ଦିଲ୍ଲୀର ଜନ୍ତର ମନ୍ତରଠାରେ ଗତ ଜୁଲାଇ ୨୩ରେ ହୋଇଥିବା ଏକ ପ୍ରତିବାଦ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଥିବା ଅଭିଯୁକ୍ତ ରୁଚିକା ସିଂହଙ୍କ ଏକ କ୍ଷମା ପ୍ରାର୍ଥନା ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରାଲ୍ ଭିଡିଓରେ ସେ ନିଜକୁ ୧୫ ବର୍ଷର ନାବାଳିକା ବୋଲି ଦାବି କରିବା ସହ ହାତ ଯୋଡ଼ି କ୍ଷମା ମାଗୁଥିବା ଦେଖାଯାଇଛି।ଭିଡିଓରେ ରୁଚିକା କହିଛନ୍ତି ଯେ, ସେ କନଟ୍ ପ୍ଲେସ୍ ବୁଲିବାକୁ ଯାଇଥିବା ବେଳେ ସାଙ୍ଗମାନଙ୍କ […]
ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ଥିବା ଜାତୀୟ ଉଦ୍ୟାନକୁ ଆଜିଠାରୁ ଖୋଲାଯାଇଛି ।ଆଗନ୍ତୁକ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ ଗୁପ୍ତି, ଖୋଳା ଘାଟ ସହିତ ଜାତୀୟ ଉଦ୍ୟାନ ମୁଖ୍ୟଦ୍ୱାର ନିକଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମେ’ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଉଦ୍ୟାନ […]
କେନ୍ଦ୍ର ସରକାର ହୋଟେଲ, ରେଷ୍ଟୁରାଷ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କାରୁ ଅଧିକ ହ୍ରାସ କରିଛନ୍ତି। ଇରାନ ଯୁଦ୍ଧ ଏବଂ ପଶ୍ଚିମ ଏସିଆ ସଙ୍କଟ କାରଣରୁ କ୍ରମାଗତ ଭାବେ ବୃଦ୍ଧି ପାଇଥିବା ଗ୍ୟାସ ଦର ପରେ ଏହା ଦ୍ୱିତୀୟ ବଡ଼ ଆଶ୍ୱସ୍ତିଜନକ ନିଷ୍ପତ୍ତି ଅଟେ। ଦର ଆଜି ଅର୍ଥାତ ଅଗଷ୍ଟ ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି । […]
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଜାରି କରିଥିବା ମୌସୁମୀର ଆଗାମୀ ଦୁଇ ମାସିଆ ପୂର୍ବାନୁମାନ କହୁଛି, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ବର୍ଷା କମ୍ ରହିପାରେ।ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ସ୍ବାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହୋଇପାରେ। ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ସ୍ବାଭାବିକଠାରୁ ବହୁତ କମ୍ ରହିବ। ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଅନୁଗୁଳ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ସ୍ବାଭାବିକ ବର୍ଷା ହେବ। […]
ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]
ପ୍ରାୟ ଦୁଇ ଦଶନ୍ଧିର ଲମ୍ବା ବ୍ୟବଧାନ ପରେ ପୁଣି ଥରେ କୋଲକାତା ମାଟିରେ ପାଦ ଥାପିଛନ୍ତି ନିର୍ବାସିତ ବାଂଲାଦେଶୀ ଲେଖିକା ତସଲିମା ନସରିନ୍। ଶୁକ୍ରବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ସମର୍ଥକମାନେ ଭବ୍ୟ ସ୍ୱାଗତ କରିଥିଲେ। ୧୯ ବର୍ଷ ପରେ ନିଜ ପ୍ରିୟ ସହରକୁ ଫେରି ଫେରି ତସଲିମା କହିଛନ୍ତି, “କୋଲକାତା ମୋ ପାଇଁ କେବଳ ଗୋଟିଏ ସହର ନୁହେଁ, ଏହା ମୋର ଘର।” ସହରର ପରିବେଶରେ ପୁଣିଥରେ […]
ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ରାଜ୍ୟ ସରକାର ତୁରନ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେଡି ।ବିଜେପିର ୨୪ ମାସର ଶାସନରେ ରାଜ୍ୟରେ ୨୩ଟି ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଲାଣି, ଯାହା ସରକାରଙ୍କ ବିଫଳତାକୁ ସୂଚାଉଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଡ଼ ଅରୁଣ କୁମାର ସାହୁ ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ପ୍ରତାପ ଜେନା ରାଜ୍ୟ […]
ରାଜ୍ୟର ବିଭିନ୍ନ ସ୍ଥାନରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା-୨୦୨୭ ପାଇଁ ଆବେଦନ ଫର୍ମ ପୂରଣର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଏହି ତାରିଖକୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ତାରିଖ ବୃଦ୍ଧି ଫଳରେ […]
ଉପର ମୁଣ୍ଡରେ ପ୍ରବଳ ବର୍ଷା । ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ । ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ହୀରାକୁଦର ଆଉ ୮ଟି ଗେଟ ଖୋଲିଲା । ବର୍ତ୍ତମାନ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଉଛି । ଜଳ ସମ୍ପଦ ବିଭାଗର ସୂଚନା […]
ଓଡ଼ିଶା ଭିଜିଲାନ୍ସ କଟକ ଜିଲ୍ଲାର ନିଆଳି ତହସିଲ ଅନ୍ତର୍ଗତ ମାଧବା ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) କିଶୋର କୁମାର ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ସୁକାନ୍ତ ପ୍ରଧାନଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ସେମାନେ ୩୦ ହଜାର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ଜଣେ ହିତାଧିକାରୀଙ୍କଠାରୁ ମ୍ୟୁଟେସନ ପାଇଁ ଆରଆଇ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ସହଯୋଗୀ ଦଲାଲ ସୁକାନ୍ତଙ୍କ ସହାୟତାରେ ଏହି କାମ କରୁଥିଲେ । ଏନେଇ ଭିଜିଲାନ୍ସ ପାଖରେ ଖବର […]
ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ଖବର। ଆଉ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍-କିଷାନ ଯୋଜନା। ଏନେଇ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି।କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା ଚଳାଇଛନ୍ତି, ଯାହା ଲକ୍ଷ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ପହଞ୍ଚାଉଛି। ଆଜି ମଧ୍ୟ ଦେଶର ଅନେକ ଚାଷୀ ଆର୍ଥିକ ଭାବରେ ଅସୁରକ୍ଷିତ ଅଛନ୍ତି। ତେଣୁ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ […]
ପୁଣି ଓଡିଶା ଗସ୍ତରେ ରାଷ୍ଟ୍ରପତି। ଆସନ୍ତା ଅଗଷ୍ଟ ୪ ତାରିଖ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ବେଳେ ସେ ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତର ତପ୍ତପାଣି ଉଷ୍ମ ପ୍ରସବଣରେ ଥିବା ମାଆ କନ୍ଧୁଣୀ ଦେବୀଙ୍କ ପୀଠ ପରିଦର୍ଶନ କରିବା ସହିତ ସେଠାରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। । ଆଜି ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସମୀକ୍ଷା କରିଛନ୍ତି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ […]
