କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ SOP ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ସେ କହିଛନ୍ତି, ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସ୍ବତନ୍ତ୍ର SOP ଜାରି କରିଛନ୍ତି । ଆର୍ଥିକ ଅନଗ୍ରସର ଯେପରି ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। କିନ୍ତୁ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରେ ପ୍ରଫେସନାଲ କୋର୍ସକୁ ବାଦ ଦିଆଯାଇଛି।ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ […]
କୋଭିଡ୍ ସ୍ଥିତିକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଲୋକସେବା ଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟର ବର୍ତ୍ତମାନ କୋଭିଡ୍ ସ୍ଥିତି, ପ୍ରସ୍ତୁତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ ଆଲୋଚନା ହେଉଛି । କୋଭିଡ୍ ସଂକ୍ରମଣର ସ୍ଥିତି, ହସ୍ପିଟାଲର ପ୍ରସ୍ତୁତି, ଔଷଧ ଓ ଚିକିତ୍ସା ସୁବିଧା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ସମୀକ୍ଷା କରାଯାଉଛି । ସଂକ୍ରମଣ ବୃଦ୍ଧି ହେଲେ କିପରି ମୁକାବିଲା […]
ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆଜି ସକାଳେ ପ୍ରାୟ ୧୦ଟା ସମୟରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଗସ୍ତ ସମ୍ପୁର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ହୋଇଥିବା କୁହାଯାଉଛି । ତେବେ ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି. ଆଗକୁ ସଂସଦ ଅଧିବେଶନ ଥିବାରୁ ଦିଲ୍ଲୀରେ ବିଜେଡି ସାଂସଦ ମାନଙ୍କୁ ଭେଟିବାକୁ ଯାଇଥାଇପାରନ୍ତି । ସେମାନଙ୍କ ସହ […]
ହର୍ମୁଜରେ ଘନେଇଲାଣି ମହାସଙ୍କଟ। ବିପଦରେ ଭାରତୀୟ ନାବିକ। ୟୁଏଇ (UAE)ର ଦୁଇଟି ତେଲ ଟ୍ୟାଙ୍କର ଉପରେ ଇରାନ ପକ୍ଷରୁ ମିସାଇଲ୍ ମାଡ଼ କରାଯାଇଛି। ଏହି ଭୟଙ୍କର ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । UAE ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ‘ମୋମ୍ବାସା’ ଏବଂ ‘ଅଲ୍ ବାହିୟା’ ନାମକ ଦୁଇଟି ତେଲ ଟାଙ୍କରକୁ ଲକ୍ଷ୍ୟ କରି ଇରାନ ଦୁଇଟି ଶକ୍ତିଶାଳୀ କ୍ରୁଜ୍ ମିସାଇଲ୍ ମାଡ଼ କରିଥିଲା । […]
ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବିଜୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ ୩୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ଆଜି କନ୍ଧମାଳ ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି ହୋଇଥିବା ବେଳେ ବାକି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ […]
ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କୁ ଦେଖିବାର ସୁଯୋଗ ମିଳିବ । ହେଲେ ଭକ୍ତଙ୍କୁ ଅଧିକ ସମୟ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ଦେବନି ପ୍ରଶାସନ । ସ୍ୱଳ୍ପ ସମୟ ନିମନ୍ତେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଛାଡ଼ିବାକୁ ଯୋଜନା କରାଯାଇଛି । ଅତିବେଶିରେ ୨ରୁ ୩ଘଣ୍ଟା ଦର୍ଶନ ବ୍ୟବସ୍ଥାର ସୁବିଧା ଦେବାକୁ ପ୍ରାଶାସନିକ ପ୍ରସ୍ତୁତି ହୋଇଛି ।ସେପଟେ ଏହା ପରଦିନ […]
ଅନଲାଇନ୍ରେ ଖାଦ୍ୟ ଅର୍ଡର କଲେ କିମ୍ବା ହୋଟେଲ-ଢାବାରେ ଖାଇବାକୁ ଯାଇ ବାସି, ପଚା କିମ୍ବା ଅସ୍ୱଚ୍ଛ ପରିବେଶରେ ପ୍ରସ୍ତୁତ ଖାଦ୍ୟ ମିଳିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ତେବେ ରେଷ୍ଟୁରାଣ୍ଡ କିମ୍ବା ଖାଦ୍ୟ ଆଉଟଲେଟ୍ରେ ଅପରିଷ୍କାର ରୋଷେଇଘର, ପୁରୁଣା/ନଷ୍ଟ ଖାଦ୍ୟ କିମ୍ବା ଅସୁରକ୍ଷିତ ଖାଦ୍ୟ ଦେଖିଲେ ତୁରନ୍ତ ରିପୋର୍ଟ କରିବାକୁ କହିଛି FSSAI । FSSAI ଗ୍ରାହକଙ୍କୁ ତାଙ୍କର “ଆଖି” ହେବାକୁ ଅନୁରୋଧ କରୁଛି । ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଙ୍ଘନ ହୋଇଥିଲେ FSSAI ପ୍ଲାଟଫର୍ମ ମାଧ୍ୟମରେ […]
ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ S-500ର ଟେକ୍ନୋଲୋଜି ଉପରେ ଆଧାର କରି ଭାରତର ‘ପ୍ରୋଜେକ୍ଟ ସୁଦର୍ଶନ ଚକ୍ର’ ପାଇଁ ମିଳିତ ଭାବେ କାମ କରିବାକୁ ମସ୍କୋ ନୂଆଦିଲ୍ଲୀକୁ ପ୍ରସ୍ତାବ ଦେଇଛି।ଭାରତ ସୁଦର୍ଶନ ଚକ୍ର ପ୍ରୋଜେକ୍ଟ ଅଧୀନରେ ନିଜର ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରୁଛି। ରୁଷର ପ୍ରସ୍ତାବ ଭାରତର ବିଦ୍ୟମାନ ଏବଂ ଭବିଷ୍ୟତର ସ୍ତରୀଭୂତ ବାୟୁ […]
କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ ଷ୍ଟାଫଙ୍କ ପାଇଁ ଖୁସି ଖବର। ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରୋସେସ ଏରିଆରେ କେନ୍ଦୁପତ୍ର କେରି (୨୦ଟି) ପିଛା ମୂଲ୍ୟ ୧୦ ପଇସା ବୃଦ୍ଧି କରାଯାଇଥିବା ବେଳେ ଫାଳ (୪୦ଟି) ପିଛା ମୂଲ୍ୟ ୨୦ ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୧୦.୭୮ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ।ସେହିପରି କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ ପ୍ରଦାନ […]
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ରାଜ୍ୟ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ‘ସାଇବର ସାଥୀ’ ଅଭିଯାନ ଆରମ୍ଭ କରାଯାଇଛି। ରଥଯାତ୍ରା ସମୟରେ ବଢୁଥିବା ଅନଲାଇନ୍ ଠକେଇକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଏବଂ ପୁରୀ ପୋଲିସ ମିଳିତ ଭାବେ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।ପୁରୀ ଆସୁଥିବା ପର୍ଯ୍ୟଟକମାନେ ଅନ୍ଲାଇନ୍ରେ ହୋଟେଲ୍ ବୁକିଂ କରୁଥିବାର ଫାଇଦା ଉଠାଇ ଏହି ଅପରାଧୀମାନେ ନକଲି ୱେବ୍ସାଇଟ୍, ଫେକ୍ ଗୁଗଲ୍ ବିଜନେସ୍ ପ୍ରୋଫାଇଲ୍, ନକଲି ସୋସିଆଲ୍ […]
ରାୟଗଡ / କଲ୍ୟାଣସିଂପୁର ୧୩.୦୭.୨୦୨୬: ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ, ଉପ ଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ କ୍ଷୀରାବ୍ଦୀ ତନୟା ସାହୁ, ଅତିରିକ୍ତ […]
ଆସନ୍ତା ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଅଙ୍ଗଲାଗି ଗହଣାର ଗଣତି । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ଥିବା ଅଙ୍ଗଲାଗି ଗହଣାର ଗଣତିମଣତି କରାଯିବ । ଏନେଇ ରତ୍ନଭଣ୍ଡାର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଗତ ମେ ୨୩ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁନା-ଗହଣା ଓ ମୂଲ୍ୟବାନ ଜିନିଷ ଗଣତି ବନ୍ଦ ରହିଛି। ଏବେ ସ୍ନାନ ପୂର୍ଣ୍ଣିମା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓହ୍ଲାଇଥିବା ଗହଣାଗୁଡ଼ିକୁ ଆସନ୍ତା ୧୯ ତାରିଖରେ ଗଣାଯିବ । ଏହି ଗଣତି କାର୍ଯ୍ୟ କେବଳ […]
