ଗ୍ଲାମର ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଏବଂ ଭାଙ୍ଗିବା ଏକ ସାଧାରଣ ଘଟଣା। ଏବେ ଆଉ ଏକ ଦମ୍ପତିଙ୍କ ବିଚ୍ଛେଦକୁ ନେଇ ଗୁଜବ ଘୁରି ବୁଲୁଛି। ଅଭିନେତ୍ରୀ ମୌନି ରୟ ଏବଂ ସୂରଜ ନାମ୍ବିଆର ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଛନ୍ତି।ଯେଉଁଥି ପାଇଁ ଫ୍ୟାନ୍ସ ସେମାନଙ୍କ ଛାଡପତ୍ର ନେଇ ଆକଳନ କରୁଛନ୍ତି ।ଦୁହେଁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଭାବେ କୌଣସି କଥା କହିନାହାନ୍ତି । ହେଲେ ଦମ୍ପତି ଦୁହେଁ ସୋସିଆଲ ମିଡିଆରେ ଫଟୋ ଡିଲିଟ୍ କରିବା ପରେ ଫ୍ୟାନ୍ସ ଆକଳନ କରୁଛନ୍ତି ।ମୌନି ରୟ ସବୁବେଳେ ତାଙ୍କ ସ୍ୱାମୀ ସୂରଜଙ୍କ ସହ ଛୁଟି କାଟିବାର ଫଟୋ ସେୟାର କରନ୍ତି । କିନ୍ତୁ ଏବେ ଆଉ ସେୟାର କରୁନାହାନ୍ତି । ସେମାନେ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରି ଦେଇଛନ୍ତି । ମୌନି ରୟ ଏବଂ ସୂରଜ ୨୦୨୨ରେ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ଦୁହେଁ ଅଲଗା ହେବା ନେଇ ଚର୍ଚ୍ଚା ଚାଲିଛି ।
