କୋଭିଡ୍ ମହାମାରୀ ପରେ ଭାରତରେ ସବୁଠୁ ବଡ଼ ସଙ୍କଟ ବାୟୁ ପ୍ରଦୂଷଣ

ଭାରତରେ କୋଭିଡ୍‌-୧୯ ମହାମାରୀ ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ ଉଭା ହୋଇଛି। ଜରୁରୀ ପଦକ୍ଷେପ ନିଆ ନ ଗଲେ ଏହା ପ୍ରତିବର୍ଷ ଆହୁରି ଖରାପ ସ୍ଥିତି ଉପୁଜାଇବ ବୋଲି ବ୍ରିଟେନ୍‌ରେ ଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ସତର୍କ କରାଇଛନ୍ତି।ବିଶେଷଜ୍ଞମାନେ କହିଛନ୍ତି ଯେ, ଦେଶରେ ଶ୍ୱାସକ୍ରିୟା ଜନିତ ରୋଗ ଏକ ବଡ଼ ସଙ୍କଟ ଧୀରେ ଧୀରେ ବିକଟାଳ ରୂପ ନେଉଛି। […]

ନୂଆବର୍ଷ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା, ୬୦ ପ୍ଲାଟୁନ୍ ପୋଲିସ ମୁତୟନ

ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼ ୨୦୨୬ ନୂତନ ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ୬୦ ପ୍ଲାଟୁନ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଶକ୍ତିଶାଳୀ ବାହିନୀକୁ ନିୟୋଜିତ କରାଯିବ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ କଠୋର ଟ୍ରାଫିକ ଡାଇଭର୍ସନ, ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ , ବ୍ୟାରିକେଡ୍ ଏବଂ ସାର୍ବଜନୀନ ସମ୍ବୋଧନ […]

ଆରପାରିକୁ ଚାଲିଗଲେ ହାସ୍ୟାଭିନେତା ବୁଧିଆ ନନା

ଯାତ୍ରା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗତକାଲି ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ ହୋଇଥିବାବେଳେ ଆଜି କଳିଙ୍ଗ ଗଣନାଟ୍ୟର ଜଣେ ହାସ୍ୟାଭିନେତାଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ଦେବେନ୍ଦ୍ର ଦାଶ ଓରଫ୍ ବୁଧିଆନା କଳିଙ୍ଗ ଗଣନାଟ୍ୟର ଥିଲେ। ଦୀର୍ଘ ୫୦ ବର୍ଷର ଯାତ୍ରା କ୍ୟାରିୟରରେ ହସର ଫୁଆରା ଫୁଟେଇଥିବା ବୁଧିଆଙ୍କ ମୃତ୍ୟୁ ବେଳକୁ ୬୩ ବର୍ଷ ହୋଇଥିଲା |ମିଳିଥିବା ସୂଚନା ମୁତାବକ ଆଜ୍ମା ବା ଶ୍ୱାସରେ ପୀଡିତ ଥିବା ବୁଧିଆ ନନାଙ୍କର […]

ଜିରୋ ନାଇଟ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା,ମଦ୍ୟପଙ୍କୁ ସାବାଡ୍ କରିବାକୁ ଜଗିଛି ପୋଲିସ

ବିଦାୟ ଦେବ ୨୦୨୫, ଆଉ ଆସିବ ଫର୍ଦ୍ଧ ୨୦୨୬। ଜିରୋ ନାଇଟ୍ ସେଲିବ୍ରେସନ୍ ଲାଗି ସବୁ ହୋଟେଲ, ରେଷ୍ଟୁରାଣ୍ଟ , ମଲ୍ ଏବଂ ପବ୍ ଗୁଡିକରେ ଜୋରଦାର ପ୍ରସ୍ତୁତି କରାଯାଉଛି। ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଭାବେ ଗୁରୁତ୍ଵ ଦିଆଯାଉଛି। ନୂଆବର୍ଷ ପାଇଁ ରାଜଧାନୀକୁ ଜଗିବେ ୧୫ପ୍ଲାଟୁନ ପୋଲିସ ଫୋର୍ସ ।ଟ୍ରାଫିକ, ସିକ୍ୟୁରିଟି ,ଷ୍ଟାଣ୍ଡ ବାୟ ଟିମ୍ ବ୍ୟବସ୍ଥା ହୋଇଛି । ସବୁ ଥାନା ମାନଙ୍କୁ ସେମାନଙ୍କ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି […]

ଆସନ୍ତା ଜାନୁୟାରୀ ୨୧ ତାରିଖରେ ଓଏସଏସଟିଇଟି ପରୀକ୍ଷା

ଆସନ୍ତା ଜାନୁୟାରୀ ୨୧ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ମଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି)। ଦୁଇଟି ସିଟିଂ​‌ରେ ଏହି ପରୀକ୍ଷା ହେବ। ଗୋଟିଏ ସିଟିଂରେ ପେପର-୧ ଏବଂ ୨ୟ ସିଟିଂରେ ପେପର-୨ ପରୀକ୍ଷା ହେବ। ଏହି ପରୀକ୍ଷା ଉକ୍ତ ଦିନ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ଶେଷ ହେବ। ଜାନୁୟାରୀ ୧୦ରୁ ୱେବସାଇଟ(bseodisha.ac.in)ରୁ ଆଡମିଟ୍‌ କାର୍ଡ […]

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ

କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ ନିଜ ପରିବାର ସହ ଦାଦନ ଖଟିବାକୁ ଯୁବତୀ ଜଣକ ତେଲେଙ୍ଗାନା ଯାଇଥିଲେ। ହେଲେ ତେଲେଙ୍ଗାନାର ଖମନ ପ୍ରକାଶ ନଗର , ନଦୀବ୍ରିଜ ତଳୁ ଶୁକ୍ରବାର ସକାଳରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରି ପୋଲତଳେ ପକାଇ […]

ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ 

ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ସାମୁଦ୍ରିକ ବ୍ୟବସାୟ ବିବାଦକୁ ନେଇ ରୁଜୁ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଏମଭି ଦି ପାଟ୍ରନ ଟିମ ଆଇଏମଓ-481439 ଜାହାଜ ବିରୋଧରେ କରାଯାଇଛି । ପ୍ରତିପକ୍ଷ ଏମଭି ଦି ପାଟ୍ରନ ଟିମକୁ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଜବାବ ଦାଖଲ […]

ଗୁଲୁଆ-ବର୍ଷାଙ୍କୁ ନେଇ ବଡ ବୟାନ ଦେଲେ କାଳିଆ ଷଣ୍ଢ

ଗୁଲୁଆ-ବର୍ଷାଙ୍କ ପାରିବାରିକ କଳିକୁ ନେଇ ସବୁଠି ଚର୍ଚ୍ଚା |ବର୍ତ୍ତମାନ ଗୁଲୁଆ ଟିମ୍‌ରେ କାମକରୁଥିବା ଅନ୍ୟଜଣେ ୟୁଟ୍ୟୁବର ହାସ୍ୟ ଅଭିନେତା କାଳିଆ ଷଣ୍ଢ କହିଛନ୍ତି, ଗୋଟିଏ ଦିନରେ ସେମାନଙ୍କ ୧୭ ହଜାର ଜିନିଷକୁ ନେଇ ଝଗଡ଼ା। ଗୋଡି କାଇଁ ଏଇଠି ପଡ଼ିଲା ସେଇଟାକୁ ନେଇ ଝଗଡ଼ା। ଚୁଟି ନ ବାନ୍ଧିଲେ ବି ଝଗଡ଼ା। କିଏ ଖରାପ କହି ପାରିବିନି ଉଭୟ ମତେ ସ୍ନେହ ଆଦର କରନ୍ତି। ମୋ ଜାଣତରେ ଗୁଲୁଆ ଭାଇ କୌଣସି ଝିଅ ସହ ଖରାପ ସମ୍ପର୍କରେ […]

ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ୨୦ଫୁଟ ଗଭୀର ସମୁଦ୍ରରେ ଭାରତନାଟ୍ୟମ

ସମୁଦ୍ର ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ, ପୁଡୁଚେରୀର ଜଣେ ନାବାଳିକା ଏହି ମାମଲାକୁ ନିଜ ହାତରେ ନେଇଥିଲେ ଏବଂ ତାଙ୍କର ବାର୍ତ୍ତା ପ୍ରସାର କରିବା ପାଇଁ ଏକ ଅସାଧାରଣ ଉପାୟ ବାଛିଥିଲେ।ଏକ ଭିଡିଓରେ ଥରାଗାଇ ଆରଥାନା ନାମକ ଜଣେ ନୃତ୍ୟଶିଳ୍ପୀ ଏବଂ ଡାଇଭର ନାମକ ନାବାଳିକା ପ୍ରାୟ 20 ଫୁଟ ପାଣି ତଳେ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ଯାହାକୁ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟର ବିଚାରପତି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେ ସାମୁଦ୍ରିକ ଜୀବନ ପ୍ରତି ପ୍ଲାଷ୍ଟିକ୍ […]

ଖାରବେଳ ଭବନରେ କ୍ୟାଣ୍ଟିନ ‘ସୃଜନ’ ଉଦଘାଟିତ: ମିଳିବ ରେଳଟିକଟ ଓ ପର୍ଯ୍ୟଟନ ସୂଚନା ସୁବିଧା

ଆଜି ଖାରବେଳଭବନର ପ୍ରଥମ ମହଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ କ୍ୟାଣ୍ଟିନ ‘ସୃଜନ’ ଲୋକାର୍ପିତ ହୋଇଛି । ଆଇଆରସିଟିସି ଦ୍ୱାରା ପରିଚାଳିତ ଏହି କ୍ୟାଣ୍ଟିନକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ଏଠାରେ ବିମାନ ଓ ରେଳ ଟିକଟ ସୁବିଧାରେ ଉପଳବ୍ଧ କରାଯାଇଛି ଏବଂ ପର୍ଯ୍ୟଟନପାଇଁ ମଧ୍ୟ ପରାମର୍ଶ ଦିଆଯିବାର ବ୍ୟବସ୍ଥା ରହିଛି ।ଏହି ଅବସରରେ ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି […]

ହର୍ବାଲ ଟିକୁ /ଫ୍ଲାଓ୍ବାର ଟି ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଚା’ କୁ ନେଇ ଏକ ସ୍ପଷ୍ଟ ମତ ଦେଇଛି। କେବଳ କାମେଲିଆ ସାଇନେସିସ୍ ଗଛରୁ ତିଆରି ଉତ୍ପାଦଗୁଡ଼ିକୁ ହିଁ “ଚା” କୁହାଯାଇପାରିବ ବୋଲି ସ୍ପଷ୍ଟ ଭାବରେ କୁହାଯାଉଛି।FSSAI ନିର୍ଦ୍ଦେଶ ଦେଇଛି ହର୍ବାଲ୍ ଟି, ଡିଟକ୍ସ ଟି ଏବଂ ଫ୍ଲାଓ୍ବାର ଟି ଭଳି ବହୁ ପ୍ରଡକ୍ଟକୁ ଏବେ ସେମାନଙ୍କର ନାମ ବଦଳାଇବାକୁ ପଡିବ। ଏହାକୁ ଚା’ ଭାବରେ ବିକ୍ରି ହୋଇପାରିବ ନାହିଁ। ବଜାରରେ ଉପଲବ୍ଧ ହର୍ବାଲ୍ ଟି, ରୁଇବୋସ୍ […]

ହାତୀଦାନ୍ତ ବେପାର ଅଭିଯୋଗରେ ୩ ଜଣ ଗିରଫ

ହାତୀଦାନ୍ତ ବେପାର ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ବାଲେଶ୍ଵର ନୀଳଗିରି କୂଳଡିହା ଅଭୟାରଣ୍ୟରେ ମାଟି ତଳୁ ହାତୀର ଗଳିତ ଶବ ତସ୍କର ଖୋଳିବା ଘଟଣାରେ ଅଭିଯୁକ୍ତମାନେ ଜଣକ ପରେ ଜଣେ ଗିରଫ ହେଉଛନ୍ତି ।ଏମାନଙ୍କୁ ମିଶାଇ ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ବନ ବିଭାଗ କରିବା ସହ ୩ଟି ଦାନ୍ତ ଜବତ କରିଛି ।ତେବେ ମାଟି ତଳେ ପୋତାଯାଇଥିବା ହାତୀ ହାଡ଼ ଖୋଳି ଏହାକୁ ପଲିସ୍ କରି […]