ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା: ୪ ଟି ସେଟ୍ ର ହେବ ପ୍ରଶ୍ନ ପତ୍ର

ଭୁବନେଶ୍ଵର(ଓଡିଶା ଦର୍ପଣ): ଏପ୍ରିଲ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ୨ଟି ସିଟିଙ୍ଗରେ ହେବ। ପ୍ରଥମ ସିଟିଙ୍ଗ ସକାଳ ୮ ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ଵିତୀୟ ସିଟିଙ୍ଗ ସକାଳ ୧୧ ଟାରୁ ଆରମ୍ଭ ହେବେ। ପ୍ରତ୍ୟେକ ବିଷୟ ପାଇଁ ଦୁଇ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ କେବେଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ବିଷୟ […]

ନୟାଗଡ PCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ

ନୟାଗଡ଼,(ଓଡିଶା ଦର୍ପଣ,୧୬/୦୩): ନୟାଗଡ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତୋର ଗଭର୍ଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪(PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ମିନି ସଭାଗୃହେର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍‌ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପେର ଅୋଲାଚନା ଏବଂ ସମୀକ୍ଷା କରାଯାଇଥିଲା । ୯ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ ମଧ୍ୟରୁ ରଶ୍ମି ଡାେଇଗ୍ନାଷ୍ଟିକ୍ ଏବଂ କେୟାର ଡାେଇଗ୍ନାଷ୍ଟିକ୍ […]

‘ନାଟକ ସମଗ୍ର’ରେ ପ୍ରକାଶିତ ହୋଇଛି ନୟାଗଡ଼ ନାଟ୍ୟକାରଙ୍କ ନାଟକ

ଭୁବନେଶ୍ୱର,(ଓଡିଶା ଦର୍ପଣ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତା ତଥା ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ନାଟ୍ୟ ଉତ୍ସବ ପୂର୍ବ ରଂଗ ର ଉଦଯାପନୀ ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ୫ ଜଣ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ ନାଟକ ସମଗ୍ର ‘। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ […]

ନୟାଗଡ ଜିଲ୍ଲା଼ରେ ଦ୍ୱିତୀୟ ଦିନର ଭୋଟ ଗଣତି

ନୟାଗଡ଼,(ଓଡିଶା ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଦ୍ୱିତୀୟ ଦିବସରେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ବିଭିନ୍ନ ଜୋନ୍‌ର ଚାଲିଥିବା ଭୋଟ ଗଣତିର ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ପ୍ରାପ୍ତ ଫଳାଫଳ । ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ଥୀନୀ ବିରଜାଲକ୍ଷ୍ମୀ ସାହୁ ବିଜେପି ପ୍ରାର୍ଥୀନୀ ସବିତା କରଙ୍କ ଠାରୁ ପ୍ରାୟ ୫୨୦୦ ଭୋଟରେ ଆଗୁଆ ଅଛନ୍ତି । ୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଖଣ୍ଡପଡ଼ା ବ୍ଲକ) ସ୍ୱାଧୀନ ପ୍ରାର୍ଥୀନୀ ଉଜ୍ୱଳ […]

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ

ଭୁବନେଶ୍ଵର,(ଓଡିଶା ଦର୍ପଣ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ପରଲୋକ। ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ହେମାନନ୍ଦଙ୍କ ଝିଅ ସୁନୀତା ସୂଚନା ଦେଇଛନ୍ତି। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ। ୧୯୮୯ ରୁ ୧୯୯୦ ଏବଂ ୧୯୯୦ ରୁ ୨୦୦୦ ଯାଏଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ସେ ୬ ଥର ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ସୁନ୍ଦରଗଡ […]

ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ରାଷ୍ଟ୍ରପତି

ପୁରୀ,(ଓଡ଼ିଶା ଦର୍ପଣ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରାଷ୍ଟ୍ରପତିଙ୍କ ସହ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଅଛନ୍ତି। ଶ୍ରୀମନ୍ଦିରରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଆସନ୍ତା ପୌର ନିର୍ବାଚନରେ ପ୍ରାର୍ଥୀମାନେ କେତୋଟି ଗାଡ଼ି ବ୍ୟବହାର ଓ କେତେ ଟଙ୍କା ଖର୍ଚ୍ଚ କରିବେ ଜାଣନ୍ତୁ

ଭୁବନେଶ୍ୱର,(ଓଡିଶା ଦର୍ପଣ): ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ପୌର ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ନିମନ୍ତେ ଗାଡ଼ିର ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରତ୍ୟକ ୱାର୍ଡର କାଉନସିଲର/କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡ଼ିକୁ ମିଶାଇ ସର୍ବାଧିକ ଦୁଇଟି ଗାଡ଼ି ବ୍ୟବହାର କରିପାରିବେ । ବିଜ୍ଞାପିତ ଅଞ୍ଚଳ ପରିଷଦ/ମୁନିସିପାଲିଟି ଅଞ୍ଚଳ ମଧ୍ୟରେ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ୁଥିବା […]

ଭିଜିଲାନ୍ସ ଜାଲରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

କଟକ,(ଓଡିଶା ଦର୍ପଣ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଏକକାଳୀନ ୧୧ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଅତିରିକ୍ତ ଏସପିଙ୍କ ଘରୁ ଦାମୀ ବିଏମଡବ୍ୟୁ କାର ସହ ବାଇକ ମଧ୍ୟ ଜବତ ହୋଇଛି । ପୋଲିସ ବାବୁ ଜଣକ ୧.୧୧ କୋଟି ଟଙ୍କାର ବିଏମଡବ୍ଲ୍ୟୁ କାର ଚଢୁଥିଲେ । ବିଏମଡବ୍ୟୁ କାର ସହିତ ଆହୁରୀ ୩ଟି ଦାମୀ କାର ମଧ୍ୟ କିଣିଥିଲେ । ଦାମୀ ବାଇକ ମଧ୍ୟ […]

ତୃତୀୟ ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୨ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,(ଓଡିଶା ଦର୍ପଣ): ରାଜ୍ୟର ଅଗ୍ରଣୀ ତଥା ନୟାଗଡ଼ ଜିଲ୍ଲାର ପଞ୍ଜିକୃତ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ୮ ତାରିଖ ଦୀର୍ଘ ୮ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ପ୍ରତ୍ୟହ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ନୟାଗଡ଼ ସ୍ଥିତ ଶୁଭମ ଫାର୍ମ ହାଉସ, ମୁକ୍ତାପୁରଠାରେ ଅନୁଷ୍ଠିତ ହୋଇଯାଇଛି […]

ବ୍ୟାନର ମାଧ୍ୟମରେ ଭୋଟ ବର୍ଜନ ପାଇଁ ଆହ୍ବାନ ଦେଲା ମାଓ ସଂଗଠନ

ବାଲିଗୁଡା,(ଓଡିଶା ଦର୍ପଣ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓ ସଙ୍ଗଠନ କନ୍ଧମାଳ ଜିଲ୍ଲାରେ ସେତିକି ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ଶନିବାର ପୁଣି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରଡ଼ିଗୁମା ସ୍କୁଲ ଅଞ୍ଚଳରେ ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୋଷ୍ଟର ବ୍ୟାନର ମରା ଯାଇଥିବା ଦେଖିବାକୁ ମିଳିଛି । ବ୍ୟାନର ମାଧ୍ୟମରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ବାନ ଦେଇଛି ଲାଲ୍ ବାହିନୀ । ଏଥିସହିତ ବିପ୍ଳବୀ ଲୋକ […]

ଶିଳ୍ପପତି ରାହୁଲ ବଜାଜଙ୍କ ୮୩ବର୍ଷରେ ପରଲୋକ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ତଥା ଶିଳ୍ପପତି ରାହୁଲ ବଜାଜଙ୍କ ୮୩ ବର୍ଷ ବୟସରେ ପୁଣେଠାରେ ଦେହାନ୍ତ ହୋଇଛି । ବଜାଜ ଗ୍ରୁପର ଅଂଶୀଦାର ଥିବାବେଳେ ରାହୁଲ ବଜାଜଙ୍କୁ ମିଳିଥିଲା ପଦ୍ମଭୂଷଣ ସମ୍ମାନ । ବାଜଜ ଗ୍ରୁପ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଶନିବାର ଦିନ ୨.୩୦ ମିନିଟରେ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କର ଦେହାନ୍ତ ହୋଇଛି । ସେ ବହୁତ ଦିନ ହେଲା ଅସୁସ୍ଥ ହୋଇପଡିଥିଲେ । ରାହୁଲ ବଜାଜ ଜଣେ ସଫଳ […]

ସରକାରଙ୍କ ଏହି ସ୍କିମରେ ପ୍ରତିମାସ ମିଳିବ ୩୦୦୦ ଟଙ୍କା ପେନସନ

ଭୁବନେଶ୍ଵର,(ଓଡିଶା ଦର୍ପଣ): କେନ୍ଦ୍ର ସରକାରଙ୍କ ତରଫରୁ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରାଯାଇଛି। ଯେଉଁଥିରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା। ଏହି ଯୋଜନା ଅନୁଯାୟୀ ରିକ୍ସା ଚାଳକ, ନିର୍ମାଣ ଶ୍ରମିକ ଏବଂ ଅସଂଗଠିତ ଅଞ୍ଚଳ ସହ ଜଡିତ ଲୋକଙ୍କୁ ବୃଦ୍ଧାବସ୍ଥାରେ ପେନସନ ମିଳିପାରିବ । ଯୋଜନା ଅନୁଯାୟୀ ସରକାର ଶ୍ରମିକଙ୍କୁ ପେନସନର ଗ୍ୟାରେଣ୍ଟି ଦେଉଛନ୍ତି । ଏହି ଯୋଜନାରେ ଆପଣ ପ୍ରତିଦିନ କେବଳ ୨ ଟଙ୍କା ବଞ୍ଚାଇ ପ୍ରତିବର୍ଷ ୩୬ ହଜାର ଟଙ୍କା […]