ଦକ୍ଷିଣ ଫିଲ୍ମ ସୁପରଷ୍ଟାର ଥାଲାପତି ବିଜୟ ତାଙ୍କ ଫିଲ୍ମ କ୍ୟାରିୟରକୁ ବିଦାୟ ଦେଇଛନ୍ତି। ଅଭିନେତାଙ୍କ ଶେଷ ଫିଲ୍ମ “ଜନ ନାୟଗନ” ଆସନ୍ତା ବର୍ଷ ଜାନୁଆରୀରେ ବଡ଼ ପରଦାରେ ଆସିବ। ବିଜୟ ଅଭିନୟ ଛାଡି ରାଜନୀତିରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ସେ ତାଙ୍କର ରାଜନୈତିକ ଦଳ, ତାମିଲଗା ଭେଟ୍ଟି କାଝାଗମ ଆରମ୍ଭ କରିଥିଲେ। ଅଭିନେତା ଆଗାମୀ ତାମିଲନାଡୁ ରାଜ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ପିଙ୍କଭିଲା ଅନୁଯାୟୀ, ଥାଲାପତି ବିଜୟ ତାଙ୍କର ଶେଷ ଚଳଚ୍ଚିତ୍ର […]
ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍ଭିଙ୍କୁ ବିବାହ କରିଥିଲେ। ଗତ ଗୁରୁବାର ଗାନ୍ଭି ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ବେଙ୍ଗାଲୁରୁ ଫେରିବା ପରେ ଗାନଭି ବାପଘରକୁ ଚାଲିଯାଇଥିଲେ । ଆଉ ସେଠାରେ ସେ ଆତ୍ମହତ୍ୟା କରିଥିଲେ । ଝିଅର ବାପ ଘର ଲୋକ ମୃତ୍ୟୁ ପାଇଁ ସୂରଜ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ । ଏମିତିକି ଯୌତୁକ ପାଇଁ ନିର୍ଯାତନା […]
ଶୀତରୁ ନାହିଁ ନିସ୍ତାର । ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ପ୍ରବଳ ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି । ଅଧ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ିରେ ଅଦୃଶ୍ୟ ହୋଇଯାଉଛି ରାସ୍ତାଘାଟ । ନୂଆବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ଆହୁରି ୫ ଦିନ ଏଭଳି କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଜି ପାଇଁ ୯ଟି ଜିଲ୍ଲାକୁ କୁହୁଡ଼ି ଲାଗି ୟେଲୋ ୱାର୍ଣ୍ଣିଂ ଜାରି […]
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି । ୪୦ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ୮୦ ବର୍ଷରୁ ଊର୍ଦ୍ଧ୍ବ କଳାକାରଙ୍କ ଭତ୍ତା ମାସକୁ ୩୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । କେନ୍ଦୁଝରରେ ଏ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ପ୍ରାୟ ୪୭ ହଜାର ୭ ଶହ ୪ କଳାକାର ଯୋଜନା ଦ୍ୱାରା ଉପକୃତ ହେବେ ।
ନିଜ ସଂପତ୍ତି ତାଲିକା ଦେବେ ଆଇଏଏସ ଅଧିକାରୀ । ୨୦୨୫ ବର୍ଷ ପାଇଁ ସଂପତ୍ତି ତାଲିକା ପ୍ରଦାନ କରିବାକୁ ସମସ୍ତ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଚିଠି ଲେଖିଛି । ଜାନୁଆରୀ ୩୧ ତାରିଖ ସୁଦ୍ଧା ପ୍ରଦାନ କରିବେ ସଂପତ୍ତିର ବିବରଣୀ । ସମୟରେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ପଦୋନ୍ନତି ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟର […]
ରତ୍ନ ଅଳଙ୍କାର ଗଣତିମଣତି ନେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆଲୋଚନା କରାଯଉଛି । ତେବେ ଆଗକୁ ଇଂରାଜୀ ନବବର୍ଷ ଥିବାରୁ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଉକ୍ତ ସମୟରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହୋଇନପାରେ । ଏଣୁ ବୈଠକରେ ଆସନ୍ତା ଜାନୁଆରୀ ମାସରେ କେଉଁ ତାରିଖରେ ରତ୍ନ ଭଣ୍ଡାର ଖୋଲିବ ସେନେଇ ତିଥି, ବାର ସହ ମାହେନ୍ଦ୍ର ବେଳ ସ୍ଥିର […]
ରାଜ୍ୟର ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଓ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (OMSA) ଦ୍ୱାରା କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକର ଅନୁଧ୍ୟାନ କରିବା ନିମନ୍ତେ ଏକ ଅନ୍ତର୍ବିଭାଗୀୟ କମିଟି ଗଠନ କରାଯାଇଛି।ଏହି କମିଟି ଅତିରିକ୍ତ ମୁଖ୍ୟ ସଚିବ ଜିଏ ଏବଂ ପିଜି ବିଭାଗଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି । କମିଟିର ସଦସ୍ୟ ଭାବେ ଅର୍ଥ ବିଭାଗର […]
ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା ଅଞ୍ଚଳରେ। ଏତଲା ପରେ ଅଭିଯୁକ୍ତ ଶିକ୍ଷକ ଜଣକ ଗିରଫ ହୋଇଛନ୍ତି। ପୀଡ଼ିତା ଘର ପାଖ ଦୋକାନକୁ ସଉଦା ଆଣିବାକୁ ଯାଇଥିବା ବେଳେ ସ୍ଥାନୀୟ ଶିକ୍ଷକ ଜଣକ ମିଠେଇ ଖାଇବାକୁ ଦେଇ ଛାତିରେ ହାତ ମାରିବା ସହିତ ଦୁଷ୍କର୍ମ ଉଦ୍ୟମ କରିବା ନେଇ ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି।ଛାତ୍ରୀ ଜଣକ ପଞ୍ଚମ […]
ଏଣିକି ଅନଲାଇନ ସହ ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ୱ । ମୋବାଇଲ ନଂ ଅପଡେଟ ନଥିବାରୁ ଓଟିପି ପାଉ ନଥିବା ବ୍ୟକ୍ତିଙ୍କୁ ହେବ ସହାୟକ । ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କୁ ମଧ୍ୟ ଏହା ସହାୟକ ହେବ । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ […]
କଟକ ଚୌଦ୍ୱାର ଜେଲକୁ ଡିସିପିଙ୍କ ସରପ୍ରାଇଜ ଭିଜିଟ । ଡିସିପି ଋଷିକେଶ ଖିଲାରିଙ୍କ ସହ ଆଡିସନାଲ ଏସପି ମୀନାକ୍ଷୀ ଠାକୁର, ଜିଲ୍ଲା ଜଜ ମାନସ ରଞ୍ଜନ ବାରିକ ଜେଲ ପରିଦର୍ଶନ କରି ସୁପରିଚାଳନାର ତଦାରଖ କରୁଛନ୍ତି । ଜେଲର ବାତାବରଣ, କଏଦୀଙ୍କ ସୁରକ୍ଷାର ସମୀକ୍ଷା କରିଛନ୍ତି । ଗତ ଅକ୍ଟୋବରରେ ଚୌଦାର ଜେଲରୁ ଦୁଇ କଏଦୀଙ୍କ ଚମ୍ପଟ ପରେ ଜେଲ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଏବେବି ପୋଲିସ ଚମ୍ପଟ କଏଦୀଙ୍କ ପତ୍ତା ପାଇପାରିନାହିଁ । […]
ଗୋକୁଳାନନ୍ଦ,ଅନନ୍ୟା ନନ୍ଦଙ୍କ ଗୀତରେ ଝୁମିଲେ ଦର୍ଶକ ରାୟଗଡା ଜିଲ୍ଲା ଲୋକ ମୋହତ୍ସବ ଚଇତି ଆଜି ବହୁ ଆଡମ୍ବର ସହକାରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଉଦ୍ଘାଟନ ହୋଇଯାଇଛି l ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତତ୍ୱାବଧାନରେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଓ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ଓ ମଶାଲ ସମେତ କଳସ ଯାତ୍ରା କରି ହଜାର ହଜାର ସଂଖ୍ୟାରେ ଜନ ସମୂହ, ପାରମ୍ପରିକ ଲୋକନୃତ୍ୟ ସହ ସାଂସ୍କୃତିକ […]
ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡିରେ ଲାଗିବ ଗ୍ରୀନ୍ ଷ୍ଟିକର । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଗ୍ରୀନ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ । ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସଡକ ସୁରକ୍ଷା ମାସ ଆସୁଥିବାରୁ ପିୟୁସିସି କୋହଳ କରାଯାଇଛି । ୨୦୧୯ ରେ ଯେଉଁ ଫାଇନ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରିବୁ ବୋଲି […]
