ଆସନ୍ତା ଏପ୍ରିଲରେ ୧୦ ଦିନ ବନ୍ଦ ରହିବ ସ୍କୁଲ!ଜାଣନ୍ତୁ ପୁରା ଅପଡେଟ୍‌

ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ଏପ୍ରିଲରେ ୧୦ ଦିନ ବନ୍ଦ ରହିବ ସ୍କୁଲ।ପିଲାମାନେ ସମୁଦାୟ ୧୦ ପବ୍ଲିକ ହୋଲିଡେ ପାଇବେ। ଏପ୍ରିଲ ମାସ ଆରମ୍ଭ ହେବା ସହିତ, ବିଭିନ୍ନ ପର୍ବ ଓ ଉତ୍ସବ ଆରମ୍ଭ ହେବ।ରାଜ୍ୟ ସରକାରଙ୍କ ସ୍କୁଲ ଶିକ୍ଷା ବିଭାଗ ଆଗାମୀ ମାସ ପାଇଁ ଛୁଟି ତାଲିକା ପ୍ରକାଶ କରିଛି, ଯେଉଁଥିରେ ଅନେକ ପ୍ରମୁଖ ପର୍ବପର୍ବାଣୀ ଯୋଗୁଁ ସ୍କୁଲଗୁଡ଼ିକରେ ଛୁଟି ସ୍ଥିର କରାଯାଇଛି। ମେ ମାସରେ ଗ୍ରୀଷ୍ମ ଅବକାଶ ପାଇବେ ଛାତ୍ରଛାତ୍ରୀ। […]

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି ଡ୍ରୋନ । ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିଲା ଦୁଇଟି ଡ୍ରୋନ। ଅପରାହ୍ନ ୫ଟା ୨୩ ମିନିଟରେ ଏହି ଡ୍ରୋନ ଉଡୁଥିବା ନେଇ ସୂଚନା ରହିଛି ।ଗୋଟିଏ ପଟରେ କଡ଼ା ସୁରକ୍ଷା ଭିତରେ ରତ୍ନ ଗଣତି ଚାଲିଥିବା ବେଳେ ଏପଟେ ଡ୍ରୋନ ଉଡ଼ିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । […]

ଇରାନ ପାଇଁ ଟ୍ରମ୍ପଙ୍କ ‘୧୫-ପଏଣ୍ଟ’ ଶାନ୍ତି ପ୍ରସ୍ତାବ କିନ୍ତୁ ଟ୍ରମ୍ପଙ୍କ ଉପରେ ଇରାନର ଭରସା ପାଉନି

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନର ୧୫-ପଏଣ୍ଟ ଶାନ୍ତି ଯୋଜନା ପ୍ରସ୍ତାବ । ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ଜରିଆରେ ପଠାଗଲା ଚିଠା । ​​​ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ମାସ ପାଇଁ ଯୁଦ୍ଧ ବିରତି କରିବାକୁ ଏବଂ ୧୫ଟି ସର୍ତ୍ତ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ପାକିସ୍ତାନ ମାଧ୍ୟମରେ ଏହି ପ୍ରସ୍ତାବ ତେହେରାନ ପାଖକୁ ପଠାଯାଇଛି ।ଇରାନ ପାଇଁ ମୁଖ୍ୟ ସର୍ତ୍ତଗୁଡ଼ିକ ମଧ୍ୟରେ […]

ବିକ୍ରି ହୋଇଗଲା ବିରାଟ କୋହଲିଙ୍କ ଟିମ୍ RCB

ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ । ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ସମସ୍ତ ଫ୍ରାଞ୍ଚାଇଜ୍‌ । ଏଥି ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଆଇପିଏଲ ସିଜିନ୍‌-୧୯ ଆରମ୍ଭ ହେବା ପୂର୍ବରୁ ବିକ୍ରି ହୋଇଯାଇଛି RCB ।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ଆଦିତ୍ୟ ବିର୍ଲା ଗ୍ରୁପ୍ (ABG), ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ (TOI), […]

ବିଧାନସଭାରେ ଉପସ୍ଥାପିତ ହେଲା ଶ୍ୱେତପତ୍ର !୨୦୨୫ରେ ଅପରାଧିକ କାର୍ଯ୍ୟକଳାପକୁ ନେଇ ଶ୍ୱେତପତ୍ର ପକାଶ

୨୦୨୫ ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଧାନସଭାରେ ଶ୍ଵେତପତ୍ର ଉପସ୍ଥାପନ କଲା ଗୃହ ବିଭାଗ। ୨୦୨୪ ତୁଳନାରେ ୨୦୨୫ରେ ୭.୩୬% ବଢିଛି ଧର୍ତ୍ତବ୍ୟ ଅପରାଧ। ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଅପରାଧ ହୋଇଥିଲା। ସେହିପରି ୨୦୨୫ରେ ଏହି ସଂଖ୍ୟା ୨ ଲକ୍ଷ ୨୯ ହଜାର ୮୮୧କୁ ବୃଦ୍ଧି ପାଇଛି। ରାଜ୍ୟର ୯ଟି ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାଉରକେଲାର କିଛି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ […]

ଟ୍ରମ୍ପଙ୍କ ବକ୍ତବ୍ୟ ଏକ ମନଗଢ଼ା ଅଭିଯାନ: ଆଇଆର୍‌ଜିସି

ଇରାନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ବୟାନ । କହିଛନ୍ତି, ଆମେ ଜିତି ସାରିଛୁ, ଇରାନ ଏବେ ବୁଝାମଣା ପାଇଁ ବ୍ୟାକୁଳ । ଇରାନରେ ଆମକୁ ବଡ଼ ସଫଳତା ମିଳିଛି । ସେମାନଙ୍କ ପାଖରେ ଏବେ ନା ଅଛି ନୌସେନା, ନା ବାୟୁସେନା କିମ୍ବା କୌଣସି ରାଡାର୍। ସେମାନଙ୍କର ନେତାମାନେ ମଧ୍ୟ ଆଉ ନାହାନ୍ତି। ଏହି ପରିସ୍ଥିତିରେ ସେମାନେ ଏକ ଚୁକ୍ତି ବା ବୁଝାମଣା କରିବାକୁ କେତେ ବ୍ୟାକୁଳ, ତାହା ଆପଣ କଳ୍ପନା କରିପାରିବେ ନାହିଁ। ତେବେ […]

ପୁଣି ବଢ଼ିଲା ସୁନା ଏବଂ ରୂପା ଦର

ପୁଣି ବଢ଼ିଲା ସୁନା ଏବଂ ରୂପା ଦର । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପଙ୍କ ଘୋଷଣା ପରେ ସୁନା, ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ଲକ୍ଷେ ୨୪ ହଜାରରୁ ଏକାଥରେ ଟପିଲା ଲକ୍ଷେ ୩୧ ହଜାର ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୬,୬୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୪,୪୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା […]

ପିଲାଙ୍କ ସୁରକ୍ଷା ସହ ଖେଳ:୩୧ ଶହ କୋଟିର ଫାଇନ ଗଣିବ ମେଟା

ମେଟାକୁ ବଡ଼ ଝଟକା । ୩୧ ଶହ କୋଟିର ଫାଇନ ଗଣିବ ମେଟା । ପିଲାଙ୍କ ପାଇଁ ଫେସବୁକ୍-ଇନଷ୍ଟାଗ୍ରାମ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ଜରିମାନା ଲଗାଇନ୍ତି କୋର୍ଟ ।ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟର ଏକ କୋର୍ଟ ସୋସିଆଲ ମିଡିଆ କମ୍ପାନି ମେଟାକୁ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ଏବଂ ଏହାର ପ୍ଲାଟଫର୍ମରେ ଯୌନ ନିର୍ଯାତନାମୂଳକ ବିଷୟବସ୍ତୁ ଲୁଚାଇବା ଅଭିଯୋଗ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରାୟ ସାତ ସପ୍ତାହ ଧରି ଚାଲିଥିବା ବିଚାର ପରେ ଏହି […]

ଆଜି ଗଣତିମଣତି ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର, ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ

ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ ଟିମ୍ । ୧୨ଟା ୯ରୁ ୧ଟା ୪୫ ମିନିଟ୍ ରହିଛି ଶୁଭ ମୁହୂର୍ତ୍ତ । ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଟିମ୍ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯିବ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେବ ଅଳଙ୍କାର ଗଣତି ମଣତି । ଏହି ସମୟରେ […]

ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ କଂଗ୍ରେସ ଓ ବିଜେଡି

ବିଧାନସଭାରେ ବିରୋଧୀଙ୍କ ଅଭିନବ ପ୍ରତିବାଦ। କଳା ଟିସାର୍ଟ ପିନ୍ଧି ଗୃହକୁ ଆସିଲେ ବିରୋଧୀ । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ ଲେଖା ଥିବା ଟି ସାର୍ଟ ପିନ୍ଧି ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ ।ଏହାସହ ବିଧାନସଭା ଚାରିପଟେ ଏକାଠି ଚାଲିଥିଲେ ବିରୋଧୀ । ପ୍ରଶ୍ନ କାଳ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ବିରୋଧୀଙ୍କ ନାରା ବାଜି ଦେଇଛନ୍ତି ।ସସିବି ଅଗ୍ନିକାଣ୍ଡ ଘଟଣାରେ ଲାଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି […]

ଶୋଷ ହେଉଥିଲା ବୋଲି ପିଇଦେଲେ ଝରଣା ପାଣି, ଭିତରକୁ ଚାଲିଗଲା ଜୋକ 

ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା  ଶ୍ୟାମ ହୁଈକା ଗାଁର ସାଙ୍ଗ ମାନଙ୍କ ସହ ଜଙ୍ଗଲକୁ  ଜାଳେଣୀ କାଠ ପାଇଁ ଯାଇଥିଲେ ଯୁବକ। ଖରାରେ କାମ କରୁ କରୁ ଜୋରରେ ଲାଗିଥିଲା ଶୋଷ । ଜଙ୍ଗଲରେ ଶୋଷ ଲାଗିବାରୁ ଉପାୟ ନପାଇ ଝରଣା ପାଣି ପିଇଥିଲେ । ତେବେ ଝରଣା ପାଣି ପିଇବା ବେଳେ ଜୋକ ଢୋକି ଦେଇଥିଲେ ।ପରେ କିଛି ଘଣ୍ଟା ପରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠି […]

କଡ଼ାକଡ଼ି ହେଲା ନିୟମ: ଏଲପିଜି ସିଲିଣ୍ଡର ବୁକିଂ ସମୟସୀମା ବଢିଲା

ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ତେବେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ପାଇଁ ବୁକିଂ ବ୍ୟବଧାନ ବୃଦ୍ଧି କରାଯାଇଛି। ପୂର୍ବରୁ, ଏହି ସମୟ ସୀମା ୨୫ ଦିନ ଥିଲା, କିନ୍ତୁ ଏବେ ଏହାକୁ ୩୫ ଦିନକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି ଯଦି ଆପଣ ଗୋଟିଏ ସିଲିଣ୍ଡର କିଣିଛନ୍ତି, ତେବେ ଆପଣଙ୍କୁ ପରବର୍ତ୍ତୀ ବୁକିଂ ପାଇଁ ଅତି କମରେ ୩୫ ଦିନ ଅପେକ୍ଷା କରିବାକୁ […]