ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିମାପଡା ଶୀତଳ ଭଣ୍ଡାର ମାର୍ଗରେ ଥିବା ଶିକ୍ଷକ ଅରୁଣ ମହାନ୍ତିଙ୍କ ଘରକୁ ରାତି ଅଧରେ ଜେସିବି ଲଗାଇ ଭାଙ୍ଗିଲେ ଦୁର୍ବୃତ୍ତ ।ଏହି ଦୃଶ୍ୟ ସିସି ଟିଭି ରେ ରେକର୍ଡ ହୋଇଛି। ଦୁର୍ବୃତ୍ତମାନେ ମୁଖା ପିନ୍ଧିବା ସହ, ମାରଣାସ୍ତ୍ର ଧରିଥିଲେ। କାରକୁ ମଧ୍ୟ ଚୁରମାର କରିଦେଇଛନ୍ତି। ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଛନ୍ତି। ଦୁର୍ବୃତ୍ତଙ୍କ ଆତଙ୍କରେ ପରିବାର ସଦସ୍ୟ ବାହାରିବାକୁ ଭୟ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ବୁଧବାର ବିଳମ୍ବିତ […]
ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଓ ବିଶ୍ୱରେ ପ୍ରଭୁ ରାମ ପ୍ରେମୀମାନେ ଆନନ୍ଦିତ ଅଛନ୍ତି । ପ୍ରାୟ ୮୦୦୦ ଅତିତିଥିଙ୍କୁ ନିମନ୍ତ୍ରଣ କରାଯାଇଛି |ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଗାୟିକା ନମିତା ଅଗ୍ରଓ୍ବାଲଙ୍କ କଣ୍ଠରେ ରାମ ଭଜନର ଏକ ଭିଡିଓ ଏକ୍ସରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କହିଛନ୍ତି, ଭାରତର ପ୍ରତ୍ୟେକ କୋଣରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତି ଅଛି। ପ୍ରତ୍ୟେକ ଭାଷାରେ […]
ବାରିପଦା ସହରର ଏମକେସି ହାଇସ୍କୁଲ ସମେତ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ ହାତୀ । ପୋଲିସ ଓ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ଯାହାକୁ ନେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇପଡିଛନ୍ତି। ହାତୀଟିକୁ ଘଉଡାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଆବଶ୍ୟକ ପଡିଲେ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରାଯିବା ନେଇ ସୂଚନା ମିଳିଛି। ସ୍କୁଲର ବାହାରେ ଅନେକ ଲୋକ ଙ୍କ ଭିଡ ଥିବାରୁ ହାତୀଟିକୁ ସିଧା ସଳଖ ଘୋଉଡାଇବା […]
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧି ହୋଇଛି। ଆସନ୍ତା ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ବଢିଛି ତାଙ୍କ ଅନ୍ତରୀଣ ସୁରକ୍ଷା ଅବଧି।ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାୟର ମାମଲାର ଶୁଣାଣିକୁ ଆସନ୍ତା ଫେବୃଆରୀ ୧ ପର୍ଯ୍ୟନ୍ତ ହାଇକୋର୍ଟ ଘୁଞ୍ଚାଇ ଦେଇଛନ୍ତି। ବିଚାରପତି ବି.ପି.ରାଉତରାୟଙ୍କ ଅଦାଲତ ମାମଲା ଶୁଣାଣି କରି ବୁଧବାର ଦେଇଥିବା ଏହି ନିର୍ଦ୍ଦେଶ ଫଳରେ ବିଧାୟକ ଜେନାଙ୍କ ଅନ୍ତରୀଣ […]
ବିଶ୍ବ ଦେଖିଲା ପୁରୀ ପରିକ୍ରମା ପ୍ରକଳ୍ପ । ଏହାର ଉଦ୍ଘାଟନ କୁ ନେଇ ସାରା ରାଜ୍ୟ ଉତ୍ସବମୁଖର । ଭବ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ । ଦର୍ଶନ, ଧର୍ମ ଓ ଜ୍ଞାନର ତ୍ରିବେଣୀ ଉତ୍ସବରେ ଲୀନ ହୋଇଛନ୍ତି କୋଟି କୋଟି ଭକ୍ତ । ପବିତ୍ର ଧାମରେ ଭକ୍ତଙ୍କ ଦର୍ଶନ ସୁଗମ ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ନେଇ ଶତମୁଖ ହୋଇଛନ୍ତି ଶ୍ରଦ୍ଧାଳୁ ।ପୁରପଲ୍ଲୀରୁ ସହର ସାରା ଜନତା ହୋଇଛନ୍ତି ଏକାକାର । ରାଜ୍ୟର […]
ଲକ୍ଷ୍ମୀ ଯୋଜନାରେ ଆସନ୍ତା ୧୮ ତାରିଖରୁ ୧୫ ଜିଲାରୁ ଓଏସ୍ଆର୍ଟିସି ପକ୍ଷରୁ ପୁରୀକୁ ସ୍ବତନ୍ତ୍ର ଏସି ବସ୍ ଆରମ୍ଭ ହେବ। ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଚାଲିବ। ଏସି ଡିଲକ୍ସ ଲକଜୁରିଅସ ବସରେ ଶ୍ରଦ୍ଧାଳୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସୁବିଧାରେ ଫେରିପାରିବେ । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ସବୁ ବସ ଭୁବନେଶ୍ବର ଦେଇ ଯିବ । ଏହାଦ୍ବାରା […]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଏବଂ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ରହିବ ଜିଲ୍ଲାର ସବୁ ମଦ ଦୋକାନ। ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ। ତେବେ ଜାନୁଆରୀ ୧୭ ଓ ୨୨ରେ ଜିଲାରେ ମଦ ବିକ୍ରି ବନ୍ଦ।ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡ଼ି, ଦେଶୀ ମଦ ଦୋକାନ ବନ୍ଦ ରହିବ। ବିଭିନ୍ନ ସ୍ଥାନରେ ଭିଡ଼ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି […]
ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନରେ ଦୃତ ଅଗ୍ରଗତି ହୋଇଛି । ଜାନୁଆରୀ ୧୬ ତାରିଖ ଅପରାହ୍ନ ୨ଟା ସୁଦ୍ଧା ୩.୪୬ ଲକ୍ଷରୁ ଉର୍ଦ୍ଧ୍ବ ଦରଖାସ୍ତ ପଞ୍ଜୀକୃତ ହୋଇଛି ।ତେବେ ଆବେଦନ ଅବଧି ତାରିଖ ବଢ଼ିଛି। ମଙ୍ଗଳବାର ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତ। ଫଳରେ ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ (BSKY) କାର୍ଡ ପାଇଁ ଆବେଦନ କରିପାରିବେ। ବିଏସକେୱାଇ ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ପରିବାରମାନେ […]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦରେ ନିର୍ଦ୍ଧିଷ୍ଟ ତଥ୍ୟ ପ୍ରମାଣ କ’ଣ ରଖିଛ ଦିଅ,ମାମଲାର ଶୁଣାଣିକୁ ୨ ସପ୍ତାହ ଯାଏ ସ୍ଥଗିତ ରଖିଥିବା ଜଣାଯାଇଛି। ଆବେଦନକାରୀ ଭାରତୀୟ ବିକାଶ ପରିଷଦ ଓ ଜଗନ୍ନାଥ ସେନା ସେମାନଙ୍କ ଆୟର ଉତ୍ସ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ ନକଲେ ଆବେଦନକୁ ଖାରଜ କରିଦେବା ନିମନ୍ତେ ହାଇକୋର୍ଟ ଚେତାବନୀ ଦେଇଛନ୍ତି।ଏଥିରେ ବ୍ୟତିକ୍ରମ ହେଲେ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ଜରିମାନା ସହିତ ଦାୟର ମାମଲାକୁ ଖାରଜ କରିବା ଲାଗି ମଧ୍ୟ ହାଇକୋର୍ଟ ଚେତାବନୀ ଦେଇଛନ୍ତି […]
ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲା ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ପଞ୍ଚାୟତ ହାତିଗାଡ଼ିଆରେ। ଝିଅର ଆକ୍ରମଣରେ ଗୁରୁତର ହୋଇ ବାପାମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରଞ୍ଜିତ ସିଂଙ୍କ ଝିଅ କୁନି ସିଂ ବିବାହ ପରେ କୌଣସି କାରଣରୁ ୨ ବର୍ଷ ହେଲା ବାପଘରେ ରହୁଛନ୍ତି । ମୋବାଇଲରେ ଲଗାତାର କଥା ହେଉଥିବାରୁ ଝିଅ ଉପରେ ବିରକ୍ତି ପ୍ରକାଶ କରିଥିଲେ ମାଆ […]
ଉଦ୍ଘାଟିତ ହୋଇଯାଇଛି ୭୬ ତମ ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ଶାସନ। ଏହାସହ ବରଗଡ଼ ର ସମସ୍ତ ଜନ ସାଧାରଣ ପାଲଟି ଯାଇଛନ୍ତି ଏହି ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର।ଗତକାଲି ଉଦ୍ଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ-ବାସୁଦେବଙ୍କ ବିବାହ ହୋଇଥିଲା । ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇଥିବାରୁ […]
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରା ଏବଂ କୁମୁରିଆସ୍ଥିତ ବଡ଼ଖଳା, ସାନଖଳା ଓ ନୂଆଖଳାରେ ମଙ୍ଗଳବାର ଶୁଳିଆ ଯାତ୍ରା ଆରମ୍ଭ ହୋଇଯାଇଛି। ଯାତ୍ରା କୁ ଓଡିଶା ବହୁ ଜିଲ୍ଲା ସହ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ରୁ ମଧ୍ୟ ଭକ୍ତ ଆସିଥାନ୍ତି। ତେବେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଉଭୟ ଖଳାରେ ମାନସିକଧାରୀ ପଶୁ ପକ୍ଷୀ ବଳି ଦେଇଛନ୍ତି। […]