ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ।ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଖୁସିର ବିଷୟ। ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ, ଓଲ ଚିକି ଲିପିରେ ଉପଲବ୍ଧ। ସେମାନଙ୍କୁ ନିଜ ଭାଷାରେ ସମ୍ବିଧାନ […]
ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଏହାର ନୀତିରେ ପରିବର୍ତ୍ତନ କରିଛି। ନୂଆ ପରିବର୍ତ୍ତନ ଅନୁଯାୟୀ, ଯବାନ ଏବଂ ଅଧିକାରୀମାନେ କେବଳ ରିଲ୍ସ୍ ଦେଖିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ।ଏହି ସମୟ ମଧ୍ୟରେ ସେମାନେ କୌଣସି ପୋଷ୍ଟକୁ ଲାଇକ୍ କିମ୍ବା କମେଣ୍ଟ କରିପାରିବେ ନାହିଁ। ଅପରପକ୍ଷରେ ସେନା ପାଇଁ ଡିଜିଟାଲ୍ କାର୍ଯ୍ୟକଳାପ ସମ୍ପର୍କୀତ ସମସ୍ତ ବିଦ୍ୟମାନ ନିୟମ ସମାନ ରହିବ।ଅନ୍ୟପକ୍ଷରେ, WhatsApp, Telegram, Signal ଏବଂ Skype ପରି ମେସେଜିଂ ଆପ୍ କେବଳ ସାଧାରଣ ପ୍ରକୃତିର […]
ଜୀବନ ପ୍ରତି ବିପଦ ଥିବା କହିଛନ୍ତି କମେଡିଆନ ଗୁଲୁଆ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଛନ୍ତି । ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା ୟୁଟ୍ୟୁବର ବର୍ଷା ସାହୁ ମୁହଁ ଖୋଛନ୍ତି। ସେ କହିଛନ୍ତି, ବିବାହ ପରେ ଇଛି ଦିନ ଭଲରେ ଚାଲିଥିଲା। କିନ୍ତୁ ତାଙ୍କ ପରକୀୟା ପ୍ରୀତି ଯୋଗୁ ଧୀରେ ଧୀରେ ଆମ ସମ୍ପର୍କ ଖରାପ ହୋଇଥିଲା। ଗୁଲୁଆ ମୋତେ ବାଡ଼େଇକି ଘରୁ ବାହାର କରିଦେଇଥିଲେ। ମୋ ପାଖରେ […]
ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ. ବି ଖୁରାନିଆ । ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି । ତ୍ୱରିତ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ ।ସୂଚନାମୁତାବକ ମଙ୍ଗଳବାର ଦିନ ଭଦ୍ରକ ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ […]
ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା । ଏହାରି ଭିତରେ ଓଡ଼ିଶାର ପ୍ରଦୂଷଣକୁ ନେଇ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହାକି ଚିନ୍ତାକୁ ଦ୍ବିଗୁଣିତ କରିଛି ।ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛନ୍ତି । ଓଡ଼ିଶାର ବାଲେଶ୍ଵର ଆଜି ଦେଶର […]
ରାଜ୍ୟ ଉପରୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବା ପରେ ଗତ ଦୁଇଦିନ ହେଲା ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମୁଛି । ଗୁରୁବାରଠାରୁ ପାରଦ ଆହୁରି ତଳମୁହାଁ ହେବ। ସମତଳ ଏବଂ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।ଆସନ୍ତା ଦୁଇ ଦିନ ପାଇଁ ସୁନ୍ଦରଗଡ,ଢେଙ୍କାନାଳ,କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୮,୨୯,୩୦ ତାରିଖ ପାଇଁ ସୁନ୍ଦରଗଡ, କନ୍ଧମାଳ,କୋରାପୁଟ ପାଇଁ […]
ମହାପ୍ରଭୁଙ୍କୁ ମହୋଦଧିରେ ଭସେଇଦେଲେ । ସମୁଦ୍ର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର। ଏ ଭିଡିଓ ଦେଖିବାକୁ ଅତି କଷ୍ଟଦାୟକ। ଏହା ପୁରୀ ବେଳାଭୂମିର ଦୃଶ୍ୟ ବୋଲି ଅନୁମାନ କରାଯାଉଛି । ତେବେ କିଏ ଓ କାହିଁକି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ବେଳାଭୂମିରେ ଭସେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ବେଳାଭୂମିରେ ମହାପ୍ରଭୁଙ୍କ ମୂର୍ତ୍ତି ଭାସୁଥିବାର ଦେଖି କିଛି ପର୍ଯ୍ୟଟକ ମୂର୍ତ୍ତିକୁ ପାଣି ଭିତରୁ ଆଣୁଥିବା ବେଳେ ଆଉ କିଛି […]
କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥାରେ ଛଅଟି ଅଲିଭ୍ ରିଡଲେ କଇଁଛଙ୍କୁ ସରକାର ବୁଧବାର ଦିନ ସାଟେଲାଇଟ୍-ଲିଙ୍କ୍ଡ୍ ଟ୍ରାକିଂ ଡିଭାଇସ୍ ସହିତ ଟ୍ୟାଗ୍ କରିଛନ୍ତି ।ଏଥିସହିତ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣରେ ଆହୁରି ତିନୋଟି କଇଁଛଙ୍କୁ ଟ୍ୟାଗ୍ କରିବାର ଯୋଜନା ଥିବା ନେଇ ଜଣେ ବରିଷ୍ଠ ବନ ଅଧିକାରୀ ସୂଚନା ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ ଚିହ୍ନଟ କରିବା, ମାଛ ଧରିବା ଭଳି ବିପଦକୁ ହ୍ରାସ କରିବା, ଗତିଶୀଳ ସାମୁଦ୍ରିକ ସଂରକ୍ଷିତ କ୍ଷେତ୍ର ଡିଜାଇନ୍ କରିବା ଏବଂ […]
ଇଣ୍ଡିଗୋ ବିଭ୍ରାଟ ପରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଦେଶରେ ଉଡ଼ିବ ଆଉ ୩ ନୂଆ ଏୟାରଲାଇନ୍ସ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଶଙ୍ଖ ଏୟାର, ଅଲ୍ ହିନ୍ଦ୍ ଏୟାର ଓ ଏବଂ ଫ୍ଲାଏ ଏକ୍ସପ୍ରେସ୍ ଅନୁମତି ମିଳିଛି । ଏହା ଦ୍ବାରା ଯାତ୍ରୀଙ୍କ ପାଖରେ ବିକଳ୍ପ ବଢିବା ସହିତ ବିମାନ ସେବାରେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ସୃଷ୍ଟି ହେବ। ଗତ ସପ୍ତାହରେ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏହି […]
ପୁର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଭାରତର ରାଜନୈତିକ ଇତିହାସରେ ଜଣେ ସଫଳ ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରି ବାଜପେୟୀ, ଯିଏ ଜୀବନର ପ୍ରତି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଛୁଇଁପାରିଛନ୍ତି । ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନୀତିଜ୍ଞ, ପ୍ରଶାସକ, ଭାଷାବିତ, କବି, ସମ୍ବାଦିକ ଓ ଲେଖକ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆଦର୍ଶରେ ଅନୁପ୍ରାଣିତ ହୋଇ, ଅଟଳ ବିହାରୀ ଉଦାରବାଦ, ସହନଶୀଳତା, ସମାନତାକୁ ନେଇ ରାଜନୀତିରେ ପାଦ ଥାପିଥିଲେ […]
ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ସମ୍ବଲପୁର ସହରରେ ବାଲାଂଦେଶୀ ସନ୍ଦେହରେ ଜଣେ ବଙ୍ଗାଳୀ ଶ୍ରମିକଙ୍କୁ ୪ ଜଣ ବ୍ୟକ୍ତି ପିଟିପିଟି ହତ୍ୟା କରିଥିବା ଭଳି ଗୁରୁତର ଅଭିଯୋଗ ଆସିଛି। । ସୂଚନା ଅନୁଯାୟୀ ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାଘରେ କିଛି ବଙ୍ଗାଳୀ ଶ୍ରମିକ କାମ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ଉକ୍ତ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ନିକଟସ୍ଥ ଏକ ସ୍ଥାନକୁ ପାନ ମସଲା ଓ ବିଡି ପାଇଁ ଯାଇଥିଲେ। ସେହି ସମୟରେ […]
ସାଉଦି ଆରବରେ ତୁଷାରପାତ ବିରଳ, କିନ୍ତୁ ଦେଶର ଉତ୍ତର ଅଞ୍ଚଳର କିଛି ଅଂଶରେ ଏହି ଶୀତରେ ଯାହା ଘଟିଲା ତାହା ଅସାଧାରଣ ତଥା ଉଦ୍ବେଗଜନକ । ତାବୁକ୍ ଓ ନିକଟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି, ତୁଷାରପାତ ଯୋଗୁ ପାହାଡ଼ଗୁଡ଼ିକ ଧଳା ହୋଇଯାଇଛି ଏବଂ କର୍ତ୍ତୃପକ୍ଷ ପାଣିପାଗ ସତର୍କ ସୂଚନା ଜାରି କରିଛନ୍ତି। ଚଳିତ ବର୍ଷ ଭାରତ ଏହି ଚିନ୍ତାଜନକ ଧାରାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛି। ବିଶ୍ୱର ସବୁଠାରୁ ଜନବହୁଳ ଦେଶରେ ଉତ୍ତର ଓ […]
