ଆଜିକାଲିର ଜେନ୍-ଜି ପିଢ଼ି ଓ ସେମାନଙ୍କ ଚିନ୍ତାଧାରାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ଯୁବପିଢ଼ିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର–୨୦୨୬ରେ ସମ୍ମାନିତ ହେବା ପରେ NSA ଅଜିତ ଡୋଭାଲ ଯୁବପିଢ଼ିଙ୍କୁ ଲୋକମାନ୍ୟ ତିଳକଙ୍କ ଜୀବନ ଓ ଆଦର୍ଶରୁ ପ୍ରେରଣା ନେବାକୁ ଆହ୍ୱାନ କରିଛନ୍ତି । ଏହି ସମାରୋହରେ ଅଜିତ ଡୋଭାଲଙ୍କୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ […]
କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପେପର ଲିକ୍ ବିରୋଧୀ ଆଇନର ସଂଶୋଧନ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି । ଏହା ସହିତ ପେପର ଲିକ୍ ଆଇନରେ ଦଣ୍ଡ ଆହୁରି କଠୋର ହୋଇଯାଇଛି । ନୂତନ ବ୍ୟବସ୍ଥା ଅନୁଯାୟୀ,ପେପର ଲିକ୍ ମାମଲାର ଶୁଣାଣି ପାଇଁ ପ୍ରତ୍ୟେକ ରାଜ୍ୟରେ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ, ଯେଉଁଠାରେ […]
ଅଗଷ୍ଟ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଅଗଷ୍ଟ ମାସରେ ପାଖାପାଖି 14 ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ରବିବାର ଓ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ସାମିଲ ଅଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ବିସ୍ତୃତ ମାସିକ ଛୁଟି ତାଲିକା ପ୍ରକାଶ କରିଛି ।ତେବେ ସାପ୍ତାହିକ ଛୁଟିଦିନର ତାଲିକା ( ସାରା ଦେଶରେ ପ୍ରଯୁଜ୍ୟ): ଅଗଷ୍ଟ […]
ଆକାଶ ମାର୍ଗରୁ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବନ୍ୟା ଦ୍ବାରା ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ନେଇ ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ।ସେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ୧୨ଟି ବ୍ଲକର ବନ୍ୟା ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର (SRC) ମଧ୍ୟ ଉପସ୍ଥିତ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ବରପଲ୍ଲୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅନିଲ କୁମାର ଦାଶ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବରପଲ୍ଲୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଶ୍ରୀ ଦାଶଙ୍କୁ […]
ଓଡିଶାରେ ଘୁଞ୍ଚିଲା ଏସଆଇଆର ତାଲିକା ପ୍ରକାଶନ । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ତାରିଖକୁ ସେପ୍ଟେମ୍ବର ୨୧ କୁ ଘୁଞ୍ଚାଇ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ (Election Commission Of India-ECI) । ତେବେ ଏହି ସଂଶୋଧନ କାର୍ଯ୍ୟ ପାଇଁ ଜୁଲାଇ ୧ ଯୋଗ୍ୟତା ତାରିଖ ଭାବେ ବଳବତ୍ତର ରହିବ ।SIR ସଂଶୋଧନ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଦାଖଲ ଅବଧିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅର୍ଥାତ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଯାଏ ବୃଦ୍ଧି କରାଯାଇଛି । […]
ରାଜ୍ୟରେ ସରକାରୀ ଚାଉଳ ବଣ୍ଟନକୁ ନେଇ କୌଣସି ସମସ୍ୟା ନଥିବା ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଚାଉଳ ବଣ୍ଟନକୁ ନେଇ ବିଭିନ୍ନ ସ୍ଥାନରୁ ଆସୁଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ମାସରେ ଚାଉଳ ବଣ୍ଟନ କରାଯାଇସାରିଛି ଏବଂ ଏଥିରେ କୌଣସି ଅସୁବିଧା ନାହିଁ।।ବନ୍ୟା ପାଇଁ ମଧ୍ୟ ସବୁ ଜିଲ୍ଲାରେ ଚାଉଳ ମହଜୁଦ ଅଛି । ଅନ୍ନପୂର୍ଣ୍ଣ ଯୋଜନା ଲାଗୁ ହେବା ପରେ ଘରେ ଘରେ ଚାଉଳ […]
ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ ହିନ୍ଦୁ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି – ଯେଉଁମାନେ କେଲମ ଅଞ୍ଚଳରେ ଏକ ଇଟା ଭାଟିରେ କାମ କରୁଥିଲେ – ସେମାନଙ୍କ ପରିଚୟ ଯାଞ୍ଚ କରିବା ପରେ ଏହା ଜଣାପଡିଛି। ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ସୁରକ୍ଷା ବାହିନୀ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ […]
ରାଜ୍ୟରେ ଲଗାଣ ବର୍ଷା ପରେ ମହାନଦୀ ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପାଇବା ସହ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ୁଛି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୨ଟି ଗେଟ ଖୋଲା ରଖାଯାଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି।ତେବେ ଉପର ମୁଣ୍ଡରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଉଥିବାରୁ ଡ୍ୟାମ କର୍ତୃପକ୍ଷ ସଜାଗ ଅଛନ୍ତି । ସେପଟେ, କଟକ ନିକଟସ୍ଥ ମୁଣ୍ଡଳୀରେ ମହାନଦୀର ଜଳପ୍ରବାହ ବଢ଼ି ୭,୧୮,୦୦୦ କ୍ୟୁସେକ ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ନଦୀକୂଳିଆ […]
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ କୁହାଯାଉଥିବା ଆମେରିକୀୟ ଏଫ୍-୩୫ କାଲିଫର୍ନିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସାନ ଡିଏଗୋର ମାରିନ୍ କର୍ପସ୍ ଏୟାର ଷ୍ଟେସନ ମିରାମରରେ ଆମେରିକା ମାରିନ୍ କର୍ପସ୍ର ଏଫ୍-୩୫-ବି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟିକୁ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ଏହାକୁ ଏକ କ୍ଲାସ -ଏ ଦୁର୍ଘଟଣା ବୋଲି କହିଛନ୍ତି ଆମେରିକୀୟ ଅଧିକାରୀ ।ବିମାନଟି ମାରିନ୍ ଏୟାରକ୍ରାଫ୍ଟ ଗ୍ରୁପ୍ ୧୧ ର ତୃତୀୟ ଏୟାରକ୍ରାଫ୍ଟ ୱିଙ୍ଗରେ ସାମିଲ ଥିଲା । ତେବେ ପୂର୍ବାହ୍ନ […]
ଦିଲ୍ଲୀର ଜନ୍ତର ମନ୍ତରଠାରେ ଗତ ଜୁଲାଇ ୨୩ରେ ହୋଇଥିବା ଏକ ପ୍ରତିବାଦ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଥିବା ଅଭିଯୁକ୍ତ ରୁଚିକା ସିଂହଙ୍କ ଏକ କ୍ଷମା ପ୍ରାର୍ଥନା ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରାଲ୍ ଭିଡିଓରେ ସେ ନିଜକୁ ୧୫ ବର୍ଷର ନାବାଳିକା ବୋଲି ଦାବି କରିବା ସହ ହାତ ଯୋଡ଼ି କ୍ଷମା ମାଗୁଥିବା ଦେଖାଯାଇଛି।ଭିଡିଓରେ ରୁଚିକା କହିଛନ୍ତି ଯେ, ସେ କନଟ୍ ପ୍ଲେସ୍ ବୁଲିବାକୁ ଯାଇଥିବା ବେଳେ ସାଙ୍ଗମାନଙ୍କ […]
ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ଥିବା ଜାତୀୟ ଉଦ୍ୟାନକୁ ଆଜିଠାରୁ ଖୋଲାଯାଇଛି ।ଆଗନ୍ତୁକ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ ଗୁପ୍ତି, ଖୋଳା ଘାଟ ସହିତ ଜାତୀୟ ଉଦ୍ୟାନ ମୁଖ୍ୟଦ୍ୱାର ନିକଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମେ’ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଉଦ୍ୟାନ […]
