author

ବିଧାନସଭାରେ ଉଠିଲା କୋକେଇ ପଡ଼ିଲା ଖଇ କଉଡି; ‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ଗୃହ

ଏସସିବି ଅଗ୍ନିକାଣ୍ଡକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ଏହି ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହଲ୍ଲାବୋଲ। ଏସସିବି ନିଆଁ ତାତିରେ ଗୃହ ହୁଲୁସ୍ତୁଲୁ।ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଆରମ୍ଭ ହୋଇଥିଲା । ଏହି କାରଣରୁ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ସେହିପରି ଗତକାଲି ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟକ SCB […]

ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା ଆରମ୍ଭ

ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ବଡ଼ କଥା ହେଲା ଏହି ସର୍ଭିସରେ ଡାକ ବିଭାଗରୁ ଆପଣଙ୍କୁ ଲିଖିତ ଗ୍ୟାରେଣ୍ଟି ମିଳିବ। ଯଦି ନିର୍ଦ୍ଧାରିତ ସମୟରେ ଡେଲିଭରି ନହୁଏ, ତେବେ ‘ମନି ବ୍ୟାକ୍ ଗ୍ୟାରେଣ୍ଟି’ ଅନୁସାରେ ଆପଣଙ୍କୁ ପୂରା ଟଙ୍କା ଫେରସ୍ତ ହୋଇଯିବ।ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, କୋଲକାତା, ମୁମ୍ବାଇ, ହାଇଦ୍ରାବାଦ୍‌,ବେଙ୍ଗାଲୁରୁ […]

ନନ୍ଦନକାନନରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆସିବେ ୧୮ ଜୀବଜନ୍ତୁ

ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଖୁସି ଖବର । ପ୍ରାଣୀଉଦ୍ୟାନର ଶାଗୁଣା ପ୍ରଜନନ କେନ୍ଦ୍ରରେ ଏକ ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ ଜନ୍ମ ନେଇଛି । ଚଳିତ ମାସ ୧୧ ତାରିଖରେ ଅଣ୍ଡାରୁ ଛୁଆଟି ସଫଳତାର ସହ ଫୁଟି ବାହାରିଥିଲା । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅଧିନରେ ୨୦୧୨ରେ ଏହି ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରଯାଇଥିଲା । ଜାନୁଆରୀ ୧୬ ତାରିଖରେ ଶାଗୁଣା ଅଣ୍ଡା ଦେଇଥିଲା । ପରେ ତାହା ମାର୍ଚ୍ଚ ୧୧ରେ ଅଣ୍ଡାରୁ ଛୁଆ ବାହାରିଥିଲା […]

ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍‌ ଆମ୍ଵାସଡର

ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଗୁରୁ ଦାୟିତ୍ୱ । ଜନଗଣନା ପୂର୍ବରୁ ଦାୟିତ୍ୱ ଦେଇଦେଲେ କେନ୍ଦ୍ର ସରକାର । ବାଲୁକା କଳା ମଧ୍ୟରେ ଲୋକଙ୍କୁ ସଚେତନ କରିବେ ସୁଦର୍ଶନ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଜନଗଣନା ୨୦୨୭ ଓ ଜାତି ଜନଗଣନା ଭାରତର ରାଜନୀତିକ […]

୧୯ରୁ ମାଟ୍ରିକ୍ ଖାତାଦେଖା,ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଛି।ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବେ। ଏଥିପାଇଁ ସବୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି।ମୁଖ୍ୟ ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ, ସହକାରୀ ନିରୀକ୍ଷକଙ୍କ ସମେତ ନିୟୋଜିତ ଥିବା ପ୍ରତ୍ୟେକ […]

ବୁଧବାର ଶ୍ରୀମନ୍ଦିରରେ କିଛି ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ

ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଥିବାରୁ ବୁଧବାର ଦିନ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ବୁଧବାର ଚୈତ୍ର କୃଷ୍ଟ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶ୍ରୀଙ୍ଗାର ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ଚାଲିବ । ଯାହାଫଳରେ ସର୍ବସାଧାରଣ ମନ୍ଦିର ମଧ୍ୟକୁ ପ୍ରବେଶ […]

ରାଜ୍ୟରେ କାଳବୈଶାଖୀ ଆଲର୍ଟ। ୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା

କାଳବୈଶାଖୀ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ପାଗ ମେଘୁଆ ରହୁଛି । କିଛି ସ୍ଥାନରେ କାଁ ଭାଁ ବର୍ଷା ବି ହେଉଛି । ଗତ ୩ ଦିନ ହେବ ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍ ଅଛି । ଆଗକୁ ତାତି ଆହୁରି କମିପାରେ । ବୁଧବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ସମୟରେ ୩୦ରୁ ୪୦ […]

ଆଜିର ରାଶିଫଳ(୧୮ ମାର୍ଚ୍ଚ, ୨୦୨୬)

ମେଷ:ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’:

ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର ନୟାଗଡ଼,(ଓଡ଼ିଶା ଦର୍ପଣ):ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ପ୍ରତିଭା’ ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ସାମାଜିକ ନାଟକ ‘ଏକ ନାୟକର ମୃତ୍ୟୁ’। ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ଦ୍ୱାରା ରଚିତ ଏହି ନାଟକକୁ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତି ରଞ୍ଜନ ଦାଶ। ନାଟକଟି ସମାଜର ଜ୍ୱଳନ୍ତ ସମସ୍ୟା, ବେକାରୀ ଏବଂ ପ୍ରଶାସନିକ ଦୁର୍ନୀତିର ଏକ ନଗ୍ନ ଚିତ୍ରକୁ […]

ଭୁବନେଶ୍ୱରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ସ୍ୱାଗତ କରିଛନ୍ତି । ରାଜନାଥ ସିଂ ଭୁବନେଶ୍ୱରରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ସେ ଦଳୀୟ ନେତା ଓ କର୍ମୀଙ୍କ ସହ ଆଗାମୀ ରଣନୀତି ଏବଂ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ ।

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ୧୨ ସପ୍ତାହର ଛୁଟି

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ଙ୍କ ପାଇଁ ବଡ଼ ଆଶ୍ୱସ୍ତି । ସବୁ ପୋଷ୍ୟ ସନ୍ତାନ ଗ୍ରହଣକାରୀ ମା’ଙ୍କୁ ମିଳିବ ମାତୃତ୍ୱକାଳୀନ ଛୁଟି । ସୁପ୍ରିମକୋର୍ଟ କହିଛନ୍ତି ଯେ ତିନି ମାସରୁ ଅଧିକ ବୟସର ଶିଶୁ ଗ୍ରହଣ କରୁଥିବା ଜଣେ ମହିଳାଙ୍କୁ ମ୍ୟାଟରନିଟି ଲିଭ୍ ମନା କରାଯାଇପାରିବ ନାହିଁ। ଏହା ବ୍ୟତୀତ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପିତୃତ୍ୱ ଛୁଟି ପାଇଁ ଏକ ନୀତି ପ୍ରସ୍ତୁତ କରିବା ବିଷୟରେ ବିଚାର କରିବାକୁ ଅନୁରୋଧ […]

ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମସି, ଏଥର ନନ୍ଦିଗ୍ରାମରୁ ଲଢ଼ିବେନି ମମତା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗିରହିଛି । ଏପ୍ରିଲ ୨୩ ଏବଂ ଏପ୍ରିଲ୍‌ ୨୯ରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୪ରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଜାରି କରୁଛନ୍ତି ।ତେବେ ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ ମମତା […]