author

ନୀଳଚକ୍ର ଉପରେ ପତିତପାବନ ଵାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅପାର ମହିମାକୁ ନେଇ ପୁଣି ଚର୍ଚ୍ଚା। ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଉଡ଼ୁଥିବା ପତିତପାବନ ବାନାରେ ଦେଖିବାକୁ ମିଳିଛି ଶୂନ୍ୟ ଗଣ୍ଠି।ସେଥିପାଇଁ  ଶ୍ରୀକ୍ଷେତ୍ରରୁ ଝଡି,ବାତ୍ୟା,ବର୍ଷା ପବନ ଗାୟବ ହୋଇଗଲା ବୋଲି ଭକ୍ତ ମାନେ କହିଛନ୍ତି। ଗଣ୍ଠି ପଡିଯାଇଥିବା ପତିତପାବନ ବାନା ଉଡୁଛି । ଯାହାକି ଆଜି ସନ୍ଧ୍ୟା ସମୟରେ ଓହ୍ଳାଯିବ । ଏହି ଶୂନ୍ୟ ଗଣ୍ଠିକୁ ଶୁଭ ସଂକେତ କୁହାଯାଏ  l ଦେଶ ଓ ରାଜ୍ୟକୁ ଆସୁଥିବା ବିପଦକୁ ମହାପ୍ରଭୁ ଦୂର କରିବାର ଏହା ଏକ […]

ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ଚାଷୀଙ୍କୁ ଶୀଘ୍ର ମିଳିବ କ୍ଷତିପୂରଣ

ବାତ୍ୟା ଅର୍ଣ୍ଣବକୁ ନେଇ ବଢ଼ୁଛି ଚିନ୍ତା। ଆଜି ସନ୍ଧ୍ୟାରେ ମାଲକାନଗିରିରେ ପହଞ୍ଚିବ ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ସନ୍ଧ୍ୟା ସମୟରେ ଓଡ଼ିଶାରେ ପାଗ ଅଧିକ ଖରାପ ହେବାର ଆଶଙ୍କା ରହିଛି। ବାତ୍ୟାର ଗତିବିଧି ଏବଂ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଜାରି ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ତେବେ ୮୫ ପ୍ରତିଶତରୁ ଅଧିକ ସ୍ଥାନରେ ରାସ୍ତା ସଫା […]

ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ ହରଦୀପ ସିଂହ ପୁରୀ, ପ୍ରାର୍ଥୀ ଘୋଷଣା କରିଛି ବିଜେପି

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ନେଇ ଚାଲିଥିବା ରାଜନୈତିକ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ତାଙ୍କ ନାମକୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ।ଏହି ଆସନଟି କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ.ମୁରୁଗନଙ୍କ ଇସ୍ତଫା କାରଣରୁ ଖାଲି ହୋଇଥିଲା। ଏହି ଉପନିର୍ବାଚନ ଲାଗି ନଭେମ୍ବର ୧୨ ତାରିଖରେ ଭୋଟ ଗ୍ରହଣ ଆୟୋଜିତ ହେବ। ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ […]

ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ଆଶ୍ଵସ୍ତି, ଅନାସ୍ଥା ପ୍ରକ୍ରିୟାକୁ ବେଆଇନ ଘୋଷଣା କଲେ ହାଇକୋର୍ଟ

ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟଙ୍କ ଆଶ୍ଵସ୍ତି । ଅନାସ୍ଥା ପ୍ରକ୍ରିୟାକୁ ନେଇ ଚାମେଲୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଅନାସ୍ଥା ପ୍ରକ୍ରିୟାକୁ ବେଆଇନ ଘୋଷଣା କରିଛନ୍ତି ।ଚାମେଲୀ ଓଝାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବର ପ୍ରକ୍ରିୟାକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ଆବେଦନର ଶୁଣାଣି କରି କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଫଳରେ ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଅସିଦ୍ଧ ହୋଇଛି ।ତିଖିରି ପଞ୍ଚାୟତରେ ମୋଟ ୨୨ ଜଣ […]

ଯାଜପୁର ପଲିଟେକନିକର ୩ ଅଧ୍ୟାପକ ନିଲମ୍ବିତ

 ବିଶୃଙ୍ଖଳିତ ଆଚରଣ ପାଇଁ ଯାଜପୁର ସରକାରୀ ପଲିଟେକ୍‌ନିକ୍‌ରେ କାର୍ଯ୍ୟରତ ତିନି ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ନିଲମ୍ୱିତ କରାଯାଇଛି ।ନିଲମ୍ବିତମାନେ ହେଲେ ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା ।  ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ଏକ ବୈଠକରେ ଏବଂ ପରବର୍ତ୍ତୀ ସମୟରେ ଏହି ଅଧ୍ୟାପକମାନେ ନିଜ ନିଜ ଭିତରେ ଯୁକ୍ତିତର୍କ, ମାରପିଟ ଏବଂ ଅନ୍ୟାନ୍ୟ ମର୍ଯ୍ୟାଦାହୀନ କାର୍ଯ୍ୟରେ ସଂପୃକ୍ତ ହୋଇଥିଲେ ।ଅଧ୍ୟାପନା ଭଳି […]

ନଭେମ୍ବର ୧ ତାରିଖରୁ ବଦଳିବ LPG ଏବଂ PNG ନିୟମ!

୧ ନଭେମ୍ୱର ୨୦୨୬ ଠାରୁ ଏଲପିଜି ସିଲିଣ୍ଡରର ଦର, ବୁକିଂ, ଡେଲିଭରି ଭେରିଫିକେସନ ଏବଂ ଆଧାର ଇ-କେୱାଇସି (Aadhaar e-KYC) ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ କାର୍ଯ୍ୟକାରୀ ରହିବ। ସରକାରଙ୍କ ପକ୍ଷରୁ ମିଳୁଥିବା ଏଲପିଜି ସବସିଡି (LPG Subsidy) ର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ବାୟୋମେଟ୍ରିକ ଆଧାର ଭେରିଫିକେସନ (Aadhaar e-KYC) ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଇ-କେୱାଇସି ପୂରା କରିସାରିଛନ୍ତି, ସେମାନଙ୍କୁ ପୁନର୍ୱାର କରାଇବାର ଆବଶ୍ୟକତା ନାହିଁ। ଇଣ୍ଡିଆନ ଅଏଲ (Indane) ର ଗ୍ରାହକମାନେ […]

ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା !  ୮୦ ଫୁଟ୍ ବିଶିଷ୍ଟ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଭାଙ୍ଗି ତଳେ ପଡ଼ିଲା 

ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା । ଭୁବନେଶ୍ୱର ଓ କଟକରେ ବର୍ଷା ଜାରି । ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ମୂଷଳଧାରାରେ ବର୍ଷା ଲାଗି ରହିଛି । ଏହି ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ସର୍ବବୃହତ୍ ୮୦ ଫୁଟ୍ ବିଶିଷ୍ଟ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଭାଙ୍ଗିରୁଜି ତଳେ ପଡ଼ି ଯାଇଛି। ହଠାତ୍ ଆସିଥିବା ଝଟକା ପବନ ଯୋଗୁଁ ବିଶାଳ ତୋରଣ ଓ ମଣ୍ଡପର ଢାଞ୍ଚା ମୋଡ଼ି ହୋଇ ଭୁଶୁଡ଼ି ପଡ଼ିଛି। ପୂଜା […]

ପ୍ରଲୋଭନ ଦେଖାଇ ୫ ଜଣଙ୍କୁ ବିବାହ ଅଭିଯୋଗ ! ଶେଷରେ ବନ୍ଧା ହେଲା ନୟାଗଡ଼ର କୈଳାସ

ରାଜଧାନୀରୁ ରସିକିଆ ସ୍ୱାମୀ ଗିରଫ । ଜଣଙ୍କୁ ନୁହେଁ ଚାରି ଚାରି ଜଣକୁ ବିବାହ କରି ନିର୍ଯାତନା ଦେଇଥିବା ଅଭିଯୋଗ । ମହିଳା ଥାନା ପୋଲିସ ଧରାପଡ଼ିଲେ ୫୫ ବର୍ଷୀୟ ଅଭିଯୁକ୍ତ ।ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋଠସାହି ଅଞ୍ଚଳର କୈଳାସଙ୍କ ବିରୋଧରେ ଏପରି ସଙ୍ଗିନ ଅଭିଯୋଗ ଆସିଛି। ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ତାହା ଲୁଚାଇ ଚାରିଥର ବିବାହ କରିବା ସହ ସ୍ତ୍ରୀ ଓ ନାବାଳିକା ଝିଅଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୫୫ […]

ଫ୍ଲାଏଦୁବାଇ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଜାଏଦ୍-୨’ ପ୍ରଦାନ

ଫ୍ଲାଏଦୁବାଇ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହୟାନ୍ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଜାଏଦ୍-୨’ ପ୍ରଦାନ କରିଛନ୍ତି। ତାଙ୍କ ଅଦମ୍ୟ ସାହସ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ଉଲ୍ଲେଖନୀୟ ଯେ, ବିମାନରେ ଏକ ଜରୁରୀକାଳୀନ ପରିସ୍ଥିତି ସମୟରେ ଅସାଧାରଣ ସାହସିକତା ପ୍ରଦର୍ଶନ କରିଥିବାରୁ ୟୁଏଇ ପକ୍ଷରୁ କ୍ୟାପଟେନ ସ୍ମିତ ମଚ୍ଛାର ଏବଂ ‘ଫ୍ଲାଏଦୁବାଇ’ର କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି। କକପିଟ (cockpit) ଭିତରେ […]

ଶେଷ ହେଲା ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ଦକ୍ଷିଣ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ

ଶେଷ ହେଲା ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଦୀର୍ଘ ୬ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ସ୍ଥଳ ଭାଗ ଅତିକ୍ରମ କଲା ଅର୍ଣ୍ଣବ (ରାତି ୨ ରୁ ସକାଳ ୮ଟା ୩୦) ଉପକୂଳ ଅତିକ୍ରମ ସହ ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହେଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ରହିପାରେ, ଯାହା ଝଟକା ସହ ଘଣ୍ଟା ପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଆନ୍ଧ୍ର ପ୍ରଦେଶର […]

ପେଟ୍ରୋଲ୍ ପମ୍ପରେ ବିସ୍ଫୋରଣ । ଚାଲିଗଲା ଜଣଙ୍କର ଜୀବନ

୧୯ ନଂ ରାଜ୍ୟ ରାଜପଥ ନୀଳଗିରି ଏନ.ଏ.ସି ଅଧିନ ବାଲିଗୋହିରି ସ୍ଥିତ ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ ହୋଇଛି । ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।ତେବେ, କେଉଁ ପରିସ୍ଥିତିରେ କିଭଳି ବିସ୍ଫୋରଣ ହେଲା ସ୍ପଷ୍ଟ ହୋଇ ନାହିଁ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।ଗତ କିଛିଦିନ ହେବ ପେଟ୍ରୋଲ ପମ୍ପର ନବୀକରଣ କାର୍ଯ୍ୟ ଜାରି ରହିଥିବାବେଳେ ବୁଧବାର ସକାଳେ ଟାଙ୍କି କାମ ଚାଲିଥିଲା। ସେହି […]

ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା, ଆଜି ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଛତିଶଗଡ଼ ମୁହାଁ ହେଉଥିବା ଗଭୀର ଅବପାତର ପ୍ରଭାବରେ ଓଡ଼ିଶାରେ ବଢ଼ିବ ବର୍ଷା ଓ ପବନର ପ୍ରକୋପ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଝଡ଼ ପବନ ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି। ବାତ୍ୟାର ମୁଖ୍ୟ ପ୍ରଭାବ ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଥିଲେ ମଧ୍ୟ ଏହା ସହ ଜଡ଼ିତ ବର୍ଷାବାଦଲ ଓଡ଼ିଶାର ପାଣିପାଗକୁ ପ୍ରଭାବିତ କରିପାରେ । ରାଜ୍ୟରେ ବାତ୍ୟା ପ୍ରଭାବରେ ମଙ୍ଗଳବାରଠାରୁ ପାଗରେ […]