ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମୟରେ ଭକ୍ତଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ଘଟିଥିବା ଠେଲାପେଲାରେ ଦୁଇଜଣ ଭକ୍ତଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଏହି ଅଘଟଣକୁ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି । ଘଟଣା ସମ୍ପର୍କରେ ହସ୍ପଟାଲ ଯାଇ ପଚାରି ବୁଝିବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ହସ୍ପିଟାଲକୁ ଯାଇ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ନେଇ ସମୀକ୍ଷା କରିବେ । ସୂଚନା ଅନୁସାରେ, ପବିତ୍ର […]
ରାୟଗଡା ୧୬/୦୭ (ନିପ୍ର) ରାୟଗଡା ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଆନ୍ତଃରାଜ୍ୟ ଚୋରା ଲୁହାପଥର କାରବାର। ଶିରିପାଇ ପଞ୍ଚାୟତର ଭାଲୁମସ୍କା ଅଞ୍ଚଳରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଚୋରା ଲୁହାପଥର ସହ ଏକ ଟିପର ନଂ ଓଡ଼ି ୧୮ସି ୮୨୭୮ ଏକ ଜେସିବି ନଂ ଓଡ଼ି ୧୮ କେ ୫୭୩୯ ଓ ଏକ ମୋଟର ସାଇକେଲ ନଂ ଓଡ଼ି ୧୮ ପି ୭୨୨୩ ଜବତ କରିଛି ଟିକିରି ବନ ବିଭାଗ। ଏହି ଘଟଣାରେ ୪ ଜଣଙ୍କୁ ଅଟକ […]
ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗ ଠାରେ ସକ୍ରିୟ ଥିବା ଲଘୁଚାପ ଆଜି ସକାଳେ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ ୭.୬ କିମି ଯାଏଁ ବ୍ୟାପିଛି । ଏହା ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡିଶା ଓ ଗଙ୍ଗେୟ ପଶ୍ଚିମବଙ୍ଗ ଦେଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି […]
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍କା ଲାଗିଛି। ଟିଏମ୍ସି ବିଧାୟକ ମଦନ ମିତ୍ର ବିଧାନସଭାରେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବାର ଦିନକ ପରେ ରାଜ୍ୟସଭା ସାଂସଦ ପଦରୁ କୋଏଲ ମଲିକ୍ପଶ୍ଚିମବଙ୍ଗ ସିନେମାର ଭେଟେରାନ ଅଭିନେତା ରଞ୍ଜିତ ମଲ୍ଲିକଙ୍କ ଝିଅ କୋଏଲ୍ ମଲ୍ଲିକ ଦୀର୍ଘ ୨୦ ବର୍ଷ ଧରି ପଶ୍ଚିମବଙ୍ଗ ସିନେ ଇଣ୍ଡଷ୍ଟ୍ରୀରେ ରାଜ କରୁଥିଲେ । ସିନେମା ନାୟିକା ଭାବେ ରାଜ୍ୟରେ ସେ ଖୁବ୍ ଲୋକପ୍ରିୟ […]
ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିବା ବେଳେ ଏକ ଅଘଟଣ ଘଟି ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ ରୁ ଅଧିକ ଗୁରୁତର ହୋଇଛନ୍ତି ।ସୂଚନା ଅନୁସାରେ ପୁରୀ ମରିଚକୋଟ ଛକ ନିକଟରେ ଜଣେ ଶ୍ରଦ୍ଧାଳୁ ଅଣନିଃଶ୍ୱାସୀ ହୋଇ ତଳେ ପଡ଼ିଗଲେ । ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । […]
ଗଜପତି ମହାରାଜଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପାରମ୍ପରିକ ରାଜକୀୟ ଶୋଭାଯାତ୍ରାରେ ସେ ତିନି ରଥ ନିକଟରେ ପହଞ୍ଚିଛନ୍ତି। ମହାପ୍ରଭୁଙ୍କ ପ୍ରିୟ ସେବକ ଭାବେ ସେ ସୁବର୍ଣ୍ଣ ଖଡ଼ିକାରେ ପବିତ୍ର ଛେରାପହଁରା ନୀତି ସମ୍ପାଦନ କରିଛନ୍ତି । ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା ନୀତି ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଗଜପତି ମହାରାଜା ତିନି ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ ସୁବର୍ଣ୍ଣ ଖଡ଼ିକାରେ ରଥକୁ ପରିଷ୍କାର କରି ଏହି ପବିତ୍ର ନୀତି ସମ୍ପାଦନ କରୁଛନ୍ତି। ମହାପ୍ରଭୁଙ୍କ ସମ୍ମୁଖରେ ରାଜା […]
କର୍ଣ୍ଣାଟକର ଧାରୱାଡରେ ଜଣେ ୪୫ ବର୍ଷୀୟ ଡାକ୍ତରଙ୍କୁ ତାଙ୍କ ଆପାର୍ଟମେଣ୍ଟ ଭିତରେ ହତ୍ୟା କରାଯାଇଥିବା ବେଳେ ତାଙ୍କ ଆଠ ବର୍ଷର ପୁଅକୁ ଛୁରା ମାଡ଼ ହୋଇଛି। ଶିଶୁଟିକୁ ଆହତାବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଡାକ୍ତରଙ୍କୁ ଚିରାୟୁ ହସ୍ପିଟାଲର ଆନେସ୍ଥେସିଓଲୋଜିଷ୍ଟ ଡାକ୍ତର କିରଣ ହୋନାନ୍ନାଭର ଭାବରେ ଚିହ୍ନଟ କରାଯାଇଛି।ତାଙ୍କ ପତ୍ନୀ ଡାକ୍ତର ପ୍ରିୟଙ୍କା ଜଣେ ଚକ୍ଷୁ ବିଶେଷଜ୍ଞ ହୋଇଥିବାବେଳେ ସ୍ଵାମୀଙ୍କୁ ହତ୍ୟା କରିଥିବା ସନ୍ଦେହରେ ତାଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।ହୁବାଲି-ଧାରୱାଡ […]
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ପ୍ରମୁଖ ମମତା ବାନାର୍ଜୀ ବିଜେପିକୁ ପୁଣିଥରେ ଟାର୍ଗେଟ କରିଛନ୍ତି । ବିଜେପିର ଅନ୍ତ ଦେଖିବା ଯାଏଁ ଜୀବିତ ରହିବେ ବୋଲି କହିଛନ୍ତି । ବିଧାନସଭା ନିର୍ବାଚନ ୨୦୨୬ ବେଳେ ବିଜେପି କର୍ମୀ ତାଙ୍କ ଉପରେ କରିଥିବା ଟିପ୍ପଣୀକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି । ମମତା କହିଛନ୍ତି, କୌଣସି ବୟସକୁ ନେଇ ଅପମାନିତ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ । ନିର୍ବାଚନ ପରିଣାମ ପରେ ବିଜେପିର କିଛି କର୍ମକର୍ତ୍ତା […]
ଆଜି ପବିତ୍ର ଘୋଷଯାତ୍ରା । ଏହି ଅବସରରେ ଚଳଚଞ୍ଚଳ ପୁରୀ ଓ ସାରା ରାଜ୍ୟ । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ଶ୍ରୀଜୀଉ । ଏପରି ସମୟରେ ବଲିଉଡ ପ୍ରସିଦ୍ଧ ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମ ରଥାଯାତ୍ରାରେ ସାମିଲ ହେବେ । ସେନେଇ ସେ ଗତକାଲି ଭୁବନେଶ୍ୱର ପହଞ୍ଚିଛନ୍ତି । ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ସୋନୁ ନିଗମ । ତେବେ ସେ ପ୍ରଥମ ଥର […]
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ବଶ୍ରେଷ୍ଠ ମହାପର୍ବ ରଥଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର ପ୍ରସ୍ତୁତ। ଭକ୍ତି, ବିଶ୍ୱାସ ଓ ସମର୍ପଣର ସହ ରଥଯାତ୍ରାର ସାକ୍ଷୀ ହେବ। ସମସ୍ତେ ମହାପ୍ରଭୁଙ୍କ ଦିବ୍ୟ ସାନିଧ୍ୟ ଲାଭ କରିବା ପାଇଁ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।
ଆନ୍ଧ୍ରପ୍ରଦେଶ ପଲାସା ଥାନା ବ୍ରାହ୍ମଣତରଙ୍ଗ ଗ୍ରାମର ଦୁର୍ଗା ପ୍ରସାଦ ବ୍ରହ୍ମା ଓ ଆଙ୍କୁଲିର ପ୍ରଦୀପ କୁମାର ମଣ୍ଡଳଙ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗିରଫ ହୋଇଛନ୍ତି। ଉଭୟ ଅବସରପ୍ରାପ୍ତ ସେନା କର୍ମଚାରୀ। ସେମାନଙ୍କୁ ପଚରାଉଚରା କରାଯାଉଛି। ସମ୍ପତ୍ତି ବିବାଦର ସମାଧାନ ପାଇଁ ଉଭୟ ଏଭଳି କରିଥିବା ଜଣାଯାଇଛି।ଆଙ୍କୁଲିର ପ୍ରଦୀପ ମଣ୍ଡଳ ସେନାରେ କାମ କରିବା ସମୟରେ ବାହାରେ ରହୁଥିଲେ। ସେହି ସମୟରେ ତାଙ୍କ ଭାଇମାନେ ତାଙ୍କୁ ପୈତୃକ ସମ୍ପତ୍ତି ମାଲିକାନାରୁ ବାଦ ଦେଇଥିଲେ। ଉତ୍ତରାଧିକାରୀ ପ୍ରମାଣପତ୍ରରେ ତାଙ୍କ […]
ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ ୱେବସାଇଟର ବିଟା ସଂସ୍କରଣ ଲଞ୍ଚ କରିଛି। ପ୍ରାୟ ଦୁଇ ଦଶନ୍ଧି ପରେ ୱେବସାଇଟରେ ଏଭଳି ଏକ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ ପୋର୍ଟାଲର ଲିଙ୍କ୍ (https://www.irctc.co.in/eticket/) ମାଧ୍ୟମରେ କିମ୍ବା ବର୍ତ୍ତମାନର ହୋମପେଜକୁ ଯାଇ ଯାତ୍ରୀମାନେ ଏହି ସେବାର ଟ୍ରାଏଲ୍ କରିପାରିବେ ଏବଂ ନିଜର ମତାମତ ଦେଇପାରିବେ।ଏହି ନୂଆ ଅପଗ୍ରେଡ୍ ଯୋଗୁ […]
