ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ CMRFରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।ସୂଚନାଯୋଗ୍ୟ ଯେ ଦୁର୍ଘଟଣାଗ୍ରସ୍ତ ଶ୍ରମିକମାନଙ୍କ ସହାୟତା ପାଇଁ ଓଡ଼ିଶା ସରକାର ନିରନ୍ତର ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି।ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ […]

ଆଇନଜୀବୀଙ୍କ ପାଇଁ ସହାୟତା ରାଶିରେ ୪୦ ପ୍ରତିଶତ ବୃଦ୍ଧି

ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ଆଇନଜୀବୀମାନଙ୍କ ସହାୟତା ପରିମାଣ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନଜୀବୀମାନଙ୍କ ପାଇଁ ଏହି ସହାୟତା ରାଶିର ପରିମାଣ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଅବସର ନେଇଥିବା କିମ୍ବା ଦେହାନ୍ତ ହେବା କ୍ଷେତ୍ରରେ ରାଜ୍ୟ କଲ୍ୟାଣ ପାଣ୍ଠିରୁ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ। ଏହାଦ୍ବାରା ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ମାନେ ଉପକୃତ ହୋଇପାରିବେ। ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ […]

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ; ୫ ଓଡ଼ିଆ ମୃତ, ସରକାର ଦେବେ କ୍ଷତିପୂରଣ

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡିରେ ଏକ ବଡ ଓ ଦୁଃଖଦ ଖବର ସୋମବାର ସାମ୍ନାକୁ ଆସିଛି। ଏଥିରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ଓ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଉଛି । ମୃତ ଶ୍ରମିକମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇଛି ଏବଂ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ […]

ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ, ଭିକ୍ଷା ମାଗିଲେ ବି ଜରିମାନା

ଜନ ବିଶ୍ବାସ ଅଧିନିୟମ ୨୦୨୬ରେ ବାଜିଲା ମୋହର । ଏଣିକି ଟ୍ରେନ କିମ୍ବା ରେଳ ପ୍ଲାଟଫର୍ମରେ ଖାଦ୍ୟ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବିକ୍ରି କରିପାରିବେନି ବୁଲା ବିକାଳି । ଏପରିକି ଭିକ୍ଷାବୃତ୍ତି ଉପରେ ବି ରୋକ ଲାଗିଛି । ରେଳବାଇ ଅଧିନିୟମର ଧାରା ୧୩୭ ଅନ୍ତର୍ଗତ ରେଳ ପ୍ରଶାସନକୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ ବୈଧ ଟିକେଟ୍ କିମ୍ବା ପାସ୍ ନଥାଇ ଯାତ୍ରା କରିବା ବା ଯାତ୍ରା କରିବାକୁ ଚେଷ୍ଟା କରିବା କ୍ଷେତ୍ରରେ ଦେୟ ଥିବା ସର୍ବନିମ୍ନ […]

ରାଜ୍ୟସଭା କ୍ରସ୍‌ ଭୋଟିଂ ଅଭିଯୋଗ ଘଟଣା , ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣା। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍‌ ଭୋଟିଂ କରିଥିବା ଅଭିଯୋଗରେ ଆଠ ଜଣ ବିଧାୟକଙ୍କ ବିରୋଧରେ ବିଜେଡ଼ି ଏହି ଆବେଦନ ଦାଖଲ କରିଥିଲା । ସୁବାସିନୀ ଜେନା, ସୌଭିକ ବିଶ୍ବାଳ, ଚକ୍ରମଣି କହଁର, ସନାତନ ମହାକୁଡ଼, ନବ କିଶୋର ମଲ୍ଲିକ, ଅରବିନ୍ଦ ମହାପାତ୍ର, ରମାକାନ୍ତ ଭୋଇ ଓ ଦେବିରଞ୍ଜନ ତ୍ରିପାଠୀଙ୍କ ବିରୋଧରେ କରାଯାଇଥିବା ଅଯୋଗତ୍ୟା […]

୫୨ ବର୍ଷରେ ପଦାର୍ପଣ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ !

ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ଥାଲାପତି ବିଜୟଙ୍କ ଆଜି ୫୨ ତମ ଜନ୍ମଦିନ । ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ ବର୍ତ୍ତମାନ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଜନ୍ମଦିନ । ତାଙ୍କ ଜନ୍ମ ଦିନକୁ ନେଇ ରାଜ୍ୟବ୍ୟାପୀ ତାଙ୍କ ସମର୍ଥକ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ଦେଖିବାକୁ ମିଳିଛି । ଲୋକ ସଭାରେ […]

ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏକାଥରେ ମିଳିଲା ଦୁଇ ମାସର ଭତ୍ତା ରାଶି

ରାଜ୍ୟର ଲକ୍ଷାଧିକ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଭତ୍ତା ହିତାଧିକାରୀଙ୍କୁ ଏକାଥରେ ଏପ୍ରିଲ୍ ଓ ମେ ମାସର ଭତ୍ତା ରାଶି ପ୍ରଦାନ କରାଯାଇଛି । ଜୁନ୍ ମାସର ଭତ୍ତା ପ୍ରଦାନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାରେ ଭତ୍ତା […]

ତାମିଲନାଡୁ ଗ୍ୟାସ୍ ଲିକ୍‌ ଘଟଣା, ଚେନ୍ନାଇରେ ପହଁଚିଲେ ଓଡିଶା ସରକାରଙ୍କ ଟିମ

ଚେନ୍ନାଇରେ ପହଁଚିଲେ ଓଡିଶା ଟିମ୍ । ଚେନ୍ନାଇରେ ଘଟିଥିବା ଗ୍ୟାସ ଲିକ୍ ଘଟଣା ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଟିମ୍ ଚେନ୍ନାଇରେ ପହଞ୍ଚିଥିବା ସୂଚନା ମିଳିଛି। ଟିମର ନେତୃତ୍ୱ ନେଉଛନ୍ତି ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ରାଜେଶ ଅଗ୍ରୱାଲା । ସଚିବଙ୍କ ସୂଚନା ଅନୁଯାୟୀ, ‘‘ଜଣେ ମୃତ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଗତକାଲି ରାତିରେ ଚେନ୍ନାଇକୁ ଅଣାଯାଇଥିବାବେଳେ ଆଜି ବ୍ୟବଚ୍ଛେଦ କରାଯିବ। ଏହି ପ୍ରକ୍ରିୟାକୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଟିମ୍‌ର ସଦସ୍ୟ […]

ସମ୍ବଲପୁରରେ ଛୁଆ ଚୋର ଭାବି ପ୍ରଚଣ୍ଡ ମାଡ଼, ଉଦ୍ଧାର କଲା ପୋଲିସ

ସମ୍ବଲପୁର ସହରରେ ଗୋଟିଏ ଦିନରେ ଦୁଇଟି ଭିଡ଼ ହିଂସାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ବଡ଼ବଜାରରେ ପିଲାଚୋର ସନ୍ଦେହରେ କେରଳର ପ୍ରବାସୀ ଶ୍ରମିକ ବିଷ୍ଣୁ କୈସ (୩୧)ଙ୍କୁ ଘେରିଯାଇ କିଛି ଲୋକ ଆକ୍ରମଣ କରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଏହି ଅଣଓଡ଼ିଆ ଯୁବକ ଲୋକଙ୍କ ଆକ୍ରୋଶରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପଚରା ଉଚରା ପରେ ବ୍ୟକ୍ତିଙ୍କ ପରିଚୟ ମିଳିଛି ବୋଲି ପୋଲିସ ସୂଚନା ଦେଇଛି l ବ୍ୟକ୍ତି ଜଣକ କେରଳି ଭାଷାରେ କଥା ହେଉଛନ୍ତି |ସେ ହୁଏତ […]

ସାରା ରାଜ୍ୟରେ ବଦଳିଲା ପାଗର ମିଜାଜ , ଟୁଇନ୍ ସିଟି ଭୁବନେଶ୍ୱର ଓ କଟକରେ ସକାଳୁ ଲାଗି ରହିଛି ମୌସୁମୀ ବର୍ଷା 

ସାରା ରାଜ୍ୟରେ ବଦଳିଛି ପାଗର ମିଜାଜ । ମେଘୁଆ ଆକାଶ ସାଙ୍ଗକୁ ଝିପିଝିପି ବର୍ଷାରେ ଭିଜୁଛି ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ।ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି ।  ଆସନ୍ତାକାଲି ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଛୁଇଁବ ମୌସୁମୀ ।  ଓଡ଼ିଶାରେ ମୌସୁମୀ ପହଞ୍ଚି ସାରଥିଲେ ବି ଏପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ଛୁଇଁ ନାହିଁ ।  ଆସନ୍ତାକାଲି ଆଡ଼କୁ ମହରାଷ୍ଟ୍ର, ତେଲେଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ, ବିହାରର ଏବଂ ଛତିଶଗଡ଼ର ଆଉ କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର […]

ଅଲ ଓଡ଼ିଶା ଇ .ପି .ଏଫ୍ ପେନସନରସ ଆସୋସିଏସନ୍ ଆନୁକୁଲ୍ୟରେ, ବନ

ଅଦ୍ୟ 21_6_2026 ଦିନ,ରାୟଗଡ ଜିଲ୍ଲା, ଅଲ ଓଡ଼ିଶା ଇ .ପି .ଏଫ୍ ପେନସନରସ ଆସୋସିଏସନ୍ ଆନୁକୁଲ୍ୟରେ, ବନ ଉନ୍ନୟନ ନିଗମ ର ଅନେକ ଅବସର ପ୍ରାପ୍ତ କର୍ମଚାରୀ ସମେତ ଅନ୍ୟ ସଂସ୍ଥା ର ପେନସନ ଭୋଗୀ ଙ୍କୁ ନେଇ ଏକ ସଭା ରାୟଗଡ,ଗାୟତ୍ରୀ ମନ୍ଦିର ହଲରେ ଅନୁଷ୍ଠିତ ହେଇଯାଇଛି,ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ସଭା ଦାୟିତ୍ୱ ତୁଲାଇଥିଲେ।ଆଲୋଚନାରେ ସୁପ୍ରିମ କୋର୍ଟ ର ଆଦେଶ ସତ୍ତ୍ୱେ ବର୍ଦ୍ଧିତ ପେନସନ ଦୀର୍ଘ 3 ବର୍ଷଧରି ମୁନିଗୁଡା ଡିଭିଜନର କୌଣସି କର୍ମଚାରୀଙ୍କୁ,ବର୍ଦ୍ଧିତ ପେନସନ […]

ବଙ୍ଗଳାରେ ଏବେ ନୂଆ ସତେଜତା , ଗୌରବ ଫେରୁଛି : ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳାର ବାୟୁମଣ୍ଡଳରେ ଏବେ ଏକ ନୂତନ ସତେଜତା ଦେଖାଯାଇଛି । ଭୂମିର ପ୍ରତ୍ୟେକ କୋଣରୁ ଏକ ନୂତନ ସୁଗନ୍ଧି ଉଠୁଛି । ଏହା ଅନୁଭବ କରୁଛି ଯେପରି ବଙ୍ଗଳା ତାର ଶିକୁଳିରୁ ମୁକ୍ତ ହୋଇଛି ଏବଂ ଏହାର ଗୌରବର ପୁନରୁଦ୍ଧାର ଆରମ୍ଭ ହୋଇଛି। ଆଜିର କାର୍ଯ୍ୟକ୍ରମ ଏହି ସତ୍ୟର ସାକ୍ଷ୍ୟ ଦିଏ ଯେ ଆମର ବଙ୍ଗଳା ଏକ ନୂତନ […]