Oplus_131072

ମାନଧାତାପୁର ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ

ନୟାଗଡ଼(ଓଡ଼ିଶା ଦର୍ପଣ):ସ୍ଥାନୀୟ ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ, ମାନଧାତାପୁର ପରିସରରେ ବନମହୋତ୍ସବ ସପ୍ତାହ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଇକୋ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିବ ଶଙ୍କର ଦାଶ ଓ ନରହରି ସାମନ୍ତସିଂହାର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ନୟାଗଡ଼ ବନାଞ୍ଚଳ ଅଧିକାରୀ ଏବଂ ଫରେଷ୍ଟର ମିନକେତନ ନାୟକଙ୍କ ସକ୍ରିୟ ସହଯୋଗରେ ବିଦ୍ୟାଳୟର ଉଚ୍ଚ ଶ୍ରେଣୀର ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଫଳକର ଚାରା ବଣ୍ଟନ କରାଯାଇଥିଲା।

“ଏକ ପେଡ଼, ମା’ଙ୍କ ନାମ” (ମା’ଙ୍କ ନାମରେ ଗୋଟିଏ ବୃକ୍ଷ) ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳୀ ରଥ ଓ କ୍ରୀଡ଼ା ଶିକ୍ଷକ ସଂଜୟ କୁମାର ବାରିକ ବୃକ୍ଷରୋପଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଞ୍ଚଳରେ ବୃକ୍ଷ ରୋପଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଛି।By:Laxmidhar Sahoo

ଅଧିକ ପଢନ୍ତୁ