author

ଆଜିର ରାଶିଫଳ(୫ ଜୁଲାଇ, ୨୦୨୬)

ମେଷଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ […]

ମେଲବର୍ଣ୍ଣ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନଲାଇନ୍ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୯ ତାରିଖରେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦୀ ମେଲବୋର୍ଣ୍ଣରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଥିବାବେଳେ ଏହାପୂର୍ବରୁ ଅନ୍‌ଲାଇନ ମୋଦୀଙ୍କୁ ହତ୍ୟା ଧମକ ଦିଆଯିବାକୁ ନେଇ ଅଷ୍ଟ୍ରେଲିଆର ଫେଡେରାଲ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋସିଆଲ୍ ମିଡିଆରେ କରାଯାଇଥିବା ଏହି ଧମକପୂର୍ଣ୍ଣ ପୋଷ୍ଟ ସହ ଜଡିତ ଏକ IP ଆଡ୍ରେସକୁ ତଦନ୍ତକାରୀମାନେ ଚିହ୍ନଟ କରିଛନ୍ତି।ରିପୋର୍ଟ ଅନୁସାରେ, ମେଲବର୍ଣ୍ଣର ମାର୍ଭେଲ୍ ଷ୍ଟାଡିୟମରେ […]

ବିଧାୟକ ଅଶୋକ ଦାସ ସାଇବର ଠକାମୀର ଶିକାର

ସାଇବର ଠକଙ୍କ ଶିକାର ହେଲେ କଂଗ୍ରେସ ବିଧାୟକ। ବିଧାନସଭାରୁ ପାର୍ସଲ ଆସିଛି କହି ଭୂଆଁ ବୁଲାଉଥିଲେ ଠକ। ତାଙ୍କ ନାଁରେ ଫେକ ହ୍ୱାଟ୍ସଆପ ଆକାଉଣ୍ଟ ଖୋଲି କରୁଥିଲେ ଲୁଟ ଉଦ୍ୟମ। ବିଧାୟକ ଅସୁବିଧାରେ ଅଛନ୍ତି କହି ମାଗୁଥିଲେ ଟଙ୍କା। ବାସୁଦେବପୁରର ବିଧାୟକ ଅଶୋକ ଦାସ ସାଇବର ଠକଙ୍କ ଶିକାର ହୋଇଛନ୍ତି। ଏପରିକି ସାଇବର ଠକଙ୍କ ସମର୍ଥକ ଓ ଆତ୍ମୀୟଙ୍କଠାରୁ ଯେଉଁ ଅର୍ଥ ନେବାକୁ ଉଦ୍ୟମ କରିଛନ୍ତି ତାଙ୍କୁ କେହି ସହଯୋଗ କରନ୍ତୁ ନାହିଁ କି ଗୋଟିଏ ବି […]

ବିନା ଫିଟନେସ୍‌ରେ ଗାଡ଼ି ଚଳାଇଲେ କଠୋର କାର୍ଯ୍ୟାନୁଷ୍ଠାନ

ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ARTO) ମାନଙ୍କୁ ନିଜ ନିଜ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବା ପାଇଁ ଆଦେଶ ଦିଆଯାଇଛି। ରାସ୍ତାରେ ଚଳାଚଳ କରୁଥିବା ଏହିଭଳି ଅନୁପଯୋଗୀ ଓ ବିପଦପୂର୍ଣ୍ଣ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇଛି। ନିୟମ ଉଲ୍ଲଂଘନ କରି ସଡ଼କକୁ ବିପଦପୂର୍ଣ୍ଣ କରୁଥିବା ଏହି ସମସ୍ତ ଗାଡ଼ିଗୁଡ଼ିକ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ପଞ୍ଜିକରଣ ରଦ୍ଦ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ […]

ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ

ସଂସଦର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଏନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ ସୁପାରିଶ କ୍ରମେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୦ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ସଂସଦର ଉଭୟ ଗୃହ ଡକାଯିବାକୁ ଅନୁମୋଦନ କରିଛନ୍ତି। ସଂସଦୀୟ ପରମ୍ପରା ଅନୁଯାୟୀ, […]

ପ୍ରତିଦିନ ଏକ କପ୍ ନାଲି ଚା ଶରୀରକୁ ବିଭିନ୍ନ ପ୍ରକାରର ଲାଭ ଦେଇଥାଏ

ନାଲି ଚା ବା ବ୍ଲାକ୍ ଟି ଆଜିର ସମୟରେ ସବୁଠାରୁ ଲୋକପ୍ରିୟ ପାନୀୟମାନଙ୍କ ମଧ୍ୟରୁ ଗୋଟିଏ। ଜାପାନର ଯୁବପିଢି ଓ ବୟସ୍କ ଲୋକ ନିୟମିତ ଭାବେ ନାଲି ଚା’ ପିଉଥିବାରୁ ସେମାନଙ୍କ ଶାରୀରିକ ସାମର୍ଥ୍ୟ ଭଲ ରହିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି।ସାଧାରଣତଃ କ୍ଷୀର ବିନା ପ୍ରସ୍ତୁତ ହେଉଥିବା ଏହି ଚାରେ ଚା ପତ୍ରର ପ୍ରାକୃତିକ ସ୍ୱାଦ ଓ ସୁଗନ୍ଧ ଅଧିକ ମିଳିଥାଏ । ଏହାରେ ଥିବା ଆଣ୍ଟିଅକ୍ସିଡେଣ୍ଟ, ପଲିଫେନଲ୍ ଓ ଅନ୍ୟାନ୍ୟ […]

+2 ଇମ୍ପ୍ରୁଭମେଣ୍ଟରେ କମ୍ ମାର୍କ ରହିଲେ ପୁରୁଣା ମାର୍କସିଟ୍ ବଳବତ୍ତର ରହିବ

ଯୁକ୍ତ ଦୁଇ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । । ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ ପୂର୍ବ ମାର୍କଠାରୁ କମ୍ ନମ୍ବର ଆସିଲେ ମଧ୍ୟ ମୂଳ ଯୁକ୍ତ ଦୁଇ ପରୀକ୍ଷାରେ ମିଳିଥିବା ନମ୍ବର ଯଦି ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷାରେ ପ୍ରାପ୍ତ ନମ୍ବରଠାରୁ ଅଧିକ ହୁଏ, ତେବେ ଅଧିକ ନମ୍ବରକୁ ହିଁ ପ୍ରାଥମିକତା ଦିଆଯିବ । ପୁରୁଣା ମାର୍କସିଟ୍ ବଳବତ୍ତର ରହିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସ୍ପଷ୍ଟ କରାଯାଇଛି ।ସୂଚନା ଅନୁଯାୟୀ, […]

ସରକାରୀ ଧାର୍ଯ୍ୟ ଦରରେ ମିଳିବ ଔଷଧ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର- ଡିପିସିଓ ୨୦୧୩ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି । ଏହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିପାରିବ । ନୂଆ ନିୟମ ଅନୁଯାୟୀ, ଯଦି କୌଣସି ମେଡିକାଲ୍ ଷ୍ଟୋର୍ କିମ୍ବା କମ୍ପାନୀ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟଠାରୁ ଟଙ୍କାଟିଏ ବି ଅଧିକ ଆଦାୟ କରେ, ତେବେ ସରକାରଙ୍କ ପକ୍ଷରୁ ସେମାନଙ୍କ ବିରୋଧରେ କଠୋର ଆଇନଗତ ଓ ଦଣ୍ଡନୀତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ନୂଆ ବିଜ୍ଞପ୍ତି ଅନୁଯାୟୀ, ସରକାର ଗୋଟିଏ ଔଷଧର ଭିନ୍ନ ଭିନ୍ନ […]

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ରାଜଧାନୀ

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଅବିରତ ବର୍ଷୁଛି । ତୁହାକୁ ତୁହା ବର୍ଷା । ରାସ୍ତାରେ ଚାଲୁଛି ବର୍ଷା ପାଣି । ଜନଜୀବନ ଅସ୍ତବ୍ୟସ୍ତ । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଟ୍ୱିନ ସିଟିରେ ତୁହାକୁ ତୁହା ବର୍ଷା ଜାରି । ମୌସୁମୀ ବର୍ଷାରେ ବେହାଲ ରାଜଧାନୀ। ତିନି ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଭିଜୁଛି ପୁରା ସହର। […]

ପାଇରେସି ଅଭିଯୋଗରେ ’ଟେଲିଗ୍ରାମ’ କୁ କେନ୍ଦ୍ର ସରକାରଙ୍କ ନୋଟିସ

ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ସିନେମା ଏବଂ OTT ପ୍ଲାଟଫର୍ମରୁ ପାଇରେଟେଡ୍ ବିଷୟବସ୍ତୁ ପ୍ରସାରଣକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ଏକ ନୋଟିସ ଜାରି କରି ଏହାକୁ ଏହାର ପ୍ଲାଟଫର୍ମରୁ ବେଆଇନ ଏବଂ ପାଇରେଟେଡ୍ ବିଷୟବସ୍ତୁକୁ ତୁରନ୍ତ ହଟାଇବା ପାଇଁ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି।ଏଥିସହ ମନ୍ତ୍ରଣାଳୟ ଟେଲିଗ୍ରାମକୁ ୧୫ ଦିନ ମଧ୍ୟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ […]

ଓଡ଼ିଶାରେ ସରକାରୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ

ରାଜ୍ୟରେ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଡାକ୍ତରମାନଙ୍କର ଦୀର୍ଘଦିନର ଦାବିଗୁଡ଼ିକର ସମାଧାନ ପାଇଁ ସରକାର ଏକ ‘ସଚିବ ସ୍ତରୀୟ କମିଟି’ ଗଠନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଓପିଡି, ଆଇପିଡି ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବାକୁ ଯାଉଛି । ଓମ୍‌ସା ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୨ ତାରିଖରେ […]

ଏ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଆଦୌ ମିଳିବନି ରନ୍ଧା ଖାଦ୍ୟ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନଗର ଉନ୍ନୟନ ବିଭାଗ ପାଇଁ ଅନେକ ଆହ୍ୱାନ ରହିଥାଏ। ପୁରୀ ମହାନଗର ନିଗମ ବହୁ ପୂର୍ବରୁ ଚଳିତ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ରଥଯାତ୍ରାରେ ବଡଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ। ଶୁଖିଲା ଖାଦ୍ୟ ବଣ୍ଟା ଯାଇ ପାରିବ। ଯାହା ଫଳରେ ପରିବେଶ ଅସ୍ବଛ ରହିବ ନାହିଁ । ବିଭିନ୍ନ ସାଇନଏଜ ବା ସୂଚନା ଫଳକ ଲଗାଯାଇ ଖାଦ୍ୟ, ପାନୀୟ, ଚିକିତ୍ସା ଇତ୍ୟାଦି ସମ୍ପର୍କରେ ଲୋକଙ୍କୁ ସୂଚିତ […]