୧୦ ବର୍ଷରେ ଓଡ଼ିଶାରେ ୫୨ ହଜାର ୨୪୪ ଜଣ ଆତ୍ମହତ୍ୟା କରିଛନ୍ତି ।ଏନ୍ସିଆର୍ବି (ନାସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ) ଓ ଏସ୍ସିଆର୍ବି(ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ)ର ତଥ୍ୟ କହୁଛି, ଓଡ଼ିଶାରେ ଗଲା ୧୦ ବର୍ଷରେ ୫୨ ହଜାର ୨୪୪ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି । ୨୦୧୬ ମସିହାରେ ରାଜ୍ୟରେ ୩୯୦୪ ଜଣ ନିଜ ଜୀବନକୁ ନିଜେ ଶେଷ କରିଦେଇଥିଲେ । ୨୦୧୭ରେ ଏହି ସଂଖ୍ୟା ବଢ଼ି ୪୪୯୩, ୨୦୨୧୮ରେ ୪ ହଜାର ୫୯୨ଜଣ, ୨୦୧୯ରେ ୪୫୮୨ […]
ଓଡ଼ିଶା ହଳଦୀରେ ସିସା(ଲିଡ୍) ରହିଛି। ବିଶେଷ କରି ରାଜ୍ୟର ୩ଟି ଜିଲ୍ଲାରେ ଉତ୍ପାଦିତ ହେଉଥିବା ହଳଦୀରେ ସିସା ଥିବା ଆଶଙ୍କା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ପ୍ରକୃତରେ କେତେ ପରିମାଣର ସିସା ହଳଦୀରେ ରହୁଛି, ତାହା ଜାଣିବା ଲାଗି ନମୁନା ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି ‘ହୁ’ର ପ୍ରତିନିଧି।ସିସା ହେଉଛି ଏକ ଭାରି ଧାତୁ। ମଣିଷ ଶରୀର ପାଇଁ ଏହା କ୍ଷତିକାରକ। ସିସାଯୁକ୍ତ ହଳଦୀ ସେବନ କଲେ ଶିଶୁଙ୍କ କ୍ଷେତ୍ରରେ ସ୍ନାୟୁଗତ ରୋଗ […]
ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଇରାନ ହର୍ମୁଜ୍ ପ୍ରଣାଳୀକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି। ଫଳରେ ଶକ୍ତି ଯୋଗାଣ ଅବରୋଧ ହେବା ଦ୍ବାରା ବିଶ୍ୱ ସ୍ତରରେ ତେଲ ମୂଲ୍ୟ ବୃଦ୍ଧି ପାଇଛି। ଯଦି ଆମେରିକା ଇରାନ ବିରୋଧରେ ଜାରି ରହିଥିବା ସାମରିକ ଅଭିଯାନକୁ ଜୋରଦାର୍ କରିବାକୁ ନିଷ୍ପତ୍ତି ନିଏ, ତେବେ ତେହେରାନର ଆରବ ଉପଦ୍ୱୀପରେ ବାବ୍-ଏଲ୍-ମାଣ୍ଡେବ୍ର ଆଉ ଏକ ରଣନୈତିକ ପ୍ରଣାଳୀକୁ ଅବରୋଧ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଅନ୍ୟପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଂଗରେ କଥା […]
ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ୫ଟି ଶାବକଙ୍କର ଜନ୍ମ ହୋଇଛି |ଭାରତରେ ଏବେ ମୋଟ ୫୩ ଟି ଚିତା ହୋଇଛନ୍ତି। ଯେଉଁଥିରୁ ୩୩ଟିର ଜନ୍ମ ଭାରତରେ ହୋଇଛି। ବିଶ୍ୱର ସବୁଠୁ ଦ୍ରୁତ ଦୌଡ଼ୁଥିବା ସ୍ଥଳୀୟ ଜୀବ ଚିତା ପ୍ରାୟ ୭ ଦଶକ ପୂର୍ବେ ଭାରତରୁ ବିଲୁପ୍ତ ହୋଇ ଯାଇ ଥିଲା। ସେପ୍ଟେମ୍ୱର ୨୦୨୨ରେ କେନ୍ଦ୍ର ସରକାର ନାମିବିୟାରୁ ୮ଟି ଆଫ୍ରିକୀୟ ଚିତା ନେଇ ଆସିଥିଲେ, ଯାହାଙ୍କୁ ପିଏମ୍ ମୋଦି କୁନୋରେ ଛାଡ଼ି ଥିଲେ।ଗତ ବର୍ଷ କୁନୋରେ […]
ପେଟ୍ରୋଲିୟମ ମନ୍ତ୍ରଣାଳୟ ଘରୋଇ ଗ୍ୟାସ ସିଲିଣ୍ଡର (LPG) ପାଇଁ ବୁକିଂ ଅବଧିକୁ ୨୧ଦିନରୁ ୨୫ ଦିନକୁ ବୃଦ୍ଧି କରିଛି। ସୂତ୍ର ଅନୁସାରେ ଏହାକୁ ୨୧ ଦିନରୁ ୨୫ ଦିନକୁ ବୃଦ୍ଧି କରାଯାଇଛି। କଳାବଜାରୀ ଏବଂ ମହଜୁଦକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାର କହିଛନ୍ତି ଯେ ବର୍ତ୍ତମାନ ଘରୋଇ ଗ୍ୟାସ କିମ୍ବା ଡିଜେଲ ଏବଂ ପେଟ୍ରୋଲର କୌଣସି ଅଭାବ ନାହିଁ।ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଦୁଇ ଦିନ ପୂର୍ବରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ […]
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ୍ (କନିଷ୍ଠ ବର୍ଗ) ଏବଂ ଓଆରଏସ୍ ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବକେୟା ଥିବା ତଦନ୍ତ ରିପୋର୍ଟଗୁଡିକ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏ ସଂକ୍ରାନ୍ତରେ ସମସ୍ତ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, କନ୍ଧମାଳର ଜିଲ୍ଲା ପରିଷଦମାନଙ୍କର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, […]
ରାୟଗଡ଼ା, ୯/୩: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଅନ୍ତର୍ଜାତୟ ମହିଳା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ନୂଆପଡ଼ା ଟାଉନସିପ ସ୍ଥିତ କ୍ଳବ୍ ହାଉସ ଠାରେ ଆୟୋଜତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ରୂପାଲି ପାତ୍ର (ଓପ୍ରସେ) ଓ ସହକାରୀ ଜିଲ୍ଲାପାଳ ଲିପ୍ସା ପଟେଲ୍ (ଓଆରଏସ୍) ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସୁଶ୍ରୀ ପାତ୍ର କହିଛନ୍ତି […]
ବାୟୁ ପରେ ଏବେ ଦିଲ୍ଲୀରେ ଜଳ ଚିନ୍ତା। ରାଜଧାନୀବାସୀ ପିଉଛନ୍ତି ବିଷାକ୍ତ ଜଳ।ଦିଲ୍ଲୀର ୧୮ଟି ସ୍ଥାନରେ ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ସାତ ଦିନିଆ ଜଳ ନମୁନା ପରୀକ୍ଷା କରାଯାଇଥିଲା। ଶ୍ରୀରାମ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ସହିତ କରାଯାଇଥିବା ଏହି ଅଧ୍ୟୟନରୁ ପ୍ରଦୂଷଣର ସ୍ତର ଚିନ୍ତାଜନକ ରହିଛି। ପରୀକ୍ଷିତ ହୋଇଥିବା ୮ଟି ନମୁନାରେ ମୋଟ କୋଲିଫର୍ମ କିମ୍ବା ଇ. କୋଲି ପଜିଟିଭ୍ ମିଳିଛି, ଯାହା ମଳ ପ୍ରଦୂଷଣର ସୂଚକ। ଦିଲ୍ଲୀର ଜଳ ଯୋଗାଣ ନେଟୱାର୍କ ୧୫,୪୦୦ କିଲୋମିଟରରୁ […]
ସମ୍ପତ୍ତି ତାଲିକା ଦେଉନାହାଁନ୍ତି ସରକାରୀ ବାବୁ। ବିଧାନସଭାରେ ଆସିଲା ସାଂଘାତିକ ତଥ୍ୟ। ସମ୍ପତ୍ତି ଲୁଚାଉଛନ୍ତି ସରକାରୀ ବାବୁ। ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ସରକାରୀ ଅଧିକାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ ଡରୁଛନ୍ତି। ସମ୍ପତ୍ତି ତାଲିକା ମିଳିବା ପରେ କଣ କିଛି ବଡ଼ ଆକ୍ସନ୍ ନେବେ କି ? ଏଭଳି […]
ସରିଲା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା । କୌଣସି ପ୍ରାର୍ଥୀ କଲେନି ନାମାଙ୍କନ ପ୍ରତ୍ୟାହାର । ଫଳରେ ଏବେ ମଇଦାନରେ ରହିଛନ୍ତି ମୋଟ ୫ ପ୍ରାର୍ଥୀ। ବିଜେପିରୁ ମନମୋହନ ସାମଲ, ସୁଜିତ କୁମାର, ବିଜେଡିରୁ ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ବର ହୋତା ଓ ବିଜେପି ସମର୍ଥନରେ ଦିଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନିତୀ ସରଗରମ। ତୃତୀୟ ଓ ଚତୁର୍ଥ ସିଟ୍ ଉପରେ ଶାସକ ଓ ବିରୋଧିଙ୍କ ନଜର। ଓଡ଼ିଶା ରାଜନିତୀ […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୧,୬୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୮,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୬୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୮,୨୦୦ ଟଙ୍କାକୁ ପହଞ୍ଚିଛି । ୧୮ କ୍ୟାରେଟ୍ ସୁନା ଦର ୧୪୭୦ ଟଙ୍କା କମି ୧ ଲକ୍ଷ ୨୧ ହଜାର ୨୬୦ ଟଙ୍କା […]
ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଅଭାବ ଏବେ ଏକ ଗୁରୁତର ଚିନ୍ତାର ବିଷୟ ପାଲଟିଛି ।ଓଡ଼ିଶାରେ ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୧୫,୭୯୩ଟି ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୪,୬୦୭ଟି ପଦବୀ ଖାଲି ପଡ଼ିଛି। ଏହା ବ୍ୟତୀତ ପ୍ରାୟ ୧,୪୫୯ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାରୁ ଚିକିତ୍ସାଳୟଗୁଡ଼ିକରେ କାର୍ଯ୍ୟଭାର ବଢୁଛି। ଅନ୍ୟପଟେ ୧୦୮ […]
