ଦେଶର ରାଜଧାନୀକୁ ବି ପଛରେ ପକାଇ ଦେଇଛି ଓଡିଶା । ରାଜ୍ୟରେ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଜମାଟ ବାନ୍ଧିବା ପରି ପ୍ରତିତ ହେଉଛି । । ତାଳଚେର ଓ ଅନୁଗୋଳ ଦେଶର ସବୁଠୁ ପ୍ରଦୂଷିତ ସହର ପାଲଟିଛି। AQI ଅତିଖରାପ ସ୍ତରରେ ଥିବା ଦେଶର ୬ ସହର ମଧ୍ୟରେ ଓଡ଼ିଶାର ୪ ସହର ରହିଛି। ୩୫୫ AQI ସହ ତାଳଚେର ସବୁଠୁ ପ୍ରଦୂଷିତ ସହର ହୋଇଥିବା […]
ନେପାଳରେ ଅବତରଣ ବେଳେ ରନୱେରୁ ଖସିଗଲା ବିମାନ । ଅଳ୍ପକେ ବର୍ତ୍ତିଲେ ୫୧ ଯାତ୍ରୀ ଓ ୪ କ୍ରିଉ ସଦସ୍ୟ । ନେପାଳ ଭଦ୍ରପୁରରେ ଏକ ଟର୍ବୋପ୍ରପ ଯାତ୍ରୀବାହୀ ଏୟାରକ୍ରାଫ୍ଟ ଅବତରଣ ବେଳେ ରନୱେରୁ ଖସି ଯାଇଥିଲା । ବିମାନରେ ୫୧ଜଣ ଯାତ୍ରୀ ଓ ୪ଜଣ କ୍ରିଉ ମେମ୍ବର ଥିଲେ । ତେବେ ଦୁର୍ଘଟଣାରୁ ସମସ୍ତେ ଅଳ୍ପେକ ବର୍ତ୍ତି ଯାଇଛନ୍ତି ।ଯାତ୍ରୀ ଓ କ୍ରିଉମେମ୍ବର ସୁରକ୍ଷତି ଥିବା ବୁଦ୍ଧ ଏୟାରଲାଇନସ ପକ୍ଷରୁ କୁହାଯାଉଛି । ବିମାନଟି କାଠମାଣ୍ଡୁରୁ […]
ଆଜି ପୌଷପୁର୍ଣ୍ଣିମା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦେବାଭିଷେକ ନୀତି । ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ରାଜ ରାଜେଶ୍ବର ବେଶରେ ଦର୍ଶନ ଦେବେ ଚତୂର୍ଦ୍ଧାମୂର୍ତ୍ତି।ଗତକାଲି ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ । ରତ୍ନ ସିଂହାସନରେ ବର୍ଷକୁ ୪ ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜିର ବେଶ ଅନ୍ୟତମ । ସକାଳଧୂପ ପରେ ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ […]
ଘନ କୁହୁଡ଼ିରେ ଲୁଚିଗଲା ପୁରୀ ଶ୍ରୀମନ୍ଦିର । ଆଜି ପ୍ରବଳ କୁହୁଡ଼ି ହୋଇଥିବା ବେଳେ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନି । କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁ ବି ମନ୍ଦିର ଦେଖିବା ମୁସକିଲ ହୋଇପଡିଛି ।ଆଉ ୪ ଦିନ ଘନ କୁହୁଡ଼ି । ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଧାରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ଅନ୍ୟପଟେ ଭୁବନେଶ୍ବରର ପାରଦ ସ୍ତର ଗତକାଲି ରାତିରେ ୧୨.୫ […]
ରାଜ୍ୟରେ ଚଳିତ ଖରିଫ୍ ଋତୁରେ ସରକାରୀ ସ୍ତରରେ ଧାନସଂଗ୍ରହ ଜାରି ରହିଛି । ପଞ୍ଜିକୃତ ଚାଷୀମାନେ ସେମାନଙ୍କ ମଣ୍ଡିକୁ ଆସି ନିଜର ଧାନ ବିକ୍ରୟ ଚାଲୁ ରଖିଛନ୍ତି । ସେମାନଙ୍କ ସୁବିଧା ନିମନ୍ତେ ସମସ୍ତ ମଣ୍ଡିରେ ଅସ୍ଥାୟୀ ଆଶ୍ରୟସ୍ଥଳ, ପାନୀୟ ଜଳ, ସିସିଟିଭି ମୁତୟନ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଅଧିକାରୀମାନେ ନିୟୋଜିତ ରହି ଧାନକିଣା ଉପରେ ନଜର ରଖୁଛନ୍ତି । କୌଣସି ମଧ୍ୟସ୍ଥି କଥାକୁ ବିଶ୍ୱାସ ନ କରି କେବଳ ସରକାରୀ […]
ସେୟାର ଟ୍ରେଡିଂ ନାଁରେ ଲୋକଙ୍କୁ ଚୂନ ଲଗାଉଥିଲା । 40 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସେୟାର ଟ୍ରେଡିଂ ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଆର୍ଥିକ ଅପରାଧିକ ଶାଖା (Economic Offences Wing) । ଡିସେମ୍ବର ୩୧ ତାରିଖ ଦିନ ପଶ୍ଚିମବଙ୍ଗର ବାଙ୍କୁରାରୁ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ନେଇ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଶୁକ୍ରବାର ଦିନ ସୂଚନା ଦେଇଛନ୍ତି। ଗିରଫ ପରେ ତାଙ୍କୁ ସେଠାକାର ଏକ ସ୍ଥାନୀୟ କୋର୍ଟରେ […]
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ୍ ୭ଟି ସେବାର ୩୧୪ଟି ପଦବି ପୂରଣ ପାଇଁ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଓଡ଼ିଶା ସିଭିଲ୍ ସର୍ଭିସ୍ ଯେଉଁମାନେ ଦିଅନ୍ତି ସେମାନଙ୍କର ଲକ୍ଷ୍ୟ ଥାଏ ଓଏଏସ୍ ହେବେ। ଆଶ୍ଚର୍ଯ୍ୟର ବିଷୟ ଏଥର ଗୋଟିଏ ବି ଓଏଏସ୍ ପଦବି ନାହିଁ। କେବଳ ଓଏଏସ୍ ନୁହେଁ, ଓଏଫ୍ଏସ୍, ଓଆର୍ଏସ୍ ପାଇଁ ମଧ୍ୟ କୌଣସି ଗୋଟିଏ ପଦ ନାହିଁ।ରାଜ୍ୟର […]
ଗୃହ ସଚିବ ଭାବେ ହେମନ୍ତ ଶର୍ମାଙ୍କ ଦାୟିତ୍ୱ ଗ୍ରହଣ । ଦାୟିତ୍ୱ ଗ୍ରହଣ ପରେ ଗୃହ ସଚିବ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଗୁରୁତ୍ୱ । ରାଜ୍ୟରେ ପ୍ରତ୍ୟେକ ଜନ ସାଧାରଣ କେମିତି ନିରାପଦ ଏବଂ ସୁରକ୍ଷିତ ମନେ କରିବେ, ତାହା ହିଁ ମୋ ପ୍ରାଥମିକତା ହେବ । ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ । ଥାନା ଏବଂ ଫାଣ୍ଡିରେ ଭିତ୍ତିଭୂମି ଉନ୍ନତି, ଖାଲିଥିବା ପଦବୀ ପୂରଣ ସହ ପୋଲିସଙ୍କୁ ଗ୍ରାସ୍ […]
ଆସିଲା ଗତ ବର୍ଷ ଅର୍ଥାତ୍ ୨୦୨୫ରେ ମୃତ୍ୟୁ ହୋଇଥିବା ବାଘଙ୍କ ସଂଖ୍ୟାର ରିପୋର୍ଟ । ୨୦୨୫ରେ ୧୬୬ଟି ବାଘଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ତୁଳନାରେ ଏହା ୪୦ଟି ଅଧିକ ବୋଲି ଜଣାପଡ଼ିଛି । ତଥ୍ୟ ଅନୁଯାୟୀ, ଦେଶରେ ବାଘ ମୃତ୍ୟୁ ସଂଖ୍ୟା ମଧ୍ୟପ୍ରଦେଶ ସର୍ବାଧିକ ରହିଛି । ମଧ୍ୟପ୍ରଦେଶରେ ସର୍ବାଧିକ ୫୫ଟି ବାଘଙ୍କର ମୃତ୍ୟୁ ହୋଇଥିଲା ।୨୦୨୫ରେ ମହାରାଷ୍ଟ୍ରରେ ୩୮, କେରଳରେ ୧୩ ଏବଂ ଆସାମରେ ୧୨ଟି ବାଘ ମୃତ୍ୟୁ ହୋଇଛି। ୧୬୬ ମୃତ ବାଘଙ୍କ […]
ଦେଶରେ ଖୁବ୍ଶୀଘ୍ର ପ୍ରଥମ ବୁଲେଟ ଟ୍ରେନ ଚାଲିବାର ଦେଖାଯିବ। ନୂତନ ବର୍ଷ ଅବସରରେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ ଭାରତ ଅଗଷ୍ଟ ୧୫, ୨୦୨୭ ସୁଦ୍ଧା ଏହାର ପ୍ରଥମ ବୁଲେଟ ଟ୍ରେନ ପାଇବ। ଏହା ସହରଗୁଡ଼ିକ ମଧ୍ୟରେ ସଂଯୋଗକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବ।ପ୍ରଥମ ପର୍ଯ୍ୟାୟରେ ୫୦୮କିଲୋମିଟର ଗଡ଼ିବ ବୁଲେଟ୍ ଟ୍ରେନ୍ । ଏହା ଭିତରେ ୮ଟି ପାହାଡ଼ ଟନେଲ ଓ ଗୋଟିଏ ସାମୁଦ୍ରିକ ଟନେଲ୍ ଦେଇ ଗତି କରିବ ଏହି ବୁଲେଟ୍ ଟ୍ରେନ୍ […]
ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି । ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ହିଁ ତ୍ରୁଟି ଧରାପଡିଛି । ଯାହାର ସମାଧାନ ଖୁବଶୀଘ୍ର କରାଯିବ । ସମ୍ପୂର୍ଣ୍ଣ ବ୍ୟବସ୍ଥିତ ହେବା ପରେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ । ଶ୍ରୀମନ୍ଦିର ଧାଡି ଦର୍ଶନକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଯେ ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ସାମ୍ନାକୁ ଆସିଛି । […]
ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ । ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି । ବିଏମ୍ସିର ପ୍ରସ୍ତୁତ ବୈଠକ ପରେ ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ । ସାଧୁସନ୍ଥଙ୍କ ପାଇଁ […]
