ପ୍ରସିଦ୍ଧ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କ ଚାଲିଥିବା ଅନଶନକୁ ନେଇ ବଲିଉଡ୍ ଅଭିନେତା ଆମିର ଖାନ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ବ୍ରିଟିଶ୍ ଫିଲ୍ମ ଇନଷ୍ଟିଟ୍ୟୁଟରେ କଥାହେବା ବେଳେ ସେ କହିଛନ୍ତି, ଆମେ ସମସ୍ତେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ଆମର ଆଶା ଏହା ଯେ ସେ ଶୀଘ୍ର ନିଜ ଅନଶନ ଶେଷ କରିବେ ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ । ଅନ୍ୟପଟେ, ‘୩ ଇଡିଅଟ୍ସ’ ଫିଲ୍ମରେ ସୋନମ ୱାଙ୍ଗଚୁକଙ୍କ ଦ୍ୱାରା ଅନୁପ୍ରାଣିତ ଚରିତ୍ରରେ ଅଭିନୟ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିନ୍ଦ-ସୋନିପତ୍ ରୁଟ୍ ରେ ଚାଲିବାକୁ ଥିବା ଏହି ଐତିହାସିକ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତ ସ୍ବଚ୍ଛ ଏବଂ ଆଧୁନିକ ରେଳ ବ୍ୟବସ୍ଥାର ଏକ ନୂତନ ଯୁଗରେ ପ୍ରବେଶ କରିଛି। ଏହି ଟ୍ରେନର ସବୁଠୁ ବଡ଼ ବିଶେଷତ ହେଉଛି ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମିତ। ପାରମ୍ପରିକ ଡିଜେଲ୍ ଇଞ୍ଜିନ୍ର ସ୍ଥାନରେ ଏହା ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର କରିବ। ସାଧାରଣ ଡିଜେଲ୍ ଟ୍ରେନ୍ ପରି ଧୂଆଁ […]
ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରେ, ତେବେ ଇରାନ ୟେମେନର ହୁଥି ବିଦ୍ରୋହୀମାନଙ୍କୁ ଲାଲ ସାଗରର ବାବ ଅଲ-ମାଣ୍ଡେବ ପ୍ରବେଶପଥ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ବାବ ଅଲ-ମାଣ୍ଡେବ ପ୍ରଣାଳୀ ଲାଲ ସାଗରକୁ ଆଡେନ ଉପସାଗର ଏବଂ ଭାରତ ମହାସାଗର ସହିତ ସଂଯୋଗ କରେ; ଏହା ଏସିଆ ଏବଂ […]
ଆନ୍ଧ୍ର ପ୍ରଦେଶରେ ପୁଣି କୋଭିଡ୍-୧୯କୁ ନେଇ ଚିନ୍ତା ବଢ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରପାଣ୍ଡିଆନଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୧୨ ଜଣ କୋଭିଡ୍ରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକମାନେ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡନି ରୋଗ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ ।ରାଜ୍ୟରେ ସର୍ବାଧିକ ୮ଟି ମାମଲା କଡ଼ପା ଜିଲ୍ଲାରୁ ଆସିଛି […]
ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥଟଣା। ଶରଧାବାଲି ଅଭିମୁଖେ ଶ୍ରୀଜିଉଙ୍କ ରଥ। ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ ଆଜି ନିଜ ଭକ୍ତଙ୍କ ଏତେ ନିକଟକୁ ଆସିଛନ୍ତି—ଏହାଠାରୁ ବଡ଼ ସୌଭାଗ୍ୟ ଆଉ କ’ଣ ହୋଇପାରେ? ଏହି ଦିବ୍ୟ ମୁହୂର୍ତ୍ତରେ ଲାଗୁଛି, ପ୍ରକୃତି ମଧ୍ୟ ମହାପ୍ରଭୁଙ୍କ ଲୀଳାରେ ସାମିଲ ହୋଇଛି । ବର୍ଷାର ଟୋପା, ଭକ୍ତଙ୍କ ଅଶ୍ରୁ ଓ ହୃଦୟର ଭାବ—ସବୁ ଏକାକାର ହୋଇଯାଇଛି । ବଡ଼ଦାଣ୍ଡ ଆଜି କେବଳ ଏକ ରାସ୍ତା ନୁହେଁ, […]
ଚା ପିଇବା ପୂର୍ବରୁ ପାଣି ପିଇବା ଦ୍ୱାରା ପେଟର ଏସିଡିଟି କମିଥାଏ ଏବଂ ଶରୀର ହାଇଡ୍ରେଟ୍ ରହିଥାଏ.ଖାଲି ପେଟରେ ଚା ପିଇଲେ ଏହା ପେଟରେ ଏସିଡ୍ ମାତ୍ରା ବଢ଼ାଇ ଦେଇଥାଏ । ଏହା ଦ୍ୱାରା ଗ୍ୟାସ୍ ଏବଂ ବଦହଜମି ଭଳି ସମସ୍ୟା ଦେଖାଦିଏ । ଚା ପିଇବାର ପ୍ରାୟ ୧୦ ରୁ ୧୫ ମିନିଟ୍ ପୂର୍ବରୁ ଏକ ଗ୍ଲାସ୍ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମୁଖ୍ୟ କାରଣ ଏବଂ ସ୍ୱାସ୍ଥ୍ୟଗତ ସୁଫଳଏସିଡିଟି […]
ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏକ ‘ସୁଦୃଶ୍ୟ ଲଘୁଚାପ ବଳୟ’ ସକ୍ରିୟ ରହିଛି । ଆଗାମୀ ୨ ଦିନ ମଧ୍ୟରେ ଏହି ସିଷ୍ଟମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଅତିକ୍ରମ କରିବ। ଏହାର ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଧିକ ଶକ୍ତିଶାଳୀ ହେବା ସହ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି […]
ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]
ନୟାଗଡ଼,(ଓଡ଼ିଶା ଦର୍ପଣ): କେନ୍ଦ୍ର ସରକାରଙ୍କ “ନଶା ମୁକ୍ତ ଭାରତ” ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ମା’ ଫାଉଣ୍ଡେସନ”, ନୟାଗଡ଼ ଉଦ୍ୟମରେ ପବିତ୍ର ରଥଯାତ୍ରା ଅବସରରେ ନୟାଗଡ଼ରେ ଅନୈତିକ ନିଶା ସେବନ ବିରୋଧରେ ନୟାଗଡ଼ ରଥଯାତ୍ରା ଅବସରରେ ଏକ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦେଶର ବିଭିନ୍ନ ସ୍ଥାନରେ ବଢ଼ୁଥିବା ଅନୈତିକ ଡ୍ରଗ୍ସ କାରବାର ଯୁବସମାଜକୁ ବିପଥଗାମୀ କରୁଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର କୁପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଛି […]
ପୁରୀ ରଥଯାତ୍ରା ପରମ୍ପରା ଅନୁଯାୟୀ, ଆଜି ସନ୍ଧ୍ୟାରେ ମାର୍କେଟ ଛକ ନିକଟରେ ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥ ଅଟକି ରହିଛି । ଶାସ୍ତ୍ରୀୟ ନୀତି ଓ ରଥଯାତ୍ରାର ପରମ୍ପରାକୁ ପାଳନ କରି ସନ୍ଧ୍ୟା ପରେ ରଥଟଣା ବନ୍ଦ କରାଯାଇଛି । ସୂର୍ଯ୍ୟାସ୍ତ ପରେ ରଥ ଆଉ ଗଡ଼ିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ କାଲି ପୁଣି ଥରେ ମହାପ୍ରଭୁଙ୍କ ୩ ରଥକୁ ଟଣାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ […]
ରାଜ୍ୟର ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ | ଆସନ୍ତାକାଲି ଜୁଲାଇ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୭୫ଟି ଆଧୁନିକୀକରଣ କରାଯାଇଥିବା ରେଳ ଷ୍ଟେସନକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିବେ। ଏଥିମଧ୍ୟରେ ଓଡ଼ିଶାର ୭ଟି ପ୍ରମୁଖ ରେଳ ଷ୍ଟେସନ, ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଓ ବିମଳଗଡ଼ ସାମିଲ ରହିଛି। ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଏହି ଷ୍ଟେସନଗୁଡ଼ିକର ଆଧୁନିକୀକରଣ କରାଯାଇଛି।କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗଶିପ୍ […]
ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମୟରେ ଭକ୍ତଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ଘଟିଥିବା ଠେଲାପେଲାରେ ଦୁଇଜଣ ଭକ୍ତଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଏହି ଅଘଟଣକୁ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ଘଟଣା ସମ୍ପର୍କରେ ହସ୍ପଟାଲ ଯାଇ ପଚାରି ବୁଝିବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ହସ୍ପିଟାଲକୁ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ନେଇ ସମୀକ୍ଷା କରିବେ । ସୂଚନା ଅନୁସାରେ, ପବିତ୍ର […]
