ବିପଦରେ ଭାରତର ୯୬ ବିମାନ । ଅବତରଣ ବେଳେ ବନ୍ଦ ହୋଇପାରେ ଅଟୋପାଇଲଟ୍ ସିଷ୍ଟମ । Boeing 737 MAX ବିମାନର ଅଟୋପାଇଲଟ୍ ସିଷ୍ଟମରେ ସଫ୍ଟୱେର୍ ସମସ୍ୟା ଚିହ୍ନଟ ।ଭାରତରେ Air India Express ପାଖରେ ପ୍ରାୟ ୫୩ଟି ଏବଂ Akasa Air ପାଖରେ ୪୩ଟି Boeing 737 MAX ବିମାନ ରହିଛି । ଅର୍ଥାତ୍ ଦୁଇଟି ଏୟାରଲାଇନ୍ସର ପ୍ରାୟ ୯୬ଟି ବିମାନ ଏହି ସମସ୍ୟାର ସମ୍ଭାବ୍ୟ ପ୍ରଭାବ ମଧ୍ୟରେ ରହିଛି ।ରିପୋର୍ଟ ଅନୁସାରେ, ଏହି ସମସ୍ୟା […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ବିଶ୍ୱ ଜଳାନ୍ତକ ଦିବସ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ପିଏମଶ୍ରୀ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ବିଦ୍ୟୁତ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା,ପ୍ରାଣୀ ଚିକିତ୍ସକ ଡା. ରାଜେଶ୍ୱରୀ ବିଶୋଇ,ଶିକ୍ଷକ ଲକ୍ଷ୍ମୀଧର ସାହୁ, ସ୍ଵାଗତିକା ଦଳେଇ, ସୌଦାମିନୀ ପ୍ରଧାନ […]
ୟୁପିଆଇ କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ଏମଡିଆର ଶୁଳ୍କ ଲାଗୁ ନହେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ତେବେ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କେନ୍ଦ୍ର, RBI ଓ NPCIକୁ ଏହି ମାମଲାରେ ୪ ସପ୍ତାହ ମଧ୍ୟରେ […]
ଚଳିତ ବର୍ଷ କଟକ ବାଲିଯାତ୍ରା ଉଭୟ ତଳ ଓ ଉପର ପଡିଆ ରେ ଅନୁଷ୍ଠିତ ହେବ। ତେବେ ବାଲିଯାତ୍ରା ପଡ଼ିଆର ପ୍ରାୟ ୧ ଲକ୍ଷ ୯୩ ହଜାର ୩ଶହ ବର୍ଗଫୁଟ୍ ସ୍ଥାନରେ ଚଳିତ ଥର ପ୍ଲଟ୍ ଆବଣ୍ଟନ କରାଯିବା ନେଇ ନିଷ୍ପତି କରିଛି କଟକ ଜିଲ୍ଲା ପ୍ରଶାସନ ।ଯେଉଁଥିରେ ୫୯୧ ଷ୍ଟଲ୍ ରହିଛି । ଏଥିରେ ଖାଦ୍ୟ, ମନୋରଞ୍ଜନ, ସରକାରୀ ଓ କର୍ପୋରେଟ୍ ଜୋନ୍ ରହିବ । ଚଳିତବର୍ଷ ଦର୍ଶକଙ୍କ ଭିଡ଼, ବ୍ୟବସାୟିକ ଆବଶ୍ୟକତା, ମନୋରଞ୍ଜନ ଓ […]
ଲୋୟର ପିଏମଜିରେ ବିଜେଡିର ଗର୍ଜନ । MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ। ଯୋଗଦେଲେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।MMDR ବିଲ୍ ନେଇ ବିଜେପି ବିରୋଧରେ ବର୍ଷିଲେ ନବୀନ । ନବୀନ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଆଜି ଏକାଠି ହୋଇଛେ । ସାଢେ ଚାରି କୋଟି ଓଡ଼ିଆଙ୍କ ହକ୍ ପାଇଁ ଆମେ ଆଜି ଏକାଠି ହୋଇଛେ । ଆମର GenZଙ୍କ ଭବିଷ୍ୟତ ପାଇଁ ଆମେ […]
MMDRକୁ ନେଇ ଗର୍ଜିଲା ବିଜେଡି । ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିଧାନସଭା ସମ୍ମୁଖରେ ଆଦିବାସୀଙ୍କ ମେଳି । MMDRକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ନୃତ୍ୟକରି ବିକ୍ଷୋଭ ପ୍ରଦର୍ଶନ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି ନେତ୍ରୀ ସୁଜାତା ରାଉତ ଏଥିରେ ଯୋଗଦେଇଛନ୍ତି ।ଏମଏମଡିଆର ଆକ୍ଟକୁ ନେଇ ଗତ କିଛି ଦିନ […]
ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ହେଉଛନ୍ତି ସରକାର । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ । ଅପମିଶ୍ରିତ ପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଛି ।ଚଢ଼ାଉ ସମୟରେ କେବଳ କଟକରୁ ୭୧ କ୍ୱିଣ୍ଟାଲ ପନିର ଜବତ କରାଯାଇ ନଷ୍ଟ କରାଯାଇଛି । ସେହିପରି ନିଆଳିରେ ମଧ୍ୟ ଚଢ଼ାଉ କରାଯାଇ ଅପମିଶ୍ରଣକାରୀଙ୍କ ବିରୋଧରେ BNSର ଧାରା ୨୭୫, ୩୧୮ ଓ ୪୩୫ ଅନୁସାରେ […]
ପୁରୀ ଜିଲ୍ଲା ନିମାପଡାରେ ଥିବା ଏକ ଘରୋଇ ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ମହିଳା ଜଣଙ୍କ ଅନୁଗୁଳ ଅଞ୍ଚଳର ହୋଇଥିବା ବେଳେ ଦୁଇ ମାସ ପୂର୍ବରୁ ସେ ଭୁବନେଶ୍ୱରରେ ଏକ ଗେଷ୍ଟ ହାଉସ କାର୍ଯ୍ୟ କରୁଥିଲେ। ପରେ ସେ ନିମାମଡାର ଏକ ଗେଷ୍ଟ ହାଉସରେ ଗତ ଏକ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେଠାରେ ୪ ଜଣ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ […]
ଆଜି ବି ଗୃହ ଅଚଳ । ସୋମବାର ୧୧ଟା ୩୦ ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଲାଗି ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ଆଜି ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର, ସଂସଦୀୟ ବ୍ୟାପାର, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦିଆଯିବାର ଅଛି। କିନ୍ତୁ ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ […]
କେଦାରନାଥ ଧାମ ଯାତ୍ରା ପଥରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ପ୍ରାୟ ୪,୦୦୦ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀ ଫସି ରହିଛନ୍ତି ।ପାହାଡ଼ ପାର୍ଶ୍ୱରୁ କ୍ରମାଗତ ଭାବେ ବଡ଼ ବଡ଼ ପଥର ଏବଂ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ମାର୍ଗରୁ ଭଗ୍ନାବଶେଷ ହଟାଇ ରାସ୍ତା ସଫା କରିବା ପ୍ରଶାସନ ପାଇଁ ଏକ ବଡ଼ […]
ଆଜିଠାରୁ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଛି ।ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଏହି ବଡ଼ ଘୋଷଣା କରାଯାଇଛି, ଯାହାଫଳରେ ସାଧାରଣ ଗ୍ରାହକ ଏବଂ ବ୍ୟାବସାୟୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ।ସପ୍ତାହରେ ୫ ଦିନ କାର୍ଯ୍ୟଦିବସ ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ନେଇ ରାଷ୍ଟ୍ରାୟତ୍ତ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ । ବ୍ୟାଙ୍କ ଧର୍ମଘଟ […]
ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ଏବେ ହୀରାକୁଦର ୨୮ ଗେଟ ଦେଇ ଜଳ ନିସ୍କାସନ କରାଯାଉଛି। ହୀରକୁଦ ଡ୍ୟାମକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୬ଲକ୍ଷ ୧୭ ହଜାର ୩୦୮କ୍ୟୁସେକ୍ ଜଳ। ସେକେଣ୍ଡ ପିଛା ନିଷ୍କାଷିତ ହେଉଛି, ୪ ଲକ୍ଷ ୯୬ ହଜାର ୬୦୨ କ୍ୟୁସେକ୍। ଆଜି ସକାଳ ୯ଟା ଭିତରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ସମ୍ଭାବନା ରହିଛି।ମହାନଦୀରେ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବ ବୋଲି ଜଳସମ୍ପଦ […]
