ମେଷ ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ […]
ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଓ ବିଶେଷଜ୍ଞ।ଉଲ୍ଲେଖଯୋଗ୍ୟ ଯେ, ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗ ଦେବେ । ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ […]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି।ଓଡ଼ିଶାର ବିଶିଷ୍ଟ ଭାଷାବିତ୍ ତଥା ଶିକ୍ଷାବିତ୍ ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ କରାଯାଇଛି । କଳାହାଣ୍ଡିର ଏକ ଆଦିବାସୀ ବହୁଳ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଡକ୍ଟର ମିଶ୍ର ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଆଦିବାସୀ ଭାଷା, ସଂସ୍କୃତିର […]
ଓଇଆରସି ଛାଡିଲେ ପ୍ରଦୀପ ଜେନା । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା । ଏପରକି ପ୍ରଦୀପଙ୍କ ଇସ୍ତଫାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏନେଇ ଶକ୍ତି ବିଭାଗ ପକ୍ଷରୁ ସୋମବାର ଏକ ଅଧିସୂଚନା ଜାରି କରାଯାଇଛି।ରାଜ୍ୟପାଳଙ୍କ ଆଦେଶ କ୍ରମେ ଇସ୍ତଫାକୁ ଗ୍ରହଣ କରାଯାଇଥିବା ବେଳେ,୨୦୨୬ ମେ ୨୫ରେ ପ୍ରଦୀପ ପଦ ଛାଡ଼ିବାକୁ ଅନୁମତି ପାଇଛନ୍ତି ।
ସ୍ନାୟୁଗତ ଯନ୍ତ୍ରଣା ପାଇଁ ବିକ୍ରି ହେଉଥିବା ‘ପ୍ରେଗାବାଲିନ’ ଔଷଧକୁ ଆଉ ଔଷଧ ଦୋକାନୀମାନେ ଅବାଧରେ ବିକ୍ରି କରିପାରିବେ ନାହିଁ । କେବଳ ପ୍ରେସକ୍ରିପସନ ଦେଖାଇଲେ ହିଁ ଏହି ଔଷଧ ମିଳିବ । ଏନେଇ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୂଆ ନିୟମ ଲାଗୁ ହେବ।ଔଷଧ ନିର୍ମାତା, ବିତରକ, ହୋଲସେଲର, ରିଟେଲର ଏବଂ ଫାର୍ମାସିଷ୍ଟଙ୍କ ସମେତ ସମସ୍ତ ଅଂଶୀଦାରଙ୍କୁ ବିଜ୍ଞପ୍ତିର ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ […]
ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ। ୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଥିବା ବେଳେ ଆଜି ଜଣଙ୍କୁ ପ୍ରଦାନ କରାଯିବ।ସେମାନଙ୍କ ବ୍ୟତୀତ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର […]
ପେପର୍ ଲିକ୍ ଯୋଗୁ NEET-UG ପରୀକ୍ଷା ବାତିଲ ଘଟଣାକୁ ନେଇ ସୁପ୍ରିମକୋର୍ଟ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସୋମବାର କହିଛନ୍ତି ଯେ, ଏହା ଦୁଃଖଦ ଯେ, ଏହି ସଂସ୍ଥା ପୂର୍ବ ବିବାଦରୁ କିଛି ଶିଖିନାହିଁ। ଏହା ସହ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାର, NTA ଏବଂ CBIକୁ ନୋଟିସ୍ ଜାରି କରି ଉତ୍ତର ରଖିବାକୁ କହିଛନ୍ତି।ଏନ୍ଇଇଟି ଏବଂ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା କେନ୍ଦ୍ର ସରକାରଙ୍କ ଦ୍ୱାରା […]
ଜମ୍ମୁ- କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମାର୍ଗରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଶହ ଶହ ପର୍ଯ୍ୟଟକ। ଯାନ୍ତ୍ରିକ ତ୍ରୁଟି କାରଣରୁ ସୋମବାର ଗୋଣ୍ଡୋଲା କେବୁଲ କାର୍ (ରୋପ୍ ଓ୍ବେ) ସେବା ବ୍ୟାଘାତ ହୋଇଥିଲା। ତ୍ରୁଟି କାରଣରୁ କେବୁଲ କାର ହଠାତ ବନ୍ଦ ହୋଇଯାଇଥିଲା । ଫଳରେ ଏଥିରେ ପ୍ରାୟ ୩୦୦ ପର୍ଯ୍ୟଟକ କେବୁଲ କାରରେ ମଝି ଆକାଶରେ ହିଁ ଫସି ରହିଥିଲେ।ରିପୋର୍ଟ ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି କାରଣରୁ କେବୁଲ କାର୍ ଆଗକୁ ବଢ଼ିପାରି ନଥିଲା । […]
ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ସୋମବାର (ମେ’ ୨୫) ତୈଳ କମ୍ପାନୀଗୁଡ଼ିକ ଉଭୟ ଇନ୍ଧନ ମୂଲ୍ୟରେ ୨.୫ ଟଙ୍କାରୁ ଅଧିକ ବୃଦ୍ଧି କରିଛନ୍ତି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଦର ବୃଦ୍ଧି ଅଟେ।ଆଗକୁ ଆହୁରି ଦର ବଢ଼ିବ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ । ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୯ ଟଙ୍କା ଛୁଇଁଲା ।ଯେତେବେଳେ ପର୍ଯ୍ୟନ୍ତ […]
ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ -୨୦୨୬ କାର୍ଯ୍ୟକ୍ରମ ସମୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ୟାପକ ଆଡଭାଇଜରୀ ଜାରି କରାଯାଇଛି ।୧୨ଟାରୁ ୩ ଟା ଯାଏ ଫିଲ୍ଡ ଭିଜିଟ ନ କରିବାକୁ ପରାମର୍ଶ ଦେଇଛନ୍ତି। ସକାଳ ୬୬ରୁ ୧୧ , ଅପରାହ୍ମ ୪ରୁ ସନ୍ଧ୍ୟା ୭ଟା ଯାଏଁ ଫିଲ୍ଡ ୱାର୍କ ରେ ଯୋଗଦେବେ । ଏନେଇ ସମସ୍ତ ଜିଲ୍ଲାପାଳ […]
ପୂରା ଦେଶରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ। ଆକାଶରୁ ନିଆଁ ବର୍ଷୁଛି ।ଆଜିଠାରୁ ନୌତପା ଆରମ୍ଭ ହେଉଥିବାରୁ ତାତି ଆହୁରି ବଢ଼ିବ । ନୌତପା ହେଉଛି ଭାରତୀୟ ପାଣିପାଗ ଏବଂ ଜ୍ୟୋତିର୍ବିଜ୍ଞାନ ଆଧାରିତ ଏକ ପାରମ୍ପରିକ ଅବଧାରଣା, ଯାହା ଗ୍ରୀଷ୍ମ ଋତୁର ସବୁଠାରୁ ଅଧିକ ଗରମ ଏବଂ କଷ୍ଟଦାୟକ ୯ ଦିନକୁ ବୁଝାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରନ୍ତି, ସେତେବେଳେ ନୌତପା ଆରମ୍ଭ ହୁଏ। ସାଧାରଣତଃ ଏହା ମେ […]
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ସୋମବାର ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଛି ବିଜୁ ଜନତା ଦଳ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ଏକ ଶୋଭାଯାତ୍ରା ବାହାରି ଟିପିସିଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା। ବିଜୁ ଜନତା ଦଳର ନେତା ଓ କର୍ମୀମାନେ ରାସ୍ତାରେ ବିଞ୍ଚଣା ହଲାଇ ପ୍ରତିବାଦ କରିଥିଲେ। ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ଜୋରଦାର ପ୍ରତିବାଦ କରାଯାଇଥିଲା। ରାଜ୍ୟରେ ୨୦ ହଜାର ମେଗାୱାଟ୍ […]
