ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ନଗରପାଳ ସ୍ୱର୍ଗତ ରଘୁନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଖ୍ୟ ସଭାରେ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ର ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସ୍ଥାପନା କାଳର ସ୍ମୃତି ଚାରଣ […]
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ତଦନ୍ତ କମିଶନ ଫାଇଲ ଗାଏବ ଘଟଣାରେ କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର । ସେ ତାଙ୍କର ପକ୍ଷ ରଖିଛନ୍ତି । ସେ କହିଛନ୍ତି, CMOରୁ ଫାଇଲ ଗାଏବ ହୋଇଥିବାରୁ ସେତେବେଳେ କାମ କରୁଥିବା ସମସ୍ତ ଅଧିକାରୀଙ୍କୁ ଡାକି ପୋଲିସ ପଚରାଉଚରା କରୁଛି । ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବା ସହ ସବୁ ତଥ୍ୟ ପୋଲିସକୁ ଦେଇଥିବା ସେ କହିଛନ୍ତି । ତଦନ୍ତ ଚାଲିଥିବାରୁ ସମସ୍ତ ତଥ୍ୟ […]
ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ ୪୫ ମିନିଟ୍ ଧରି ଜଗନ୍ନାଥ ନ ହଲିବାରୁ ଟାହିଆ ଖୋଲା ଯାଇଥିବା ବାଡ଼ଗ୍ରାହୀ କହିଛନ୍ତି। ଆହୁରି କହିଛନ୍ତି ଯେ ସାଧାରଣତଃ ଜଣେ ଦୁଇ ଜଣ ଟାହିଆ ଉଠାଇ ମହାପ୍ରଭୁଙ୍କୁ ଲଗାଇଥାଉ । ଏଥର କିନ୍ତୁ ୭ […]
ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରିଛି। ହାଇଦ୍ରାବାଦସ୍ଥିତ ଘରୋଇ ମହାକାଶ କମ୍ପାନୀ ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ବିକ୍ରମ-୧ ରକେଟ ଏହାର ପ୍ରଥମ କକ୍ଷପଥ ମିଶନ ପାଇଁ ଉତକ୍ଷେପଣ କରିଛି। ସୂଚନାମୁତାବକ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଉତ୍କ୍ଷେପଣ କରାଯିବାକୁ ଧାର୍ୟ୍ୟ କରାଯାଇଥିଲା। ତେବେ ଧାର୍ୟ୍ୟ ସମୟର ୫ ମିନିଟ୍ ପୂର୍ବରୁ ରକେଟ୍ରେ କିଛି ଯାନ୍ତ୍ରିକ ସମସ୍ୟା ଚିହ୍ନଟ ହେବା ପରେ […]
ନବମ ଓ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କୁ ମିଳିବ କ୍ୟାରିୟର ଗାଇଡାନ୍ସ। ପାଠପଢା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ସେନେଇ ଦିଆଯିବ ମାର୍ଗଦର୍ଶନ। ଏଥିପାଇଁ ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ଦିଆଯିବ କ୍ୟାରିୟର ଗାଇଡାନ୍ସ। ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏ ସ୍କୁଲରେ ହେବ କ୍ୟାରିୟର ୱେବିନାର। ୟୁପିଏସ୍ସି, ଓପିଏସ୍ସି, ହୋଟେଲ ମ୍ୟାନେଜ୍ମେଣ୍ଟ, ପୁଲିସ, ସାମ୍ବାଦିକତା, କୃଷି, ଅକ୍ଷୟ ଶକ୍ତି, ଧନ୍ଦାମୂଳକ, ସ୍ୱାସ୍ଥ୍ୟ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ର ପାଇଁ ମାର୍ଗଦର୍ଶନ ଦିଆଯିବ। […]
ସଲମାନ ଖାନଙ୍କ ପରେ, ଆମିର ଖାନ ଏବେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ପରିଣତ ହୋଇଛନ୍ତି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଆରଜୁ ବିଷ୍ନୋଇ ଏବଂ ଟାଇସନ ବିଷ୍ନୋଇ ସୋସିଆଲ ମିଡିଆରେ ଆମିର ଖାନଙ୍କୁ ଧମକ ଦେଇ ପୋଷ୍ଟ ଏବଂ ଅଡିଓ ମେସେଜ ପଠାଇଛନ୍ତି।ଆମିର ଖାନଙ୍କୁ ମିଳିଥିବା ଧମକରେ ଲେଖାଯାଇଛି, “ଜୟ ଶ୍ରୀ ରାମ, ଜୟ ସୀତା ରାମ। ମୁଁ ଆରଜୁ ବିଷ୍ଣୋଇ ଏବଂ ଟାୟସନ ବିଷ୍ଣୋଇ (ଲରେନ୍ସ ବିଷ୍ଣୋଇ ଗ୍ରୁପ) ଜଣାଉଛୁ ଯେ, ଆମ ସଂସ୍କୃତି […]
ଭାରତର ପ୍ରଥମ ବେସରକାରୀ କକ୍ଷପଥ ରକେଟ୍ ବିକ୍ରମ-୧ ଉତକ୍ଷେପଣ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି । ନିର୍ଦ୍ଧାରିତ ଉତକ୍ଷେପଣ ସମୟର ପ୍ରାୟ ୫ ମିନିଟ୍ ପୂର୍ବରୁ କାଉଣ୍ଟଡାଉନ୍ ବନ୍ଦ କରାଯାଇଥିଲା । ଏହି ନିଷ୍ପତ୍ତି ପଛର ସଠିକ୍ କାରଣ ସମ୍ପର୍କରେ ତୁରନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ ।ହାଇଦ୍ରାବାଦର ମହାକାଶ ଷ୍ଟାର୍ଟଅପ୍ ‘ସ୍କାଏରୁଟ୍ ଏରୋସ୍ପେସ୍’ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ବେସରକାରୀ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ ତାର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଭରିବାର […]
୨୧ ଦିନ ଧରି ଚାଲିଥିବା ଭୂଖ ହଡ଼ତାଳ ପରେ ଅସୁସ୍ଥ ହୋଇ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ସତର୍କ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ପରିବାର, ଡାକ୍ତର ଏବଂ ତାଙ୍କ ସହମତି ବିନା ୱାଙ୍ଗଚୁକଙ୍କୁ ମୁହଁରେ କିମ୍ବା ଶିରା ମାଧ୍ୟମରେ କୌଣସି ଔଷଧ କିମ୍ବା ତରଳ ପଦାର୍ଥ ଦିଆଯିବ ନାହିଁ ।ପୋଲିସ ସୂଚନା ଦେଇଛି ଯେ ସୋନମ ୱାଙ୍ଗଚୁକଙ୍କ ବିଗୁଡ଼ୁଥିବା ସ୍ବାସ୍ଥ୍ୟାବସ୍ଥାକୁ […]
ଘୋଷଯାତ୍ରାର ଆଜି ତୃତୀୟ ଦିବସ । ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଆଜି ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ । ସକାଳୁ ରଥାରୂଢ଼ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ସଂଧ୍ୟାଧୂପ ପରେ ପହଣ୍ଡି ଆରମ୍ଭ ହେବ ।ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ପରେ ରୁନ୍ଧା ନୀତି ବଢି ବଡ ସିଂହାର ବେଶ କରି ପହୁଡ […]
ଆମେରିକା-ଇରାନ ମୁହାଁମୁହିଁ । ଥରୁଛନ୍ତି ଗଲ୍ଫ ଦେଶ । ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେବାରେ ଲାଗିଛି ।ଇରାନର ଯୋଗାଯୋଗ, ସେତୁ, ରେଳଲାଇନ୍ ଏବଂ ବନ୍ଦର ଉପରେ ଆକ୍ରମଣ ଆରମ୍ଭ କରିଛି ଆମେରିକା । ହର୍ମୁଜ ପ୍ରଣାଳୀ ଉପରେ କର୍ତ୍ତୃତ୍ୱ ଜାହିର କରିବାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଶୁକ୍ରବାର ଦିନ ବ୍ୟାପକ ବିମାନ ଆକ୍ରମଣରେ ପରିଣତ ହୋଇଛି । ଚଳିତ ବର୍ଷ ଫେବୃଆରୀ ଶେଷ ଭାଗରୁ ଆରମ୍ଭ ହୋଇଥିବା ଏହି […]
ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା। ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଜନ ଜୀବନ । କାଲି ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଟୁଇନ୍ ସିଟି ସମେତ ପୁରୀରେ ସାରା ରାତି ବର୍ଷା ପ୍ରଭାବରେ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି।ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି […]
ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ । ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ […]
