author

ରଥଯାତ୍ରା ପରିଚାଳନା ପାଇଁ ଏବେ ନୂଆ ରୂପରେ ଆସିବ ‘ରଥ କୋଡ୍’

ରଥଯାତ୍ରା ପରିଚାଳନା ପାଇଁ ଏବେ ନୂଆ ରୂପରେ ଆସିବ ‘ରଥ କୋଡ୍’ | ୪୨ ବର୍ଷ ପରେ ସଂଶୋଧିତ ହେବାକୁ ଯାଉଛି ‘ରଥ କୋଡ୍-୧୯୮୩’ । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି AI ବ୍ୟବହାର ଓ ସେବାୟତଙ୍କ ଶୃଙ୍ଖଳା ପର୍ଯ୍ୟନ୍ତ, ସବୁଥିରେ ହେବ ବ୍ୟାପକ ସଂସ୍କାର । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।ଗତ ଦୁଇ ବର୍ଷର ପରିଚାଳନାଗତ ତ୍ରୁଟି ସରକାରଙ୍କ ପାଇଁ ଶିକ୍ଷା ସାଜିଛି । […]

ବର୍ଷାର ସମ୍ଭାବନା ପ୍ରାୟତଃ ନାହିଁ। ଆସନ୍ତା ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ବଢିପାରେ ପାରଦ

ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୫ ଭିତରେ ତାପମାତ୍ରା ୩୪ ଡିଗ୍ରୀ ଭିତରେ ରହିପାରେ। ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଅଛି । ମାର୍ଚ୍ଚ ୬ରୁ ୧୨ ପର୍ଯ୍ୟନ୍ତ ତାତି ବେଶି ବଢ଼ିବ। ଏପରିକି ୩୬ ଡିଗ୍ରୀ ଡେଇଁଯିବ ପ୍ରାୟତଃ ଅଞ୍ଚଳରେ । କେତେକ ସ୍ଥାନରେ ୩୮ ଡିଗ୍ରୀ ପହଞ୍ଚିପାରେ। ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିପାରେ ଦିନ ତାପମାତ୍ରା। ରାତି ତାପମାତ୍ରା ମଧ୍ୟ ବଢ଼ିପାରେ ।ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା […]

ଆସନ୍ତା ୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ

ଆସନ୍ତା ୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅମିତ୍ ଶାହ ମାର୍ଚ୍ଚ ୫ ତାରିଖ ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିବେ। ୬ ତାରିଖ ସକାଳେ କଟକ ମୁଣ୍ଡଳୀସ୍ଥିତ ସି.ଆଇ.ଏସ.ଏଫର ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ଯୋଗଦେବେ । […]

ଆଜିର ରାଶିଫଳ(୨୭ ଫେବୃଆରୀ, ୨୦୨୬)

ମେଷଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି । ବୃଷଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ […]

ପୋଲିସ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀ ନିହତ

ପୋଲିସ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀ ଅଞ୍ଚଳରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ। ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ । ଘଟଣାସ୍ଥଳରୁ SLR, INSAS ଏବଂ ବାର ବୋର ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ ।

ଓଟିଇଟି ଜାଲିଆତି ଘଟଣା: ଆସନ୍ତା ୫ରେ ଶୁଣାଣି

ବୋର୍ଡ ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣାରେ ହାଇକୋର୍ଟରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ସୁଦ୍ଧା ଲିଖିତ ଯୁକ୍ତି ଦାଖଲ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୫ତାରିଖରେ ଶୁଣାଣି ହୋଇପାରେ। ଜାଲିଆତି ଘଟଣାରେ ଅଭିଯୁକ୍ତ ଡ. ନିହାର ରଞ୍ଜନ ମହାନ୍ତି, ଜିତନ ମହାରଣା, ରାମଜୀ ପ୍ରସାଦ ଗୁପ୍ତା, ବିଜୟ କୁମାର ମିଶ୍ର , ଜୟନ୍ତ କୁମାର ରାଉତ, ଅଜୟ କୁମାର ସାହୁ , ପ୍ରଶାନ୍ତ […]

ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ କଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ

ବିମାନ ଯାତ୍ରୀଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି । ଯଦି ୪୮ ଘଣ୍ଟା ମଧ୍ୟରେ ବୁକ୍ ହୋଇଥିବା ବିମାନ ଟିକେଟ୍ ବାତିଲ କରାଯାଏ, ତେବେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ନୂତନ ସଂଶୋଧିତ DGCA ନିୟମ ଅନୁଯାୟୀ, ଯଦି ଟିକେଟ୍ ସିଧାସଳଖ ଏୟାରଲାଇନ୍ସର ୱେବସାଇଟ୍ ମାଧ୍ୟମରେ ବୁକ୍ କରାଯାଏ, ତେବେ ଯାତ୍ରୀମାନେ ବୁକିଂର ୪୮ଘଣ୍ଟା ମଧ୍ୟରେ ସେମାନଙ୍କର ଟିକେଟ୍ କୌଣସି ଅତିରିକ୍ତ ଦେୟ ବିନା ବାତିଲ […]

ଦେବବ୍ରତ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ, ଇଡି ମାଗିଲା ତଥ୍ୟ

ଲାଞ୍ଚ ନେଇ ଧରାପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବ ଭିଜିଲାନ୍ସ । ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି । ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ। ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଚଢ଼ାଉ ବେଳେ ମିଳିଥିଲା ୪ କୋଟି କ୍ୟାସ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଦେବବ୍ରତ ମହାନ୍ତି ।ଏବେ ପ୍ରଶ୍ନ ଉଠୁଛି, […]

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି !ଏପ୍ରିଲ୍ ୧ରୁ ପେଟ୍ରୋଲରେ ମିଶିବ ଇଥାନଲ୍

ତୈଳ ଓ ଗ୍ୟାସ୍‌କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ତେଲ ଏବଂ ଗ୍ୟାସ କମ୍ପାନୀଗୁଡ଼ିକୁ ୧ ଏପ୍ରିଲରୁ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ ବିକ୍ରୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ତେଲ ଆମଦାନୀ ଏବଂ ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ତଥାପି, ଏହି ପରିବର୍ତ୍ତନ ସାଧାରଣ ଗାଡ଼ି ଚାଳକଙ୍କ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇବ ।୯୫ର ରିସର୍ଚ୍ଚ […]

ବିଜେଡି ନେଲା ରାଜ୍ୟସଭା ଫର୍ମ । ସରପ୍ରାଇଜ ଦେବେ ନବୀନ

ରାଜ୍ୟସଭା ନାମାଙ୍କନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତତ୍ପର ହୋଇପଡିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ କହିଛି ବିଜେପି । ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଲା ବିଜେଡି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନେଲେ ୬ ସେଟ୍ ଫର୍ମ । ଆଜି ବସିବ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ରାଜ୍ୟସଭା […]

ଦଶମ ବୋର୍ଡ ପରୀକ୍ଷା ବେଳେ ଶୌଚାଳୟରେ ଛାତ୍ରୀ କଲେ ପ୍ରସବ

ସାରା ଦେଶରେ ଚାଲିଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ମଧ୍ୟପ୍ରଦେଶରେ ବି ପରୀକ୍ଷା ଦେଉଛନ୍ତି ହଜାର ହଜାର ଛାତ୍ରୀ । ତେବେ ଧାର ଜିଲ୍ଲାର ପରୀକ୍ଷା ହଲ୍ରୁ ନଜର ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ।। ସେକ୍ଟର-୧ ଥାନା ଅଞ୍ଚଳର ବୋର୍ଡ ପରୀକ୍ଷା କେନ୍ଦ୍ରକୁ ଗଣିତ ପରୀକ୍ଷା ଦେବାକୁ ଆସିଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ବାଥରୁମରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ଏହି ଘଟଣା ପରୀକ୍ଷା କେନ୍ଦ୍ରରେ ଚାପା ଉତ୍ତେଜନା ସୃଷ୍ଟି […]

ଏକକ ପିଜି ପ୍ରବେଶିକା ପରୀକ୍ଷା ବା ସିପିଇଟି ପାଇଁ କାଲିଠୁ ଫର୍ମ ପୂରଣ ଆରମ୍ଭ

ଏକକ ପିଜି ପ୍ରବେଶିକା ପରୀକ୍ଷା ବା ସିପିଇଟି ପାଇଁ କାଲିଠୁ ଫର୍ମ ପୂରଣ ଆରମ୍ଭ । ଆସନ୍ତାକାଲିଠୁ ମାର୍ଚ୍ଚ ୧୫ ଯାଏଁ ସାମସ ପୋର୍ଟାଲରେ ଫର୍ମ ପୂରଣ କରିପାରିବେ ଇଚ୍ଛୁକ ଛାତ୍ରଛାତ୍ରୀ । ସିପିଇଟି ମାର୍କ ଆଧାରରେ ହିଁ ସ୍ନାତକୋତ୍ତର ପାଇଁ ଚୟନ ହେବେ ଛାତ୍ରଛାତ୍ରୀ । ପିଜିରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ Common PG Entrance Test (CPET) ପରୀକ୍ଷାର ଦେବାକୁ ପଡ଼ିବ । ଏପ୍ରିଲ ମାସ ୨୭ ତାରିଖରୁ ମେ’ ମାସ […]