ଆଗାମୀ ଦିନରେ ଲୋକେ ଯେପରି ରାଜସ୍ବ ସେବା ପାଇବାରେ କୌଣସି ସମସ୍ୟା ନ ଉପୁଜିବ ତାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ଲୋକସେବା ଭବନରେ ସୋମବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାରୀ ଭୂ-ପରିଚାଳନା ଆଇନରେ କେତେକ ସଂସ୍କାର ଅଣାଯିବାପାଇଁ ବିଭାଗ ପକ୍ଷରୁ କେତେକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହାକୁ ନେଇ […]
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନିତିନ ନବୀନ । ପ୍ରାୟ ମାସେ ଧରି ଦଳର କାର୍ଯ୍ୟକାରୀ ସଭାପତି ରହିବା ପରେ, ଆଜିଠୁ ବିଧିବଦ୍ଧ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବନିବେ । ନୀତିନ ନବୀନ ୪୫ ବର୍ଷ ବୟସରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିବେ। ପୂର୍ବରୁ, ଅମିତ ଶାହା ୪୯ ବର୍ଷ ବୟସରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନ ପାଇଁ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ […]
ମେଷ: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି […]
ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନରେ ବ୍ୟାପକ ସଂଶୋଧନ କରାଯାଇ ଏକ ନୂତନ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’ ଅଣାଯିବ। ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟରେ ସମସ୍ତ ଆଇନକୁ ସିଙ୍ଗଲ window ବ୍ୟବସ୍ଥାରେ ପରିଣତ କରାଯାଉଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ‘ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ […]
ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିବା ନେଇ ରିଟର୍ଣ୍ଣିଂ ଅଧିକାରୀ କେ. ଲକ୍ଷ୍ମଣ କହିଛନ୍ତି। ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରୁ ୩୦ଟି ରାଜ୍ୟ ସଭାପତିଙ୍କ ନିର୍ବାଚନ ସମ୍ପୂର୍ଣ୍ଣ ହେବା ପରେ ଜାତୀୟ ସ୍ତରରେ ନିର୍ବାଚନ ପ୍ରକ୍ରିୟା ସୁଗମ ଭାବରେ ଆଗକୁ ବଢ଼ିବା ପାଇଁ ଏହି ଘୋଷଣା କରାଯାଇଛି । କେ. ଲକ୍ଷ୍ମଣଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, “ନାମାଙ୍କନ ପତ୍ର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡୟୁନିଅନ ମାନଙ୍କ ମିଳିତ ମଞ୍ଚ ଓ କ୍ଷେତମଜଦୂର ୟୁନିଅନର ସର୍ବଭାରତୀୟ ଆହ୍ଵାନ କ୍ରମେ ଜାନୁଆରୀ ୧୮ରେ ନୟାଗଡ଼ରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ କରାଯାଇଛି। କର୍ମୀ ମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏହି ସଭାରେ ସିଆଇଟିୟୁର ରାଜ୍ୟ ନେତା ଦୁଷ୍ମନ୍ତ କୁମାର ଦାସ ଉଦ୍ ବୋଧନ ଦେଇ କେନ୍ଦ୍ର ମୋଦି […]
ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଟାକରା ଫରେଷ୍ଟ ସେକ୍ସନରୁ ପୁରୀ ଅଭିମୁଖେ କାଠ ପଠାଯାଇଛି । ବନବିଭାଗ ଓ ମିଟୁକୁଳି ଭି ଏସ ଏସ କମିଟି ଦ୍ବାରା ପୂଜାର୍ଚନା ସହ ନାମ ସଂକୀର୍ତନ କରାଯାଇ ରଥକାଠ ବୋଝେଇ ଟ୍ରକକୁ ପଠାଯାଇଛି । ୨ଟି ଟ୍ରକରେ ମୋଟ ୪୮ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଗୋଟିଏ ଟ୍ରକରେ ୨୫ଖଣ୍ଡ କାଠ ଯାଉଥିବାବେଳେ ଅନ୍ୟଟିରେ ୨୩ଖଣ୍ଡ କାଠ ଯାଉଥିବା ଜଣାପଡିଛି ।
ରାୟଗଡ଼ା,୧୯/୦୧ : – ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟା ରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଚଳିତ ଥର ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ମୁଖ୍ୟ ଶାଖା), କର୍ମଚାରୀ, ମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ହୁଣ୍ଡି ରୁ ବାହାରିଥିବା ଟଙ୍କା ଓ ଅଳଙ୍କାର ଗଣତି କରାଯାଇଛି। ସୋମବାର ଦିନ ୯ ଟି […]
ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଲା ଲଜ୍ଜାଜନକ ଘଟଣା । ନବଜାତ ଶିଶୁକନ୍ୟାକୁ ବାଥରୁମରେ ଫୋପାଡ଼ି ଚାଲିଗଲା ରାକ୍ଷସୀ ମା ।ଫଳରେ ନବଜାତ ଶିଶୁର ମୃତ୍ୟୁ ହୋଇଯାଇଛି । ଖବର ପାଇ ପୋଲିସ ଚିକିତ୍ସାଳୟରେ ପହଞ୍ଚି ନବଜାତ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରିଛି ।ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହିଳା ବିଭାଗର ଜରାରୋଗୀ ୱାର୍ଡର ଟଏଲେଟ୍ରେ ନବଜାତ ଶିଶୁ କନ୍ୟାଟି ପଡ଼ିଥିବା ଦେଖିବାକୁ ମିଳିଥିଲା । କେହି ଜଣେ ମହିଳା ଟଏଲେଟ୍ରେ ଶିଶୁ କନ୍ୟାଟିକୁ ଜନ୍ମକରି […]
କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳ। ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓ। ଏପରିକି ଏହି ସବୁ ଫଟୋ ଓ ଭିଡିଓରେ ପରମ୍ପରା ବିରୋଧୀ ଦୃଶ୍ୟ ସବୁ ସ୍ଥାନ ପାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓରେ ଅନେକ ପରମ୍ପରା ବିରୋଧୀ ଦୃଶ୍ୟ ଦେଖିବାକୁ ମିଳିଛି । ବଡଦାଣ୍ଡରେ ଶ୍ରୀଜିଉଙ୍କ ମୂର୍ତ୍ତି ରହିଛି । ଆଉ ସିଂହଦ୍ୱାର […]
ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି। ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭିତରକନିକାରେ ଚଳିତ ବର୍ଷ ୧୮୫୮ ଟି କୁମ୍ଭୀର ଥିବା ଜଣାପଡିଛି । ୨ ଫୁଟରୁ ଆରମ୍ଭ କରି ୮ ଫୁଟରୁ ଅଧିକ ପର୍ଯ୍ୟନ୍ତ କୁମ୍ଭୀରର ଗଣନା କରାଯାଇଥିଲା। ୨୦୨୫ ମସିହାରେ ୧୮୨୬ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ମାତ୍ର ୩୨ଟି କୁମ୍ଭୀର ଅଧିକ ଥିବା ଜଣାପଡିଛି […]
ଜାନୁଆରୀ ୨୫ ତାରିଖ ମାଘ ସପ୍ତମୀରୁ ହେବ ଖଣ୍ଡଗିରି ଯାତ୍ରା ବା ମାଘ ମେଳା । ଏନେଇ ବିଏମସିର ସମୀକ୍ଷା ବୈଠକ ହୋଇସାରିଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାତ୍ରାକୁ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢ଼ଙ୍ଗରେ ଆୟୋଜନ କରାଯିବ, ସେନେଇ କିଛି କଠୋର ପଦକ୍ଷେପ ନିଆଯାଇଛି । ସେଇମଧ୍ୟରୁ ଗୋଟିଏ ନିଷ୍ପତ୍ତି ହେଲା, ଖଣ୍ଡଗିରି ଯାତ୍ରାରେ ଧାର୍ଯ୍ୟ ଦରରୁ ଅଧିକ ପାର୍କିଂ ଫି ଆଦାୟ କଲେ ବିଏମ୍ସି ଛାଟ ବାଜିବ । […]
