୬ଟି ସ୍ଥାନରେ ଏକକାଳୀନ ଚଢ଼ଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ପିଇଓ ନାମ କାର୍ତ୍ତିକେଶ୍ୱର ବେହେରା । ଗତକାଲିଠାରୁ ତାଙ୍କର ପୈତୃକ ବାସଭବନ, ବାସସ୍ଥାନ, ମାର୍କେଟ କମ୍ପ୍ଲେକ୍ସ ଏବଂ ଗୋଦାମ ସମେତ ସମୁଦାୟ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଚଢ଼ଉ ଓ ହିସାବ ସରିବା ପରେ ତାଙ୍କର ସମୁଦାୟ ସ୍ଥାବର ଓ ଅସ୍ଥାବର […]

କଟକରେ ପନିରକୁ ନେଇ ବଡ଼ ଖୁଲାସା, ପନିରରେ ମିଶୁଥିଲା ଡିଟରଜେଣ୍ଟ ଓ ମଇଦା

କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ନେଇ ଚାଲିଥିବା ଚଢ଼ଉରେ ଜବତ ହୋଇଥିବା ପନିର ନମୁନାକୁ ନେଇ ଆସିଛି ଚାଞ୍ଚଲ୍ୟକର ଟେଷ୍ଟ ରିପୋର୍ଟ । ଅଗଷ୍ଟ ୧୯ରେ କଟକରୁ ଜବତ ହୋଇଥିବା ପ୍ରାୟ ୭୩ କ୍ଵିଣ୍ଟାଲ ପନିର ଅପମିଶ୍ରିତ ବୋଲି ମିଳିଛି ପ୍ରମାଣ । ଏହି ପନିରରେ ମିଶୁଥିଲା ମଇଦା ଏବଂ ତା ସହିତ ମିଶାଯାଉଥିଲା ଡିଟରଜେଣ୍ଟ । ଯାହା ସ୍ବାସ୍ଥ୍ୟ ପାଇଁ ମାରାତ୍ମକ ।ସଂଗୃହୀତ ପନିର ନମୁନାର ପରୀକ୍ଷଣ ହରିୟାଣାରେ ହୋଇଛି। ଯାହାର ରିପୋର୍ଟ ରାଜ୍ୟ […]

ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ ମାମଲା । ସୁପ୍ରିମକୋର୍ଟରେ ଆଜି ବି ଶୁଣାଣି ଅସମାପ୍ତ

ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ ମାମଲା । ସୁପ୍ରିମକୋର୍ଟରେ ଆଜି ବି ଶୁଣାଣି ଅସମାପ୍ତ । ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ । ଗୁରୁବାର ଶୁଣାଣି ବେଳେ ରାଜ୍ୟ ସରକାର ନିଜର ପକ୍ଷ ରଖିବେ । ଏନେଇ ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ କହିଥିଲେ ।ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଏବଂ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟରେ ପକ୍ଷ ରଖି ଡିଜିପି ନିଯୁକ୍ତିରେ କୌଣସି ପ୍ରକାର ଅନିୟମିତତା […]

ରାଜ୍ୟର ୭ ଜିଲ୍ଲାରେ ବଢ଼ିଛି ଧାନ ଚାଷ: ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ

ରାଜ୍ୟର ୭ଟି ଜିଲ୍ଲାରେ ଚଳିତବର୍ଷ ବଢ଼ିଛି ଧାନ ଚାଷ । ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଧାନ ଚାଷ ବଢ଼ିଥିବା ଜଣାପଡ଼ିଛି ।। ବିଧାନସଭାରେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏହି ସୂଚନା ଦେଇଛନ୍ତି ।୨୦୨୪-୨୫ରେ ରାଜ୍ୟର ୩୭ ଲକ୍ଷ ୪୯ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ୨୦୨୫-୨୬ରେ ଏହା ବଢ଼ି […]

ହାଇକୋର୍ଟରେ ବିଚାରପତି ସଙ୍କଟ, ଅକ୍ଟୋବର ୧ରୁ କୋର୍ଟ କାର୍ଯ୍ୟରେ ଯୋଗ ଦେବେନି ଆଇନଜୀବୀ

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟକୁ ନେଇ ଆଇନଜୀବୀଙ୍କ ଅସନ୍ତୋଷ । ଆସନ୍ତା ଅକ୍ଟୋବର ୧ ତାରିଖରୁ ହାଇକୋର୍ଟ ବାର୍ ଆସୋସିଏସନ୍‌ର ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ମଞ୍ଜୁରୀ ପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା 33 ଥିବା ବେଳେ ହାଇକୋର୍ଟରେ ଅଛନ୍ତି ମାତ୍ର 15 ଜଣ ବିଚାରପତି ।ସେହିପରି ଅକ୍ଟୋବର ଏବଂ ନଭେମ୍ବର ମାସରେ ଦୁଇ ଜଣ ବିଚାର ପତି ଅବସର ନେବେ । ଯାହାଫଳରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା 13ରେ […]

ବିଶ୍ବରେ ଟି୨୦ ଇଣ୍ଟରନ୍ୟାସନାଲରେ ୨୦୦ଟି ମ୍ୟାଚ ଜିତିଥିବା ପ୍ରଥମ ଟିମ୍ ହେଲା ଭାରତ 

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଇତିହାସରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ନୂଆ ଇତିହାସ କରିଛି । ଜାପାନ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ମାତ୍ର ୨ ରନରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ନିଜ ନାମରେ ଏକ ବିଶ୍ୱ ରେକର୍ଡ଼ କରିଛି । ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୦୦ଟି ମ୍ୟାଚ୍ ଜିତିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ପାଲଟିଛି ।ଭାରତ ୨୯୧ଟି ମ୍ୟାଚରୁ ୨୦୦ ବିଜୟ ହାସଲ କରିଛି।୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋରେ ୫୦ତମ, ୨୦୨୨ରେ କଲକାତାରେ […]

ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ

ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ ।ତିନିଦିନିଆ ଧର୍ମଘଟ ପାଇଁ ରବିବାର ବି ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି । ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ । ସପ୍ତାହକୁ ଦୁଇ ଦିନ ଛୁଟି ଦାବିରେ ୨୮ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗ୍ରାହକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ।ଏହି ଧର୍ମଘଟ୨୬ ସେପ୍ଟେମ୍ବର (ଚତୁର୍ଥ ଶନିବାର), […]

ରାଶନ କାର୍ଡରୁ ୯ ଲକ୍ଷ ୮୧ ହଜାର ୬୬୧ ଟି ଆବେଦନ ପତ୍ର ଅଯୋଗ୍ୟ ପ୍ରମାଣିତ : ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା

ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଚାଉଳ ଓ ରାସନ ସାମଗ୍ରୀ ଉପରେ ଆଖି ପକାଉଥିବା ଅସାଧୁ ଡିଲର ଏବଂ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ବିଗତ ୩ ବର୍ଷ ମଧ୍ୟରେ ରାସନ ଚୋରି ଏବଂ ଅନିୟମିତତାକୁ ନେଇ ମୋଟ ୨୨୯ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୨୦୧ ଜଣ ଡିଲର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯାଇ ଲାଇସେନ୍ସ ବାତିଲ୍ କରାଯାଇଛି। ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା […]

ଆୟୁଷ୍ମାନ ଭାରତକୁ ୮ ବର୍ଷ,୬୦ କୋଟିରୁ ଅଧିକ ଲୋକ ପାଇଛନ୍ତି ସ୍ୱାସ୍ଥ୍ୟ ସୁରକ୍ଷା

ବୁଧବାର ଦିନ ଆୟୁଷ୍ମାନ ଭାରତ ଯୋଜନା ଆଠ ବର୍ଷ ପୂରଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ଦେଶର ୬୦ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କଭରେଜ୍ ପ୍ରଦାନ କରୁଛି। ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ପାଲଟିଛି।ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ଆଠ ବର୍ଷ ପୂର୍ବରୁ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହୋଇଥିଲା । ପ୍ରତି ଭାରତୀୟଙ୍କୁ […]

ମନମୁଖୀ କାର୍ଯ୍ୟ ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ

ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ‘ଏକ୍ସପ୍ରେସ’ ରିପୋର୍ଟ ଅନୁଯାୟୀ, SIR ପ୍ରକ୍ରିୟା ସମୟରେ ଦୁଇଜଣ ନିର୍ବାଚନ କମିଶନର ବିଭିନ୍ନ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଏବଂ ୧୦ ମାସ ମଧ୍ୟରେ ୧୪ ଥର ନିଜର ଅସହମତି ଜଣାଇଥିଲେ।କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ମତାନ୍ତର ରହିଛି ଏବଂ ମନମୁଖୀ ଭାବେ ନିଷ୍ପତ୍ତି […]

ଶିକ୍ଷା ବଞ୍ଚାଓ ଆନ୍ଦୋଳନ, ବିଧାନସଭା ଘେରାଉ କରିବ ବିଜୁ ଛାତ୍ର ଜନତା ଦଳ

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜାରି ରହିଛି ‘ଶିକ୍ଷା ବଞ୍ଚାଓ’ ଆନ୍ଦୋଳନ । ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଛାତ୍ରଛାତ୍ରୀଙ୍କୁ ବହି ଯୋଗାଇବା ଦାବିରେ ବିଧାନସଭା ଘେରାଉ କରାଯାଇଛି ।ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଦ୍ୱିତୀୟ ଦିନରେ ମଧ୍ୟ ସରକାରଙ୍କୁ ଘେରିବାକୁ ବିଜେଡି ପକ୍ଷରୁ ରଣନୀତି କରାଯାଇଛି। ବିଧାନସଭା ଘେରାଉ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜୁ ଛାତ୍ର ଜନତା ଦଳର କର୍ମୀ ଓ ସମର୍ଥକମାନେ ଏକାଠି […]

ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ !ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା

ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ଆଜି ସକାଳୁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ଅକ୍ଷୟଦଣ୍ଡର ପତିତପାବନ ବାନା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିଲ ବସିଥିବା ଦେଖିବାକୁ ମିଳିଛି। ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।ତେବେ ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ ବୋଲି ବିଭିନ୍ନ ସମୟରେ ମତପ୍ରକାଶ ପାଇଛି। ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା […]