author

ପ୍ରଥମ ଥର ଭାରତ ଆସିଲେ ରୁବିଓ! ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଆଲୋଚନା

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚାରି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ସେ ଆଜି ସକାଳେ କୋଲକାତାରେ ପହଞ୍ଚିଛନ୍ତି। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଭାରତ-ଆମେରିକା ସମ୍ପର୍କ ପାଇଁ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।ଆଜି ସେ ନୂଆଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଆଗାମୀ କିଛି ଦିନର ଏହି ହାଇ-ପ୍ରୋଫାଇଲ୍ ଗସ୍ତ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ […]

ମୃତ୍ୟୁ ବି ଏମିତି ଆସେ । ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ଆତ୍ମହତ୍ୟା

ଯାଜପୁର ମଙ୍ଗଳପୁର ଥାନାର ମାନସିଂହ ଗାଁରେ ଅଭାବନୀୟ ଘଟଣା ଘଟିଛି । । ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ଆତ୍ମହତ୍ୟା|ମଙ୍ଗଳପୁର ବଜାର ରେ ଷ୍ଟୁଡିଓ ବ୍ୟବସାୟ କରୁଥିବା ଷ୍ଟିମର ପଣ୍ଡାଙ୍କ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ବିଷପାନ କରିଥିଲେ। ଚିକିତ୍ସା ସମୟରେ ସେ ଛାଟିପିଟି ହେଉଥିବା ବେଳେ ତାଙ୍କ ହାତ ଗୋଡ ଷ୍ଟିମରଙ୍କ ଛାତି ରେ ବାଜିଥିଲା। ଏଥିରେ ଷ୍ଟିମର ଗୁରୁତର ହୋଇ ଯାଇଥିଲେ। ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। […]

ମୌସୁମୀ ଓଡ଼ିଶାକୁ ଜୁନ୍ ୧୦ ରୁ ୧୨ ତାରିଖ ସୁଦ୍ଧା ଆସିପାରେ

ପଶ୍ଚିମ ଓଡ଼ିଶା ତାତିର ଜ୍ବାଳାରେ ଜଳୁଥିବା ବେଳେ ଉପକୂଳରେ ତାପମାତ୍ରା କମିଛି ସିନା, ଗୁଳୁଗୁଳି ପ୍ରଭାବରେ ଲୋକେ କଲବଲ ହେଉଛନ୍ତି। ଝାରସୁଗୁଡ଼ା ପୁଣି ଥରେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଏଠାରେ ଦିନ ତାପମାତ୍ରା ୪୫.୨ ଡିଗ୍ରି ରେକର୍ଡ ହୋଇଛି। ଆଜି ଉପକୂଳ ଓଡ଼ିଶାର ପ୍ରାୟ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଛି। ହେଲେ ଅଧିକ ଆର୍ଦ୍ରତା ଯୋଗୁଁ ତାପମାତ୍ରା ୫୦ ଡିଗ୍ରି ଭଳି ଅନୁଭୂତ ହୋଇଛି । ରାଜଧାନୀ ଭୁବନେଶ୍ବରର ଦିନ ତାପମାତ୍ରା […]

‘କାସ’ ର ଅତିଥି ବୈଜ୍ଞାନିକ ଭାବେ ମନୋନୀତ ହେଲେ ଖଣ୍ଡପଡ଼ା ମାଟିର ପୁଅ ପ୍ରଦ୍ୟୁମ୍ନ

ନୟାଗଡ଼,(ଓଡ଼ିଶା ଦର୍ପଣ):ସମଗ୍ର ଓଡିଶା ରାଜ୍ଯ ପାଇଁ ପୁର୍ନବାର ଗୌରବ ଆଣିଛନ୍ତି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅଧୀନ କୁଆହରା ଗ୍ରାମର ସୁନାମଧନ୍ଯ ବୈଜ୍ଞାନିକ ପ୍ରଦ୍ୟୁମ୍ନ କୁମାର ସାହୁ। ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ (କାସ) ପକ୍ଷରୁ ଆସନ୍ତା ୨୦୨୭ ବର୍ଷ ପାଇଁ ପ୍ରଦାନ କରାଯାଉଥିବା ବିଶ୍ୱ ପ୍ରସିଦ୍ଧ ‘ପ୍ରେସିଡେଣ୍ଟସ୍ ଇଣ୍ଟରନ୍ୟାସନାଲ୍ ଫେଲୋସିପ୍ ଇନିସିଏଟିଭ୍’ ର ଅତିଥି ବୈଜ୍ଞାନିକ ଭାବେ ଶ୍ରୀ ସାହୁ ବିଶ୍ବସ୍ତରରେ ମନୋନୀତ ହୋଇଥିବା ଜଣାପଡିଛି।ଏହି ପ୍ରତିଷ୍ଠିତ ଫେଲୋସିପ ଜରିଆରେ ବୈଜ୍ଞାନିକ ଶ୍ରୀ ସାହୁ ‘ଚାଇନିଜ୍ […]

ତୃତୀୟ ନୟନ’ର ନାଟକ ସମୀକ୍ଷା

ନୟାଗଡ଼, (ଓଡିଶା ଦର୍ପଣ): ନୟାଗଡ ଦର୍ପଣ ପରିସରରେ ‘ତୃତୀୟ ନୟନ’ର ଅଭିନୀତ ନାଟକ ‘ବିଚାର ପଥର’ର ସମୀକ୍ଷା ବୈଠକ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ବିଧାୟକ ଡ. ଅରୁଣ କୁମାର ସାହୁ ମଞ୍ଚ ନାଟକକୁ ଅଧିକ ଲୋକାଭିମୁଖୀ ତଥା ଆକର୍ଷଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ସଂପାଦକ ବିଶ୍ଵନାଥ ମହାପାତ୍ର ନାଟକର ସଫଳତା ପାଇଁ କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ନିୟମିତ ବୈଠକ କରି ନୟାଗଡ଼ ନାଟ୍ୟ […]

୯ ବର୍ଷର ନାବାଳକକୁ ଝୁଣି ଦେଲେ କୁକୁର

ନାବାଳକକୁ ଝୁଣିଦେଲେ କୁକୁର ପଲ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରରେ ଏପରି ଅଭାବନୀୟ ଘଟଣା ଘଟିଛି ।୯ ବର୍ଷର ନାବାଳକ ଆରିଷ କୁମାରଙ୍କୁ କାମୁଡ଼ି ଗୁରୁତର କଲେ ବୁଲା କୁକୁର। ସୂଚନା ମୁତାବକ, ପାଟପୁର ଗାନ୍ଧୀ ଛକ ଠାରୁ ଅଳ୍ପ ଦୂରରେ କୁକୁର ଛୁଆ ଶୋଇଥିବା ବେଳେ ନାବାଳକ ଜଣକ ଅଳ୍ପ ଦୂରରେ ଖେଳୁଥିଲା ।  ହଠାତ ଚାରିରୁ ପାଞ୍ଚ ଗୋଟି କୁକୁର ନାବାଳକୁ ଧରି ଝୁଣିବାକୁ ଲାଗିଥିଲେ ।  ପିଲାଟି ଚିତ୍କାର କରିବା ପରେ […]

ରାଜ୍ୟର ୭୯ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ଶିକ୍ଷକ ବଦଳିରେ ଅବହେଳା ପଡ଼ିଲା ମହଙ୍ଗା। ୭୯ ବିଇଓଙ୍କୁ କାରଣ ଦର୍ଶାଅ ନୋଟିସ। ରାଜ୍ୟରେ ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନଲାଇନ୍ ବଦଳି ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇନଥିବା ଅଭିଯୋଗରେ ରାଜ୍ୟର ୭୯ ଜଣ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଚିଠି ଅନୁସାରେ, ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ବଦଳି […]

ପୋଲିସ୍ SI ସ୍କାମ୍, ୧୭ ଜଣଙ୍କ ଜାମିନ ଖାରଜ

କମ୍ବାଇନ ପୋଲିସ ସର୍ଭିସ ପରୀକ୍ଷା ୨୦୨୪ କେଳେଙ୍କାରୀ ମାମଲା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ, ୧୭ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ।ମାନ୍ୟବର ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ଭଳି କାର୍ଯ୍ୟ କେବଳ ଆଇନ ଭଙ୍ଗ ନୁହେଁ, ବରଂ ଯୋଗ୍ୟ ଓ ମେଧାବୀ ପ୍ରାର୍ଥୀଙ୍କ ଭବିଷ୍ୟତକୁ କ୍ଷତିଗ୍ରସ୍ତ କରି ସମାଜରେ ଖରାପ ପ୍ରଭାବ ପକାଇ ଥାଏ […]

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ମେ ୨୩ ତାରିଖରୁ ନୂତନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲାଗୁ ହୋଇଛି। ପେଟ୍ରୋଲ ମୂଲ୍ୟ ୯୧ ପଇସା ଏବଂ ଡିଜେଲ ୮୬ ପଇସା ବୃଦ୍ଧି ପାଇଛି।ଗତ ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ପେଟ୍ରୋଲ-ଡିଜେଲ ଦର ବଢ଼ିଛି।ଇନ୍ଧନ ମୂଲ୍ୟରେ ଏହି ସଦ୍ୟତମ ବୃଦ୍ଧି ବିଶ୍ୱ ଭୂରାଜନୈତିକ ଅସ୍ଥିରତା ସହିତ ଜଡିତ ଥିବା କୁହାଯାଉଛି। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ଆନ୍ତର୍ଜାତୀୟ ଅଶୋଧିତ ତୈଳ ଯୋଗାଣକୁ ବାଧାପ୍ରାପ୍ତ କରିଛି। ଫଳରେ ମୂଲ୍ୟ ଉପରେ […]

ଆଜିର ରାଶିଫଳ(୨୩ ମଇ, ୨୦୨୬)

ମେଷଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। ବୃଷଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ […]

OTET 2026 ପରୀକ୍ଷା ତାରିଖରେ ପରିବର୍ତ୍ତନ

ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଶୁକ୍ରବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ତାରିଖ ପରିବର୍ତ୍ତନ କରିଛି ।21 ତାରିଖରେ ହେବାକୁ ଥିବା OTET 2026 ପରୀକ୍ଷା ଜୁନ୍ 28 ତାରିଖରେ ଅନୁଷ୍ଠିତ ହେବ। ପେପର୍-1 ପରୀକ୍ଷା ସକାଳ 9 ରୁ 11.30 ମଧ୍ୟରେ ଅନୁଷ୍ଠିତ ହେବ, ପେପର୍-2 ପରୀକ୍ଷା ଅପରାହ୍ନ 2 ରୁ 4.30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବୋର୍ଡ ଆହୁରି ସୂଚନା ଦେଇଛି ଯେ OTET 2026 […]

ରାଜଧାନୀରେ ନକଲି NIA ଅଫିସର,ଆଇଡି ଯାଞ୍ଚ ପରେ ଖୋଲିଲା ଗୁପ୍ତ ରହସ୍ୟ

ରାଜଧାନୀରେ ଏକ ଚାଞ୍ଚଲ୍ୟକର କରିଦେବା ଘଟଣା ସାମ୍ନାକୁ ଆସିଛି । ଜଣେ ନକଲି NIA ଅଫିସର ଭାବେ ନିଜକୁ ପରିଚୟ ଦେଇ ଦୀର୍ଘଦିନ ଧରି ଠକେଇ କରୁଥିବା ଜଣେ ଯୁବକକୁ ପୁଲିସ୍ ଗିରଫ କରିଛି ।ଅଭିଯୁକ୍ତର ନାଁ ଆଶିଷ ରେଡି ।  ସେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି ।  ଜଣେ ମହିଳାଙ୍କ ଗ୍ୟାଙ୍ଗ ରେପ୍ ଅଭିଯୋଗକୁ ନେଇ ଥାନାରେ ଦଲାଲି କରିବାକୁ ଆସିଥିଲା ଅଭିଯୁକ୍ତ ।  ନିଜକୁ NIA ଅଫିସର ପରିଚୟ ଦେଇ ପୋଲିସକୁ ଧମକଚମକ […]