author

ପରିଚୟପତ୍ର ନଥିଲେ ରେଭେନ୍‌ସାକୁ ପ୍ରବେଶ ମନା

ରେଭେନ୍ସା ବିଶ୍ଵ ବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବକୁ ନେଇ ଦେଖାଦେଇଥିବା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିପାଇଁ ରେଭେନ୍ସା କର୍ତ୍ତୃପକ୍ଷ ବିଶ୍ଵବିଦ୍ୟାଳୟ ପରିସରର ସୁରକ୍ଷାକୁ କଡାକଡି କରିଛନ୍ତି। ପରିସରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ଯାଞ୍ଚ କରାଯିବା ସହ ପରିସରକୁ ଆସୁଥିବା ବ୍ୟକ୍ତିଙ୍କୁ ଆସିବାର ନିର୍ଦ୍ଦିଷ୍ଟ କାରଣ ପଚରାଯାଉଛି। ଯେଉଁ ମାନଙ୍କ ନିକଟରେ ପରିଚୟପତ୍ର କିମ୍ବା ଆସିବାର ଯୁକ୍ତିଯୁକ୍ତ କାରଣ ନାହିଁ, ସେମାନଙ୍କୁ ପରିସରକୁ ପ୍ରବେଶ କରିବାକୁ […]

କେନ୍ଦୁଝର ଜେଲ ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ଗିରଫ

ଝାରପଡା ଜେଲର ପୂର୍ବତନ ସୁପରିଟେଣ୍ଡେଣ୍ଟ ତଥା କେନ୍ଦୁଝର ଜେଲର ବର୍ତ୍ତମାନର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ସତ୍ୟ ପ୍ରକାଶ ସ୍ବାଇଁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷକଙ୍କ ଘରେ ଶୁକ୍ରବାର ଭିିଜିଲାନ୍ସ ଚଢାଉ କରିଥିଲା। ଅମାପ ସମ୍ପତ୍ତିର ହିସାବ ଦେଇନପାରିବାରୁ ସତ୍ୟପ୍ରକାଶଙ୍କୁ ଭିଜିଲାନ୍ସ ଗିରଫ କରିଛି। ସତ୍ୟପ୍ରକାଶ ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ କରିବା ନେଇ ଭୁବନେଶ୍ୱର ଦୁର୍ନୀତି ନିବାରଣ ସ୍ୱତନ୍ତ୍ର ଜଜ ଦ୍ୱାରା ସର୍ଚ୍ଚ ୱାରେଣ୍ଟ […]

କଟକ ରାସ୍ତାକଡ଼ ଦୋକାନରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ରେଡ୍ 

ଗଣେଶ ପୂଜା ସହ ଆରମ୍ଭ ହୋଇଯିବ ପାର୍ବଣ ଋତୁର ଆରମ୍ଭ । ପାର୍ବଣରେ ଲୋକେ ପୂଜା ସମୟରେ ମେଢ଼ ବୁଲିବା ସହ ସୁସ୍ବାଦୁ ଖାଦ୍ୟ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ମାତ୍ର ଅନେକ ସମୟରେ ଲାଭ ପାଇଁ କିଛି ବ୍ୟବସାୟୀ ଖରାପ ତଥା ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବାର ଦେଖିବାକୁ ମିଳିଥାଏ। ଏମିତିକି ବାସୀ ଖାଦ୍ୟକୁ ଅପମିଶ୍ରିତ କରିଥାନ୍ତି କିଛି ବ୍ୟବସାୟୀ। ତେଣୁ ପାର୍ବଣ ଋତୁ ଆସୁଥିବାରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇଛି […]

ପ୍ରବଳ ବର୍ଷା ସମ୍ଭାବନା

ଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅପରାହ୍ଣ ସୁଦ୍ଧା କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ରହିଅଛି। ଧୀରେ ଧୀରେ ଏହା ଉତ୍ତର ଦିଗକୁ ଗତି କରି ୯ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଓ ବାଂଲାଦେଶ ଉପକୂଳ ନିକଟରେ ଅବପାତରେ ପରିଣତ ହେବ।। ଏହା ପ୍ରଭାବରେ ସାରା ରାଜ୍ୟରେ ସପ୍ତାହେ ଯାଏ ବର୍ଷା ହେବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ […]

ଆସନ୍ତା ୯ରେ ବନ୍ଦ ରହିବ ସବୁ ବ୍ୟାଙ୍କ

ଆସନ୍ତା ୯ ତାରିଖ ସୋମବାର ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ। ନୂଆଁଖାଇ ପାଇଁ ୯ ତାରିଖକୁ ରାଜ୍ୟ ସରକାର ଛୁଟି ଦିବସ ଘୋଷଣା କରିଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ। ଶନିବାର ଗଣେଶ ଚତୁର୍ଥୀ ଲାଗି ବ୍ୟାଙ୍କ ବନ୍ଦ ରହିଥିବାବେଳେ ରବିବାର ଛୁଟି ଦିନ ରହିଛି। ସୋମବାର ବି ଛୁଟି ଥିବାରୁ ଆସନ୍ତା ୧୦ ତାରିଖ ମଙ୍ଗଳବାର […]

ଆଜି ପବିତ୍ର ଗଣେଶ ଚତୁର୍ଥୀ: ସବୁଠି ଅଗ୍ରପୂଜ୍ୟଙ୍କୁ ଆରାଧନା

ଧରାପୃଷ୍ଠକୁ ପାର୍ବଣ ଆଗମନର ସୂଚନା ନେଇ ବିରାଜମାନ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ତେଣୁ ଗଣପତି ବାବାଙ୍କୁ ସ୍ୱାଗତ କରିବା ପାଇଁ ପୁରପଲ୍ଲୀ ସବୁଠି ଉତ୍ସାହ । ଶ୍ରୀଗଣେଶ ହେଉଛନ୍ତି ଜ୍ଞାନଦାତା, ଶକ୍ତିଦାତା, ସୁଖଶାନ୍ତି ପ୍ରଦାୟକ, ବିଘ୍ନ ବିନାଶକ, ଗଣଙ୍କର ପତି ଏବଂ ଅଗ୍ରପୂଜ୍ୟ। ଆଉ ଏକ ଅର୍ଥରେ ଗଣ ଶବ୍ଦର ‘ଗ’ ଅର୍ଥ ହେଲା ‘ବୁଦ୍ଧି’ ଓ ‘ଣ’ ଅର୍ଥ ହେଲା ‘ବିଜ୍ଞାନର’ ପ୍ରତୀକ। ତେଣୁ ଶ୍ରୀଗଣେଶ ହେଲେ ବୁଦ୍ଧି ଓ ବିଜ୍ଞାନର ଠାକୁର। ପୂଜା […]

ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ଅବସରରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ): ପବିତ୍ର ଗଣେଶ ଚତୁର୍ଥୀରେ ଜନ୍ମଲାଭ କରିଥିବା ମହାନ ସାରସ୍ୱତ ସାଧକ, ଗବେଷକ ଓ ସାହିତ୍ୟପ୍ରାଣ ବ୍ୟକ୍ତିତ୍ୱ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୧ତମ ଜୟନ୍ତୀ ଅବସରରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ, ପୂଜ୍ୟପୂଜା କମିଟି,କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ […]

ଆଜିର ରାଶିଫଳ(୭ ସେପ୍ଟେମ୍ବର,୨୦୨୪)

ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ।  ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ।*  ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର […]

ବଢିଲା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚ୍ଛନକା

ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ। ଏଥିପାଇଁ ତହସିଲ, ବ୍ଲକ୍ ଓ ଥାନା ସ୍ତରରେ ସରକାରୀ ଅଧିକାରୀଙ୍କୁ ନେଇ କମିଟି ଗଠନ ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ରାଜ୍ୟ ସରକାର। ୨୦୨୧ ମସିହାରେ ଓଡ଼ିଶାରେ ସରକାରୀ ଭାବେ ଚିହ୍ନଟ ହୋଇଥିଲେ ୩ ହଜାର ୭୪୦ ବାଂଲାଦେଶୀ ଅନୁପ୍ରବେଶକାରୀ। ସେମାନେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ମାଲକାନଗିରି, ନବରଙ୍ଗପୁର ଓ ବରଗଡ଼ ଜିଲ୍ଲା, ଏପରିକି ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ। ବାଂଲାଦେଶରୁ ମାତ୍ର ୨୦୦ କିଲୋମିଟର […]

୮ ବର୍ଷ ପୂର୍ତ୍ତି ଅବସରରେ ଜିଓର ଖାସ୍‌ ଅଫର; ସେପ୍ଟେମ୍ବର ୧୦ ଯାଏ ଶସ୍ତା ରିଚାର୍ଜ ସୁଯୋଗ

ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ବ୍ୟବସାୟିକ ଭାବେ ରିଲାଏନ୍ସ ଜିଓ ଭାରତରେ ସେବା ଆରମ୍ଭ କରିବାର ୮ବର୍ଷ ପୂରଣ କରିଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର। କେତେକ ନିର୍ଦିଷ୍ଟ ରିଚାର୍ଜ ପ୍ଲାନ୍‌ ଉପରେ ମିଳୁଛି ଏହି ଅଫର। ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୧୦, ୨୦୨୪ ପର୍ଯ୍ୟନ୍ତ ଏହି ଅଫର୍‌ର ଲାଭ ଉଠାଇପାରିବେ ଜିଓ ଉପଭୋକ୍ତା। ୮୯୯ ଟଙ୍କା, […]

ପଶ୍ଚିମବଙ୍ଗ ସୀମାରେ ଅଟକିଛି ଅଣ୍ଡା ଓ କୁକୁଡା ଗାଡ଼ି।

ପଶ୍ଚିମବଙ୍ଗ ସୀମାରେ ଅଟକିଛି ଅଣ୍ଡା ଓ କୁକୁଡା ଗାଡ଼ି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଅଣ୍ଡା ଓ କୁକୁଡା ବୋଝେଇ ଟ୍ରକ୍‌ ଗୁଡ଼ିକୁ ୨୪ ଘଣ୍ଟା ହେଲା କୋଲକାତା ପୁଲିସ୍‌ ଅଟକାଇ ରଖିଛି। ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରି ଯେଉଁ ଆଳୁ ସଙ୍କଟ ସୃଷ୍ଟି କରିଥିଲେ, ତାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଏକପ୍ରକାର ଛକ୍କାପଞ୍ଝା ଚାଲିଥିଲା । ଆଳୁ ସଙ୍କଟ ନେଇ ଓଡ଼ିଶାରେ ଭାଳେଣି ପଡିଥିବାବେଳେ ରାଜନୀତି ମଧ୍ୟ ଜୋର ଧରିଥିଲା। ଶାସକ ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ […]

ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ

ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସରକାର। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ତଥ୍ୟ ରଖିଛନ୍ତି।ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୪ ହଜାର ୨୮୩ ପଦବୀ ଖାଲି ରହିଛି । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୭୯୮ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨୩୭୨ ପଦବୀ ଖାଲି ରହିଛି […]