ରାଜ୍ୟରେ ଜାରି ରହିବ ଶୀତ। ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ ।। ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ ବୋଲି ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ଓ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ […]
ଅନୁଗୁଳରେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ ଆରମ୍ଭ କରିଛି । ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ । ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା । ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ । ବସ ଡ୍ରାଇଭର, […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ବିଜ୍ଞାନ ମେଳା ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ ଉଦଘାଟକ ଭାବେ ଯୋଗଦାନ କରି ବିଧିବଦ୍ଧ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦାନ କରି ପିଲାମାନଙ୍କୁ ବିଜ୍ଞାନ ମନସ୍କ ହେବା ସହିତ ବିଜ୍ଞାନ ଯୋଗୁଁ […]
ଓଡ଼ଗାଁ,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଓଡ଼ଗାଁ ବ୍ଲକ ଅଡିସନ ସାମ୍ବାଦିକ ଭବନ, ଓଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ଗଣେଶ୍ୱର ସାହୁ ଏବଂ ସାରସ ମିଶ୍ର ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଓଡଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର […]
ଆସନ୍ତା ଡ଼ିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳନ ହେବ।ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳିତ ହେବ । ଏହା ସହିତ ଦଳର ମୁଖ୍ୟାଳୟ ‘ଶଙ୍ଖ ଭବନ’ରେ ଏହାକୁ ମହାସମାରୋହରେ ପାଳନ କରାଯିବ । ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ଦଳ ପକ୍ଷରୁ ଏନେଇ […]
ଓଡ଼ିଶା କେନେଲ କ୍ଲବ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଡଗ୍ ସୋ । ଏଥିରେ ୩୦ରୁ ଅଧିକ ପ୍ରଜାତିର କୁକୁର ଭାଗ ନେଇଛନ୍ତି । ଭାରତୀୟ ବ୍ରିଡ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଆୟୋଜିତ ହେଉଛି ଏ ଡଗ୍ ସୋ । ପ୍ରତିଯୋଗିତାରେ ଭଳିକି ଭଳି କୁକୁର ଦର୍ଶକଙ୍କ ମନ ଜିଣୁଛନ୍ତି। ଏଥିରେ ମୁଖ୍ୟ ଆକର୍ଶଣ ପାଲଟିଛି ରେଶମ କୁକୁର । ଏହା ଥାଇଲାଣ୍ଡର ବ୍ରିଡର ହୋଇଥିବା ବେଳେ ଏହାକୁ ରଖିଛନ୍ତି କୋଲକାତାର ଶୋଫିଆ । […]
ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର (PUCC) ନ ଥିଲେ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ ବୋଲି ତୈଳ କମ୍ପାନୀମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖାଯାଇଛି।ଫଳରେ ଯେଉଁମାନଙ୍କ ନିକଟରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନ ଥିବ, ସେମାନଙ୍କୁ ମିଳିବନି ପେଟ୍ରୋଲ, ଡିଜେଲ। ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଭରିବା ସମୟରେ ପ୍ରଦୂଣଷ ପ୍ରମାଣପତ୍ର ଯାଞ୍ଚ ହେବ। […]
ଶରଣକୁଳ,(ଓଡ଼ିଶା ଦର୍ପଣ):ଶରଣକୁଳ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମାସିକ ବୈଠକ ଶନିବାର କରଡ଼ା ହରିହରପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନୂତନ ଭାବେ ଯୋଗଦେଇଥିବା ସି.ଆର.ସି.ସି ରାଜ କିଶୋର ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ପୂର୍ବତନ ସି.ଆର.ସି.ସି ଗୋଦାବରୀ ବସନ୍ତିଆଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ […]
ବିଷ ପାଲଟିଲାଣି ରାଜଧାନୀର ବାୟୁ । ଭୁବନେଶ୍ୱରରେ ୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ । ଦୁଇ ସପ୍ତାହ ଧରି ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ । ଆଜି ଭୁବନେଶ୍ୱରରେ ଦିନ ୧.୧୩ ବେଳକୁ ଏକ୍ୟୁଆଇ ୩୪୮ ରହିଥିଲା ଯାହା ଚିନ୍ତାର କାରଣ ପାଲଟିଛି । ନିଶ୍ୱାସରେ ବିଷ ନେଉଛନ୍ତି ଯାହା ଶରୀରକୁ ଯାଇ ରକ୍ତରେ ମିଶି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ସହରା଼ଞ୍ଚଳରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି […]
ମନରେଗା ଯୋଜନାର ନାମ ପରିବର୍ତ୍ତନ କରି ‘ବିକଶିତ ଭାରତ ଜି-ରାମ ଜି’ (VB-G RAM-G) କରିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ମୋଦୀ ସରକାର ମନରେଗା ଉପରେ ବୁଲଡୋଜର ଚଲାଇ ଗରିବଙ୍କ ସ୍ୱାର୍ଥ ଉପରେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସରକାର ଭୂମିଗତ ବାସ୍ତବତାଠାରୁ ଦୂରରେ ଦିଲ୍ଲୀରେ ବସି କିଏ ନିଯୁକ୍ତି ପାଇବ, କେତେ, କେଉଁଠି ଏବଂ କେଉଁ ଢଙ୍ଗରେ ନିଯୁକ୍ତି […]
ମାଓବାଦୀଙ୍କୁ ଧରାଇ ଦେବା ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର ଘୋଷଣା । ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ୍ ୮ କୋଟି ୪୦ ଲକ୍ଷର ପୁରସ୍କାର ରଖାଯାଇଛି । ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଲାଗିଲା ପୋଷ୍ଟର । ପୋଷ୍ଟରରେ ମାଓବାଦୀଙ୍କ ନାଁ, ଫଟୋ ସହ ପୁରସ୍କାର ରାଶି ଉଲ୍ଲେଖ କରିଛି । ଯେଉଁ ବ୍ୟକ୍ତି ମାଓବାଦୀଙ୍କ ସମ୍ପର୍କରେ ପ୍ରଶାସନକୁ ଖବର ଦେବାକୁ ଚାହାନ୍ତି ସେମାନେ ୯୪୩୭୬୭୩୮୩୯ (9437673839) ନମ୍ବରରେ ଯୋଗାଯୋଗ […]
କଟକ: ବଦଳିବ ଐତିହାସିକ ବାରବାଟୀ ଦୁର୍ଗର ରୂପରେଖ ।ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବ ।କେବଳ ପରିକ୍ରମା ମାର୍ଗ ନୁହେଁ, ନିର୍ମାଣ ପରେ କାମରେ ନଲାଗି ଦୀର୍ଘ ବର୍ଷ ଧରି ପଡିରହିଥିବା ଟୁରିଷ୍ଟ୍ ଇଣ୍ଟର୍ପ୍ରିଟେସନ୍ ସେଣ୍ଟର ବା ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ଖୁବ୍ ଶୀଘ୍ର ପର୍ଯ୍ୟଟକଙ୍କ ବ୍ୟବହାର ଉପଯୋଗୀ କରାଯିବ । ଗଡ଼ଖାଇ ଖନନରୁ ବାହାରିଥିବା ଐତିହାସିକ ସାମଗ୍ରୀକୁ ଏଠାରେ ସ୍ଥାନିତ […]
