ବନ୍ୟା ସ୍ଥିତି ପାଇଁ ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ ୧୪ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି

ରାଜ୍ୟର ବିଭିନ୍ନ ସ୍ଥାନରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା-୨୦୨୭ ପାଇଁ ଆବେଦନ ଫର୍ମ ପୂରଣର ଶେଷ ତାରିଖକୁ ବୃଦ୍ଧି କରାଯାଇଛି। ଏହି ତାରିଖକୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ତାରିଖ ବୃଦ୍ଧି ଫଳରେ […]

ଉପର ମୁଣ୍ଡରେ ପ୍ରବଳ ବର୍ଷା । ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍

ଉପର ମୁଣ୍ଡରେ ପ୍ରବଳ ବର୍ଷା । ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ । ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ହୀରାକୁଦର ଆଉ ୮ଟି ଗେଟ ଖୋଲିଲା । ବର୍ତ୍ତମାନ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଉଛି । ଜଳ ସମ୍ପଦ ବିଭାଗର ସୂଚନା […]

ଭିଜିଲାନ୍ସ ଜାଲରେ ଆରଆଇ ଓ ସହଯୋଗୀ

ଓଡ଼ିଶା ଭିଜିଲାନ୍ସ କଟକ ଜିଲ୍ଲାର ନିଆଳି ତହସିଲ ଅନ୍ତର୍ଗତ ମାଧବା ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) କିଶୋର କୁମାର ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ସୁକାନ୍ତ ପ୍ରଧାନଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ସେମାନେ ୩୦ ହଜାର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ଜଣେ ହିତାଧିକାରୀଙ୍କଠାରୁ ମ୍ୟୁଟେସନ ପାଇଁ ଆରଆଇ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ସହଯୋଗୀ ଦଲାଲ ସୁକାନ୍ତଙ୍କ ସହାୟତାରେ ଏହି କାମ କରୁଥିଲେ । ଏନେଇ ଭିଜିଲାନ୍ସ ପାଖରେ ଖବର […]

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ଖବର। ଆଉ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ୍-କିଷାନ ଯୋଜନା। ଏନେଇ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି।କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା ଚଳାଇଛନ୍ତି, ଯାହା ଲକ୍ଷ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ପହଞ୍ଚାଉଛି। ଆଜି ମଧ୍ୟ ଦେଶର ଅନେକ ଚାଷୀ ଆର୍ଥିକ ଭାବରେ ଅସୁରକ୍ଷିତ ଅଛନ୍ତି। ତେଣୁ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ […]

୩ ତାରିଖରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି

ପୁଣି ଓଡିଶା ଗସ୍ତରେ ରାଷ୍ଟ୍ରପତି। ଆସନ୍ତା ଅଗଷ୍ଟ ୪ ତାରିଖ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ବେଳେ ସେ ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତର ତପ୍ତପାଣି ଉଷ୍ମ ପ୍ରସବଣରେ ଥିବା ମାଆ କନ୍ଧୁଣୀ ଦେବୀଙ୍କ ପୀଠ ପରିଦର୍ଶନ କରିବା ସହିତ ସେଠାରେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। । ଆଜି ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସମୀକ୍ଷା କରିଛନ୍ତି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ […]

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ!ଏଣିକି ଟିକେଟ୍ ସହ ବୁକିଂ ହେବ ଲଗେଜ୍

ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ସୁବିଧାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲଗେଜ୍ ବୁକିଂକୁ ଅଧିକ ସୁବିଧାଜନକ କରିବା ଏବଂ ପାର୍ସଲ ବୁକିଂ ପ୍ରକ୍ରିୟାକୁ ସହଜ କରିବା। ଅତିରିକ୍ତ ଲଗେଜ୍‌ ବୁକିଂ ସୁବିଧା କେବଳ ଟିକଟ କନ୍‌ଫର୍ମ ହୋଇଥିବା ଯାତ୍ରୀମାନଙ୍କୁ ମିଳିବ। କେବଳ ଯେଉଁ କ୍ଷେତ୍ରରେ ଅନୁମୋଦିତ ସୀମାଠାରୁ ଅଧିକ ଲଗେଜ୍‌ ନେବାର ଅନୁମତି […]

ଗଲବାନରେ ଆକ୍ରମଣ ପରେ ଭାରତ ଆସୁଛନ୍ତି ଜିନ୍‌ପିଙ୍ଗ୍

ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ସେପ୍ଟେମ୍ବର ମାସରେ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୦ରେ ଗଲୱାନ୍ ଉପତ୍ୟକାରେ ହୋଇଥିବା ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଲଦାଖ ସୀମାରେ ବର୍ଷ ବର୍ଷ ଧରି ଚାଲିଥିବା ସାମରିକ ଅଚଳାବସ୍ଥା ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ସ୍ୱାଭାବିକ ହେବା ଦିଗରେ ଏହି ଗସ୍ତକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି […]

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଆଲୋଚନା ହୋଇଛି।କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ଓଡ଼ିଶା ଆଜି ଏକ “ନକ୍ସଲମୁକ୍ତ ରାଜ୍ୟ” ଭାବେ ମାନ୍ୟତା ପାଇପାରିଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଥିଲେ। ନକ୍ସଲ ଦମନରେ ଏହି ସଫଳତା ରାଜ୍ୟର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି […]

ସଂସଦରେ ‘ଚାନ୍ଦା ଚୋରି’ ନାଟକ! ପୂଜାରୀ ବେଶରେ ପପ୍ପୁ ଯାଦବ, ଦାନ କଲେ ରାହୁଲ ଗାନ୍ଧୀ

ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ବିରୋଧୀ ଦଳର ସାଂସଦମାନେ ଏକ ଅଭିନବ ପ୍ରତିବାଦ କରିଛନ୍ତି । ବିହାର ପୁର୍ନିଆର ଏମପି ପପ୍ପୁ ଯାଦବ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗକୁ ନେଇ ସଂସଦ ପରିସରରେ ପ୍ରତିବାଦ କରିଛନ୍ତି । ପପ୍ପୁ ଯାଦବ ସାଧୁ ବେଶ ଧାରଣ କରି ସଂସଦରେ ପହଞ୍ଚିଥିଲେ। ଗେରୁଆ ବସ୍ତ୍ର ପିନ୍ଧି ସେ ସଂସଦ ପରିସର ବାହାରେ ଧାରଣାରେ ବସି ରାମ ମନ୍ଦିର ଚାନ୍ଦା ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ […]

ହକିର ରାଜନୀତିକରଣ କରୁଛି ବିଜେପି, କ୍ରୀଡାପ୍ରେମୀ ନିରାଶ ହୋଇଛନ୍ତି’- ନବୀନ

ଭାରତୀୟ ହକି ଦଳର ଜର୍ସିର ରଙ୍ଗ ପରିବର୍ତ୍ତନ ନେଇ ରାଜନୀତି ଜୋର ଧରିଛି । ପୂର୍ବରୁ ଜର୍ସିର ରଙ୍ଗ ନୀଳ ଥିଲା । ଯାହା ଏବେ ଗେରୁଆ ରଙ୍ଗର ହୋଇଛି । ଅନେକ ପୂର୍ବତନ ଖେଳାଳି ଏବଂ ରାଜନେତା ନୂଆ ଜର୍ସିକୁ ବିରୋଧ କରୁଛନ୍ତି । ଏହାକୁ ନେଇ ଏବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।ନବୀନ କହିଛନ୍ତି ଯେ, ବିଜେପି ହକି ଭଳି ଜାତୀୟ ଖେଳକୁ ରାଜନୀତିକରଣ କରୁଛି । ଏହାକୁ […]

ମହାନଦୀରେ ପାଣି ବଢୁଛି, ଆହୁରି ଖୋଲାହେବ ହୀରାକୁଦ ଗେଟ୍ !୪ ଜିଲ୍ଲାକୁ ଆଲର୍ଟ

ବନ୍ୟାରେ ଉତ୍ତର ଓଡ଼ିଶା ବେହାଲ । ପାଣି ଘେରରେ ଶହ ଶହ ଗାଁ। ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ପରେ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଜଟିଳ ହୋଇପଡ଼ିଛି । ବୈତରଣୀ, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବା ସହ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।ମହାନଦୀରେ ବନ୍ୟା ସ୍ଥିତି ଦେଖି ୫ ଜିଲ୍ଲାକୁ […]

ରଥ ଉପରେ ଅଣସେବାୟତଙ୍କ ପ୍ରବେଶ: ସିଂହଦ୍ୱାର ଥାନାରେ ଏତଲା

ରଥ ଉପରେ ଅଣ ସେବାୟତଙ୍କ ବେଆଇନ ପ୍ରବେଶ ଘଟଣାକୁ ନେଇ କଡା ଆକ୍ସନ ନେଲା ଶ୍ରୀମନ୍ଦିର ପ୍ରଶାସନ । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରେ ଜଣେ ଅନଧିକୃତ ବ୍ୟକ୍ତି ଚଢିଥିବା ଅଭିଯୋଗରେ ପୁରୀ ସିଂହଦ୍ୱାର ଥାନାରେ ଦାୟର ହୋଇଛି ଏତଲା ।ନିୟମ ଅନୁସାରେ ରଥ ଉପରେ କେବଳ ନିର୍ଦ୍ଦିଷ୍ଟ ସେବାୟତମାନେ ରହିପାରିବେ । ଅନ୍ୟ କୌଣସି ଅନଧିକୃତ ବ୍ୟକ୍ତିଙ୍କ ରଥ ଉପରକୁ ଚଢ଼ିବା ସମ୍ପୂର୍ଣ୍ଣ ନିଷିଦ୍ଧ । ତେବେ ରଥଯାତ୍ରା ସମୟରେ ଦେବୀ ସୁଭଦ୍ରାଙ୍କ ଦେବଦଳନ […]