ମୁଖ୍ୟମନ୍ତ୍ରୀ ବସ୍ ସେବାରେ ସ୍କୁଲ ପିଲାଙ୍କ ପାଇଁ ମାଗଣା ସେବା । ଡ୍ରପଆଉଟ୍ ସଂଖ୍ୟା ରୋକିବାକୁ ପଦକ୍ଷେପ । ଅଧିକ ସ୍କୁଲକୁ ଯାତାୟତ ବଢ଼ାଇବାକୁ ନୂଆ ରୁଟ୍ ପ୍ରସ୍ତୁତ କରିବ ଓଏସଆରଟିସି । ୫୦% ରିହାତି ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍ ଯାତ୍ରାର ବ୍ୟବସ୍ଥା କରାଯିବ । ଉଭୟ ଏସି ଓ ନନ ଏସି ବସରେ ଲାଗୁ ହେବ ଏହି ସେବା । ବସରେ ଯାତ୍ରା ବେଳେ ୟୁନିଫର୍ମରେ […]
ଶନିବାର ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ(ଇସିଆଇ) ଜ୍ଞାନେଶ କୁମାର। ସେ ୩ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହା ପରେ ପୁରୀରୁ ସେ କୋଣାର୍କ ଯିବେ।ଗସ୍ତର ଦ୍ବିତୀୟ ଦିନ ଅର୍ଥାତ ୨୮ ତାରିଖରେ ସେ ଐତିହ୍ୟ ଗ୍ରାମ ରଘୁରାଜପୁର ଯିବେ। ସେଠାରୁ ଫେରି ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ଵର ମନ୍ଦିର ବୁଲିବେ।ମୁଖ୍ୟ ନିର୍ବାଚନ କମିଶନର ଡିସେମ୍ବର ୨୯ ତାରିଖ (ସୋମବାର) […]
ସତୁରୀ ଦଶକର ଶେଷ ଏବଂ ଅଶୀ ଦଶକର ଆରମ୍ଭରୁ ହୋଇଥିଲା ଗ୍ରୀଟିଙ୍ଗସ ଯୁଗ । ୯୦ ଦଶକରେ ଏହା ଯେମିତି ଟ୍ରେଣ୍ଡ୍ ପାଲଟିଯାଇଥିଲା । ସ୍କୁଲ, କଲେଜ ପିଲା ଗ୍ରୀଟିଙ୍ଗସ୍ କାର୍ଡ କିଣିବାକୁ ବ୍ୟାକୁଳ ହୋଇଯାଉଥିଲେ । ଖାଲି ସେତିକି ନୁହେଁ, ନୂଆ ବର୍ଷରେ ମନର ଭାବକୁ ପ୍ରକାଶ କରିବା ପାଇଁ ଏହି କାର୍ଡ ହିଁ ସାଜିଥିଲା ସୂତ୍ରଧର । କିନ୍ତୁ ଆଜି କାଲିକା ନୂଆବର୍ଷ ଏମିତି ଭାବନାଠାରୁ ଟିକେ ଭିନ୍ନ ।ଡିଜିଟାଲ ଯୁଗରେ ମୋବାଇଲକୁ ମୋବାଇଲ, […]
ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଏକ ଝଟକା ଲାଗିଛି । ବିଶ୍ୱ ରାଙ୍କିଙ୍ଗରେ ଭାରତୀୟ ପାସପୋର୍ଟ ୮୫ତମ ସ୍ଥାନକୁ ଖସିଯାଇଛି, ଯାହା ପୂର୍ବରୁ ଏହାର ସ୍ଥାନ ୮୦ତମ ଥିଲା ।ବର୍ତ୍ତମାନ, ଆମେରିକା ପାସପୋର୍ଟ ୧୨ ତମ ସ୍ଥାନକୁ ଖସି ଆସିଛି । ପୂର୍ବରୁ ଏହା ୧୦ତମ ସ୍ଥାନରେ ଥିଲା । ଭାରତୀୟ ପାସପୋର୍ଟର ରାଙ୍କିଂ ହ୍ରାସ ଯୋଗୁଁ, ଭାରତୀୟ ନାଗରିକମାନେ ଏବେ ବିଶ୍ୱର କେବଳ ୫୬ ରୁ ୫୯ ଦେଶକୁ ଭିସା ବିନା ଯାତ୍ରା କରିପାରିବେ । […]
ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ସଭାପତି ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଛନ୍ତି ।ଶୁଭେଚ୍ଛା ଜଣାଇବା ସହ ବିଜେପି ଉପରେ ବର୍ଷିଛନ୍ତି । ନବୀନ କହିଛନ୍ତି, ଆମେ ବିଜୁ ବାବୁ ଆଦର୍ଶରେ ରାଜ୍ୟବାସୀଙ୍କ ସେବା କରିଆସୁଛୁ । ସେବା, ସ୍ବାଭିମାନ ଓ ସଂଗ୍ରାମ ଆମ ମନ୍ତ୍ର । ବିକାଶ ଆମର ପରିଚୟ । […]
ଜାଡ଼ରେ ଥରୁଛି ଓଡ଼ିଶା। ଉପକୂଳରୁ ଦକ୍ଷିଣ ପୁଣି ପଶ୍ଚିମ ଓଡ଼ିଶା। ସବୁଠି ଅସହ୍ୟ ଶୀତ। ଥଣ୍ଡାରୁ ନିସ୍ତାର ନାହିଁ। ରାଜ୍ୟରେ ଭୟଙ୍କର ଶୀତ ଲହରୀ। ଥଣ୍ଡା ସାଙ୍ଗକୁ ଅନେକ ସ୍ଥାନରେ କଲବଲ କରୁଛି କୁହୁଡ଼ି । ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ କୁହୁଡ଼ି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାକୁ ୟୋଲୋ ଚେତାବନୀ ଦିଆଯାଇଛି । ଆସନ୍ତାକାଲି ପାଇଁ […]
ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ହୋଇଛି ଯିଏ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଇଣ୍ଟରନେଟ୍ ମିଡିଆକୁ ସମ୍ପୂର୍ଣ୍ଣ ନିଷେଧ କରିଛି।ତେବେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମାଡ୍ରାସ୍ ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ କେକେ ରାମକୃଷ୍ଣନ ଏବଂ ଜଷ୍ଟିସ୍ ଜି ଜୟଚନ୍ଦ୍ରନଙ୍କ ଖଣ୍ଡପୀଠ ଏକ ଜନସ୍ଵାର୍ଥ ମାମଲାର ଶୁଣାଣି କରିବା ବେଳେ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ମଦୁରାଇ ଜିଲ୍ଲାର ଏସ. ବିଜୟକୁମାର ୨୦୧୮ରେ […]
ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୯ ବର୍ଷରେ ପାଦ ଥାପିଲା ବିଜେଡି। ଶଙ୍ଖ ଭବନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଦଳୀୟ ନେତା ଓ ତୃଣମୂଳ ସ୍ତରର କର୍ମୀଙ୍କୁ ସଞ୍ଜୀବନୀ ଦେବେ ନବୀନ ପଟ୍ଟନାୟକ। ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସଭାପତି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ବିଜେଡି କର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ। ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ […]
ଚାନ୍ଦବାଲିରେ ପୁଣି ଲଜ୍ଜା। ଦୁଷ୍କର୍ମ ଉଦ୍ୟମ ଶିକାର ପରେ ବିଷ ପିଇଦେଲେ ଯୁବତୀ। ଭଦ୍ରକ ଜିଲ୍ଲା ଧାମରା ପଞ୍ଚାୟତ ନରସିଂହପୁର ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରୋଷେଇ ଘରେ ଜଣେ ବାପଛେଉଣ୍ଡ ଝିଅଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୧୭ ତାରିଖ ସନ୍ଧ୍ୟାରେ ଘଟଣାଟି ଘଟିଥିବା ବେଳେ ଲୋକଲଜ୍ଜା ଭୟରେ ବିଷପିଇ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୀଡ଼ିତାଙ୍କ ମା’ ଏନେଇ ଗୁରୁବାର ଧାମରା ଥାନାରେ […]
ଆଜିଠୁ ଲାଗୁ ହୋଇଛି ନୂତନ ବର୍ଦ୍ଧିତ ରେଳ ଭଡ଼ା । ଏଣିକି ୨୧୫ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ସାଧାରଣ ଶ୍ରେଣୀ ଟିକେଟ ଲାଗି ପ୍ରତି କିଲୋମିଟରରେ ପିଛା ଏକ ପଇସା ଅଧିକ ଦେବାକୁ ପଡ଼ିବ । ସମସ୍ତ ଟ୍ରେନର ଏସି, ନନ୍-ଏସି ମେଲ୍ / ଏକ୍ସପ୍ରେସ୍ ଏବଂ ଏୟାରକଣ୍ଡିସନ୍ ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ ଦୁଇ ପଇସା ବୃଦ୍ଧି କରାଯାଇଛି ।ଆଗୁଆ ଡିସେମ୍ବର ୨୬ପାଇଁ ବୁକ୍ ହୋଇଥିବା ଟିକେଟ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ […]
ଏଥର ଦୁବାଇରେ ପାଇବେ ଓଡ଼ିଶା ରସୁଣ ଓ ବିନ୍ସରେ ସ୍ୱାଦ।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କାର୍ଗୋ ମାଧ୍ୟମରେ ଦୁବାଇକୁ ତାଜା ପରିବା ରପ୍ତାନି କରାଯାଇଛି । ତେବେ କଳାହାଣ୍ଡି ଏବଂ ନବରଙ୍ଗପୁରର ଚାଷୀଙ୍କ ଦ୍ୱାରା ଉତ୍ପାଦିତ କେବଳ ରସୁଣ କିମ୍ବା ବିନ୍ସ ନୁହଁ, କୁନି ଆଳୁ, କୁନ୍ଦୁରି, ପୋଟଳ ଓ ଅମୃତଭଣ୍ଡା ସମେତ ହଜାରେ କେଜି ତାଜା ପରିବା ପଠାଯାଇଛି । ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କୁଞ୍ଜ ବିହାରୀ ମିଶ୍ର କହିଛନ୍ତି, ପୂର୍ବରୁ, ଚାଷୀମାନେ […]
ଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ। ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ ଏବଂ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଘର ତଲାସୀ କରାଯାଇଥିଲା।ଓଡିଶା ଭିଜିଲାନ୍ସ ଦ୍ୱାରା […]
