author

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଜନ ଆଶ୍ରୟ ଭବନ

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଜନ ଆଶ୍ରୟ ଭବନ । ମାଷ୍ଟର କ୍ୟାଣ୍ଟିନ ଛକରେ ୫ ଏକର ଜମିରେ ନିର୍ମାଣ ହେବ । ଏନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ଜିଲ୍ଲାରୁ ରାଜଧାନୀ ଆସୁଥିବା ଲୋକେ ଏଠାରେ ରହିପାରିବେ । ସ୍ୱଳ୍ପ ମଲ୍ୟରେ ଜନ ଆଶ୍ରୟ ଭବନରେ ୩ ଦିନ ରହିପାରିବେ । ସରକାରୀ, ବ୍ୟବସାୟ, ହସ୍ପିଟାଲ, କୋର୍ଟ କାମରେ ଆସୁଥିବା ଲୋକେ ରହିପାରିବେ । ଜନ ଆଶ୍ରୟ ଭବନ ପରିସରରେ ବସ […]

ଦିଲ୍ଲୀରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ନୂଆ ଓଡ଼ିଶା ଭବନର ଶିଳାନ୍ୟାସ । ଦିଲ୍ଲୀରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଚାଣକ୍ୟପୁରୀ କୌଟିଲ୍ୟ ମାର୍ଗରେ ୭ ମହଲା ବିଶିଷ୍ଟ ହେବ ନୂଆ ଓଡ଼ିଶା ଭବନ । ୪୫ଟି କୋଠରୀ ସହ ଆଧୁନିକ ସମ୍ମିଳନୀ କକ୍ଷ ରହିବ । ଓଡ଼ିଶାର ସାଂସ୍କୃତିକ ଓ ପ୍ରଶାସନିକ କେନ୍ଦ୍ର ଭାବେ କାମ କରିବ ।କଳିଙ୍ଗ ଶୈଳୀରେ ନିର୍ମିତ ହେବ ନୂଆ ‘ଓଡ଼ିଶା ଭବନ’ ।ପୂର୍ବରୁ ଥିବା ପୁରୁଣା ବିଲ୍ଡିଂଟି ଅସୁରକ୍ଷିତ ଘୋଷିତ ହେବା ପରେ […]

୨୮ରେ କଂଗ୍ରେସର ରାଜ୍ୟସଭା ନିଷ୍ପତ୍ତି

ଆସନ୍ତା ୨୮ ତାରିଖରେ କଂଗ୍ରେସ ନେବ ରାଜ୍ୟସଭା ନିଷ୍ପତ୍ତି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଏଥିପାଇଁ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ କହିଛନ୍ତି । ନବୀନଙ୍କୁ ସମୟ ମାଗିଥିଲେ ବି ଏଯାଏଁ ନବୀନ ସମୟ ଦେଇନାହାନ୍ତି କହିଲେ । ରାଜ୍ୟସଭାର ଚତୁର୍ଥ ଆସନ ବିଜେପିକୁ ନ ଛାଡ଼ିବା ପାଇଁ ପିସିସି ସଭାପତି ଭକ୍ତ ଦାସ ଗୋଟି ଚାଳନା ଜାରି ରଖିଛନ୍ତି । ଏବେ ବି ଭକ୍ତ […]

ଦିଲ୍ଲୀ ଏନ୍ସିଆରର ଗୁରୁଗ୍ରାମରେ ଡ୍ରୋନ୍ ଓ ଏଆଇ ରୋବୋ ସାହାଯ୍ୟରେ ଡେଲିଭରୀ ସେବା ଆରମ୍ଭ

ଦିଲ୍ଲୀ ଏନ୍ସିଆରର ଗୁରୁଗ୍ରାମରେ ଡ୍ରୋନ୍ ଓ ଏଆଇ ରୋବୋ ସାହାଯ୍ୟରେ ଡେଲିଭରୀ ସେବା ଆରମ୍ଭ ହୋଇଛି । ସ୍କାଇ ଏୟାର ମୋବିଲିଟି ଏହାର ଶୁଭାରମ୍ଭ କରିଛି। ଲଞ୍ଚ୍ ସମୟରେ କମ୍ପାନି ନିଜ ସିଷ୍ଟମର ଡେମୋ ଦେଖାଇଛି । ଏଥିରେ ଡ୍ରୋନ୍ ପ୍ରଥମେ ପାର୍ସଲ ବକ୍ସ ନେଇ ଆସୁଛି, ଯାହାକୁ ମେଲ୍ ବକ୍ସରେ ରଖାଯାଉଛି । ତା’ପରେ ଏକ ରୋଭର୍ ମେଲ୍ ବକ୍ସରୁ ପାର୍ସଲକୁ ସଂଗ୍ରହ କରି ଗ୍ରାହକଙ୍କ ଘର ସାମ୍ନାରେ ଡେଲିଭରୀ କରୁଛି । କମ୍ପାନି ଅନ୍ୟ […]

ମାର୍ଚ୍ଚ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ

୨୦୨୬ ମାର୍ଚ୍ଚ ମାସରେ ବିଭିନ୍ନ ପର୍ବପର୍ବାଣୀ ଏବଂ ସାପ୍ତାହିକ ଛୁଟି ଯୋଗୁଁ ମୋଟ୍ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତୁ ନଜର ପକାଇବା ମାର୍ଚ୍ଚ ମାସର ବ୍ୟାଙ୍କ ଛୁଟି ତାଲିକା ଉପରେ | ତେବେ ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ସେବା ଜାରି ରହିବ । ରବିବାର ପଡ଼ୁଥିବାରୁ ସାରା ଦେଶରେ ୧/୮ / ୧୫ /୨୨ /୨୯ ବ୍ୟାଙ୍କ ବନ୍ଦ ରହିବ । ୨ […]

ବିବାଦୀୟ ବିଷୟ ‘ନ୍ୟାୟପାଳିକା ଦୁର୍ନୀତି’ ବିଷୟକୁ ନେଇ କ୍ଷମା ପ୍ରାର୍ଥନା କରିଛି ଏନସିଇଆରଟି

ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଏନସିଇଆରଟିର ୟୁ ଟର୍ଣ୍ଣ । ସୁପ୍ରିମ୍‌କୋର୍ଟଙ୍କ ତୀବ୍ର ସମାଲୋଚନା ପରେ କ୍ଷମା ମାଗିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏନସିଆରଟି) । ବିବାଦୀୟ ବିଷୟ ‘ନ୍ୟାୟପାଳିକା ଦୁର୍ନୀତି’ ବିଷୟକୁ ନେଇ କ୍ଷମା ପ୍ରାର୍ଥନା କରିଛି ଏନସିଆରଟି । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଅନୁଚିତ ବିଷୟବସ୍ତୁ ଅନ୍ତର୍ଭୁକ୍ତ କରିବା ପାଇଁ କ୍ଷମା ପ୍ରାର୍ଥନା କରିଛି। ସମ୍ପୂର୍ଣ୍ଣ ଅଜାଣତରେ ଏଭଳି ଭୁଲ ହୋଇଥିବା ବୋଲି ବର୍ଣ୍ଣନା କରିଛି ଏନସିଆରଟି । […]

ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ

ଆଜି ଫଗୁ ଦଶମୀ। ଫାଲଗୁନ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ଫଗୁ ବା ଅବିର ଦେବତାଙ୍କ ସେବାରେ ଲାଗେ। ଏହା ହେଉଛି ହୋଲି ପର୍ବର ପୂର୍ବ ପର୍ବ। ଆଜି ମହାପ୍ରଭୁ ଫଗୁ ଖେଳିବା ସହ ଚାଚେରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଫଗୁ ଦଶମୀରେ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ […]

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି​​​​​​​ ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ […]

ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ

ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ। କଟକ ଚୌଦ୍ବାରସ୍ତିତ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ଓଡ଼ିଶାର ପାରମ୍ପରିକ ‘ଘୋଡ଼ା ନାଚ’କୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥାପାଇଁ ତାଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ଏହା ଆଗରୁ ସେ ୧୯୯୭–୯୮ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ମଧ୍ୟ ପାଇଥିଲେ । […]

ଆଜିର ରାଶିଫଳ(୨୬ ଫେବୃଆରୀ, ୨୦୨୬)

ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି […]

ପୁରୀ ସମୁଦ୍ର କୂଳରେ କରାଯାଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍

ପୁରୀ ସମୁଦ୍ର କୂଳରେ କରାଯାଇଛି ବ୍ୟାଗେଜ୍ ଲକର୍ ସିଷ୍ଟମ୍।ସମୁଦ୍ର ବାଲିରେ ନିଜର ବ୍ୟାଗ୍ ରଖି ସମୁଦ୍ରକୁ ସ୍ନାନ କରିବାକୁ ଯାଆନ୍ତି ପର୍ଯ୍ୟଟକ। ଏଥିପାଇଁ ବିଭିନ୍ନ ସମୟରେ ବ୍ୟାଗ ଚୋରି ହୋଇଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ପୁରୀ ପୌରସଂସ୍ଥା ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି।ତେବେ ବ୍ୟାଗେଜ୍ ଲକର୍ ବ୍ୟବସ୍ଥା ଆପଣାଇବାକୁ ହେଲେ ପ୍ରଥମେ ସେଠାରେ ଲାଗିଥିବା କ୍ୟୁଆର୍ କୋଡ୍ ସ୍କାନ କରିବା ପରେ ଲୋକେସନ୍ ଅନ୍ କରି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡିବ। […]

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର ! କମିବ ଖାଇବା ତେଲ ଦାମ

ଅଶୋଧିତ ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହି ନୂଆ ନିୟମ ୩୧ ମେରୁ ସାରା ଦେଶରେ କାର୍ଯ୍ୟକାରୀ ହେବ। କେନ୍ଦ୍ର ଏ ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି କରିସାରିଛି। ଯାହା ଫଳରେ ଆଗାମୀ ଦିନରେ ତେଲର ମୂଲ୍ୟରେ ଯଥେଷ୍ଟ ହ୍ରାସ ହେବାର ସମ୍ଭାବନା ରହିଛି।ବର୍ତ୍ତମାନର ନିୟମ ଅନୁଯାୟୀ, ଅଶୋଧିତ ପାମ୍ ତେଲ, ଅଶୋଧିତ ସୋୟାବିନ୍ ତେଲ ଓ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ […]