author

ଅଭିଯୁକ୍ତ ନୁହେଁ ଟ୍ରାକ୍ଟରକୁ ହାତକଡ଼ି ପକାଇଲା ପୋଲିସ

ଟ୍ରାକ୍ଟରରେ ପଡିଲା ହାତକଡ଼ି। ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ପକାଗଲା ହାତକଡ଼ି। ଅନ୍ୟକେହି ନୁହେଁ ଖୋଦ ପୋଲିସ ପକାଇଲା ହାତକଡ଼ି। ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ଥାନା କୁଶଳଦା ଫାଣ୍ଡିରୁ। ସୂଚନା ଅନୁସାରେ, ଜବତ ଟ୍ରାକ୍ଟରକୁ ମାଫିଆଙ୍କ କବଳରୁ ବଞ୍ଚାଇବା ପାଇଁ ଫାଣ୍ଡି ଆଗରେ ଜବତ ଗାଡିକୁ ରଖି ସେଥିରେ ପୁଲିସ ପକାଇଲା ହାତକଡ଼ି। ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା […]

ଓପିଟିସିଏଲର କଡ଼ା ପଦକ୍ଷେପ: କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ

ବିଦ୍ୟୁତ ଚାହିଦା ବଢ଼ିବାରୁ ଓପିଟିସିଏଲର କଡ଼ା ପଦକ୍ଷେପ। ଓପିଟିସିଏଲ୍ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ କରାଯାଇଛି। ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍‌ କଡ଼ା ପ୍ରଶାସନିକ ପଦକ୍ଷେପ ନେଇଛି। ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲାର ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କୌଣସି କର୍ମଚାରୀ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ଏଥିସହ ସମସ୍ତ ପ୍ରକାର ଅନୁମୋଦିତ ଛୁଟିକୁ […]

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ;ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା ଫ୍ଲିଟର ଅଂଶ ଥିବା ଏହି ହେଲିକପ୍ଟରରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ, ଜଣେ ମେଜର ଏବଂ ଜଣେ ମେଜର ଜେନେରାଲ ଥିଲେ।ଏହି ଦୁର୍ଘଟଣା ଗତ ମେ ୨୦ ତାରିଖରେ ଘଟିଥିଲା, ଯାହାକୁ ଆଜି ସକାଳେ (ମଇ ୨୩) ଅଧିକାରୀମାନେ ନିଶ୍ଚିତ କରିଛନ୍ତି।ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ସେନାର ଜଣେ ଅଧିକାରୀ […]

ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଏହି ପଦବୀ ଦେଲା ବିଜେପି

ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ଦେଇଛି । ତାଙ୍କ ରାଜ୍ୟସଭାର ଯାଚିକା ସମିତିର ଚେୟାରମ୍ୟାନ ଭାବେ ବିଜେପି ନିଯୁକ୍ତ କରିଛି । ରାଘବ ଚଢ଼ାଙ୍କୁ ଏହି ପଦ ମିଳିବା ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ପ୍ୟାନେଲକୁ ପୁନର୍ଗଠିତ କରାଯାଇଥିବାବେଳେ ଏଥିରେ ରହିଛନ୍ତି ୧୦ ସଦସ୍ୟ । ଯାହାର ଅଧ୍ୟକ୍ଷ ଭାବେ ଚଢ଼ାଙ୍କୁ […]

ଗ୍ରୀଷ୍ମପ୍ରବାହକୁ ନେଇ ଗାଇଡ ଲାଇନ ଜାରି

ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ତାତିରୁ ସତର୍କ ରହିବା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରାମର୍ଶ । ଆସନ୍ତା ଜୁନ ୨ତାରିଖ ପର୍ଯ୍ୟନ୍ତ ରହିବ ଗ୍ରୀଷ୍ମପ୍ରବାହ । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କତା ଗାଇଡ ଲାଇନ ଜାରି କରାଯାଇଥିବା କହିଛନ୍ତି ମନ୍ତ୍ରୀ । କୌଣସି କାମ ନଥିଲେ ଘରୁ ବହାରନ୍ତୁ ନାହିଁ । ଯଦି କୌଣସି କାର୍ଯ୍ୟରେ ଘରୁ ବାହାରିଛନ୍ତି, ତେବେ ସାଙ୍ଗରେ ପାଣି ବୋତଲ, ଛତା, ଜୋତା ନେଇ […]

କାନ୍ସ ରେଡ୍ କାର୍ପେଟରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ବ୍ଲୁ ମର୍ମେଡ୍ ଗାଉନ୍‌ରେ ଆସିଲେ ନଜର

ଶେଷରେ ପୂର୍ବତନ ମିସ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍‌ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି।କେବଳ ପୋଷାକ ନୁହେଁ, ବରଂ ତାଙ୍କର ସାଜସଜ୍ଜା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଐଶ୍ୱର୍ଯ୍ୟା ତାଙ୍କ ବ୍ଲୁ ଗାଉନ୍ ସହିତ ଉଜ୍ଜ୍ୱଳ ଡାଇମଣ୍ଡ ଜୁଲରି ବା ହୀରା ଅଳଙ୍କାର ପିନ୍ଧିଥିଲେ। ତାଙ୍କ କାନରେ ଥିବା ବଡ଼ ହୀରା ଝୁମୁକା ଏବଂ ହାତରେ ଥିବା ଚମତ୍କାର ମୁଦି ତାଙ୍କ ରାଜକୀୟ […]

ଆସନ୍ତା କାଲିଠୁ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ସ୍ଥଗିତ, ପୁଣି ଜୁନ୍ ମାସରୁ ଆରମ୍ଭ

ଆସନ୍ତା କାଲିଠୁ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ସ୍ଥଗିତ । ଜୁନ୍ ମାସରେ ପୁଣି ଗଣତିମଣତି ଆରମ୍ଭ ପାଇଁ ସ୍ଥିର କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ବର୍ତ୍ତମାନର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଏବଂ ମହାପ୍ରଭୁଙ୍କ ଆଗାମୀ ପର୍ବପର୍ବାଣୀ, ବିଶେଷକରି ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ […]

ଗହୀରମଥାରେ କଇଁଛଙ୍କ ଗଣଅଣ୍ଡାଦାନ ବିଳମ୍ଵିତ, ଚିନ୍ତାରେ ପରିବେଶବିତ୍

ଚଳିତ ବର୍ଷ ଅଲିଭରିଡଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଗଣଅଣ୍ଡାଦାନ ବିଲକୁଲ ହୋଇପାରି ନାହିଁ ଏବର୍ଷ । ଅଣ୍ଡା ନଦେଇ ଫେରିଛନ୍ତି କଇଁଛ । ଏପ୍ରିଲ ଯାଇ ମେ’ ସରିବାକୁ ବସିଲାଣି । ଦୀର୍ଘ ଅଢ଼େଇ ମାସ ଧରି କୂଳରୁ ୫୦୦ ମିଟର ଯାଏ ଲକ୍ଷାଧିକ କଇଁଛ ଠୁଳ ହୋଇଥିଲେ ସତ । ହେଲେ ଅଣ୍ଡାଦାନ କରିନଥିଲେ । ଏବେ ୨ ସପ୍ତାହ ହେବ କଇଁଛଙ୍କୁ ଦେଖିବାକୁ ମିଳୁନି । ଏହିଭଳି ସମସ୍ୟା […]

‘ତୃତୀୟ ନୟନ’ର ନାଟକ ସମୀକ୍ଷା ବୈଠକ

ନୟାଗଡ଼,(ଓଡ଼ିଶା ଦର୍ପଣ):  ‘ତୃତୀୟ ନୟନ’ର ଅଭିନୀତ ନାଟକ ‘ ବିଚାର ପଥର ‘ ର ସମୀକ୍ଷା ବୈଠକ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୟାଗଡ ଦର୍ପଣ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ବିଧାୟକ ଡ. ଅରୁଣ କୁମାର ସାହୁ ମଞ୍ଚ ନାଟକକୁ ଅଧିକ ଲୋକାଭିମୁଖୀ ତଥା ଆକର୍ଷଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ସଂପାଦକ ବିଶ୍ଵନାଥ ମହାପାତ୍ର ନାଟକର ସଫଳତା ପାଇଁ କଳାକାର ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ […]

ଯୁକ୍ତ୨ ନାମଲେଖା ପାଇଁ ୨୬ ତାରିଖରୁ ଆରମ୍ଭ ହେବ ଆବେଦନ

ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ ଯୁକ୍ତ ଦୁଇ ନାମଲେଖା ପାଇଁ ଆସନ୍ତା ୨୬ ତାରିଖରୁ ଆବେଦନ ଆରମ୍ଭ ହେବ । ଜୁନ୍ ୩୦ ତାରିଖ ରାତି ୧୧ଟା ୪୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ ୱେବ୍ସାଇଟରେ ଆବେଦନ କରିପାରିବେ । ଜୁଲାଇ ୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ ୯ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅଗଷ୍ଟ ୧୨ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ […]

ପୁଣିଥରେ ଉତ୍ତେଜନା, ପୁଣି ଅଶାନ୍ତ ରାୟଗଡ଼, ଆତଙ୍କିତ ଭୟଭିତ ସହରବାସୀ। ଥାନା ସମ୍ମୁଖରେ ମାରପିଟ ୩ଜଣ ଗୁରୁତର ।

ରାୟଗଡ଼ା, ୨୨/୫ କିଛି ଦିନତଳେ ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର। ପିଟଲା ସାହି ମଧ୍ୟରେ ବଚସା ଓ ମାରପିଟ ଏବଂ ପରେ ରାୟଗଡା ଥାନା ସମ୍ମୁଖରେ ମାରପିଟ ଭଳି ଘଟଣା ଘଟିଛି। ରାତି ସମୟରେ ରାୟଗଡ଼ା ଥାନା ସମ୍ମୁଖରେ ଉଭୟ ସାହିର ଉତ୍ୟକ୍ତ ଲୋକ ମାନେ ପଥର ଫିଙ୍ଗା ଫିଙ୍ଗି ହୋଇଥିଲେ । ସହରର ପିଟଲା ସାହିରେ ପଶି ରେଲି ସାହିର କିଛି ଯୁବକ ଲୋକଙ୍କୁ ଗାଳିଗୁଲଜ […]

ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

ବଦଳି ଆଦେଶ ମିଳିବା ମାତ୍ରେ ତାହାକୁ ପାଳନ କରିବାକୁ ପଡ଼ିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲାପାଳଙ୍କୁ କଡ଼ା ଚିଠି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ହେବ ବଦଳି ପ୍ରକିୟା । ସରକାରୀ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶନାମାରେ କେଉଁ କର୍ମଚାରୀ ବା ଅଧିକାରୀ କାହାକୁ ଦାୟିତ୍ୱ ହସ୍ତାନ୍ତର କରିବେ, ତାହା ମଧ୍ୟ ବଦଳି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିବ । ଯଦି କୌଣସି ବିଶେଷ କାରଣରୁ ଏହା ଉଲ୍ଲେଖ […]