ପରକୀୟା ପ୍ରତିରୁ କରୁଣ ପରିଣତି ସ୍ତ୍ରୀକୁ ଗୁଳିକରି ହତ୍ୟା କରିଲା ସ୍ୱାମୀ

ନିଜର ସ୍ତ୍ରୀ ଅନ୍ୟ ପୁରୁଷ ସହ ଅବୈଧ ସମ୍ପର୍କ ରଖିଥିବା ସନ୍ଦେହରେ ଗୁଳି କରି ହତ୍ୟା କରିବା ସହ ପୁରୁଷ ବନ୍ଧୁଙ୍କୁ ମଧ୍ୟ୍ୟ ଗୁଳିକରି ଲହୁଲୁହାଣ କରିଛି ଜଲାଦ ସ୍ୱାମୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କଟାପାଙ୍ଗା ଗ୍ରାମର ନରୋତ୍ତମ ବେହେରା ନିଜ ସ୍ତ୍ରୀକୁ ଧରି ବାଇକରେ ଆଧାରକାର୍ଡ଼ କରିବା ପାଇଁ ଫିରିଙ୍ଗିଆ ଯାଉଥିବା ବେଳେ ବଗାରୀମୁଣ୍ଡା କେନ୍ଦୁପତ୍ର ଫଡି ନିକଟରେ ଗୁଳିମାଡ଼ କରିଛି କ୍ରାଣ୍ଡି ବାଲି ପଞ୍ଚାୟତର ସରୁପଡା ଗ୍ରାମର ବିରଞ୍ଚି ବେହେରା […]

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆଉ ୨ ଦିନ ବଢିଲା ପ୍ରଦର୍ଶନୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଇଡ୍‌‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି।ସୂଚନାଥାଉକି, ଆଜି ସମାପ୍ତ ହେବାକୁ ଯାଉଥିବା ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଦୁଇ ଦିନ ଅର୍ଥାତ ଚଳିତ ମାସ ବାର ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ତାରିଖ ଦିନ ଏଠାରେ ଭାରତୀୟ ନ୍ୟାୟ ସଂହିତା […]

ରାଜ୍ୟରେ ବଢ଼ୁଛି ଦାଦାନ ଶ୍ରମିକଙ୍କ ସଂଖ୍ୟା

ରାଜ୍ୟରେ ବଢ଼ୁଛି ଦାଦାନ ଶ୍ରମିକଙ୍କ ସଂଖ୍ୟା । ରାଜ୍ୟ ବାହାରଙ୍କୁ ଯାଇ କାମ କରୁଥିବା ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ବର୍ଷରେ ଏହି ସଂଖ୍ୟା ୨୨ ହଜାର ପର୍ଯ୍ୟନ୍ତ ବଢ଼ିଛି ।୨୦୨୪ରେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆ ଦାଦନ ଶ୍ରମିକ ସଂଖ୍ୟା ୭୦,୧୪୨ ଥିଲା । ୨୦୨୫ରେ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯୪,୧୦୬ରେ ପହଞ୍ଚିଛନ୍ତି । ଯାହା ବର୍ଷକରେ ୨୨ ହଜାର ବୃଦ୍ଧି ପାଇଛି । ଭୋଗରାଇ ବିଜେଡ଼ି ବିଧାୟକ […]

ଏହି ଦିନ ଆସିବ ପି.ଏମ୍ କିଷାନ ଟଙ୍କା

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୩ ତାରିଖରେ ଆସାମ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ସେ ଚାଷୀଙ୍କ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ତମ କିସ୍ତି ପଠାଇବେ । କାର୍ଯ୍ୟକ୍ରମର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ କୋକ୍ରାଝାର ଗସ୍ତ କରିବେ ଏବଂ ତା’ପରେ ଗୌହାଟୀରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । ତଥାପି, ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଯେ ଟଙ୍କା କୋକ୍ରାଝାରରୁ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ କି ଗୌହାଟୀରୁ । ପ୍ରଧାନମନ୍ତ୍ରୀ ୧୩ ଏବଂ ୧୪ […]

ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବାକୁ ଟାର୍ଗେଟ

ବିଧାନସଭାରେ ପାନୀୟ ଜଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି ।ପ୍ରଶ୍ନକାଳ ଆଲୋଚନା ବେଳେ ପଞ୍ଚାୟତ ରାଜ ମନ୍ତ୍ରୀ ଉତ୍ତର ରଖିଛନ୍ତି | ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବା ପାଇଁ ଟାର୍ଗେଟ ରହିଛି। ନିର୍ଦ୍ଧାରିତ ୨୦୭ଟି ମେଗା ପ୍ରକଳ୍ପ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ୫ ତାରିଖ ସୁଦ୍ଧା ୬୮ ଲକ୍ଷ ୪୭ ହଜାର ୭୫୨ ଅର୍ଥାତ ୭୭ ପ୍ରତିଶତ ପରିବାରକୁ ପିଇବା ପାଣି ଯୋଗାଇ […]

କରୋନା ଟୀକା ପାର୍ଶ୍ୱ ପ୍ରତିକ୍ରିୟାରୁ ମୃତ୍ୟୁ : ପ୍ରସ୍ତୁତ ହେବ କ୍ଷତିପୂରଣ ନୀତି

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ହୋଇଥିବା ଆଘାତ କିମ୍ବା ମୃତ୍ୟୁ ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।କୋଭିଡ୍-୧୯ ସମୟରେ ଟିକାକରଣ ଏକ ସୁରକ୍ଷା କବଚ ଥିଲା, କିନ୍ତୁ କିଛି ପରିବାର ପାଇଁ ଏହି ସୁରକ୍ଷା ଏକ ଗଭୀର କ୍ଷତ ଛାଡ଼ିଯାଇଥିଲା। ବହୁ ଦିନ ଧରି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହା ଫଳରେ ମୃତ୍ୟୁ ସମ୍ପର୍କରେ ଆଇନଗତ ମହଲରେ ଏକ ବିତର୍କ […]

ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଦେଶବ୍ୟାପୀ ଲାଗୁ ହେଲା ESMA

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପ୍ରଭାବ ସାରା ବିଶ୍ୱରେ ପଡ଼ିଛି । ଭାରତରେ LPG ସିଲିଣ୍ଡର ସଙ୍କଟର ରିପୋର୍ଟ ଆସୁଛି । ଏହାରି ଭିତରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଦେଶବ୍ୟାପୀ ESMA ବା ପ୍ରାଥମିକ ସେବା ରକ୍ଷଣାବେକ୍ଷଣ ଆଇନ ଲାଗୁ କରାଯାଇଛି। କେନ୍ଦ୍ର ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି, ଯେଉଁଥିରେ ଗ୍ୟାସ କମ୍ପାନୀଗୁଡ଼ିକୁ ପ୍ରାଥମିକତା କ୍ଷେତ୍ର ଅନୁଯାୟୀ ଗ୍ୟାସ ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ନିର୍ଦ୍ଦେଶ ଦେଇଛନ୍ତି […]

କୋଏମ୍ବାଟୁରଠାରୁ ଧାନବାଦକୁ ନୂଆ ଅମୃତ ଭାରତ ଟ୍ରେନ ମଞ୍ଜୁର

ଓଡ଼ିଶାରେ ରେଳ ସଂଯୋଗୀକରଣକୁ ପ୍ରୋତ୍ସାହନ । କେନ୍ଦ୍ର ସରକାର ତାମିଲନାଡ଼ୁର କୋଏମ୍ବାଟୁର ଜିଲ୍ଲା ପୋତ୍ତନୁର ଏବଂ ଝାଡ଼ଖଣ୍ଡର ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି । ତେବେ ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଏହି ଅମୃତ ଭାରତ ଟ୍ରେନ […]

ମଧ୍ୟପ୍ରାଚ୍ୟ ଦେଶ ଗୁଡିକରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକଙ୍କୁ ଫେରାଇ ଆଣନ୍ତୁ: ନବୀନ

ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି ଚାଲିଛି। ଏହି ସମୟରେ ଯୁଦ୍ଧକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଡ଼ ସୂଚନା ଦେଇଛନ୍ତି। ମଧ୍ୟପ୍ରାଚ୍ୟ ଦେଶ ଗୁଡିକରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଫସି ରହିଛନ୍ତି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ସେମାନଙ୍କୁ ଘରକୁ ଫେରାଇ […]

ଚିନ୍ତା ବଢାଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ । ବଢ଼ିଲା ଗ୍ୟାସ ଟେନସନ୍, ସିଲିଣ୍ଡର ପାଇଁ ଲାଗିଛି ଲମ୍ବା ଲାଇନ୍

ଓଡ଼ିଶାରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ମହାପ୍ରଭାବ। ହାଣ୍ଡିଶାଳରେ ମହଙ୍ଗା ମାଡ଼। ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ପାଇଁ ଲୋକେ ଛଟପଟ। ଗ୍ୟାସ୍ ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲ୍ ପାଇଁ ରାତିରୁ ଲମ୍ଵା ଲାଇନ୍।ଭୁବନେଶ୍ବର ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ । ରୋଷେଇ ପାଇଁ ଘରେ ଗ୍ୟାସ ନାହିଁ। ଲୋକେ ହଇରାଣ ହେଉଛନ୍ତି । ୨୦ -୨୫ ଦିନ ହେଲା ଗ୍ୟାସ ବୁକ୍ କରି ଥିଲେ ବି ଗ୍ୟାସ ଡେଲିଭରୀ ହୋଇ […]

ସିବିଏସଇ ଢାଞ୍ଚାରେ ଓଡିଶାରେ ହେବ ପ୍ଲସଟୁ ପାଇଁ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ

ସିବିଏସଇ ଢାଞ୍ଚାରେ ଓଡିଶାରେ ହେବ ପ୍ଲସଟୁ ପାଇଁ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ। ଚଳିତବର୍ଷ ପ୍ରଥମଥର ପାଇଁ କୌଣସି ଜଣେ ପରୀକ୍ଷାର୍ଥି ଚାହିଁଲେ ନିଜ ମାର୍କ ବଢାଇବା ପାଇଁ ଗୋଟିଏ ବିଷୟରେ ଆଉ ଥରେ ପରୀକ୍ଷା ଦେଇପାରିବେ। । ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ ଇମ୍ପ୍ରୁଭ୍‌ମେଣ୍ଟ ତଥା ଉନ୍ନତି ପରୀକ୍ଷା ଦେବେ ଓ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ଏହାକୁ ଚଳିତବର୍ଷରୁ ଲାଗୁ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି […]

୧୦ ବର୍ଷରେ ଓଡ଼ିଶାରେ ୫୨ ହଜାର ୨୪୪ ଜଣଙ୍କ ଆତ୍ମହତ୍ୟା

୧୦ ବର୍ଷରେ ଓଡ଼ିଶାରେ ୫୨ ହଜାର ୨୪୪ ଜଣ ଆତ୍ମହତ୍ୟା କରିଛନ୍ତି ।ଏନ୍ସିଆର୍ବି (ନାସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ) ଓ ଏସ୍ସିଆର୍ବି(ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ)ର ତଥ୍ୟ କହୁଛି, ଓଡ଼ିଶାରେ ଗଲା ୧୦ ବର୍ଷରେ ୫୨ ହଜାର ୨୪୪ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି । ୨୦୧୬ ମସିହାରେ ରାଜ୍ୟରେ ୩୯୦୪ ଜଣ ନିଜ ଜୀବନକୁ ନିଜେ ଶେଷ କରିଦେଇଥିଲେ । ୨୦୧୭ରେ ଏହି ସଂଖ୍ୟା ବଢ଼ି ୪୪୯୩, ୨୦୨୧୮ରେ ୪ ହଜାର ୫୯୨ଜଣ, ୨୦୧୯ରେ ୪୫୮୨ […]