ଭୀଷଣ ବର୍ଷା ସହ ଗୁଳୁଗୁଳି ଏବଂ ଅସହ୍ୟ ଗରମ ପାଇଁ ୟେଲୋ ଆଲର୍ଟ

ଆଗକୁ କଲବଲ କରିବ ଗରମ ଗୁଳୁଗୁଳି । ବର୍ଷାର ପ୍ରକୋପ ମଧ୍ୟ ରହିବ ।ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଏବଂ ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପାଇଁ ଗରମ ଓ ଗୁଳୁଗୁଳି ପାଇଁ ଏହି ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ତେବେ  ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, ବରଗଡ଼ […]

ପେଟ୍ରୋକେମିକାଲ୍ କ୍ଷେତ୍ରକୁ କେନ୍ଦ୍ରର ବଡ଼ ଆଶ୍ୱସ୍ତି, ଆମଦାନୀ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼

ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିବା ବେଳେ ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।ସାର, ଫାର୍ମାସ୍ୟୁଟିକାଲ ଓ ପ୍ଲାଷ୍ଟି ଶିଳ୍ପକୁ ପ୍ରୋତ୍ସାହନ । ୪୦ଟି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ସାମଗ୍ରୀ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କଲେ କେନ୍ଦ୍ର ସରକାର । ଅର୍ଥମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରି ଜୁନ ୩୦ ଯାଏ ସୀମା ଶୁଳ୍କ ଛାଡ଼ କରାଯାଇଛି […]

ରାଜ୍ୟସଭାର ଉପନେତା ପଦରୁ ହଟିଲେ ଆପ୍ ସାଂସଦ ରାଘବ ଚଢ଼ା

ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଏହାର ଉପନେତା ପଦରୁ ହଟେଇ ଦେଇଛି। ରାଘବ ୨୦୨୩ ମସିହାରୁ ଏହି ପଦବିରେ ଥିଲେ। ତାଙ୍କ ସ୍ଥାନରେ ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ଆପ୍‌ ଦଳ ଉପନେତା କରିଛି। ରାଜ୍ୟସଭା ସଚିବାଳୟକୁ ଆଧିକାରିକ ଭାବେ ଦଳ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ରାଘବ ଆପ୍ ସାଂସଦ ଭାବରେ ଯେତେବେଳେ ରାଜ୍ୟସଭାରେ ତାଙ୍କ ବକ୍ତବ୍ୟ ରଖୁଥିଲେ, ସେତେବେଳେ ସାରା ଦେଶ ତାଙ୍କୁ ଭାଷଣକୁ ଧ୍ୟାନର ସହ ଶୁଣୁଥିଲା। କାରଣ ପୂର୍ବରୁ ପେଷାରେ […]

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ସହରାଞ୍ଚଳରେ ପିଏନଜି ସଂଯୋଗ ବାଧ୍ୟତାମୂଳକ

ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ । ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ସହରାଞ୍ଚଳରେ ୩ ମାସ ମଧ୍ୟରେ PNG ସଂଯୋଗ ପାଇଁ କୁହାଯାଇଛି ।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସହରାଞ୍ଚଳରେ ପିଏନଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଖାଉଟି ପିଏନଜି ସଂଯୋଗ ନେବେ, ସେମାନେ ଆଉ ଏଲପିଜି ବ୍ୟବହାର କରିପାରିବେ ନାହିଁ । ଆଗାମୀ ୩ ମାସ ମଧ୍ୟରେ ରାଜ୍ୟର […]

୭ ଦିନ ଭିତରେ ଉଠିବ ବଳକା ଧାନ: ସମବାୟ ମନ୍ତ୍ରୀ

ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର। ଯେଉଁ ଚାଷୀ ଧାନ ବିକି ପାରିନାହାନ୍ତି ସେମାନେ ଏହି ୭ ଦିନ ଭିତରେ ଧାନ ବିକ୍ରି କରିପାରିବେ । ଏଭଳି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ […]

ଓଡ଼ିଶାରେ ଜନଗଣନା ଆରମ୍ଭ: ପ୍ରଥମ ଦିନରେ ୧୭ ହଜାର ଲୋକ ହେଲେ ଗଣା

ଦେଶବ୍ୟାପୀ ବହୁ ପ୍ରତୀକ୍ଷିତ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଏହାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ପ୍ରଥମ ଦିନରେ ହିଁ ରାଜ୍ୟର ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ହୋଇଛି । ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ । ଡିଜିଟାଲ ପ୍ରକ୍ରିୟାରେ ଜନ ଗଣନା କରିଥିବା ନେଇ ସୂଚନା ଦେଇଛନ୍ତି ଜନ ଗଣନା ନିର୍ଦ୍ଦେଶକ […]

ବଜ୍ରପାତ ହେବା ପୂର୍ବରୁ ଆସିବ ଆଗୁଆ ସତର୍କ ସୂଚନା, ଜାଣନ୍ତୁ କେମିତି ?

ଦେଶରେ ବଜ୍ରପାତ କାରଣରୁ ପ୍ରତିବର୍ଷ ଶହ ଶହ ଲୋକ ପ୍ରାଣହାନୀ ହୋଇଥାଏ। ତେବେ ଭାରତ ପାଣିପାଗ ବିଭାଗ ଏବଂ “ଭାରତୀୟ ଉଷ୍ଣକଟିବନ୍ଧୀୟ ପାଣିପାଗ ଅନୁଷ୍ଠାନ” ପକ୍ଷରୁ “ଦାମିନୀ” ନାମକ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଲଞ୍ଚ କରାଯାଇଚି। ଏହି ଆପ୍ ସମଗ୍ର ଦେଶରେ ବଜ୍ରପାତ ସମ୍ବନ୍ଧୀୟ ଘଟଣା ଉପରେ ନଜର ରଖିବ।ଏହି ଆପ୍ “ଭାରତୀୟ ଉଷ୍ଣକଟିବନ୍ଧୀୟ ପାଣିପାଗ ଅନୁଷ୍ଠାନ” (Indian Institute of Tropical Meteorology) ଦ୍ୱାରା ବିକଶିତ କରାଯାଇଛି। “ଦାମିନୀ” ଆପ୍ ସମଗ୍ର ଦେଶରେ ବଜ୍ରପାତ […]

ରିଲ୍ସବେଳେ ନଦୀରେ ଭାସିଗଲେ ଦୁଇ ଯୁବକ। ଜଣେ ଯୁବକ ଉଦ୍ଧାର ଓ ଅନ୍ୟ ଜଣେ ଯୁବକ ନିଖୋଜ

ରିଲ୍ସ ହେଲା କାଳ । ବ୍ରିଜ ଉପରୁ ନଦୀକୁ ଡେଇଁ ରିଲସ କରୁଥିବାବେଳେ ଅଘଟଣ । ରିଲ୍ସବେଳେ ନଦୀରେ ଭାସିଗଲେ ଦୁଇ ଯୁବକ। ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ।କେନ୍ଦୁଝର ଜିଲ୍ଲାର କେତେକ ଯୁବକ ଭଦ୍ରକରେ ରହି କାମ କରୁଥିଲେ ।ହିମାଂଶୁ ଶେଖର ନାୟକ, ମିଥୁନ ନାୟକ ଜଣେ ସାଙ୍ଗ ସହ ସନ୍ଥିଆ ବ୍ରିଜ […]

ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ନିମନ୍ତେ ଚାଲିବ ସ୍ପେଶାଲ ଟ୍ରେନ

ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ନିମନ୍ତେ ଏବଂ ଯାତ୍ରା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି । ସେଗୁଡିକ ହେଲା ଭୁବନେଶ୍ୱର–ଯଶବନ୍ତପୁର ସ୍ପେଶାଲ୍ ଆସନ୍ତା ୨୭ ଜୁନ୍ ଏବଂ ଯଶବନ୍ତପୁର– ଭୁବନେଶ୍ୱର ସ୍ପେଶାଲ୍ ୨୯ ଜୁନ୍ ପର୍ଯ୍ୟନ୍ତ ଗଡ଼ିବ । ସମ୍ବଲପୁର–ଇରୋଡ୍ ସ୍ପେଶାଲ୍ ୨୭ ମେ’ ଏବଂ ଇରୋଡ୍–ସମ୍ବଲପୁର ସ୍ପେଶାଲ୍ ୨୯ ମେ’ ବୃଦ୍ଧି କରାଯାଇଛି ।ସେହିପରି ବିଶାଖାପାଟଣା- ଶାଲିମାର ସ୍ପେଶାଲ୍ ୩୦ […]

ଆଜି ସରିବ ମାଟ୍ରିକ ଖାତାଦେଖା, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଫଳ

ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ଦେଖା । ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଆସୁଛି । ମାଟ୍ରିକ୍ ସହ ଆରମ୍ଭ ହୋଇଥିବା ଏସ୍ଓଏସି ଓ ମଧ୍ୟମା ଖାତା ଦେଖା ଇତିମଧ୍ୟରେ ଶେଷ ହୋଇସାରିଥିବାର ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ୧୨ ହଜାର ୨୦୦ ବରିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଚଳିତବର୍ଷ ମୋଟ୍ ୫ ଲକ୍ଷ […]

ଟ୍ରମ୍ପଙ୍କ ବୟାନ ପରେ ଭୁଶୁଡିଲା ବଜାର : ବଢିଲା ଅଶୋଦ୍ଧିତ ତେଲ ରେଟ୍

ଟ୍ରମ୍ପଙ୍କ ଘୋଷଣା ପରେ ସେୟାର ମାର୍କେଟରେ ହାହାକାର । ନିବେଶକଙ୍କ ୯ ଲକ୍ଷ କୋଟି ସ୍ବାହା । ଯୁଦ୍ଧ ଜାରି ରହିବ ଟ୍ରମ୍ପଙ୍କ ସିଗନାଲ ପରେ ଖସିଲା ଭାରତୀୟ ପୁଞ୍ଜିବାର । ଖୋଲୁ ଖୋଲୁ ମାର୍କେଟ କ୍ରାସ । ଗତକାଲି ବୁଧବାରର ବୃଦ୍ଧି ପରେ ସେନସେକ୍ସ ଆଜି ପ୍ରାୟ ୧୪୦୦ ପଏଣ୍ଟ ଏବଂ ନିଫ୍ଟି ୨୨,୨୫୦ ତଳକୁ ଖସି ଯାଇଛି ।ମଧ୍ୟପ୍ରାଚ୍ୟ ସଙ୍କଟ ଶେଷ ହେବା ନେଇ ସମସ୍ତେ ଆଶା ରଖିଥିଲେ ବି ଟ୍ରମ୍ପ ସେପରି କିଛି […]

ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ । ୫୪ ବର୍ଷ ପରେ ଜହ୍ନକୁ ଗଲେ ମଣିଷ!

ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ମୁନ ମିଶନ । ଫ୍ଲୋରିଡାର କେନେଡି ସ୍ପେଶ ସେଣ୍ଟରରୁ ଆର୍ଟେମିସ-୨କୁ ସଫଳତା ସହ ଲଞ୍ଚିଙ୍ଗ କରିଛି । ଭାରତୀୟ ସମୟ ଅନୁସାରେ ବୁଧବାର ରାତି ୩ଟା ୫୪ ମିନିଟରେ ବିଶାଳ ଏସଏଲଏସ ଓରିୟନ ସ୍ପେସକ୍ରାଫ୍ଟ ୪ ମହାକାଶଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି । ୧୯୭୨ ମସିହାର ‘ଆପୋଲୋ ୧୭’ ମିଶନ ପରେ ଏହା ପ୍ରଥମ ମାନବବାହୀ ଚନ୍ଦ୍ର ମିଶନ । ଏହି ମିଶନର ନେତୃତ୍ୱ ନେଉଛନ୍ତି କମାଣ୍ଡର ରିଡ୍ […]