ଦୁଇ ଶିକ୍ଷୟିତ୍ରୀ ନିଲମ୍ବିତ । ସମ୍ୱଲପୁର ଜିଲ୍ଲା ବୁର୍ଲା କିର୍ବା ଉଚ୍ଚ ପ୍ରାଥମିକ ସ୍କୁଲରେ ଦୁଇ ଶିକ୍ଷୟିତ୍ରୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ଦୁଇ ଶିକ୍ଷୟିତ୍ରୀ ନିଲମ୍ବିତ l ଶିକ୍ଷୟିତ୍ରୀ ଦୁଇ ଜଣ ହେଲେ କସ୍ତୁରୀ ଜେନା ଓ ଶର୍ମିଷ୍ଠା ପଲେଇ l ସୂଚନାଯାଗ୍ୟ, ଗତ ୧୫ ତାରିଖରେ ପାଇଖାନା ସଫେଇ କାର୍ଯ୍ୟକୁ ନେଇ ହୋଇଥିଲା ମାଡଗୋଳ । ପରବର୍ତ୍ତି ସମୟରେ ଏହା ଉଗ୍ରରୂପ ନେଇଥିଲା ଏବଂ ଉଭୟ ଲହୁଲୁହାଣ ହୋଇଥିଲେ । ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସମ୍ମୁଖରେ […]
ଖୁବ୍ଶୀଘ୍ର ମେଟ୍ରୋ ରେଳ ପ୍ରକଳ୍ପ ନୂତନ ରୂପରେ ଆସିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣାପଡ଼ିଛି।ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ‘ଡିପିଆର୍’କୁ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଏହା କେବଳ ଭୁବନେଶ୍ୱର-କଟକ-ପୁରୀ ମଧ୍ୟରେ ଗଡ଼ିବ ବୋଲି ପ୍ରସ୍ତାବ ରହିଥିଲା। ପୂର୍ବ ସରକାର ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ‘ଡିପିଆର୍’ ପ୍ରସ୍ତୁତ କରିଥିଲେ ସେଥିରେ ବହୁତ କିଛି ପରିବର୍ତ୍ତନ କରାଯିବ। ଏହାକୁ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ଯୋଡ଼ିବା ପାଇଁ ସରକାରୀସ୍ତରରେ ଏକପ୍ରକାର ନିଷ୍ପତ୍ତି ହୋଇଛି। […]
‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ । ଏନେଇ ଆୟୁଷ୍ମାନ ଚିନ୍ତନ ଶିବିରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।ସେ କହିଛନ୍ତି, ଯେଉଁ ହିତାଧିକାରୀଙ୍କର କାର୍ଡ ହୋଇନାହିଁ, ସେମାନେ ଆବେଦନ କରିପାରିବେ। ଡିଜିଟାଲ ମାଧ୍ୟମରେ ତଥ୍ୟ ଦେଖିପାରିବେ ଓ ଆବେଦନ ସ୍ଥିତି ଜାଣିପାରିବେ। ଆଗାମୀ ଦିନରେ ଆୟୁଷ୍ମାନ ଭାରତର ସମସ୍ତ ଡାଟା ଓଡ଼ିଆରେ ଉପଲବ୍ଧ ହେବ। ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ । […]
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଏକ ଏପରି ସମସ୍ୟା ପାଲଟିଛି, ଯାହା ପ୍ରତିବର୍ଷ ଶୀତଦିନ ଆସିଲେ ଭୟଙ୍କର ରୂପ ଧାରଣ କରେ । ଚିନ୍ତାରେ ରାଜଧାନୀବାସୀ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପବନରେ ବହୁଛି ବିଷ। ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି ‘ଗ୍ୟାସ୍ ଚାମ୍ବର’ ସ୍ଥିତି ଜାନୁଆରୀ ମାସ ଶେଷ ହେବାକୁ ଆସିଲେ ମଧ୍ୟ ନିୟନ୍ତ୍ରଣକୁ ଆସୁନାହିଁ । ଜାନୁଆରୀ ୧୯ ଆଜି ସକାଳେ ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୧୮ ରୁ ୬୬୫ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି, […]
ସୁନା ଏବଂ ରୂପା ମୂଲ୍ୟ ହ୍ରାସ ସମ୍ପର୍କରେ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହେଉଥିବା ପରି ମନେ ହେଉଛି। ରୁପା କିଲୋ ୩ ଲକ୍ଷ ଟପିଲା । ସୁନା ୨୪ କ୍ୟାରେଟ୍ ଦେଢ଼ ଲକ୍ଷ ମୁହାଁ । ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି ଜାରି ରହିଛି। ଇତିହାସରେ ପ୍ରଥମ ଥର ପାଇଁ ରୁପା ଦର କିଲୋ ପିଛା ୩ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ, ସୁନା ମଧ୍ୟ […]
ରାଜ୍ୟରେ ବେଆଇନ ବାଲି, ପଥର କାରବାର ଓ ପରିବହନ କରୁଥିବା ମାଫିଆମାନଙ୍କୁ କଡା ଚେତାବନି ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଯେଉଁମାନେ ସରକାରୀ ରାଜସ୍ୱ ହରିଲୁଟ୍ କରି ‘ଦୁଇ ନମ୍ବର’ ବ୍ୟବସାୟ କରୁଛନ୍ତି, ସେମାନଙ୍କ ବିରୋଧରେ କେବଳ ପୋଲିସ ନୁହେଁ, ବରଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।ସରକାର କୌଣସି ନୂଆ ନିୟମ କରିନାହାଁନ୍ତି, ବରଂ ପୁରୁଣା ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି।ବେଆଇନ […]
ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡ଼ଲଫିନ ିଗଣନା ହେବ। ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡା ଚାଲିବ ଡଲଫିନ ଗଣନା । ଡଲଫିନ ଗଣନା ପାଇଁ ଗଠନ ହେଲା ୧୮ଟି ଟିମ । GPS ଟ୍ରାକ୍ ରେ ବାଇନକୁଲାର୍ ଦ୍ୱାରା ଏହି ଗଣନା କରାଯିବ। ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ଜଣ । ବୋଟ ଆସୋସିଏସନକୁ ସୂଚନା ଦିଆଯାଇଛି । ଏନେଇ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ […]
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳାଇ, ପୂର୍ବତନ ମେୟର ପିଣ୍ଟୁ ଦାଶ, ସୁନୀଲ ଅକୁମାର ହୋତା, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, ବିହାରୀ ସୁଟର କୁନ୍ଦନ କୁମାର, ଶିଶୁପାଳ କୁମାର ପାଶୱାନ ସହ ଗୁଳି ଫୁଟାଇଥିବା କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ଏହି ମାମଲାରେ ଗିରଫ ହୋଇଛନ୍ତି ।ଆଜି କୋର୍ଟରେ ଏହି […]
ଚୌଦ୍ଵାର ମଣ୍ଡଳ କାରାଗାରରରୁ ୨ କଏଦୀ ଫେରାର ଘଟଣାରେ ତେଜୁଛି ବିବାଦ । ପୂର୍ବତନ ଜେଲର ଓ ବର୍ତ୍ତମାନର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ଚାଲିଛି ଛାୟା ଯୁଦ୍ଧ । ଚୌଦ୍ଵାର ଜେଲ୍ ଅଧିକ୍ଷକ ସୁଜିତ କୁମାର ରାଉଳ, ପୂର୍ବତନ ଜେଲର ସନ୍ତୋସିନୀ ଦାସଙ୍କ ବିରୋଧରେ ଚୌଦ୍ଵାର ଥାନାରେ ଆଜି ପାଲଟା ଏତଲା ଦେଇଛନ୍ତି । ଏତଲାରେ ପୂର୍ବତନ ଜେଲର ତଥା କଣ୍ଟାବାଞ୍ଜି ଜେଲର ବର୍ତ୍ତମାନ ଜେଲର ସନ୍ତୋଷିନୀ ଦାସ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା […]
ଚିଲିକାରେ ଚଳିତ ବର୍ଷ ୧୧ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ । ଆସିଛନ୍ତି ଦେଶ ଓ ଵିଦେଶର ମୋଟ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀ । ଚଳିତ ବର୍ଷ ପ୍ଲେନ ମାର୍ଟିନ ଏବଂ ବେଙ୍ଗଲ ବୁଶ ଲାର୍କ ପ୍ରଜାତିଙ୍କ ସଂଖ୍ୟା ଅଧିକ ରହିଛି। ଗତ ବର୍ଷ ଅର୍ଥାତ ୨୦୨୫ରେ ମଧ୍ୟ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଥିଲେ ।ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆସିଛନ୍ତି ୪ ହଜାର […]
ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]
ପ୍ରେସ ଆଣ୍ଡ ମିଡ଼ିଆ ୱେଲଫେର ଆସୋସିଏସନର ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଆଶୁତୋଷ କୁମାର ପଟନାୟକ(ଝୁଲା)ଙ୍କ ଗତ 16 ତାରିଖରେ ହୃଦଘାତରେ ମୃତ୍ୟୁ ଘଟିଥିଲା ଲ ସ୍ବର୍ଗତ ଆଶୁତୋଷଙ୍କ ଆତ୍ମାର ସଦଗତି କାମନା କରି ଆଜି ରବିବାରରେ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ପରିସରରେ ଶ୍ରଧାଞ୍ଜଳି ସଭା ହୋଇଥିଲା l ଶ୍ରଦ୍ଧାଞ୍ଜଳି ସଭାରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଓ ନବୀନ ଚନ୍ଦ୍ର ନାୟକ ଦିବଂଗତ ଆତ୍ମାଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ଓ […]
