ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଆମେରିକାରେ ତୈଳ ବିଶୋଧନାଗାର ଖୋଲିବ ରିଲାଏନ୍ସ !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେକ୍ସାସରେ ୩୦୦ ବିଲିୟନ ଡଲାରର ତୈଳ ବିଶୋଧନାଗାର ଚୁକ୍ତି ଘୋଷଣା କରିଛନ୍ତି। ଏଥିପାଇଁ ସେ ଭାରତୀୟ କମ୍ପାନି ରିଲାଏନ୍ସକୁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରି ଟ୍ରମ୍ପ କହିଛନ୍ତି, ଏହି ବିଶୋଧନାଗାର ଟେକ୍ସାସର ବ୍ରାଉନ୍ସଭିଲରେ ପ୍ରତିଷ୍ଠା କରାଯିବ। ଏହା ଆମେରିକାରେ ଶକ୍ତି ଉତ୍ପାଦନ ବୃଦ୍ଧି କରିବ। ରିଲାଏନ୍ସ ଏହି ପ୍ରକଳ୍ପରେ ୩୦୦ ବିଲିୟନ ଡଲାର ନିବେଶ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖିଛନ୍ତି ଯେ […]

ଭିଜିଲାନ୍ସ ଜାଲରେ OAS ଅଫିସର ପ୍ରସନ୍ନ ସାମନ୍ତରାୟ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ କଣ୍ଟାପଡା ତହସିଲଦାର OAS ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ୭ଟି ସ୍ଥାନରେ ଏକକାଳୀନ ତଲାସୀ ଆରମ୍ଭ କରାଯାଇଛି । କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଚଢାଉ କରାଯାଉଛି ।ଭୁବନେଶ୍ୱର ସହିଦନଗରରେ ଥିବା ଏକ ଆବାସିକ ତିନି ମହଲା କୋଠା, ପୁରୀ ଗଡିଶଗଡାରେ ଥିବା ପୈତୃକ ଘର, ଭୁବନେଶ୍ଵର ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘର , କଟକ […]

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଶୁପକ୍ଷୀଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବିଶେଷ କରି ଖରା ଦିନେ ପ୍ରାଣୀମାନେ ଗରମ ଯୋଗୁଁ ଅଂଶୁଘାତର ଶିକାର ହେଉଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ସେମାନଙ୍କୁ ଥଣ୍ଡା ଏବଂ ସୁରକ୍ଷିତ ରଖିବା ପାଇଁ ପ୍ରାକୃତିକ ପଦ୍ଧତି ଗ୍ରହଣ କରିଛନ୍ତି ।ପକ୍ଷୀମାନଙ୍କ ଖୁଆଡ଼ ଚାରି ପାଖକୁ ଥଣ୍ଡା ରଖିବା ପାଇଁ ସ୍ପ୍ରିଙ୍କଲର ମାଧ୍ୟମରେ ଏନକ୍ଲୋଜର ଭିତରେ ପାଣି ସିଞ୍ଚନ କରାଯାଉଛି । ସମସ୍ତ ପକ୍ଷୀ […]

ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

ଭାଷା ଆମ ଗୌରବ, ଆମ ବୈଭବ । ଭାଷା ଆମ ପରିଚୟକୁ କରିଛି ସମୃଦ୍ଧ । ଆମ ଭାଷାର ଗରିମା ଅକ୍ଷୁର୍ଣ୍ଣ ରଖି ମର୍ଯ୍ୟଦା ସ୍ୱରୂପ ଆଜି ଆମେ ପାଳନ କରୁଛେ ‘ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ।ଆଜିକୁ ଠିକ୍ ୧୨ ବର୍ଷ ତଳେ ଭାରତ ସରକାରଙ୍କ ରାଜପତ୍ରରେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରାଯାଇଥିଲା। ତାମିଲ, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଗୌରବ ଅର୍ଜନ କରିବାରେ […]

ମହଙ୍ଗା ପଡିଲା କାର୍ଯ୍ୟରେ ଅବହେଳା,୩ ବନ କର୍ମଚାରୀ ସସପେଣ୍ଡ

କେନ୍ଦୁଝର ଜଙ୍ଗଲର ନିଆଁ ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି । ଜିଲ୍ଲାର ମୋଟ ୪୫୨ଟି ସ୍ଥାନର ୫୬୦୪ ହେକ୍ଟର ଅଞ୍ଚଳରେ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କରିବାରେ ବନବିଭାଗ ଅସମର୍ଥ ହୋଇଥିବାବେଳେ ଏଥିପାଇଁ ବନବିଭାଗ କର୍ମଚାରୀଙ୍କ ଦାୟିତ୍ୱହୀନତା ଦାୟୀ ବୋଲି ବନବିଭାଗ ସ୍ୱୀକାର କରିଛି । ଫଳରେ କେନ୍ଦୁଝର ଡିଏଫଓ ୩ ଜଣ ବନକର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।ଘଟଗାଁ ଫରେଷ୍ଟର ପ୍ରମୋଦ ବେହେରା ଏବଂ ବିଶ୍ୱରଞ୍ଜନ ମିଶ୍ରଙ୍କୁ ନିଲମ୍ବନ କରିଥିବାବେଳେ ସରକାରୀ କାର୍ଯ୍ୟ ସମୟରେ […]

ପ୍ରତି ଜିଲ୍ଲାରେ ହେବ ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ

ପ୍ରତି ଜିଲ୍ଲାରେ ହେବ ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ । ଏଥିପାଇଁ ପ୍ରତି ଜିଲ୍ଲାକୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ।ପୂର୍ବ ନିଷ୍ପତ୍ତି କ୍ରମେ ଚଳିତ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି । ବଜେଟ୍‌ରେ ପୁସ୍ତକ ମହୋତ୍ସବ ପାଇଁ ବ୍ୟୟବରାଦ ବୃଦ୍ଧି ପାଇଥିବା ବେଳେ ପ୍ରତି ଜିଲ୍ଲାରେ ପୁସ୍ତକ ମହୋତ୍ସବ ପାଇଁ ପଥ ପରିଷ୍କାର ହୋଇଛି । ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ ଲାଗି […]

ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା

ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଝାରସୁଗୁଡାରେ ୪୦ ଡିଗ୍ରୀ ମୁହାଁ ତାପମାତ୍ରା । ଗତ ୨୪ ଘଣ୍ଟାରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ ।ସେପଟେ ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପରିସରରୁ ଏକ ଟ୍ରଫ୍‌ ଲାଇନ୍‌ ଆଭ୍ୟନ୍ତରୀଣ ଓଡ଼ିଶା, ଛତିଶଗଡ଼ ଏବଂ ବିଦର୍ଭ ଦେଇ ୦.୯ କିଲୋମିଟର ଉଚ୍ଚତାରେ ବ୍ୟାପି ରହିଛି। ଏହା […]

ଦୀର୍ଘ ୫ ବର୍ଷ ହେଲା ବାଂଲାଦେଶରେ ନିର୍ଯାତିତ ପୁରୀର ଝିଅ

ପୁରୀରୁ ଯାଇ ବାଂଲାଦେଶରେ ଫସିଛନ୍ତି ୨୧ ବର୍ଷର ଆରବୀ । ବାଂଲାଦେଶରେ ଇସଲାମ୍ ଧର୍ମ ଗ୍ରହଣ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ଆରବୀ ଫୋନ୍ ଯୋଗେ ମାଆ ଅଞ୍ଜଳି ପରିଡ଼ାଙ୍କୁ କହିଛନ୍ତି । ଇସଲାମ୍ ଧର୍ମ ଗ୍ରହଣ ନ କଲେ ଝିଅକୁ ମାରିଦେବେ, ଶୀଘ୍ର ଉଦ୍ଧାର ପାଇଁ ପୁରୀ ଏସ୍‌ପିଙ୍କ ନିକଟରେ ଗୁହାରି କରିଛନ୍ତି ଆରବୀଙ୍କ ମାଆ ।ବେଙ୍ଗଲି ବୋଲି କହି ଆପ ଜରିଆରେ ଝିଅକୁ ପ୍ରେମରେ ଫସାଇ ଥିଲେ । ପରେ ପଶ୍ଚିମବଙ୍ଗରୁ ବାଙ୍ଗଳାଦେଶରେ ନେଇ […]

ରାଜ୍ୟରେ ଯଥେଷ୍ଟ ପରିମାଣରେ ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି : ମୁଖ୍ୟ ଶାସନ ସଚିବ

ରାଜ୍ୟରେ ଯଥେଷ୍ଟ ପରିମାଣରେ ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି। ଜନସାଧାରଣଙ୍କୁ ଏଥି ନେଇ ବିଶେଷ ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶିକ୍ଷାନୁଷ୍ଠାନ, ହଷ୍ଟେଲ ଏବଂ ଡାକ୍ତରଖାନା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ରନ୍ଧନ ଗ୍ୟାସ ଯୋଗାଣରେ କୌଣସି ସମସ୍ୟା ନାହିଁ। ଏହି ସ୍ଥାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଗ୍ୟାସ ଯୋଗାଇ […]

ପରକୀୟା ପ୍ରତିରୁ କରୁଣ ପରିଣତି ସ୍ତ୍ରୀକୁ ଗୁଳିକରି ହତ୍ୟା କରିଲା ସ୍ୱାମୀ

ନିଜର ସ୍ତ୍ରୀ ଅନ୍ୟ ପୁରୁଷ ସହ ଅବୈଧ ସମ୍ପର୍କ ରଖିଥିବା ସନ୍ଦେହରେ ଗୁଳି କରି ହତ୍ୟା କରିବା ସହ ପୁରୁଷ ବନ୍ଧୁଙ୍କୁ ମଧ୍ୟ୍ୟ ଗୁଳିକରି ଲହୁଲୁହାଣ କରିଛି ଜଲାଦ ସ୍ୱାମୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କଟାପାଙ୍ଗା ଗ୍ରାମର ନରୋତ୍ତମ ବେହେରା ନିଜ ସ୍ତ୍ରୀକୁ ଧରି ବାଇକରେ ଆଧାରକାର୍ଡ଼ କରିବା ପାଇଁ ଫିରିଙ୍ଗିଆ ଯାଉଥିବା ବେଳେ ବଗାରୀମୁଣ୍ଡା କେନ୍ଦୁପତ୍ର ଫଡି ନିକଟରେ ଗୁଳିମାଡ଼ କରିଛି କ୍ରାଣ୍ଡି ବାଲି ପଞ୍ଚାୟତର ସରୁପଡା ଗ୍ରାମର ବିରଞ୍ଚି ବେହେରା […]

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆଉ ୨ ଦିନ ବଢିଲା ପ୍ରଦର୍ଶନୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଇଡ୍‌‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି।ସୂଚନାଥାଉକି, ଆଜି ସମାପ୍ତ ହେବାକୁ ଯାଉଥିବା ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଦୁଇ ଦିନ ଅର୍ଥାତ ଚଳିତ ମାସ ବାର ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ତାରିଖ ଦିନ ଏଠାରେ ଭାରତୀୟ ନ୍ୟାୟ ସଂହିତା […]

ରାଜ୍ୟରେ ବଢ଼ୁଛି ଦାଦାନ ଶ୍ରମିକଙ୍କ ସଂଖ୍ୟା

ରାଜ୍ୟରେ ବଢ଼ୁଛି ଦାଦାନ ଶ୍ରମିକଙ୍କ ସଂଖ୍ୟା । ରାଜ୍ୟ ବାହାରଙ୍କୁ ଯାଇ କାମ କରୁଥିବା ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ବର୍ଷରେ ଏହି ସଂଖ୍ୟା ୨୨ ହଜାର ପର୍ଯ୍ୟନ୍ତ ବଢ଼ିଛି ।୨୦୨୪ରେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆ ଦାଦନ ଶ୍ରମିକ ସଂଖ୍ୟା ୭୦,୧୪୨ ଥିଲା । ୨୦୨୫ରେ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯୪,୧୦୬ରେ ପହଞ୍ଚିଛନ୍ତି । ଯାହା ବର୍ଷକରେ ୨୨ ହଜାର ବୃଦ୍ଧି ପାଇଛି । ଭୋଗରାଇ ବିଜେଡ଼ି ବିଧାୟକ […]