ନୂଆ ରେକର୍ଡ ସୃଷ୍ଟି କଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ୨୦୨୫ରେ ସର୍ବକାଳୀନ ରେକର୍ଡ ହୋଇଛି । ୫.୧୫ ମିଲିୟନ ଯାତ୍ରୀ ବିମାନରେ ଯାତାୟତ କରିଛନ୍ତି । କୌଣସି ବର୍ଷ ଏତେ ଯାତ୍ରୀ ଯାତ୍ରା କରି ନଥବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ଯାତ୍ରୀଙ୍କ ଏହି ଯାତାୟାତରେ ଦେଶରେ ୧୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ୭ କୋଟି ଯାତ୍ରୀଙ୍କ ଯାତାୟାତ ସହ ଶୀର୍ଷରେ ଦିଲ୍ଲୀ ବିମାନବନ୍ଦର ରହିଛି। ଏବେ ଭୁବନେଶ୍ୱର ବିମାନବନ୍ଦରରୁ […]
ରାୟଗଡ, ୧୩/୦୧:ପାଣି ସଂରକ୍ଷଣ, ସୁଚିତ ପାଣି ବ୍ୟବହାର ଏବଂ ସ୍ଥାନୀୟ ସ୍ତରରେ ପାଣି ପରିଚାଳନାକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ–୨୦୨୬ ଉତ୍ସବ ଭବ୍ୟ ଭାବରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସରସ୍ୱତୀ ମାଝୀ ଯୋଗଦେଇ ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଓ ପାଣି ପଞ୍ଚାୟତ ସଦସ୍ୟମାନଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ। ସମୟରେ […]
ଶିମିଳିପାଳର କୁମ୍ଭୀର ଗଣନା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, କୁମ୍ଭୀରଙ୍କ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ତୁଳନାରେ ୩ ଅଧିକ। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ କୁମ୍ଭୀର ଅଛନ୍ତି । ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା ରିପୋର୍ଟ ଆସିବା ପରେ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ । ଉତ୍ତର ଓ ଦକ୍ଷିଣ ଶିମିଳିପାଳର ମୋଟ ୧୬ଟି ରେଞ୍ଜରେ ଗଣନା ହୋଇଥିଲା […]
ଉପାସରେ ଶ୍ରୀଲିଙ୍ଗରାଜ ପ୍ରସଙ୍ଗକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ କଡା ଚେତାବନୀ ଦେଇଛନ୍ତି । ବିଧାୟକ କହିଛନ୍ତି ଯେ ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ । ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେବାୟତ ଭାଇମାନଙ୍କୁ ଅନୁରୋଧ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦିଅନ୍ତୁ ନାହିଁ। ଆମ ଭିତରେ ଶହେ କଳି ଥାଇପାରେ ପୂଜା ପରେ ଆଲୋଚନା ହୋଇପାରେ। ସରକାର ଯଦି ଶୁଣିନାହାନ୍ତି […]
ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଅଟକ । ଗତ ରବିବାର ଅପରାହ୍ନ ସମୟରେ ଘର ପାଖରେ ନାବାଳିକା ଜଣକ ବୁଲୁଥୁବା ବେଳେ ସମ୍ପର୍କୀୟ ଜେଜେ ନାବାଳିକାକୁ ଡାକି ଥିଲା । ଗୁହାଳ ଭିତରେ ପାଟିରେ ହାତ ଦେଇ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଜୀବନରୁ ମାରିଦେବାକୁ ଧମକ ଦେବଉଥିବାରୁ ନାବାଳିକା ଜଣକ ଡରରେ ଘରେ କାହାକୁ କହିନଥିଲା । ପରେ ପରିବାର ଲୋକଙ୍କୁ ସବୁ […]
ଆଗକୁ ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ । ରଦ୍ଦ ହେବ ଲାଇସେନସ । ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ । ଓଭର ସ୍ପିଡିଂ, ବେପରୁଆ ଗାଡ଼ି ଚାଳନା ବା ହେଲମେଟ୍ […]
ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ମକରନୀତି । କାଳିଆ ଠାକୁରଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ମକର ସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଆଜି ମହାପ୍ରଭୁଙ୍କର ମକରଚୌରାସୀ ବେଶ ଅନୁଷ୍ଠିତ ହେବ। ତେବେ ଆଜି ମହାପ୍ରଭୁଙ୍କୁ ଅର୍ପଣ ହେବ ବିଶ୍ବର ସବୁଠୁ ବଡ଼ପାନ । ଏହି ପାନର ଉଚ୍ଚତା ଦେଢ଼ରୁ ଅଢେଇ ଫୁଟ ହେବ । ମହାପ୍ରଭୁଙ୍କ ହଡ଼ପ ନାୟକ ସେବାୟତ ଶ୍ରୀମନ୍ଦିର ଭିତରେ ଅତ୍ୟନ୍ତ ସତର୍କତାର ସହ ଏହି […]
ପଶ୍ଚିମବଙ୍ଗରେ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାକୁ ବଢିଲା ନିପା ଭୟ। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ନିପା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କ ନମୁନା ଏମ୍ସକୁ ପଠାଯାଇଛି । ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍ସ ଦଳ ଗଠନ ହୋଇଛି । ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବାଆସିବା ଲାଗି […]
ଓଡ଼ିଆରେ ହେବ ସରକାରୀ କାମ । ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ । ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି । ଏହି ନିୟମ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ସରକାରୀ ଅଫିସରେ କଡ଼ାକଡ଼ି ଲାଗୁ ହେବ । ସମସ୍ତ ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆ ଭାଷାରେ ହେବ। ନିୟମ ଖିଲାପ କଲେ ଅଧିକାରୀଙ୍କ ବିରୋଧରେ ହେବ ନୋଟିସ୍। ଯେଉଁ ଅଧିକାରୀ ଏହାର ଖିଲାପ କରିବେ, ତାଙ୍କୁ ଏହି ବିଷୟରେ ତାଗିଦ […]
ମକରଠାରୁ ଦିନ ହୁଏ ବକର। ଅର୍ଥାତ ଏହି ତିଥି ଠାରୁ ଦିନ କ୍ରମଶଃ ବଡ଼ ହୁଏ। ମକରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଯାଉଥିବାରୁ ଖରା ଧୀରେଧୀରେ ପ୍ରଖର ହୁଏ। ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଏହି ସମୟରେ ଅନୁଷ୍ଠିତ ହୋଇଥାଏ। ଖାଲି ସେତିକି ନୁହେଁ, ମକର ସଂକ୍ରାନ୍ତି ଓଡ଼ିଆମାନଙ୍କ ପାଇଁ ବନ୍ଧୁତ୍ବର ଦିନ। ଏହି ଦିନ […]
ପୁଣି ଉପାସ ରହିଲେ ମହାପ୍ରଭୁ ଲିଙ୍ଗରାଜ। ମକର ସଂକ୍ରାନ୍ତିରେ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମଙ୍ଗଳବାର ସଂଧ୍ୟାରୁ ବନ୍ଦ ଅଛି ନୀତିକାନ୍ତି।ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ବିଗତ କିଛି ବର୍ଷ ହେବ ବିବାଦ ଚାଲିଥିଲା । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ବଡ଼ୁ ନିଯୋଗ । ଦେବୋତ୍ତର ବିଭାଗକୁ ଏହି ବିବାଦର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ […]
ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]
