ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]
ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ୫-ଦିନିଆ ବ୍ୟାଙ୍କିଙ୍ଗ୍ ସପ୍ତାହ, ସରକାରଙ୍କ ସଂଶୋଧିତ ପରଫୋର୍ମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍ (PLI) ସ୍କିମ୍ ଏବଂ ଅନ୍ୟାନ୍ୟ ବାକି ଥିବା ଦାବିଗୁଡ଼ିକୁ ନେଇ ପର୍ଯ୍ୟାୟକ୍ରମେ ଧର୍ମଘଟର ଘୋଷଣା କରିଛି ।ୟୁନିୟନ୍ ସୂଚନା ଦେଇଛି ଯେ ଯଦି ଦାବିଗୁଡ଼ିକର ସମାଧାନ ନହୁଏ, ତେବେ ଅକ୍ଟୋବର ୨୬ରୁ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଆରମ୍ଭ […]
ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ପୋଲିସ ଜଣେ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଅବସରପ୍ରାପ୍ତ ସାମରିକ କର୍ମଚାରୀ ସରୋଜ କୁମାର ରାଉଳ।ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ […]
ପୀତବାସ ପଣ୍ଡା ହତ୍ୟା ମାମଲରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ମଙ୍ଗଳବାର ବ୍ରହ୍ମପୁର ଜେଲରୁ ମୁକୁଲିଛନ୍ତି।ସୋମବାର ହାଇକୋର୍ଟ ବିକ୍ରମ ପଣ୍ଡାକୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ ।୫ ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ବିକ୍ରମ ପଣ୍ଡା ଜେଲରୁ ବାହାରିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଜେଲ ବାହାରେ ଅପେକ୍ଷା କରିଥିବା ନେତା ଓ କର୍ମୀ । ଗଞ୍ଜାମ ଜିଲ୍ଲା ସମେତ […]
ଆଜି ତା-01.09.26 ରାୟଗଡ ଜିଲ୍ଲା ର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ ପ୍ରେସ୍ ୟୁନିଅନ ରାୟଗଡ଼ ତରଫରୁ ସାମ୍ବାଦିକ ସ୍ବର୍ଗତଃ ରାଜୀବ ଲୋଚନ ପଣ୍ଡା ଙ୍କ ଅସହାୟ ପିତା ଉଦୟନାଥ ପଣ୍ଡା ଓ ମାତାଙ୍କୁ ଭତ୍ତା ପ୍ରଦାନ କରାଯାଇଛି l ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁନିଅ ସଭାପତି ଇପିଲି ସର୍ବେଶ୍ୱର ରାଓ ଙ୍କ ନେତୃତ୍ୱ ରେ ଗୁମୁଡା ଖିଲିଙ୍ଗ ରାଇ ସ୍ଥିତ ପିତା ମାତାଙ୍କ ବାସଗୃହ ରେ ପହଂଚି ମାସିକ ୧ […]
ଚିନିର କଳାବଜାରୀ ରୋକିବା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଚିନି ଡିଲରମାନେ ୨,୦୦୦ କ୍ୱିଣ୍ଟାଲରୁ ଅଧିକ ଚିନି ଷ୍ଟକରେ ରଖିପାରିବେ ନାହିଁ। ବର୍ତ୍ତମାନ ଏହି ସୀମା ୪,୦୦୦ କ୍ୱିଣ୍ଟାଲ ରହିଛି, ଯାହା ୧ ଅଗଷ୍ଟ ୨୦୨୬ରୁ ଲାଗୁ ହୋଇଛି। ନୂଆ ସୀମା ୧୫ ସେପ୍ଟେମ୍ୱର ୨୦୨୬ରୁ ୩୦ ନଭେମ୍ୱର ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଘରୋଇ ବଜାରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ଏବଂ ଦରକୁ ସ୍ଥିର ରଖିବା […]
ଗତ ଅଗଷ୍ଟ ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ସମୟରେ ତପ୍ତପାଣିରେ ୫ଟି ଆଦିବାସୀ ନୃତ୍ୟଦଳ ଲୋକନୃତ୍ୟ ପରିବେଷଣ କରିଥିଲେ। ବିଶେଷକରି ଲାଞ୍ଜିଆ ସୌରା ନୃତ୍ୟ ରାଷ୍ଟ୍ରପତିଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏହି ୫ଟି ଦଳର ୯୧ ଜଣ କଳାକାରଙ୍କୁ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରଣ କରାଯାଇଥିଲା।କଳାକାରମାନଙ୍କ ସହ ଭାବ ବିନିମୟ ସମୟରେ ରାଷ୍ଟ୍ରପତି କହିଥିଲେ ଯେ, ପୂର୍ବପୁରୁଷମାନଙ୍କଠାରୁ ମିଳିଥିବା ଅମୂଲ୍ୟ କଳା ଓ ସାଂସ୍କୃତିକ ପରମ୍ପରାକୁ ନିରନ୍ତର ସଂରକ୍ଷଣ, ଅଭ୍ୟାସ ଓ […]
ପଶ୍ଚିମବଙ୍ଗର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ତାଙ୍କର ମୃତଦେହ ମଙ୍ଗଳବାର ବୀରଭୂମ ଜିଲାର ରାମପୁରହାଟରେ ରହସ୍ୟଜନକ ପରିସ୍ଥିତିରେ ଉଦ୍ଧାର ହୋଇଥିବା ପୋଲିସ କହିଛି। ମୃତକଙ୍କ ପରିଚୟ ବୃଷ୍ଟି ମୁଖାର୍ଜୀ ଘଟକ ଭାବେ ଜଣାପଡ଼ିଛି।ପୋଲିସ ଏକ ଅପମୃତ୍ୟୁ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବ୍ରିଷ୍ଟି ବିଗତ ୪/୫ ବର୍ଷ ହେଲାଣି ଡିପ୍ରେସନରେ ରହିଥିଲେ । ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । ଖବର ମୁତାବକ, ବୃଷ୍ଟି ମୁଖାର୍ଜୀ ମମତାଙ୍କ ସମ୍ପର୍କୀୟ […]
ଓଡ଼ିଶା ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଏବେ ସିବିଆଇ ସ୍କାନରରେ ଜେଲ୍ ଡିଜି ତଥା ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥ। ସାମ୍ନାକୁ ଆସିଲା CBI ଦେଇଥିବା ରାଜ୍ୟ ସରକାରଙ୍କୁ ପତ୍ର ।CBI ତଦନ୍ତ ସଂପର୍କରେ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତ କୁମାର ନାଥ, ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଥିଲେ। ଏହି ବୋର୍ଡ ଦ୍ୱାରା ପୋଲିସ SI ଏବଂ ସମକକ୍ଷ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜନ କରାଯାଉଥିଲା । ଯାହା 05 ଓ […]
ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା । ଓଡ଼ିଶା ଲୋକଭବନ ହାସଲ କରିଛି ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ । ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ। ଲୋକଭବନ ହେଉଛି ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ I GBC ଗ୍ରୀନ୍ କ୍ୟାମ୍ପସ୍ ରେଟିଂ ବ୍ୟବସ୍ଥା ଅଧୀନରେ ଏହି ସାର୍ଟିଫିକେସନ୍ ମିଳିଛି। ଲୋକଭବନ କ୍ୟାମ୍ପସ୍ ୧୦୦ରୁ ୮୮ ଅଙ୍କ ହାସଲ କରି IGBCର ସର୍ବୋଚ୍ଚ […]
ନେପାଳରେ ପ୍ରଳୟଙ୍କରୀ ବନ୍ୟାର ପ୍ରଳୟ କମୁନି । ପାଣି ଶୁଖିଥିଲେ ବି ବଢିଚାଲିଛି ଦୁର୍ଦ୍ଦଶା । ଏହାସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।ଉଦ୍ଧାରକାର୍ଯ୍ୟ ଜୋରଦାର ଚାଲିଛି । ତେବେ ନୁବାକୋଟ ଜିଲ୍ଲାରେ ଉଦ୍ଧାରକାର୍ଯ୍ୟ ବେଳେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି ।ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସି ନୁବାକୋଟ୍ ଜିଲ୍ଲାର ବେତ୍ରବନ୍ତୀରେ ରବିବାରଠୁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି । ତେବେ ବେତ୍ରବନ୍ତୀ ଅଞ୍ଚଳରେ […]
ଆସନ୍ତାକାଲି ସାଢ଼େ 4 ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ଅପରାହ୍ନ 2 ଟା 30 ଠାରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ୍ ହେବ। ଆସନ୍ତାକାଲି 2 ସେପ୍ଟେମ୍ବର, ବୁଧବାର ,ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖାଲାଗି ନୀତି ଅନୁଷ୍ଠିତ ହେବ ।ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଅର୍ଥାତ୍ ରେଖାପଞ୍ଚମୀ ଦିନ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତ […]
