ଓଡ଼ିଶା ଗଣଶିକ୍ଷା ବିଭାଗର ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଆଜି ମନୋଜ ପାଢ଼ୀଙ୍କୁ ଗିରଫ କରାଯାଇଛି । ମନୋଜ ପାଢ଼ୀ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ଥିଲେ । ପ୍ରଥମେ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି । ପୂର୍ବରୁ ନିଲମ୍ବିତ ହୋଇଥିଲେ ମନୋଜ । ପାଠ୍ୟ ପୁସ୍ତକ ତ୍ରୁଟିର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଯେଉଁ ଭଳି ତ୍ରୁଟି ହୋଇଛି ଏବଂ କ୍ରାଇମବ୍ରାଞ୍ଚ ଲଗାଇଥିବା ବିଏନଏସ ଧାରା ୩୧୬(୫) ଏକ ଧର୍ତ୍ତବ୍ୟ ଅପରାଧ ଓ […]
ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ ଚାର୍ଟ । ସାରା ଓଡିଶା ପାଇଁ ଗୋଟିଏ ମେଡିସିନ ଦର ରହିବ । କେନ୍ଦ୍ର ୩୯ଟି ମେଡିସିନ ଦର ଧାର୍ଯ୍ୟ କରିବା ପରେ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ରସାୟନ ମନ୍ତ୍ରାଳୟ ଜାରି କରିଥିବା ତାଲିକା ସବୁ ଷ୍ଟୋରରେ ଲଗାଯିବ । ରକ୍ତଚାପ , ମଧୁମେୟ , ହୁଦରୋଗ ଭଳି ୩୯ ଟି ଔଷଧର ଦର ଧାର୍ଯ୍ୟ ହୋଇଛି ।
ଦୀର୍ଘ ୨୬ ବର୍ଷ କାଳ ଜେଲ୍ ଦଣ୍ଡ ଭୋଗିବା ପରେ ଶେଷରେ ଜେଲ୍ ପ୍ରାଚୀରରୁ ମୁକୁଳିବାକୁ ଯାଉଛନ୍ତି ବହୁଚର୍ଚ୍ଚିତ କଏଦୀ ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲ। ଆଗାମୀ ଅଗଷ୍ଟ ୧୫ରେ ତାଙ୍କୁ ଜେଲ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ‘ଷ୍ଟେଟ ରିଭ୍ୟୁ ବୋର୍ଡ’ ବୈଠକରେ ଭଲ ଆଚରଣ ଓ ଦୀର୍ଘ ଦିନର ସଜା କାଟିବା ଆଧାରରେ ଦାରା ସିଂହଙ୍କୁ ଜେଲ୍ ରୁ ମୁକ୍ତ କରିବା […]
ପୁରୀ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କଲା ବେଙ୍ଗାଲୁରୁ ଇସ୍କନ । ନିର୍ଦ୍ଧାରିତ ତିଥିରେ ହିଁ ହେବ ରଥଯାତ୍ରା । ବେଙ୍ଗାଳୁରୁ ଇସ୍କନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଇସ୍କନ ଗ୍ରୁପ୍ ଭାରତ ଓ ବିଦେଶରେ ଶ୍ରୀଲା ପ୍ରଭୁପାଦ ଇସ୍କନ ନାମରେ ପରିଚିତ । ସେମାନେ ପଶ୍ଚିମବଙ୍ଗର ମାୟାପୁର ମୁଖ୍ୟାଳୟ ଥିବା ଇସ୍କନ ଗ୍ରୁପ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱାଧୀନ ପ୍ରତିଷ୍ଠାନ । ପଶ୍ଚିମବଙ୍ଗରେ ଥିବା ଇସ୍କନ […]
ଶିକ୍ଷକଙ୍କୁ ମାଡ଼ ଓ ଗାଳିଗୁଲଜ କରିବା ପଡ଼ିଲା ମହଙ୍ଗା। ଉଠାଇଲା ପୋଲିସ୍। ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଘଟଣା ପରେ ଆକ୍ସନ୍ ମୁଡକୁ ଆସିଛି ସତ୍ୟବାଦୀ ପୋଲିସ୍। ଅଭିଯୁକ୍ତ ଜଣକ ହେଉଛନ୍ତି ସୁକଳ ଗ୍ରାମର ଅଂଶୁମାନ ବିଶ୍ୱାଳ। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ବିଦ୍ୟାଳୟର ଖେଳ ଶିକ୍ଷକ ସୁରେଶ ସ୍ୱାଇଁ ନିଜ କାର୍ଯ୍ୟ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଅଂଶୁମାନ ବିଶ୍ୱାଳ ଅଭିଯୋଗ କରିଥିଲେ ଯେ ଶିକ୍ଷକ ଜଣକ ତାଙ୍କ ପୁଅକୁ ମାଡ଼ […]
ବହୁ ଚର୍ଚ୍ଚିତ ବହି ବିଭ୍ରାଟ ମାମଲାରେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖିଛି କ୍ରାଇମବ୍ରାଞ୍ଚ। DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ମନୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ SCERT ନିର୍ଦ୍ଦେଶକ ଥିବା ବେଳେ ବହି ଛପା ଯାଇଥିଲା। ତେଣୁ ତ୍ରୁଟି କେମିତି ହେଲା? ତ୍ରୁଟି ପଛରେ କିଏ ? ଏତେ ତ୍ରୁଟି ହେଲା ସେ କେମିତି ଜାଣି ପାରିଲେନି? ସେ ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ତେବେ ପ୍ରାଥମିକ […]
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ସୁଚାରୁ ଭାବେ ପରିଚାଳନା କରିବାର ଏକ ବିଶାଳ ପ୍ରଶାସନିକ ଓ ବୈଷୟିକ ବ୍ୟବସ୍ଥାର ମଧ୍ୟ ଉଦାହରଣ। ଏହି ମହାନ ପରମ୍ପରାରେ ଭାରତୀୟ ରେଳବାଇ, ବିଶେଷକରି ପୂର୍ବ ତଟ ରେଳବାଇ, ପ୍ରତିବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଓ ନିରବ ଭୂମିକା ନିର୍ବାହ କରିଆସୁଛି। ରଥଯାତ୍ରା ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ପୁରୀକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଭାରତୀୟ […]
କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ SOP ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ସେ କହିଛନ୍ତି, ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସ୍ବତନ୍ତ୍ର SOP ଜାରି କରିଛନ୍ତି । ଆର୍ଥିକ ଅନଗ୍ରସର ଯେପରି ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। କିନ୍ତୁ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରେ ପ୍ରଫେସନାଲ କୋର୍ସକୁ ବାଦ ଦିଆଯାଇଛି।ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ […]
କୋଭିଡ୍ ସ୍ଥିତିକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଲୋକସେବା ଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟର ବର୍ତ୍ତମାନ କୋଭିଡ୍ ସ୍ଥିତି, ପ୍ରସ୍ତୁତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ ଆଲୋଚନା ହେଉଛି । କୋଭିଡ୍ ସଂକ୍ରମଣର ସ୍ଥିତି, ହସ୍ପିଟାଲର ପ୍ରସ୍ତୁତି, ଔଷଧ ଓ ଚିକିତ୍ସା ସୁବିଧା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ସମୀକ୍ଷା କରାଯାଉଛି । ସଂକ୍ରମଣ ବୃଦ୍ଧି ହେଲେ କିପରି ମୁକାବିଲା […]
ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆଜି ସକାଳେ ପ୍ରାୟ ୧୦ଟା ସମୟରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଗସ୍ତ ସମ୍ପୁର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ହୋଇଥିବା କୁହାଯାଉଛି । ତେବେ ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି. ଆଗକୁ ସଂସଦ ଅଧିବେଶନ ଥିବାରୁ ଦିଲ୍ଲୀରେ ବିଜେଡି ସାଂସଦ ମାନଙ୍କୁ ଭେଟିବାକୁ ଯାଇଥାଇପାରନ୍ତି । ସେମାନଙ୍କ ସହ […]
ହର୍ମୁଜରେ ଘନେଇଲାଣି ମହାସଙ୍କଟ। ବିପଦରେ ଭାରତୀୟ ନାବିକ। ୟୁଏଇ (UAE)ର ଦୁଇଟି ତେଲ ଟ୍ୟାଙ୍କର ଉପରେ ଇରାନ ପକ୍ଷରୁ ମିସାଇଲ୍ ମାଡ଼ କରାଯାଇଛି। ଏହି ଭୟଙ୍କର ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । UAE ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ‘ମୋମ୍ବାସା’ ଏବଂ ‘ଅଲ୍ ବାହିୟା’ ନାମକ ଦୁଇଟି ତେଲ ଟାଙ୍କରକୁ ଲକ୍ଷ୍ୟ କରି ଇରାନ ଦୁଇଟି ଶକ୍ତିଶାଳୀ କ୍ରୁଜ୍ ମିସାଇଲ୍ ମାଡ଼ କରିଥିଲା । […]
ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବିଜୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ ୩୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ଆଜି କନ୍ଧମାଳ ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି ହୋଇଥିବା ବେଳେ ବାକି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ […]
