ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି

ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଭୁବନେଶ୍ବର, କଟକ ସମେତ ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୩୮ ଡିଗ୍ରି ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉତ୍ତର ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ମାର୍ଚ୍ଚ ୯ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ, […]

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ନୀତି ଶେଷ ପରେ ପୂର୍ବ ଭଳି ନୀତିକାନ୍ତି ଆଗକୁ […]

ଆଜିଠୁ ପୁଣି କମ୍ପିବ ବିଧାନସଭା । ମୁହାମୁହିଁ ହେବେ ଶାସକ- ବିରୋଧୀ

ଆଜିଠୁ ପୁଣି କମ୍ପିବ ବିଧାନସଭା । ମୁହାମୁହିଁ ହେବେ ଶାସକ- ବିରୋଧୀ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସରଗରମ ରହିବ । ରାଜ୍ୟରେ ମହିଳା ସୁରକ୍ଷା, ବିପର୍ଯ୍ୟୟ ଆଇନ ଶୃଙ୍ଖଳା ସ୍ଥିତି, ମଣ୍ଡିରୁ ଧାନ ଉଠିନପାରିବା ଓ ବେକାରୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ ସାଜିବ । ଏନେଇ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ସରିଥିବା ଉଭୟ ଦଳର ବିଧାୟକମାନେ କହିଛନ୍ତି । ବିଜେଡି ମହିଳା, ଚାଷୀ, ଆଇନଶୃଙ୍ଖଳା ପରିସ୍ଥିତି […]

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା

ରାୟଗଡ଼ ତା ୦୮/୦୩/୨୦୨୬ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ତୃତୀୟ ଦିନରେ ଆଜି “ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି” ଶୀର୍ଷକ ସମ୍ବଳିତ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଇ ପଦଯାତ୍ରା ସ୍ଥାନୀୟ ଜିଲ୍ଲାସଂସ୍କୃତି ଭବନ ଛକରୁ ବାହାରି ସହରବାସୀଙ୍କୁ ମହିଳାଙ୍କ ଆତ୍ମସୁରକ୍ଷା, ଆତ୍ମସମ୍ମାନ ଓ ଆତ୍ମସ୍ୱାଭିମାନ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲା । ଏହି ପଦୟlତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l. ଏଥିରେ ପିଏ […]

ଆତ୍ମସମର୍ପଣ କଲେ ୧୩୦ ଜଣ ନକ୍ସଲ

ମାଓବାଦୀଙ୍କ ପାଇଁ ଆତ୍ମସମର୍ପଣ କରିବାର ଶେଷ ସୁଯୋଗ ମାର୍ଚ୍ଚ ୩୧ ତାରିଖ। ନକ୍ସଲ ଯଦି ଜଂଗଲରୁ ବାହାରି ପୁଲିସ ନିକଟରେ ଆତ୍ମସମର୍ପଣ ନକରନ୍ତି, ତେବେ ସ୍ଥିତ ଭୟଙ୍କର ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମତ ଶାହ ପୂର୍ବରୁ ସଫା ସଫା କହିଛନ୍ତି।ସରକାରଙ୍କ ଟାର୍ଗେଟ ଯେତେ ପାଖେଇ ଆସୁଛି, ନକ୍ସଲ ସେତେ ଜଂଗଲରୁ ବାହାରି ସଂଗଠନକୁ ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଏହି କ୍ରମରେ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମ୍ମୁଖରେ ୧୩୦ ଜଣ ନକ୍ସଲ […]

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା

ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ ।  ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ କରିବା ମଧ୍ୟ ଯୌନ ନିର୍ଯାତନା।ଜଣେ ନାବାଳିକାଙ୍କ ବକ୍ଷୋଜକୁ ସ୍ପର୍ଶ କରିବା ପକ୍ସୋ ଆାଇନ ଅନୁଯାୟୀ ଗମ୍ଭୀର ଅପରାଧ ବା ଯୌନ ନିର୍ଯାତନା ଅଟେ ।  ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ସିଧାସଳଖ  ଶରୀର ସ୍ପର୍ଶ ହୋଇ ନଥିଲେ ମଧ୍ୟ ଏହା ଅପରାଧ ଶ୍ରେଣୀଭୁକ୍ତ ହେବ।ବମ୍ବେ ହାଇକୋର୍ଟଙ୍କ ଏକ ପୁରୁଣା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପୂର୍ବରୁ ବଦଳାଇ ସାରିଛନ୍ତି ।  ଏହି ପୁରୁଣା ଧାରଣା […]

ରାୟଗଡା -ବେକ କାଟି ନବାଳକଙ୍କୁ ହତ୍ୟା

Dtd -7/3/26-ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣାରେ ପଞ୍ଚ ବର୍ଷର ନାବଳକଙ୍କୁ ଗଳା କାଟି ହତ୍ୟା। ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ। ଏଭଳି ଘଟଣା ଘଟିଛି ଚାଟିକଣା ଷ୍ଟେସନ ସାହିରେ। ହାତ୍ୟର ଶିକାର ହୋଇଥିବା ନାବାଳକ ଜଣକ ପୁରୁଷୋତ୍ତମ ଗାନ୍ତାୟତଙ୍କ ବଡ଼ ପୁଅ ଋଷି ଗାନ୍ତାୟତ ହୋଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ଋଷିର ମାମୁଁଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ମେସଜ ଆସିଥିଲା। ସେହି ମେସେଜରେ ନାବାଳକ ରୁଷିକୁ ସେମାନେ ଅପହରଣ କରିଥିବା […]

ଖଡଗେଙ୍କୁ ଭେଟିଲେ ରାଜ୍ୟସଭା ପ୍ରାର୍ଥୀ ଦତ୍ତେଶ୍ଵର ହୋତା

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା । ଓଡ଼ିଶାରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଏହି ପରିପ୍ରେକ୍ଷୀରେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଭେଟିଛନ୍ତି । ଏହି ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ । ଆଗକୁ ରାଜ୍ୟସଭା ନିର୍ବାଚନ […]

ମେ ଆରମ୍ଭରୁ ରବି ଧାନ କିଣିବେ ସରକାର

ଆସନ୍ତା ମେ ମାସରୁ ରବି ଧାନ କିଣିବେ ସରକାର। ମେ 1 ତାରିଖରୁ ଧାନ କିଣା ଆରମ୍ଭ ହୋଇ ଜୁନ 30 ତାରିଖରେ ଶେଷ ହେବ। ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍, PACS/LAMPS/ପାଣି ପଞ୍ଚାୟତ ଇତ୍ୟାଦି ମାଧ୍ୟମରେ ଚାଷୀଙ୍କ ଅତିରିକ୍ତ ଧାନ କ୍ରୟ କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ପିଛା 2369 ଟଙ୍କା ପ୍ରଦାନ କରାଯିବ।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟତୀତ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର […]

ମହିଳାଙ୍କ ଉଦାହରଣ ପାଲଟିଛନ୍ତି ରାଜମିସ୍ତ୍ରୀ ବାହା ହେମ୍ବ୍ରମ୍

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତର କୁଲଡିହା ଗ୍ରାମରେ। ସ୍ବାମୀ ନୁନାରାମ ହେମ୍ବ୍ରମ ଗୋରୁମହିଷାଣା ଓ ତାହାର ଆଖପାଖ ଅଂଚଳରେ ରାଜମିସ୍ତା ଭାବେ ବେଶ ପରିଚିତ। ୧୯୯୬ ମସିହାରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଯାଦୁଗୋଡା ଅଂଚଳର କୁମ୍ଭାରମୁଣ୍ଡି ଗ୍ରାମରୁ ବାହା ହେମ୍ବ୍ରମଙ୍କୁ ଆଦିବାସୀ ରାତିନୀତିରେ ବିବାହ କରିଥିଲେ। ୨ଟି ପୁଅ ଓ ଗୋଟିଏ ଝିଅର ସଂସାର। ପିଲାମାନଙ୍କର ପାଠପଢ଼ା ଓ ଭରଣ ପୋଷଣରେ ନୁନାରାମଙ୍କ ରୋଜଗାର ନିଅଣ୍ଟ ପଡିବାରୁ ତାଙ୍କ ଧର୍ମ ପତ୍ନୀ ବାହା […]

ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ- ରାଷ୍ଟ୍ରପତି

ଇରାନ ଉପରେ ଗତ ଶନିବାରଠାରୁ ଇସ୍ରାଏଲ ଓ ଆମେରିକା ଆକ୍ରମଣ ଜାରି ରଖିଥିବାବେଳେ ଇରାନ ମଧ୍ୟ ସେମାନଙ୍କ ଉପରେ ପାଲଟା ଆକ୍ରମଣ କରୁଛି। ଇରାନ ଇସ୍ରାଏଲ ଉପ‌ରେ ସିଧାସଳଖ ଆକ୍ରମଣ କରୁଥିବାବେଳେ ପଶ୍ଚିମ ଏସିଆରେ ଥିବା ଆମେରିକାର ସାମରିକ ଘାଟି ଉପରେ ଜୋରଦାର ଆକ୍ରମଣ କରୁଛି। ତେବେ ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ । ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି […]

ରାଜ୍ୟରେ ମହଜୁଦ ଅଛି ଯଥେଷ୍ଟ ତେଲ : ଯୋଗାଣ ମନ୍ତ୍ରୀ

ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯଥେଷ୍ଟ ତେଲ ମହଜୁଦ୍ ଅଛି। ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ। ରାଜ୍ୟବାସୀ ସରକାରୀ ତଥ୍ୟ ଉପରେ ଭରସା କରନ୍ତୁ। କେବେ ବି ତେଲ କୁ ନେଇ ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। […]