ମେଡିକାଲରେ ମିଳୁଛି ପୋକରା ଔଷଧ । ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିଵାୟୋଟିକ ଔଷଧରୁ ବାହାରିଲା ପୋକ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଂଜ ଉଦଳା ଥାନା ବେଗୁନିଆଡିହା ଅଂଚଳରୁ ।। ସୂଚନା ଅନୁସାରେ, ଜଣେ ନାବାଳକ ଜ୍ୱର ଓ ଥଣ୍ଡାରେ ଅସୁସ୍ଥ ହେବା ପରେ ଉଦଳା ମେଡିକାଲକୁ ଯାଇଥିଲେ । ଡାକ୍ତରଙ୍କ ପରାମର୍ଶ ଓ ପ୍ରେସକ୍ରିପସନ୍ ପରେ ତାଙ୍କୁ ନିରାମୟ କେନ୍ଦ୍ରରୁ ଔଷଧ ଦିଆଯାଇଥିଲା । ମେଡିସିନ୍ ଷ୍ଟ୍ରିପ୍ ଖୋଲିବା ସମୟରେ ଔଷଧ ଭିତରେ ପୋକ […]
ସମୁଦ୍ରରେ ମୃତ୍ୟୁର ତାଣ୍ଡବ । ବୁଡ଼ିଗଲା ମାଆ କାଳୀ’ ଟ୍ରଲର। ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ ।ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ ଟ୍ରଲର ରବିବାର ଦକ୍ଷିଣ ୨୪ ପ୍ରଗଣା ଜିଲା ବକଖାଲିଠାରୁ ୩୫ କିମି ଦୂର ଚୁଲକାଟି ଜଙ୍ଗଲ ବାଘେର ଛକଠାରୁ ଟ୍ରଲରକୁ ଠାବ କରାଯାଇଥିବାର ସୂଚନା ମିଳିଛି। ଗତକାଲି ଅପରାହ୍ନରେ […]
ଭୁବନେଶ୍ୱର ଆଇଟିଡିଏ ସହକାରୀ ନିର୍ଦ୍ଦେଶକ ସଞ୍ଜୟ କିସପଟ୍ଟାଙ୍କ ଘରେ ସୋମବାର ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଭୁବନେଶ୍ୱର ସମେତ କୋରାପୁଟ ଓ ରାଉରକେଲାରେ ଭିଜିଲାନ୍ସ ଟିମ୍ ପହଞ୍ଚି ଛାନଭିନ୍ ଚଳାଇଛନ୍ତି।ବାବୁ ଜଣଙ୍କ ଆଇଟିଡିଏରୁ ଅବସର ନେବା ପରେ ଵର୍ତମାନ ଭୁବନେଶ୍ୱର OCLରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି l ଭିଜିଲାନ୍ସର ମୋଟ ୪ଟି ଟିମ୍ ଭୁବନେଶ୍ୱର କାର୍ଯ୍ୟଳୟ, ରାଉରକେଲା ପୈତୃକ ଘର ସମେତ କୋରାପୁଟର ଦୁଇଟି […]
ରାୟଗଡ଼ା ତା ୧୨/୦୭(ନିପ୍ର) ରାୟଗଡ଼ା ଜିଲ୍ଲାର ଜେକେ ପେପର ମିଲ୍ରୁ ନାଗାବଳୀ ନଦୀକୁ ନିଷ୍କାସନ ହେଉଥିବା ବର୍ଜ୍ୟଜଳର ଗୁଣବତ୍ତାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SPCB), ରାୟଗଡ଼ାଙ୍କ ରେଫରେନ୍ସ ନମ୍ବର ୪୨/ଡବ୍ଲ୍ୟୁ ଡବ୍ଲ୍ୟୁ/୨୦୨୪-୨୫ ର ଜଳ ବିଶ୍ଳେଷଣ ରିପୋର୍ଟ ଅନୁଯାୟୀ, ଶିଳ୍ପ ବର୍ଜ୍ୟଜଳରେ ଅନୁମତିପ୍ରାପ୍ତ ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ ସୀମା ୩୦ ମି.ଗ୍ରା./ଲିଟର ଥିବାବେଳେ ଏଫ୍ଲୁଏଣ୍ଟ ବଣ୍ଡ୍-୨ରେ ୩୭ ମି.ଗ୍ରା./ଲିଟର ଏବଂ ଏସ ଟି ପି ଆଉଟ୍ ଲେଟରେ ୫୨ ମି.ଗ୍ରା./ଲିଟର […]
ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଶନିବାର ଦିନ ଆୟୋଜିତ ଏକ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ୭୫% ସ୍ୱଦେଶୀ ଭାବରେ ନିର୍ମିତ ବୁଡ଼ାଜାହାଜ INS ମହେନ୍ଦ୍ରଗିରିକୁ ଭାରତୀୟ ନୌସେନାକୁ ଉତ୍ସର୍ଗ କରିଛନ୍ତି।ରାଜନାଥ ସିଂହ ବ୍ୟାଖ୍ୟା କରିଥିଲେ ଯେ ଏହି ଜାହାଜରେ ଏକ ବହୁ-କାର୍ଯ୍ୟକାରୀ ରାଡାର ଏବଂ ଲମ୍ବା-ଦୂରବର୍ତ୍ତୀ ପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ରର ମିଶ୍ରଣ ରହିଛି, ଯାହା ଏହାକୁ ଦୂରରୁ ବାୟୁ ବିପଦକୁ ଚିହ୍ନଟ ଏବଂ ନିରପେକ୍ଷ କରିବାରେ ସମ୍ପୂର୍ଣ୍ଣ ସକ୍ଷମ କରିଥାଏ। ଏହା ସ୍ବଦେଶୀ ରକେଟ ଲଞ୍ଚର […]
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ନୋଟିସ୍ । ଛୋଟ ପିଲାଙ୍କୁ ଧରି ପ୍ରତିବାଦ ଘଟଣାରେ ବିଜେଡି ସଭାପତିଙ୍କ ସମେତ ୭ଜଣଙ୍କୁ ନୋଟିସ୍ । ଗତକାଲି ଝାରସୁଗୁଡ଼ାରେ ଛୋଟପିଲାଙ୍କୁ ଧରି ପ୍ରତିବାଦ କରିଥିଲେ ଦୀପାଳି ଦାସ, ଅଳକା ମହାନ୍ତି, ଛାତ୍ର ବିଜେଡ଼ି ସଭାନେତ୍ରୀ ଇପ୍ସିତା ସାହୁ । ସୂଚନା ଅନୁଯାୟୀ, ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଏକ ରାଜନୈତିକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ହେଲେ ଏହି ରାଲିରେ ନାବାଳିକା […]
ରାୟଗଡା ତା ୧୨/୦୭ (ନିପ୍ର) ରାୟଗଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ପାଇକ ସାହି ରେ ଥିବା ଅତି ପୁରାତନ ଦୁର୍ଗା ମନ୍ଦିର ର ହୁଣ୍ଡି ପ୍ରାୟ ୪ ବର୍ଷ ପରେ ଆଜି ଖୋଲାଯାଇଥିଲା । ଦୁର୍ଗା ମନ୍ଦିର କମିଟି ତରଫରୁ ଏହି ହୁଣ୍ଡି ଖୋଲା କାର୍ଯ୍ୟ କରାଯାଇଥିବା ବେଳେ କମିଟିର କୋଷାଧ୍ୟକ୍ଷ ଅପନ୍ନା ନାୟକ ଓ ଉପଦେଷ୍ଟା ମେଘନାଦ ନାୟକ ଙ୍କ ତତ୍ତ୍ଵାବଧାନରେ କମିଟିର ସଦସ୍ୟ ରମେଶ ଜେନା, କାଳିଦାସ ମଣ୍ଡଙ୍ଗୀ, ଉମେଶ ଜେନା ପ୍ରମୁଖ ଉପସ୍ଥିତ […]
ଶନିବାର ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ପୀଡ୍ବୋଟ୍ ଦୁ୍ର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ଘଟିଥିବା ନେଇ ନିଶ୍ଚିତ କରିଛି ରାଜଧାନୀ ହାନୋଇ ସ୍ଥିତ ଭାରତୀୟ ଦୂତାବାସ। ଭିଏତନାମରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ଏହା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି ଓ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଭିଏତନାମ କର୍ତ୍ତୃପକ୍ଷ କହିଛନ୍ତି, ପ୍ରବଳ ପବନ ଓ ଉଚ୍ଚ ଢେଉ ଯୋଗୁଁ ସ୍ପିଡ୍ବୋଟ୍ଟି ଓଲଟି ପଡ଼ିଥାଇପାରେ।ତେବେ […]
ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଖୁବ୍ଶୀଘ୍ର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।ନୂତନ ବ୍ୟବସ୍ଥା ଅନୁସାରେ ସରକାରୀ, ଅଣଅନୁଦାନପ୍ରାପ୍ତ, ବ୍ଲକ୍ ଗ୍ରାଣ୍ଟ କଲେଜ ଏବଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ଆଡମିଶନ୍ କିମ୍ବା ରି-ଆଡମିଶନ୍ ବାବଦରେ କୌଣସି ଅର୍ଥ ଆଦାୟ କରିପାରିବେ ନାହିଁ । […]
ପବିତ୍ର ରଥଯାତ୍ରାକୁ ନେଇ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ସକ୍ରିୟ ହୋଇପଡ଼ିଛନ୍ତି ସାଇବର ଅପରାଧୀ। ବିଶେଷକରି ହୋଟେଲ ବୁକିଂ ନାଁରେ ଅନଲାଇନ୍ ଠକେଇ ଘଟଣା ବଢ଼ୁଥିବାରୁ ପୁରୀ ପୋଲିସ ଏବଂ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ୨୩୮ଟି ନକଲି ୱେବସାଇଟ୍ ଏବଂ ୱେବପେଜ୍ ବ୍ଲକ୍ କରିଛି।ଭକ୍ତମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ସହରର ୭୭ଟି ହୋଟେଲର ଅଧିକୃତ Google […]
ଦୀର୍ଘ ୮ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦ ମାମଲାରେ ଶୁକ୍ରବାର ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼। ଆଲୋଚନା ଓ ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟ ସହମତି ପ୍ରକାଶ କରିଛନ୍ତି।ଏହି ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।ଶୁଣାଣି ସମୟରେ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲଙ୍କୁ ସ୍ପଷ୍ଟ କରିଛନ୍ତି ଯେ,ଓଡ଼ିଶା ସହ ଆଲୋଚନା ମାଧ୍ୟମରେ ଏହି ଜଳ ବିବାଦର ସ୍ଥାୟୀ ସମାଧାନ କରିବାକୁ ସେମାନେ […]
ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ SCERT ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମଗ୍ର ପ୍ରକ୍ରିୟା ଉପରେ ଅପରାଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାନୁସାରେ,ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର କାରଣ ଅନୁସନ୍ଧାନ […]
