ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ଶ୍ରୀମନ୍ଦିରରେ ପ୍ରତିପଦା ତିଥିରେ ହେବ ଉଭାଯାତ୍ରା । ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ରଥଯାତ୍ରା ପ୍ରସ୍ତୁତି ଏବଂ ନୀତି ବହୁଳତା ଯୋଗୁଁ ସର୍ବସାଧାରଣ ଦର୍ଶନ ଆଜି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ।ନୀତିକାନ୍ତି ତ୍ୱରାନ୍ୱିତ କରିବାକୁ ତଥା ପରଦିନ ସଅଳ ପହଣ୍ଡି କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ତେବେ ଆଜି ସକାଳ ୭ […]
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବାରୁ ଆଗାମୀ କିଛି ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଏହି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଗାମୀ ୨ ଦିନ ପର୍ଯ୍ୟନ୍ତ ବେଶ୍ ସକ୍ରିୟ ରହିବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି […]
ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]
ନିକଟରେ ଦୁଇଟି ଭିନ୍ନ ଭିନ୍ନ ଭିଡିଓ ରେଳବାଇର ଦୁଇଟି ଭିନ୍ନ ଚିତ୍ରକୁ ସାମ୍ନାକୁ ଆଣିଛି, ଯାହାକୁ ନେଇ ସାଧାରଣରେ ବେଶ୍ ଆଗ୍ରହ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଉତ୍ତର ରେଳବାଇର ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଚଳନ୍ତା ଟ୍ରେନ୍ ଭିତରେ ପଣ୍ଡିତଙ୍କ ଗହଣରେ ମନ୍ତ୍ରୋଚାରଣ ସହ ଶିବଙ୍କ ରୁଦ୍ରାଭିଷେକ ଚାଲିଛି। ଏହି ଭିଡିଓ ଦେଖି ଅନେକେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ସର୍ବସାଧାରଣ ପରିବହନରେ ଏଭଳି ଧାର୍ମିକ ଅନୁଷ୍ଠାନ ପାଇଁ ଅନୁମତି ମିଳିଲା କେମିତି? ତେବେ ରେଳବାଇ ଏହାର […]
ଦେଶର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନୀତି ନିର୍ଦ୍ଧାରକଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ମହଙ୍ଗା ମାଡ଼କୁ ନେଇ ଏକ ବଡ଼ ଏବଂ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି।ବିଗତ ୬ ମାସ ମଧ୍ୟରେ ଏହା ୨.୭୪ ପ୍ରତିଶତରୁ ବୃଦ୍ଧି ପାଇ ୪.୩୮ ପ୍ରତିଶତରେ ପହଞ୍ଚିଛି। ଜୁନ୍ ମାସରେ ଏହା ୧୭ ମାସର ସର୍ବୋଚ୍ଚ ସ୍ତର ଛୁଇଁଛି। ଏହା ସହିତ ଭାରତୀୟ ରିଜର୍ବ ବ୍ୟାଙ୍କ (ଆରବିଆଇ) ର ୪ ପ୍ରତିଶତ ଲକ୍ଷ୍ୟକୁ ମଧ୍ୟ ପାର୍ କରିଯାଇଛି। ମେ ମାସରେ ଏହି […]
ମଙ୍ଗଳବାର ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ)ର ୪୪ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେl ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି । ସୂଚନା ଅନୁସାରେ, ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର […]
ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣି ଥରେ ବଡ଼ ପରଦାରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ପ୍ରେସ୍ କନଫରେନ୍ସରେ ସେ ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ରୂପା’ ଏବଂ ‘ଦୁନିଆଦାରୀ’ ବିଷୟରେ ଘୋଷଣା କରିବା ସହ ନିଜ କ୍ୟାରିୟରର ସଂଘର୍ଷ ବିଷୟରେ କହିଛନ୍ତି । ତେବେ ଏହି ଫିଲ୍ମରେ ସେ ନୂଆ ଅଭିନେତ୍ରୀ ରାନୀ ସ୍ବର୍ଣ୍ଣକରଙ୍କ ସହ ନଜର ଆସିବେ । ଫିଲ୍ମଟିକୁ ଗୋବିନ୍ଦା ନିଜେ ପ୍ରଡ୍ୟୁସ୍ କରିଛନ୍ତି । ଇଣ୍ଡଷ୍ଟ୍ରିରେ ତାଙ୍କୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ସ୍ଥାନୀୟ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଦୈନିକ ଖବର କାଗଜ ସମାଜ ତରଫରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ଥିଲା ବେଳେ ମୁଖ୍ଯବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଂଜନ ପାଣ୍ଡେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ, […]
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଆବେଦନ ତାରିଖ ଘୋଷଣା। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହୋଇ ୧୪ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ଆଜି (ମଙ୍ଗଳବାର) ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଓଡ଼ିଶା […]
ବଡ଼ଦାଣ୍ଡରେ ଲାଗିଲାଣି ଗହଳି ଚହଳି । ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ୁଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ରଥଯାତ୍ରା ପାଇଁ ଟ୍ରାଫିକ୍ ପରାମର୍ଶ ଜାରି କରିଛି ।। ମୋଟ୍ ୩୦ଟି ସ୍ଥାନରେ କରାଯାଇଛି ପାର୍କିଂ ବ୍ୟବସ୍ଥା। ୪ ଚକିଆ ଯାନ ପାଇଁ ମୋଟ ୨୨ ପାର୍କିଂ ସ୍ଥାନ ରହିଛି । ସେଥିରୁ ୧୮ଟି ସାଧାରଣ ନାଗରିକ ଏବଂ ୪ଟି ପାସ୍ ଧାରକଙ୍କ ପାଇଁ ଉଦ୍ଦିଷ୍ଟ । ଯେଉଁଠି ୭,୭୩୦ ଗାଡ଼ି ପାର୍କିଂ ହୋଇ ପାରିବ ।ସେହିପରି ବସ୍ […]
ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ବଡ଼ ପଦକ୍ଷେପ ନେଇଛି ଜାତୀୟ ତଦନ୍ତ ସଂସ୍ଥା (NIA)। ଜମ୍ମୁସ୍ଥିତ ସ୍ୱତନ୍ତ୍ର NIA କୋର୍ଟ ପାକିସ୍ତାନ ଭିତ୍ତିକ ଲସ୍କର-ଏ-ତୈବାର ମୁଖ୍ୟ ହାଫିଜ୍ ସଇଦଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (NBW) ଜାରି କରିଛନ୍ତି। ଏନଆଇଏ ପକ୍ଷରୁ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ ହେବାର ଦୁଇ ଦିନ ପରେ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚାର୍ଜସିଟରେ ଦର୍ଶାଯାଇଛି, ଲସ୍କର ଏତୋଇବାର ଶାଖା ଆତଙ୍କବାଦୀ ସଂଗଠନ ହେଉଛି ଦ ରେଜିସଷ୍ଟାଣ୍ଟ ଫ୍ରଣ୍ଟ ।ଏହି ନିଷିଦ୍ଧ ଆତଙ୍କୀ […]
ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ତୃତୀୟ ଭାଷା ସମ୍ପର୍କରେ ନୂଆ ନିୟମ ଜାରି କରିଛି । ୨୦୨୭-୨୮ ଶିକ୍ଷାବର୍ଷରୁ ଦଶମ ପାସ୍ ସାର୍ଟିଫିକେଟ୍ ପାଇବା ପାଇଁ ତୃତୀୟ ଭାଷାର ସ୍କୁଲ୍-ଆଧାରିତ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ପାସ୍ କରିବା ବାଧ୍ୟତାମୂଳକ ହେବ । ବୋର୍ଡ ପକ୍ଷରୁ ଜାରି ସର୍କୁଲାର ଅନୁଯାୟୀ, ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରୁ ୯ମ ଏବଂ ୨୭-୨୮ ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀରେ ଏହି ନୂଆ ନିୟମ ଲାଗୁ ହେବ। ସିବିଏସ୍ଇ ସ୍ପଷ୍ଟ କରିଛି ଯେ, ତୃତୀୟ ଭାଷା ବିଷୟଟି […]
