ପାରାଦୀପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। IFFCO ପରିସରରେ ଏକ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ଉଦଘାଟନ କରିଛନ୍ତି। ଏଥି ସହ ଉପସ୍ଥିତ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମବାୟ ମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଜଗତସିଂହପୁର ସାଂସଦ ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।ଏହି ଅବସରରେ ସମ୍ବୋଧନ ଦେଇ ଅମିତ ଶାହ କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡ଼ିଶାରେ ଶାସନ କରୁଛି । ବିଜେପି ସରକାର ସଠିକ୍ ଦିଗରେ […]
କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍। ପିଲାଙ୍କ ପାଇଁ ଫେସବୁକ୍, ଇନଷ୍ଟାଗ୍ରାମ ବନ୍ଦ । ଭାରତର ପ୍ରଥମ ରାଜ୍ୟଭାବେ କର୍ଣ୍ଣାଟକ ଏହି ନିୟମ ଲାଗୁ କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟ ବଜେଟରେ ଏହି ବଡ଼ ଘୋଷଣା କରିଛନ୍ତି । ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।ଏହି ନିୟମ କେବଳ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ। […]
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ନିର୍ମାଣ ସାମଗ୍ରୀର ମୂଲ୍ୟକୁ ତର୍ଜମା କରି ରାଜ୍ୟରେ କିଭଳି ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ ନିର୍ଦ୍ଧାରଣ କରିହେବ ସେନେଇ ଆଲୋଚନା ହୋଇଥିଲା। ପରିବହନ ଖର୍ଚ୍ଚକୁ ହିସାବକୁ ନେଇ […]
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କୋଟିପତି ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଅଡୁଆ ବଢ଼ିଲା। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କୁ ନେଇ ଫୁଲବାଣୀରେ ପହଞ୍ଚିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଖଣି ବିଭାଗ କଟକ ସର୍କଲ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ତାଙ୍କୁ ନେଇ ଫୁଲବାଣୀରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର ଫୁଲବାଣୀ ନାରାୟଣ ସାହି ସ୍ଥିତ […]
ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅନୁଜ ଅଗ୍ନିହୋତ୍ରୀ ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ରାଜେଶ୍ୱରୀ ସୁଭେ ଏମ୍, ତୃତୀୟରେ ଆକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନୱାଲା ରହିଥିବା ବେଳେ ପଞ୍ଚମରେ ଇସାନ ଭଟ୍ଟନାଗର ରହିଛନ୍ତି । ଚଳିତ ବର୍ଷ ମୋଟ ୯୫୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) […]
ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୯୦% ମ୍ୟାପିଂ କରାସରିଛି । ୨୦୨୫ ଭୋଟର ତାଲିକାରେ ଅଛନ୍ତି,୨୦୦୨ରେ ବି ଥିଲେ BLOଙ୍କୁ ଜଣାଇବେ। ତେବେ ୨୦୦୨ରେ କେଉଁ ନିର୍ବାଚନମଣ୍ଡଳୀରେ ଥିଲେ BLOଙ୍କୁ ଜଣାଇବେ। ଆମେ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ କରିସାରିଛୁ। ଏହାର ଅର୍ଥ ୨୦୨୫ ଭୋଟର ତାଲିକାରେ ଥିବା ୯୦%ଙ୍କୁ ଟ୍ରେସିଂ କରିପାରିଛ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।ଯେଉଁ ଭୋଟର ମାନେ ୨୦୦୨ରେ ଗ୍ରାମାଞ୍ଚଳର […]
ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ ବୟାନ । ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ଼ ବୟାନ ।ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ ହୋଇଛି କହିଲେ ସଂତୃପ୍ତ ମିଶ୍ର । କଂଗ୍ରେସ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିବନି । ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀକୁ ସମର୍ଥନ କଲେ । ସୀମିତ ସମୟ ପାଇଁ କଂଗ୍ରେସ ସହ ଆମର ବୁଝାମଣା ହୋଇଛି ।
ମଧ୍ୟପ୍ରଦେଶର ରତଲାମରେ ଚଳନ୍ତା ଟ୍ରେନ୍ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟ୍ରେନର ବାଥରୁମରେ ଜଣେ ବିଚାରପତିଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି ।ଷ୍ଟେସନରେ ମହିଳାଙ୍କ ପତି ତଥା ବିଚାରପତି ଅପେକ୍ଷା କରିଥିଲେ । ହେଲେ ତାଙ୍କୁ ପତ୍ନୀଙ୍କ ମୃତ୍ୟୁ ଖବର ମିଳିଥିଲା । ଦୀର୍ଘ ସମୟ ଧରି ଅପେକ୍ଷା କରି ରହିବା ପରେ ହିଁ ପତ୍ନୀ ଆଉ ଦୁନିଆରେ ନଥିବା ସେ ଜାଣିବାକୁ ପାଇଥିଲେ ।ସୂଚନାଯୋଗ୍ୟ, ରାଜସ୍ଥାନର ନିମ୍ବହେଡ଼ାରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ବିଚାରପତି […]
ନକ୍ସଲ ମୁକ୍ତରେ CISFର ବଡ଼ ଅବଦାନ । ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ CISFର ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ସମୟ ସହିତ ନିଜକୁ ଗଢ଼ିଛି CISF । ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି କହିଛନ୍ତି ଶାହ ।ଆହୁରି ବି କହିଥିଲେ ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି CISF । ବୀରତ୍ବ ଓ ତ୍ୟାଗର ଅନନ୍ୟ […]
ରାଜ୍ୟସଭା ପାଇଁ ଗୁରୁବାର ଚତୁର୍ଥ ଆସନରେ ଦିଲୀପ ରାୟ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ମନୋନୟନପତ୍ର ଦାଖଲ କରିବା ପରେ ରାଉରକେଲାରେ ରାଜନୀତି ସରଗରମ ହୋଇଛି। ଗତ ୨୦୦୨ରେ ଶ୍ରୀ ରାୟ ରାଜ୍ୟସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡ଼ା ରାଜନୈତିକ ଗୋଟିଚାଳନାରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକଙ୍କ ଭୋଟ ହାତେଇ ନିର୍ବାଚିତ ହୋଇଥିଲେ। ଏଥର ମଧ୍ୟ ଶ୍ରୀ ରାୟ ୨୦୦୨ ନିର୍ବାଚନର ପୁନରାବୃତ୍ତି କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ […]
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବାର ନାଁ ନେଉନି । ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ କଡା ଜବାବ ଦେଉଛି । ତେବେ ଯୁଦ୍ଧର ପ୍ରଭାବ ବୈଶ୍ୱିକ ଅର୍ଥନୀତି ଉପରେ ପଡିଛି । ଏହା ଭିତରେ ଭାରତକୁ ରୁଷିଆରୁ ତେଲ କିଣିବା ପାଇଁ ଆମେରିକାର ଅନୁମତି । ତେବେ କେବଳ ୩୦ ଦିନର ଅସ୍ଥାୟୀ ଅନୁମତି ମିଳିଛି । ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ଟ୍ୱିଟ୍ କରି […]
ବଢ଼ି ଚାଲିଛି ଯୁବପିଢିଙ୍କ ରିଲ୍ସ ନିଶା । ଗତକାଲି ପୁରୀ ବେଳାଭୂମିରେ ତିନୋଟି ଡଙ୍ଗା ବିପଦପୂର୍ଣ୍ଣ ଭାବେ ବିନା ଲାଇଫ୍ ଜାକେଟରେ କିଛି ଲୋକଙ୍କୁ ନେଇ ଜଳକ୍ରୀଡା କରିବା ପରେ ଏବେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ। ଏଭଳି ବିପଦପୂର୍ଣ୍ନ ଷ୍ଟଣ୍ଟକୁ ବେଆଇନ୍ କହିବା ସହ ଘଟଣାର ତଦନ୍ତ କରାଯାଉଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଡଙ୍ଗା ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଦିବ୍ୟଜୌତି ପରିଡା କହିଛନ୍ତି।ହୋଲି ଅବସରରେ କିଛି […]
