ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିବେ ଓଡିଶା ବାଚସ୍ପତି

ବନେଶ୍ୱର(ଓଡିଶା ଦର୍ପଣ): ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିବେ ବାଚସ୍ପତି ଡା ସୂର୍ଯ୍ୟନାରାୟଣ ପାତ୍ର। ବିଧାନ ପରିଷଦ ସମ୍ପର୍କରେ କେନ୍ଦ୍ରକୁ ବାଚସ୍ପତି ୨ଟି ଚିଠି ଲେଖିବେ। ଏହାପୂର୍ବରୁ ୨୦୧୮ରେ ବିଧାନ ପରିଷଦ ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି କରିଥିଲେ। ତେବେ ଦୁଇଟି ଚିଠି ମଧ୍ୟରୁ ଗୋଟିଏ ଚିଠି ବିଧାନସଭା ପକ୍ଷରୁ ସଂସଦକୁ ଲେଖାଯିବାକୁ ଥିବା ବେଳେ ୨୦୧୮ରେ ଦିଆଯାଇଥିବା ଚିଠିକୁ ଏଥିରେ ସଲଗ୍ନ କରାଯିବ। ସେହିଭଳି ଅନ୍ୟଟି ବ୍ୟକ୍ତିଗତ ଭାବେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖାଯିବ। କେଉଁ ଅଧିକାରୀ […]

ଲିଙ୍ଗରାଜଙ୍କ ମହାଶିବରାତ୍ରୀ ଲାଗି ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର,(ଓଡିଶା ଦର୍ପଣ): ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘ମହାଶିବରାତ୍ରି‘ ଅନୁଷ୍ଠିତ ହେବ। ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କୋଭିଡ୍ କଟକଣା ଭିତରେ ମହାଶିବରାତ୍ରୀ ଅନୁଷ୍ଠିତ ହେବବୋଲି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ଲିଙ୍ଗରାଜ ମନ୍ଦିରରେ ସୀମିତ ଶ୍ରଦ୍ଧାଳୁରେ ସମସ୍ତ ରୀତିନୀତି ପାଳିତ ହେବ। ରାତି ୧୦ ଟାରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ […]

ଏଣିକି ସବୁ ଟ୍ରେନରେ ପୁନର୍ବାର ଉପଲବ୍ଧ ହେବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଟ୍ରେନରେ ରନ୍ଧା ଖାଦ୍ୟ ପରିବେଷଣର ସୁବିଧାକୁ ପୁନଃ ସ୍ଥାପିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮୦ପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଫେବୃଆରୀ ୧୪ ସୁଦ୍ଧା ଶତପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ଉପଲବ୍ଧ ହେବ। ଉଲ୍ଲେଖ ଯୋଗ୍ୟ ଯେ, କୋଭିଡ-୧୯ ହେତୁ ଟ୍ରେନରେ ରନ୍ଧା ଖାଦ୍ୟ ଯୋଗାଇବା ସୁବିଧା ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ ୨୩ ତାରିଖ ୨୦୨୦ରେ ମହାମାରୀ […]

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ

ନୟାଗଡ଼,(ଓଡିଶା ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ନିମନ୍ତେ ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ପୋଲିସ -ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ, ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭରତ ଚନ୍ଦ୍ର ବେହେରା, ଅର୍ଥ ପର୍ଯ୍ୟବେକ୍ଷକ ଶ୍ରୀ ଅଶୋକ କୁମାର ମହାନ୍ତି,ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ […]

୧୪ରୁ ଖୋଲିବ ସ୍କୁଲ ହେଲେ ୨୮ରୁ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,(ଓଡିଶା ଦର୍ପଣ): ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଥିଲା । କରୋନା ମହାମାରୀର ତୃତୀୟ ଲହର ଯୋଗୁଁ ବନ୍ଦ ରହିଥିଲା ସ୍କୁଲ, କଲେଜ ବିଶ୍ୱବିଦ୍ୟାଳୟ । ତେବେ ଫେବୃଆରୀ ୨ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରିଥିଲେ ଏସଆରସି । ଘୋଷଣା ଅନୁସାରେ ପ୍ରଥମେ ଫେବୃଆରୀ ୭ରୁ ଅଷ୍ଟମ ଠାରୁ […]

ଲ୍ୟାଣ୍ଡମାଇନ ବିସ୍ଫୋରଣ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଓଡିଶା ଦର୍ପଣ): ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା ନେଇ ଶନିବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। […]

ନୟାଗଡ଼ରେ ଯୋଗଦେଲେ ନୁତନ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ୱାତି ମିଶ୍ର

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକର ଓଡଗାଁ ଏନ.ଏ.ସି.ରେ କାର୍ଯ୍ୟରତ ନିର୍ବାହୀ ଅଧିକାରିଣୀ ଶ୍ୱାତି ମିଶ୍ର ଆଜି ନୟାଗଡ଼ ପୌରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀଣି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥିନିମନ୍ତେ ବିଦାୟୀ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ସହିତ ନୂତନ ନିର୍ବାହୀ ଅଧିକାରୀ ତଥା ଓଡିଶା ମ୍ୟୁନିସିପାଲ ପ୍ରଶାସନିକ ସେବା ଅଧିକାରୀ ଶ୍ୱାତି ମିଶ୍ରଙ୍କୁ ସ୍ୱାଗତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ପୌର ଯନ୍ତ୍ରୀ ରଞ୍ଜନ […]

ମା ବିରଜା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଭୁବନେଶ୍ବର,(ଓଡିଶା ଦର୍ପଣ): ଭୁବନେଶ୍ବର ମା’ ବିରଜା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହିଦନଗର୍ ସ୍ଥିତ ଶନି ମନ୍ଦିର ଓ ଲକ୍ଷ୍ମୀସାଗର ସ୍ଥିତ ସନ୍ତୋଷୀ ମା ମନ୍ଦିର ନିକଟରେ ରହୁଥିବା ଅଭାବୀ ଦିନହିନ ପୁରୁଷ ଓ ମହିଳା ବ୍ୟକ୍ତିମାନଙ୍କୁ ଟ୍ରଷ୍ଟ ତରଫରୁ ଶୀତବସ୍ତ୍ର, କମ୍ବଳ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେମାନେ ସମସ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୌମ୍ୟକାନ୍ତ ବଳବନ୍ତରାୟଙ୍କ ଉଦ୍ୟମରେ ୟୁ.ଏସ୍.ବି.ଏମର ଅଧ୍ୟାପକ ପ୍ରଦୀପ କୁମାର ଦେ, ଅଧ୍ୟାପକ କୈଲାସ ଚନ୍ଦ୍ର […]

ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ ଏବଂ କଲେଜ

ଭୁବନେଶ୍ବର,(ଓଡିଶା ଦର୍ପଣ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଦେଶରେ ସଂକ୍ରମଣ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଏହି ପ୍ରରିପ୍ରେକ୍ଷୀରେ ଦେଶରେ ଅନେକ ରାଜ୍ୟର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟ ସରକାର ଏହାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ୭ ତାରିଖରୁ ସ୍କୁଲ ଏବଂ କଲେଜ ଖୋଲିବ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। କୋଭିଡ୍‌ କଟକଣାକୁ […]

ୱେବ ପୋର୍ଟାଲ ‘ଓଡ଼ିଶା ଦର୍ପଣ’ର ଶୁଭ ଉନ୍ମୋଚନ ଉତ୍ସବ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ଦର୍ପଣ ପରିବାର ପକ୍ଷରୁ ‘ଓଡ଼ିଶା ଦର୍ପଣ’ ନାମକ ଏକ ୱେବ ପୋର୍ଟାଲ ନୂଆ ବର୍ଷରେ ନୟାଗଡ଼ ଜିଲ୍ଲାର ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀଙ୍କ ପୀଠରେ ଶୁଭ ଉନ୍ମୋଚିତ ହୋଇଯାଇଛି। ଦର୍ପଣ ପରିବାରର ମୁଖ୍ୟ ପୁରୋଧା ତଥା କବି ଗୀତିକଳ୍ପ ହରିଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ପ୍ରଦୀପ୍ତ ରଥ, ରାମକୃଷ୍ଣ ରଥ, ଗୋକୁଳ ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାହୁ, […]