ମାଆକୁ ମାରି ସିମେଣ୍ଟ ପ୍ଲାଷ୍ଟର କରିବା ଘଟଣା, ୭ ଦିନ ପରେ ମିଳିଲା ପରିଚୟ । ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ମା’କୁ ମାରି ସିମେଣ୍ଟ ପ୍ଲାଷ୍ଟର କରିଦେବା ଘଟଣାରେ ୭ ଦିନ ପରେ ମିଳିଛି ମା’ର ପରିଚୟ ମିଳିଛି । ବୃଦ୍ଧା ହେଲେ ଗଜପତି ଜିଲ୍ଲା କାଶୀନଗର ଥାନା ଅଧୀନ ଖରଡ଼ା ଗାଁର ଅନ୍ନପୂର୍ଣ୍ଣା ଦଳେଇ ।ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଅନ୍ନପୂର୍ଣ୍ଣା ପ୍ରାୟ ୪୦ ବର୍ଷ ପୂର୍ବରୁ ନିଜ ଗାଁ ଛାଡ଼ି ପଳାଇ […]
ଇଣ୍ଡିଗୋର ବିମାନ 6E 2102 ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନ୍ରେ ତ୍ରୁଟି ଥିବା ଆଶଙ୍କା କରାଯାଇଥିଲା।। ଏହାପରେ ପାଇଲଟ୍ ବିମାନକୁ ପୁଣି ଗୋଆ ଅଭିମୁଖେ ଫେରାଇ ଆଣିଥିଲେ ।ଏଭିଏସନ୍ ଟ୍ରାକର ”ଫ୍ଲାଇଟରାଡାର୨୪” ଅନୁଯାୟୀ, ବିମାନଟି ଦକ୍ଷିଣ ମହାରାଷ୍ଟ୍ର ଉପକୂଳରେ ପ୍ରାୟ ୧୪,୦୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବେଳେ ଗୋଆ ଆଡ଼କୁ ମୁହାଁଇଥିଲା। ସକାଳ ୯ଟା ୫୧ ମିନିଟରେ ବିମାନଟି ରନୱେ ୨୮ରେ ସୁରକ୍ଷିତ […]
ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ନିଷ୍ପତ୍ତି ପରେ ସାମ୍ବାଦିକ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।ବର୍ତ୍ତମାନ ଯେଉଁ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ାରେ ଆବେଦନ କରିପାରିବେ। ସୂଚନାମୁତାବକ ଓଡ଼ିଶା ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ‘ଆୟୁଷ୍ମାନ ଭାରତ’ ଯୋଜନାରେ ମିଶାଇବା ନେଇ ଚର୍ଚ୍ଚା ଚାଲିଥିବାବେଳେ ସାମ୍ବାଦିକ ସଂଗଠନ […]
ବଲିଉଡର ବାଦଶାହ ଏବେ ନିଜ ବ୍ୟକ୍ତିଗତ ସଂପର୍କକୁ ନେଇ ପୁଣି ଚର୍ଚ୍ଚାରେ । ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖି ଅଲଗା ହୋଇଛନ୍ତି ।ବିବାହର ମାତ୍ର କିଛି ମାସ ପରେ ଏହି ଚର୍ଚ୍ଚିତ ଦମ୍ପତି ଅଲଗା ହୋଇଯାଇଛନ୍ତି। ସେମାନଙ୍କ ସମ୍ପର୍କରେ ମତଭେଦ ଏବଂ ତିକ୍ତତାର ଖବର କିଛି ସମୟ ଧରି ପ୍ରସାରିତ ହେଉଥିଲା ଏବଂ ଏହି ଦମ୍ପତି ଏବେ ଆନୁଷ୍ଠାନିକ ଭାବରେ ପୃଥକୀକରଣକୁ ନିଶ୍ଚିତ କରିଛନ୍ତି। ସୋମବାର ସେମାନେ ସୋସିଆଲ ମିଡିଆରେ ଜାରି ଏକ ମିଳିତ […]
ପ୍ରଧାନମନ୍ତ୍ରୀ ମୋଦି ବିଦେଶରୁ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଦେଶର ଅଭିବୃଦ୍ଧି ହାର ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି; ତାସକେଣ୍ଟ ଗସ୍ତ କରିବା ପରେ, ସେ ମଙ୍ଗଳବାର କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ପହଞ୍ଚିଛନ୍ତି।ମୋଦୀ ଦେଶବାସୀଙ୍କୁ ବିଦେଶ ଭ୍ରମଣ, ବିଦେଶରେ ବିବାହ ଉତ୍ସବ ଆୟୋଜନ ଏବଂ ଅନାବଶ୍ୟକ ସୁନା କିଣିବାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି । ଉଜବେକିସ୍ତାନ ଓ କିର୍ଗିଜସ୍ତାନ ଗସ୍ତ କ୍ରମରେ ବିସକେକରେ […]
ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଲ୍ୟାଣପୁର ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ୱଶୁରଘର ପ୍ରଜାକୋର୍ଟରେ ଜ୍ୱାଇଁଙ୍କୁ ମିଳିଛି ଦଣ୍ଡ । ନିସ୍ତୁକ ମାଡ଼ ମରାଯିବା ପରେ ଜ୍ୱାଇଁ ବେକରେ ଜୋତାମାଳ ଓ ମୁଣ୍ଡରେ ରଙ୍ଗବୋଳି ଗାଁ ଦାଣ୍ଡରେ ବୁଲାଯାଇଛି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି । ଖବର ପାଇ ବିଂଝାରପୁର ପୋଲିସ ତଦନ୍ତ ଚଳାଇଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।ସୂଚନା ଅନୁଯାୟୀ, କଲ୍ୟାଣପୁର ପଞ୍ଚାୟତ ବୈରୀବାଗ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଆୟୋଜିତ ହେଉଥିବା ଶିଖର ସମ୍ମିଳନୀ ଉଦ୍ଯାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବୁଧବାର ଯୋଗଦେବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଏଭଳି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି । ମଙ୍ଗଳବାର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ବୁଧବାର ଏହା ଉଦ୍ଯାପିତ ହେବ […]
ମାସର ପ୍ରଥମ ଦିନରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ । , 19 କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି; ତଥାପି, ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ସାରା ଦେଶରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ 9.50 ବୃଦ୍ଧି ପାଇଛି। ଏହି ନୂତନ ଦର ଜମ୍ମୁ ଏବଂ କଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜରାଟରୁ ଉତ୍ତର-ପୂର୍ବ ରାଜ୍ୟ ପର୍ଯ୍ୟନ୍ତ ଅଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ ହୋଇଛି। ଏହି ପଦକ୍ଷେପ ସିଧାସଳଖ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ […]
ସେପ୍ଟେମ୍ବର ପ୍ରଥମ ଦିନରୁ ଓଡ଼ିଶାରେ ବର୍ଷା । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।ମୌସୁମୀ ଋତୁ ଶେଷ ହେବାକୁ ଆହୁରି ପ୍ରାୟ ଏକ ମାସ ବାକି ଥିବାବେଳେ ରାଜ୍ୟ ତାହାର ସାଧାରଣ ମୌସୁମୀ ବର୍ଷା ପରିମାଣକୁ ଆଗୁଆ ଛୁଇଁସାରିଛି । ଅଗଷ୍ଟ ୨୬ ସୁଦ୍ଧା ରାଜ୍ୟରେ ୧,୧୦୩.୯ ମିଲିମିଟର ବର୍ଷା ହୋଇଥିଲା, ଯାହା ସେହି ସମୟର ସ୍ୱାଭାବିକ ୮୪୩ ମିଲିମିଟର ତୁଳନାରେ ୩୦.୯ ପ୍ରତିଶତ ଅଧିକ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର […]
ମେଷଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। ବୃଷଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । କେବଳ ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ମର୍ଦ୍ଦରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ପଣ୍ଡାଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅବସର କାଳୀନ […]
ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସହରର ଭିତ୍ତିଭୂମି ସହ ଅର୍ଥନୈତିକ ବିକାଶକୁ ନେଇ ରୋଜଗାର, ଉଦ୍ୟମ, ଶିକ୍ଷା ଓ ସମୃଦ୍ଧିର କେନ୍ଦ୍ର କରିବାକୁ ଯାଇ ୨୮ଟି ନବ ଗଠିତ NACରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ NAC ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି […]
