ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ଏବେ ଚର୍ଚ୍ଚାରେ। ଗୋଦ୍ରା ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି। ନିର୍ଦ୍ଦେଶକ ଧୀରଜ ସାରନାଙ୍କ ଫିଲ୍ମ ସାବରମତି ରିପୋର୍ଟକୁ ନେଇ ସବୁଆଡେ ଚର୍ଚ୍ଚା ବୃଦ୍ଧି ପାଉଛି । […]
ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା : ଦି ରୁଲ’ । ଏହା ରିଲିଜ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି ।ଫ୍ୟାନ୍ସମାନେ ଦୀର୍ଘ ସମୟ ଫିଲ୍ମକୁ ଧରି ଅପେକ୍ଷା କରି ରହିଛନ୍ତି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ବ୍ୟାନ କରିବାକୁ ଦାବି କରାଯାଉଛି। ହରିୟାଣାରେ ‘ପୁଷ୍ପା ୨’ର ଏକ ସିନ୍ ବିରୋଧରେ ଅଭିଯୋଗ ଆସିଛି।ଫିଲ୍ମର ଏକ ଦୃଶ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏଥିସହ […]
ହାସ୍ୟ ଅଭିନେତାଙ୍କ ବଡହୃଦୟ । ସହାୟତାର ହାତ ବଢାଇଲେ ହରିହର । ଅସହାୟ କଳାକାରଙ୍କୁ କଲେ ସାହାଯ୍ୟ । ସାଗରବାଳାଙ୍କର ସାଜିଲେ ସାହାରା । ଦିନେ ଅନ୍ନପୂର୍ଣା ଥିଏଟରରେ ନାୟିକା ଭୂମିକାରେ ଅଭିନୟ କରୁଥିବା ସାଗରବାଳା ପଟନାୟକ ଓରଫ ବାସନ୍ତି ଅପା ଆଜି ଏକ ଚା’ ଦୋକାନ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । କିନ୍ତୁ ଅରିକ୍ଷିତକୁ ଦଇବ ସାହା ହେଲା ଭଳି ବାସନ୍ତୀ ଅପାଙ୍କ ଏ ଅସମୟରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି କମେଡି […]
ଉଗ୍ର ରୂପ ନେଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ କଳି ଘଟଣା। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଆରମ୍ଭ ହୋଇଥିବା କଥା କଟାକଟି ଆଜି ବିଚ୍ ରାସ୍ତାରେ ପହଞ୍ଚିଛି। ଡିସିପି ଅଫିସ ସମ୍ମୁଖରେ ହାତାହାତି । ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଛି । ଉଭୟଙ୍କୁ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କଲା ପୋଲିସ । ଡିସିପିଙ୍କ ସହ ବୈଠକ ପାଇଁ ଆସିବା ବେଳେ ଗଣ୍ଡଗୋଳ ହୋଇଛି । ବବି ଇସ୍ଲାମ […]
୧୯୩୬ରୁ ଭାରତୀୟ ସିନେମାକୁ ସମୃଦ୍ଧ କରିଛି ଓଡ଼ିଆ ଚଳଚ୍ଚିତ୍ର। ରାଜ୍ୟର ଦୂରଦୃଷ୍ଟି ସଂପନ୍ନ କଳାକାର ଓ ଟେକ୍ନିସିଆନ୍ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ତେବେ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀରାମ ସାମଲଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’। ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍ଚିନି ଏବଂ ୨୦୨୨ […]
ଓଲିଉଡର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲମ୍ବା ସମୟ ଧରି ପ୍ରେମିକ ଅନୁରାଗଙ୍କ ସହିତ ସମ୍ପର୍କରେ ରହିବା ପରେ ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ବିବାହ କରିଛନ୍ତି। ନିଜେ ଏଲିନା ବିବାହ ସମୟର ଫଟୋ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ […]
ଦକ୍ଷିଣ ଆଫ୍ରିକାରେ ଚମକିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ । ତ୍ରିଷ୍ଣା ରାୟ ହେଲେ ମିସ୍ ଟିନ୍ ୟୁନିଭର୍ସ ୨୦୨୪ । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏହି ମର୍ଯ୍ୟାଦାଜନକ ଇଭେଣ୍ଟରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗନେଇଥିବା ବେଳେ ତ୍ରିଷ୍ଣା ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ତ୍ରିଷ୍ଣା କିଟ୍ ସ୍କୁଲ୍ ଅଫ୍ ଫେସନ୍ ଟେକ୍ନୋଲୋଜିର ଛାତ୍ରୀ । ତ୍ରିଷ୍ଣା ହେଉଛନ୍ତି କର୍ଣ୍ଣେଲ୍ ଡି.କେ ରାୟ ଓ ରାଜଶ୍ରୀ ରାୟଙ୍କ ଝିଅ । ଝିଅର ସଫଳତାରେ ବେଶ୍ ଖୁସି […]
ପୁଣି ଅଡୁଆରେ ପଡିଲେ ଅଭିନେତା ମନୋଜ ମିଶ୍ର । ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା । ଏତଲା ଦେଲା ଓଡ଼ିଆ ସିନେମା ଓ ଟିଭି ନିର୍ଦେଶକ ସଙ୍ଘ ।ଏହି ମାମଲାରେ ସଙ୍ଘର ସଭାପତି ସବ୍ୟସାଚୀ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଯେକୌସି ନୂଆ ଫିଲ୍ମ ଆସିଲେ ମନୋଜ ରଖୁଛନ୍ତି ମନ୍ତବ୍ୟ ।ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାଙ୍କୁ କରୁଛନ୍ତି ଆକ୍ଷେପ । ଭାଷା କହିଲାବେଳେ ସଂଜତ ହୋଇ କହିବା ସିଖିନାହାଁନ୍ତି ମନୋଜ । ଯାହା […]
ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କର ଅଡ଼ୁଆ ବଢ଼ିଛି। ଗତ ମାସ ୨୭ ତାରିଖରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ଭାଜପାର ଏକ ସଦସ୍ୟତା ଗ୍ରହଣ ଅଭିଯାନରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ବୁଧବାର ତାଙ୍କ ବିରୋଧରେ ବିଧାନନଗର ଦକ୍ଷିଣ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି ଯେ, ଫିଲ୍ମର ସଂଳାପ ଆଇନ ଶୃଙ୍ଖଳା ଉପରେ ପ୍ରଭାବ ପକାଇଥିବା ଭଳି ମନ୍ତବ୍ୟ ଦିଆଯାଇଛି । ୨୭ ଅକ୍ଟୋବରରେ ଯେତେବେଳେ ଗୃହମନ୍ତ୍ରୀ ଅମିତ […]
ଅଭିନେତ୍ରୀ ସୋମୀ ଅଲି ନିକଟରେ ରେଡିଟ୍ରେ ତାଙ୍କ ଫ୍ୟାନ୍ମାନଙ୍କ ସହ ଏଏମ୍ଏ (ଆସ୍କ ମି ଏନିଥିଙ୍ଗ୍) ସେସନ୍ରେ କଥା ହେବାବେଳେ ସଲମାନ ଖାନ୍ଙ୍କ ସହ ତାଙ୍କର ପୂର୍ବ ସମ୍ପର୍କ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି। ସେ କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଲେ ବୋଲି ତାଙ୍କୁ ଜଣେ ରେଡିଟ ୟୁଜର ପ୍ରଶ୍ନ କରିବାରୁ ଏହାର ଉତ୍ତର ଦେଇ ସେ କହିଛନ୍ତି, ୧୯୯୦ ଦଶକରେ ସଲମାନ୍ ଖାନ୍ ବାରମ୍ବାର ମୋତେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବାରୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି […]
ବଲିଉଡ ଅଭିନେତା ସଲମାନ ଖାନ ପୁଣିଥରେ ଲରେନ୍ସ ବିଷ୍ଣୋଇଙ୍କ ନାମରେ ଏକ ଧମକ ପାଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ ଲରେନ୍ସଙ୍କ ନାମରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ତେବେ ଫୋନ କଲର ସତ୍ୟତା କେତେ ରହିଛି, ଏନେଇ ଯାଞ୍ଚ କରୁଛି ମୁମ୍ବାଇ ପୁଲିସ । ଧମକ ଦେଇଥିବା ବ୍ୟକ୍ତି ସଲମାନଙ୍କୁ ଜୀବନ ବଞ୍ଚାଇବାକୁ ଦୁଇଟି ବିକଳ୍ପ ଦେଇଛି । ହନୁମାନ ମନ୍ଦିର ଯାଇ କ୍ଷମା ମାଗନ୍ତୁ କିମ୍ବା ୫କୋଟି […]
ବଲିଉଡ ଫିଲ୍ମ ଭୁଲଭୁଲୈୟା-ଥ୍ରୀରେ ଓଡ଼ିଆ ପୁଅଙ୍କ କମାଲ । ଆସିଷ୍ଟାଣ୍ଟ ଡିରେକ୍ଟର ବା ସହ ନିର୍ଦ୍ଦେଶକ ଭାବେ କାମ କରି ଚର୍ଚ୍ଚାରେ ରାଜ କିଶୋର ହୋତା । ସୋନପୁର ଜିଲ୍ଲାର ରାଜ କିଶୋର ଅନେକ ଦିନ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି । ପୂର୍ବରୁ ଅନେକ ସିନେମାରେ ନିଜ ପାରଦର୍ଶିତା ଦେଖାଇଛନ୍ତି ରାଜ କିଶୋର ।ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ ସେ କାମ କରିଥିବା ଫିଲ୍ମଗୁଡ଼ିକ ହେଲା ଆଇ ଆମ କଲାମ, କୌନ କିତନେ ପାନି […]
