ୍ ଇନକ୍ଲୁସିଭ୍ ଏଜୁକେସନ ପାଇଁ ଚଳିତ ବର୍ଷ ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କାର ପାଇବେ ରାୟଗଡା ଗୈତମ୍ ନଗର ଅଞ୍ଚଳର ଦୃଷ୍ଟିବାଧିତ ପ୍ରଫେସର କାମାକ୍ଷା ପ୍ରସାଦ ଦାଶ। ଏନେଇ ଆଜି ରାଇସିନାହିଲ୍ସ୍ ରୁ ନିମନ୍ତ୍ରଣ ଆସିଛି। ଆସନ୍ତା ସ୍ବାଧୀନତା ଦିବସରେ ସେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ବର୍ଧିତ ହେବେ। ୭ବର୍ଷ ବୟସରେ ନିଜର ଦୁଇ ଆଖି ହରାଇଥିବା ପ୍ରଫେସର ଦାଶ ପାରଳାଖେମୁଣ୍ଡି ରେ […]

୩ ଦିନ ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟରେ ହୋଇଥିବା ବନ୍ୟାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିଛି । ଏହି ସରକାରୀ ରିପୋର୍ଟ ଅନୁଯାୟୀ, ବନ୍ୟା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୮ ଲକ୍ଷରୁ ଅଧିକ ଲୋକ ଏହି ବନ୍ୟାରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୬୩ଟି ବ୍ଲକର ୪୯୨ଟି ଗ୍ରାମ ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଅନେକ ଗାଁ ଦୀର୍ଘ ସମୟ ଧରି ଜଳବନ୍ଦୀ ରହିବା ଫଳରେ ସାଧାରଣ ଜନଜୀବନ […]

ଅଗଷ୍ଟ ୩ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଅଗଷ୍ଟ ୩ ତାରିଖ ସୋମବାର ଦିନ ସାଧାରଣ ଅଭିଯୋଗ ଶୁଣାଣି ଅଧିବେଶନ ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ସାଧାରଣ ଅଭିଯୋଗ ଶୁଣାଣି ବନ୍ଦ ରହିବ ।ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ସମ୍ବାଦପତ୍ର ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯିବ। ଏହି ଶୁଣାଣି ସାଧାରଣତଃ ଭୁବନେଶ୍ୱରସ୍ଥିତ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ’ (ୟୁନିଟ-୨) ଠାରେ ଅନୁଷ୍ଠିତ ହୋଇଥାଏ।ଆପଣଙ୍କର ଯଦି କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା ପ୍ରଶ୍ନ ଅଛି, ତେବେ […]

ମହାନଦୀରେ ନାହିଁ ବନ୍ୟା ଆଶଙ୍କା : ସର୍ବୋଚ୍ଚ ଯନ୍ତ୍ରୀ

ବନ୍ୟା ସ୍ଥିତି ଭିତରେ ଆଶ୍ବସ୍ତିକର ଖବର । ମହାନଦୀରେ ଆଉ ବନ୍ୟାର ଆଶଙ୍କା ନାହିଁ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି । ଦୁଇ ଦିନ ତଳେ ପିକ୍ ଫ୍ଲଡ୍ ଥିଲା ହେଲେ ଆଜି ହୀରାକୁଦ ବନ୍ଧ ଏକ ବଡ଼ ବନ୍ୟାକୁ ରୋକିଲା ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି, ଉପମୁଣ୍ଡରୁ ପାଣି କମିଛି । ହୀରାକୁଦରୁ ଖୋଲାଥିବା ୨୨ଟି ଗେଟ ୨ […]